• About Us
  • Contact Us
Monday, September 7, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଦେଶ ବିଦେଶ

ନେପାଳର ପ୍ରଳୟଙ୍କରୀ ବନ୍ୟାରେ ମୃତ୍ୟୁ ସଂଖ୍ୟା ୧୩୫୫କୁ ବୃଦ୍ଧି, ୫ ହଜାର ଏବେ ବି ନିଖୋଜ

by Voice of Victims
September 7, 2026
in ଦେଶ ବିଦେଶ, ମୁଖ୍ୟ ଖବର, ସମସ୍ୟା
ନେପାଳର ପ୍ରଳୟଙ୍କରୀ ବନ୍ୟାରେ ମୃତ୍ୟୁ ସଂଖ୍ୟା ୧୩୫୫କୁ ବୃଦ୍ଧି, ୫ ହଜାର ଏବେ ବି ନିଖୋଜ

କାଠମାଣ୍ଡୁ : ନେପାଳର ପ୍ରଳୟଙ୍କରୀ ବନ୍ୟାରେ ମୃତ୍ୟୁ ସଂଖ୍ୟା ୧୩୫୫କୁ ବୃଦ୍ଧି ପାଇଛି । ପ୍ରାୟ ୫ ହଜାର ଏବେ ବି ନିଖୋଜ ଅଛନ୍ତି । ସେପଟେ ୧୩ ହଜାରରୁ ଊର୍ଦ୍ଧ୍ୱ ଲୋକଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଛି । ନେପାଳ ସରକାରଙ୍କ ସୂଚନା ମୁତାବକ, ବିଭିନ୍ନ ସ୍ଥାନରୁ ଅଚିହ୍ନା ମୃତଦେହ ଓ ଶରୀରର ଅବଶେଷ ସମେତ ମୋଟ ୧,୩୫୫ଟି ମୃତଦେହ ଉଦ୍ଧାର କରାଯାଇଛି । ଯେଉଁଥିରୁ ୯୮ଟି ମୃତଦେହ ପରିବାରବର୍ଗଙ୍କୁ ହସ୍ତାନ୍ତର କରାଯାଇଛି । ​ବନ୍ୟା ପ୍ରକୋପରେ ପ୍ରାୟ ୪,୯୯୬ ଜଣ ନିଖୋଜ ଥିବା ସୂଚନା ମିଳିଛି । ସେଥିବାରୁ ​ବିଦେଶୀ ନାଗରିକ ସଂଖ୍ୟା ରହିଛି ୫୮୯ । ଏହାସହ ପ୍ରାୟ ୧୦୦ ଜଣ ​ସୁରକ୍ଷା କର୍ମୀ ଓ ସରକାରୀ ଅଧିକାରୀ ନିଖୋଜ ଅଛନ୍ତି । ବିଭିନ୍ନ ଅଞ୍ଚଳରେ ଆହତ ହୋଇଥିବା ୬,୬୭୨ ଜଣ ଲୋକଙ୍କୁ ଚିକିତ୍ସା ଯୋଗାଇ ଦିଆଯାଉଛି । ​ବନ୍ୟା ପ୍ରଭାବିତ ଅଞ୍ଚଳରେ ଜୀବନ ରକ୍ଷା ପାଇଁ ବଡ଼ ଧରଣର ଅପରେସନ ଜାରି ରହିଛି ।

ଖବର ମୁତାବକ, ରାସୁୱାରେ ତାଣ୍ଡବ ରଚିସାରିଥିଲା ପ୍ରଳୟ । ମାତ୍ର କିଛି ମିନିଟରେ ପାହାଡ଼ ଉପରୁ ମାଡ଼ିଆସିଲା ବରଫ, ପଥର, କାଦୁଅ ଓ ପାଣିର ବିଶାଳ ସ୍ରୋତ । ଗତ ୨୬ ତାରିଖରେ ସକାଳ ୮ଟା ୩୭ ମିନିଟରେ ନେପାଳ-ତିବ୍ବତ ସୀମା ନିକଟ ଲେହନ୍ଦେ ଉପତ୍ୟକାରେ ବିଶାଳ ବରଫ ଓ ପଥର ଧସିଥିଲା । ଏହାପରେ ଲ୍ହେନ୍ଦେ-ଭୋଟେକୋଶୀ-ତ୍ରିଶୂଳୀ ନଦୀପଥରେ ଅତି ଦ୍ରୁତ ଗତିରେ ମାଡ଼ିଆସିଥିଲା ପାଣି, କାଦୁଅ, ବରଫ ଓ ବିଶାଳ ପଥରର ସ୍ରୋତ । ମାତ୍ର ୧୦ ମିନିଟରେ ରାସୁୱାଗଢ଼ିରୁ ସ୍ୟାବ୍ରୁବେସୀରେ ପହଞ୍ଚିଥିଲା ବନ୍ୟା ।

ଜିଲ୍ଲା ପ୍ରଶାସନ ପ୍ରାୟ ସକାଳ ୯ଟାରେ ଜଳବିଜ୍ଞାନ ବିଭାଗ ଏବଂ ଜାତୀୟ ବିପର୍ଯ୍ୟୟ ସଂସ୍ଥାକୁ ଖବର ଦେଇଥିଲା । ଏହାପରେ ୯ଟା ୧୫ ମିନିଟ୍ ରେ SMS, କଲର୍-ଟ୍ୟୁନ୍ ଆଲର୍ଟ, ଗଣମାଧ୍ୟମ ଓ ପୋଲିସ ମାଇକ୍ ଯୋଗେ ଲୋକଙ୍କୁ ନଦୀକୂଳ ଛାଡ଼ି ଉଚ୍ଚ ସ୍ଥାନକୁ ଯିବାକୁ କୁହାଯାଇଥିଲା । ଅର୍ଥାତ୍ ବରଫ-ପଥର ଧସିବାର ୩୮ ମିନିଟ୍ ପରେ ସରକାରୀ ସତର୍କ ସୂଚନା ପହଞ୍ଚିଥିଲା । ସେତେବେଳକୁ ଉପରମୁଣ୍ଡର ଅନେକ ଅଞ୍ଚଳରେ ପ୍ରଳୟ ଘଟିସାରିଥିଲା । ପ୍ରଥମ ବନ୍ୟା ସ୍ରୋତରେ ଟେଲିକମ୍ ଟାୱାର ଓ ବିଭିନ୍ନ ସେନ୍ସର ନଷ୍ଟ ହୋଇଯିବାରୁ ସୂଚନା ପହଞ୍ଚାଇବା ଆହୁରି କଷ୍ଟକର ହୋଇଥିଲା ।

ବନ୍ୟାର ପ୍ରଚଣ୍ଡତା ଏତେ ଅଧିକ ଥିଲା ଯେ କେତେକ ସ୍ଥାନରେ ମାତ୍ର ଅଧଘଣ୍ଟା ମଧ୍ୟରେ ତ୍ରିଶୂଳୀ ନଦୀର ଜଳସ୍ତର ପ୍ରାୟ ୯ ମିଟର ବଢ଼ିଯାଇଥିଲା । ଜଳବିଦ୍ୟୁତ ପ୍ରକଳ୍ପ, ସେତୁ, ରାସୁୱାଗଢ଼ି କଷ୍ଟମ୍ସ କମ୍ପ୍ଲେକ୍ସ ଏବଂ ନଦୀକୂଳର ଅନେକ ଜନବସତି ଧ୍ୱଂସ ହୋଇଯାଇଥିଲା । କାଦୁଅ ଓ ଧ୍ୱଂସାବଶେଷ ନୁୱାକୋଟ, ଧାଦିଙ୍ଗ ଓ ଚିତୱାନ ପର୍ଯ୍ୟନ୍ତ ତଳମୁଣ୍ଡକୁ ଭାସିଯାଇଥିଲା ।

Post Views: 7
Share196Tweet123Send
Voice of Victims

Voice of Victims

Recent Posts

  • ନେପାଳର ପ୍ରଳୟଙ୍କରୀ ବନ୍ୟାରେ ମୃତ୍ୟୁ ସଂଖ୍ୟା ୧୩୫୫କୁ ବୃଦ୍ଧି, ୫ ହଜାର ଏବେ ବି ନିଖୋଜ
  • ବିଧାନସଭାରେ ଗର୍ଜିଲେ ମୁଖ୍ୟମନ୍ତ୍ରୀ ବିଜୟ, ବିରୋଧୀଙ୍କ ଉପରେ କଲେ ପ୍ରହାର
  • ୧୦ରେ ବଙ୍ଗୋପସାଗରରେ ପୁଣି ଘୂର୍ଣ୍ଣିବଳୟ ! ନେଇପାରେ ଗଭୀର ଅବପାତର ରୂପ
  • ନନ୍ଦନକାନନରେ ନୂଆ ଅତିଥି ! ୨ ଶାବକଙ୍କୁ ଜନ୍ମ ଦେଲା ସିଂହୀ ମାୟା
  • ବଦଳିବ ଦଶମ ପାଠ୍ୟକ୍ରମ, ଦଶମ-ଦ୍ବାଦଶ ହେବ ଗୋଟିଏ ବୋର୍ଡ

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In