• About Us
  • Contact Us
Wednesday, September 2, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଦେଶ ବିଦେଶ

ମମତା ବାନାର୍ଜୀଙ୍କ ଝିଆରୀଙ୍କ ସନ୍ଦେହଜନକ ମୃତ୍ୟୁ, ଚାକିରି ହରାଇ ଡିପ୍ରେସନରେ ଥିଲେ

by Voice of Victims
September 2, 2026
in ଦେଶ ବିଦେଶ, ମୁଖ୍ୟ ଖବର, ସମସ୍ୟା
ମମତା ବାନାର୍ଜୀଙ୍କ ଝିଆରୀଙ୍କ ସନ୍ଦେହଜନକ ମୃତ୍ୟୁ, ଚାକିରି ହରାଇ ଡିପ୍ରେସନରେ ଥିଲେ

ପଶ୍ଚିମବଙ୍ଗ : ପଶ୍ଚିମବଙ୍ଗର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଟିଏମସି ମୁଖ୍ୟ ମମତା ବାନାର୍ଜୀଙ୍କ ଝିଆରୀଙ୍କ ସନ୍ଦେହଜନକ ମୃତ୍ୟୁ ହୋଇଛି । ବୀରଭୂମିର ରାମପୁରହାଟର କୁସୁମ୍ବା ଗାଁରେ ତାଙ୍କ ଘରୁ ମୃତଦେହ ଉଦ୍ଧାର କରାଯାଇଛି । ପୋଲିସ ଏକ ଅପମୃତ୍ୟୁ ମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି । ବ୍ରିଷ୍ଟି ବିଗତ ୪/୫ ବର୍ଷ ହେଲାଣି ଡିପ୍ରେସନରେ ରହିଥିଲେ । ତାଙ୍କର ଚିକିତ୍ସା ମଧ୍ୟ ଚାଲିଥିଲା ।

ଖବର ମୁତାବକ, ବୃଷ୍ଟି ମୁଖାର୍ଜୀ ମମତାଙ୍କ ସମ୍ପର୍କୀୟ ଭାଇ ନିହାର ରଞ୍ଜନ ମୁଖାର୍ଜୀଙ୍କ ଝିଅ । ମଙ୍ଗଳବାର ଘରର ଦ୍ୱିତୀୟ ମହଲାର ଏକ କୋଠରୀରେ ବୃଷ୍ଟିଙ୍କ ମୃତଦେହ ମିଳିଥିଲା । ବୃଷ୍ଟିଙ୍କ ବୟସ ୨୮ ବର୍ଷ ଥିଲା ଏବଂ ସେ ବୋଲପୁରରେ ଉଚ୍ଚ ପ୍ରାଥମିକ ସ୍କୁଲରେ କ୍ଲର୍କ ଭାବେ କାମ କରୁଥିଲେ । ୨୦୨୩ ମାର୍ଚ୍ଚରେ କଲିକତା ହାଇକୋର୍ଟଙ୍କ ନିର୍ଦ୍ଦେଶରେ, ନିଯୁକ୍ତି ପ୍ରକ୍ରିୟାରେ ଅନିୟମିତତା ଅଭିଯୋଗ ଯୋଗୁଁ ୨୬୦୦୦ ଶିକ୍ଷକ ଏବଂ ଅଣଶିକ୍ଷକଙ୍କ ଚାକିରି ଯାଇଥିଲା । ସେହି ସମୟରେ ବ୍ରିଷ୍ଟି ମଧ୍ୟ ଚାକିରି ହରାଇଥିଲେ । ରାମପୁରହାଟ ପୋଲିସ ଘଟଣାକୁ ନେଇ ଯାଞ୍ଚ ଆରମ୍ଭ କରିଛି । ପୋଲିସ ତଦନ୍ତ କରି ସତ୍ୟତା ଜାଣିବାକୁ ଚେଷ୍ଟା କରୁଛି ।

ସୂଚନାଯୋଗ୍ୟ, ଦୁଇ ସପ୍ତାହ ପରେ ପୂର୍ବ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ବରିଷ୍ଠ ନେତା ତଥା ରାମପୁରହାଟରୁ ୫ ଥର ବିଧାୟକ ହୋଇଥିବା ଆଶିଷ ବାନାର୍ଜୀଙ୍କ ମୃତଦେହ ପାର୍ଟି କାର୍ଯ୍ୟାଳୟରେ ମିଳିଥିଲା । ପୋଲିସ ଘଟଣା ସ୍ଥଳରୁ ଏକ ନୋଟ୍ ଜବତ କରିଥିଲା ।

Post Views: 20
Share198Tweet124Send
Voice of Victims

Voice of Victims

Recent Posts

  • ରାଜ୍ୟ ସରକାରଙ୍କ ବଡ଼ ଘୋଷଣା, ୧୦ ହଜାରରୁ ୬ ହଜାର ହେଲା PUCC ଜରିମାନା
  • ରାଷ୍ଟ୍ରପତି ଭବନରେ ଗଞ୍ଜାମ ଜିଲ୍ଲାର ୯୦ରୁ ଊର୍ଦ୍ଧ୍ୱ ଲୋକକଳାକାର
  • ଆତଙ୍କବାଦୀଙ୍କ ଦ୍ୱାରା ହତ୍ୟା କରାଯିବା ନେଇ କେନ୍ଦ୍ରମନ୍ତ୍ରୀ ଚିରାଗ ପାଶୱାନଙ୍କୁ ଧମକ
  • ମମତା ବାନାର୍ଜୀଙ୍କ ଝିଆରୀଙ୍କ ସନ୍ଦେହଜନକ ମୃତ୍ୟୁ, ଚାକିରି ହରାଇ ଡିପ୍ରେସନରେ ଥିଲେ
  • ନେପାଳ ଦୁର୍ଦ୍ଦଶାର କରୁଣ ଚିତ୍ର, ଗୋଟିଏ ରୁମରୁ ମିଳିଲା ୨୩ ମୃତଦେହ

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In