କଟକ, ଯୋବ୍ରା ସତ୍ୟନାରାୟଣ ମନ୍ଦିର ଓ ମହାନଦୀ ବ୍ୟାରେଜ କଲୋନୀ ସ୍ଥିତ ହନୁମାନ ମନ୍ଦିର ପ୍ରାଙ୍ଗଣରେ ଥିବା ପତଞ୍ଜଳି ଯୋଗ କେନ୍ଦ୍ରରେ ଗୁରୁଦିବସ ପାଳିତ ହୋଇଯାଇଛି। ବରିଷ୍ଠ ଯୋଗ ଶିକ୍ଷକ ତଥା ସଂଗଠନ ସମ୍ପାଦକ ଶିବାଜୀ ସତ୍ୟ ଷଡ଼ଙ୍ଗୀ କାର୍ଯ୍ୟକ୍ରମକୁ ଉଦଘାଟନ କରି ଡ଼ ସର୍ବପଲ୍ଲୀ ରାଧାକ୍ରିଷ୍ଣନଙ୍କ ଜୀବନୀ ଉପରେ ଆଲୋକପାତ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଝୁନାରାଣୀ ବେହେରା, ପ୍ରିତିସୁଧା ଲୋପାମୁଦ୍ରା, ଶରତ ବେହେରା, ଉପେନ୍ଦ୍ର ଜେନା, ରଶ୍ମିତା ବେହେରା, ନିତାଇ ବଳ, ପୂର୍ଣ୍ଣଚନ୍ଦ୍ର ସାହୁ, ଦୁର୍ଯୋଧନ ବେହେରା, ଗୋପିନାଥ ସାହୁ, ବାସନ୍ତୀ ଦାସ, କବିତା ରାଉଳ, ଗୀତାଞ୍ଜଳି ସାହୁ, ରୀତାଞ୍ଜଳି ପରିଡ଼ା, ସନ୍ତୋଷି ଭଗତ, ନିର୍ମଳା ଚୌଧୁରୀ, ରଶ୍ମିତା ବସ୍ତିଆ, ରଶ୍ମିତା ଦଳାଇ, ପ୍ରଭାସିନୀ ନାୟକ ଓ କାବେରୀ ମହାନ୍ତି ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ। ଏହି ଅବସରରେ ଗୁରୁ ବନ୍ଦନା ଗାନ ସହ ଯୋଗ ଶିକ୍ଷକଙ୍କୁ ସମ୍ବର୍ଦ୍ଧନା ଦିଆଯାଇଥିଲା।
