• About Us
  • Contact Us
Wednesday, August 26, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଆଞ୍ଚଳିକ ଖବର

ରକ୍ଷା ବନ୍ଧନର ଅଵ୍ୟବାହିତ ପୂର୍ବରୁ ଜିଲ୍ଲାର ବିଭିନ୍ନ ପ୍ରଶାସନିକ ଅଧିକାରୀଙ୍କ ହାତରେ ରାକ୍ଷୀ ବାନ୍ଧିଲେ ପୁରୀର କିଶୋରୀ ବାଳିକା ମାନେ

by Voice of Victims
August 26, 2026
in ଆଞ୍ଚଳିକ ଖବର, ମୁଖ୍ୟ ଖବର, ରାଜ୍ୟ, ସମସ୍ୟା ଅଭିଯୋଗ
ରକ୍ଷା ବନ୍ଧନର ଅଵ୍ୟବାହିତ ପୂର୍ବରୁ ଜିଲ୍ଲାର ବିଭିନ୍ନ ପ୍ରଶାସନିକ ଅଧିକାରୀଙ୍କ ହାତରେ ରାକ୍ଷୀ ବାନ୍ଧିଲେ ପୁରୀର କିଶୋରୀ ବାଳିକା ମାନେ

ପୁରୀ (ଭିଓଭି): ରକ୍ଷା ବନ୍ଧନ କେବଳ ଭାଇ ଭଉଣୀର ପର୍ବ ନୁହେଁ, ଏହା ବହନ କରେ ଏକ ଅଦୃଶ୍ୟ ସୁରକ୍ଷାର ବାର୍ତ୍ତା। ଏହି ବାର୍ତ୍ତାକୁ ନେଇ ଆଜି ପୁରୀ ସହରରେ ଏକ ହୃଦୟସ୍ପର୍ଶୀ ଏବଂ ଅଭିନବ କାର୍ଯ୍ୟକ୍ରମ ଦେଖିବାକୁ ମିଳିଛି। ସ୍ଥାନୀୟ ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ ରୁଚିକା ସମାଜ ମଙ୍ଗଳ ସଙ୍ଗଠନ ତରଫରୁ ଆଜି ପୁରୀ ଉପ ଜିଲ୍ଲା ପାଳ, ଜିଲ୍ଲା ଶ୍ରମ ଆଯୁକ୍ତ କାର୍ଯ୍ୟାଳୟ, ଜିଲ୍ଲା ଶିଶୁ ମଙ୍ଗଳ ସମିତି, ଜିଲ୍ଲା ଶିଶୁ ସୁରକ୍ଷା କାର୍ଯ୍ୟାଳୟ ଓ ଉପ ଆରକ୍ଷୀ ଅଧିକ୍ଷକଙ୍କ କାର୍ଯ୍ୟାଳୟର ଅଧିକାରୀ ମାନଙ୍କୁ ରାକ୍ଷୀ ବାନ୍ଧି ଏକ ନିଆରା କାର୍ଯ୍ୟକ୍ରମ କରାଯାଇଛି।

ପୁରୀ ଜିଲ୍ଲାକୁ ସମ୍ପୂର୍ଣ୍ଣ ଶିଶୁ ଶ୍ରମ ମୁକ୍ତ କରିବା ପାଇଁ ଦୃଢ ପଦକ୍ଷେପ ନିଆଯିବ ବୋଲି ଜିଲ୍ଲା ଶ୍ରମ ଆୟୁକ୍ତ ଅଧିକାରୀ ଏହି ପରିପ୍ରେକ୍ଷୀରେ ପ୍ରକାଶ କରିଛନ୍ତି। କୌଣସି ଶିଶୁ ହୋଟେଲ, ଦୋକାନ ବା ନିର୍ମାଣ କ୍ଷେତ୍ରରେ କାମ କରିବେ ନାହିଁ, ସମସ୍ତେ ସ୍କୁଲ ଯିବେ। ପିଲାମାନେ ଅଧିକାରୀମାନଙ୍କ ଠାରୁ ଶିଶୁ ଶ୍ରମ ମୁକ୍ତ ସମାଜ ଗଠନ ଏବଂ ସମସ୍ତ ଶିଶୁଙ୍କୁ ଶିକ୍ଷା ଓ ସୁରକ୍ଷା ଯୋଗାଇ ଦେବାର ପ୍ରତିଶ୍ରୁତି ମଧ୍ୟ ଦେଇଛନ୍ତି।

ସଙ୍ଗଠନର ଜିଲ୍ଲା ସଂଯୋଜକ ଶ୍ରୀ ହେମନ୍ତ କୁମାର ଦାଶ କହିଛନ୍ତି ଯେ, ରାକ୍ଷୀ କେବଳ ଭାଇ-ଭଉଣୀର ସମ୍ପର୍କ ନୁହେଁ, ଏହା ସୁରକ୍ଷାର ପ୍ରତୀକ। ତେଣୁ ଯେଉଁ ଅଧକାରୀ ମାନେ ସମାଜର ସୁରକ୍ଷା ଦାୟିତ୍ୱରେ ଅଛନ୍ତି ସେମାନଙ୍କୁ ରାକ୍ଷୀ ବାନ୍ଧିବା ଦ୍ୱାରା ଶିଶୁମାନଙ୍କ ମନରେ ସୁରକ୍ଷାର ଭାବନା ସୃଷ୍ଟି ହୋଇଛି l ରୁଚିକା ସମାଜ ମଙ୍ଗଳ ସଙ୍ଗଠନ ର କର୍ମକର୍ତ୍ତା ହରପ୍ରିୟା ଖଟୋଇ, ଚନ୍ଦନ ସାହୁ, ସ୍ମୃତିରେଖା ମିଶ୍ର ଙ୍କ ସମେତ ପୁରୀ ଜିଲ୍ଲାର ଅନେକ କିଶୋରୀ ବାଳିକା ଏହି କାର୍ଯ୍ୟକ୍ରମ ରେ ସାମିଲ ହୋଇ ଥିଲେ।

Post Views: 19
Share197Tweet123Send
Voice of Victims

Voice of Victims

Recent Posts

  • ଦୁର୍ଘଟଣାରେ ଜୀବନ ହାରିଲେ ପୂର୍ବତନ ସରପଞ୍ଚ ତଥା ପିଇଓ ମୁନେସ ପ୍ରଧାନରଣପୁର ଅଞ୍ଚଳରେ ଶୋକର ଛାୟା; ଭେରୁପଡ଼ା ଛକ ନିକଟରେ ଡିସ୍କଭର ଧକ୍କାରେ ଗୁରୁତର ଆହତ ହୋଇଥିଲେ
  • ରକ୍ଷା ବନ୍ଧନର ଅଵ୍ୟବାହିତ ପୂର୍ବରୁ ଜିଲ୍ଲାର ବିଭିନ୍ନ ପ୍ରଶାସନିକ ଅଧିକାରୀଙ୍କ ହାତରେ ରାକ୍ଷୀ ବାନ୍ଧିଲେ ପୁରୀର କିଶୋରୀ ବାଳିକା ମାନେ
  • କୃତ୍ରିମ ବୁଦ୍ଧିମତା ଓ ମାନବିକୀ ବିଜ୍ଞାନ ମଧ୍ୟରେ ସେତୁ ସ୍ଥାପନ ପାଇଁ ସୋଆରେ କମର୍ଶାଳା
  • ବିଦେଶୀ ଛାତ୍ରଛାତ୍ରୀଙ୍କ ପାଇଁ ସୋଆରେ ସ୍ୱତନ୍ତ୍ର ଗ୍ରାଜୁଏସନ୍‌ ସମାରୋହ
  • ଗ୍ରାମୀଣ ଜୀବନ ଓ କୃଷି ସମସ୍ୟାର ସମାଧାନ ନେଇ ସୋଆ ଛାତ୍ରଛାତ୍ରୀଙ୍କ ଅଭିନବ ପ୍ରୟାସ, ଗ୍ରାମୀଣ କୃଷି କାର୍ଯ୍ୟାନୁଭୂତି (ରାୱେ) ଅଧୀନରେ ଗ୍ରାମ ସଂଯୋଗୀକରଣ କାର୍ଯ୍ୟକ୍ରମ-୨୦୨୬ ସଂପନ୍ନ: ୧୧ଟି ଗ୍ରାମରେ ୩୨ ପ୍ରଶିକ୍ଷଣ ଓ ୧୬ ସଚେତନତା କାର୍ଯ୍ୟକ୍ରମ

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In