• About Us
  • Contact Us
Tuesday, September 1, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଆଞ୍ଚଳିକ ଖବର

ଶ୍ରୀମନ୍ଦିର ରତ୍ନ ଭଣ୍ଡାର ଗଣତି ମଣତିର ଆଜି ଦ୍ୱିତୀୟ ଦିନ, ସକାଳ ଧୂପ ପରେ ପୁଣି ହେବ ଆରମ୍ଭ

by Voice of Victims
September 1, 2026
in ଆଞ୍ଚଳିକ ଖବର, ମୁଖ୍ୟ ଖବର, ରାଜ୍ୟ, ସମସ୍ୟା
ରତ୍ନଭଣ୍ଡାର ଗଣତି ନେଇ ଆଇନ ମନ୍ତ୍ରୀଙ୍କ ବାସଭବନରେ ବୈଠକ, ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଓ ପୁରୀ ଜିଲ୍ଲାପାଳ ଉପସ୍ଥିତ

ପୁରୀ : ଶ୍ରୀମନ୍ଦିର ରତ୍ନ ଭଣ୍ଡାର ଗଣତି ମଣତିର ଆଜି ଦ୍ୱିତୀୟ ଦିନ । ଶ୍ରୀମନ୍ଦିରରେ ସକାଳ ଧୂପ ପରେ କାର୍ଯ୍ୟ ଆରମ୍ଭ ହେଲା । ଗତକାଲି ଶ୍ରୀମନ୍ଦିରରେ ସକାଳ ଧୂପ ଶେଷ ହେବାପରେ ପୂର୍ବାହ୍ନ ୧୧ଟା ୩୦ଠାରୁ ସନ୍ଧ୍ୟା ୬ଟା ୫୫ପର୍ଯ୍ୟନ୍ତ ଗଣତି କାର୍ଯ୍ୟ ହୋଇଥିଲା । ଗତକାଲି ପ୍ରାୟ ୭ଘଣ୍ଟା ୨୫ମିନିଟର ଗଣତି ହୋଇଥିଲା । ୨୫ମେ ୨୦୨୬ରୁ ଆରମ୍ଭ ହୋଇ ବିଭିନ୍ନ ପର୍ଯ୍ୟାୟ ଗଣତି ପରେ ମୋଟ ଉପରେ ୮୫ଘଣ୍ଟା ୨୮ମିନିଟର ଗଣତି କାର୍ଯ୍ୟ ହୋଇଛି । ୧୯୭୮ ମସିହାର ତାଲିକା ସହ ବର୍ତ୍ତମାନ ଚାଲିଥିବା ଅଳଙ୍କାରର ଗଣତିମଣତି ପ୍ରକ୍ରିୟା ରେ ସମ୍ପୂର୍ଣ୍ଣ ମେଳକ ହେଉଛି ବୋଲି କହିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ. ଅରବିନ୍ଦ ପାଢ଼ୀ । ବାହାର ଭଣ୍ଡାରରେ ଥିବା ମହାପ୍ରଭୁଙ୍କ ଶ୍ରୀଅଙ୍ଗ ଲାଗି ଝୋବାକଣ୍ଟିର ଗଣତି ମଧ୍ୟ ହୋଇଛି । ଏହାକୁ ଗଣତି ପରେ ଭଣ୍ଡାର ମେକାପଙ୍କୁ ଜିମା ଦିଆଯାଇଛି ।

ରାଜ୍ୟ ସରକାରଙ୍କ ପ୍ରଦତ୍ତ ଏସଓପି ଅନୁଯାୟୀ ଗଣତି କାର୍ଯ୍ୟ ହେଉଥିବା ବେଳେ ଗତକାଲି ଅତିରିକ୍ତ ଏସଓପି ଜାରି କରିଛନ୍ତି ସରକାର । ଭିତରେ ୩ ସେଟ୍ କାସ୍କେଟରେ ବୃହତ୍ ତଥା ମୂଲ୍ୟବାନ ଅଳଙ୍କାର ରହିଛି । ଅତିରିକ୍ତ ଏସଓପି ଅନୁଯାୟୀ ଏହାକୁ ଭିତରେ ଗଣିବା ସମ୍ଭବ ନହେବାରୁ ଖଟଶେଯ ଘରକୁ ଆଣି ରଖାଯାଇଛି । ସେଠାରେ ଏହାର ମାପ ନିଆଯାଇଛି । ପରେ,ଗଣତି,ଓଜନ,ଭିଡିଓ ଗ୍ରାଫି,ଇତ୍ୟାଦି କରିବା କରେ ପୁନଶ୍ଚ ଭିତର ଭଣ୍ଡାରକୁ ସ୍ଥାନାନ୍ତର କରାଯିବ l ଆଗକୁ ଗଣତିମଣତି ହେବକି ନାହିଁ ସେନେଇ ନିଷ୍ପତ୍ତି ନେବ ଣ୍ରୀମନ୍ଦିରର ପ୍ରଶାସନ ।

Post Views: 8
Share196Tweet123Send
Voice of Victims

Voice of Victims

Recent Posts

  • ନେପାଳ ଦୁର୍ଦ୍ଦଶାର କରୁଣ ଚିତ୍ର, ଗୋଟିଏ ରୁମରୁ ମିଳିଲା ୨୩ ମୃତଦେହ
  • ପାର୍ବଣ ପୂର୍ବରୁ ପୋଲିସର ଚେତାବନୀ, ଏଣିକି ପୂଜା ଆଳରେ ଚାନ୍ଦା ମାଗିଲେ ବନ୍ଧା ହେବେ
  • ଶ୍ରୀମନ୍ଦିର ରତ୍ନ ଭଣ୍ଡାର ଗଣତି ମଣତିର ଆଜି ଦ୍ୱିତୀୟ ଦିନ, ସକାଳ ଧୂପ ପରେ ପୁଣି ହେବ ଆରମ୍ଭ
  • ଆସନ୍ତାକାଲି ଶ୍ରୀଜିଉଙ୍କ ରାହୁରେଖା ଲାଗି ନୀତି, ସାଢ଼େ ୪ ଘଣ୍ଟା ବନ୍ଦ ରହିବ ଶ୍ରୀମନ୍ଦିର
  • ବଜ୍ରକୋଟ ବିଦ୍ୟାଳୟରେ ସ୍ଥାନାନ୍ତରିତ ଶିକ୍ଷକଙ୍କୁ ସେବା ସମ୍ବର୍ଦ୍ଧନା, ମେଧାବୀ ଛାତ୍ରୀ ସ୍ୱୟଂ ଶ୍ରୀୟାଙ୍କୁ ମେଧା ସମ୍ବର୍ଦ୍ଧନା

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In