• About Us
  • Contact Us
Friday, September 11, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଆଞ୍ଚଳିକ ଖବର

ସୋଆ କୃଷି ମହାବିଦ୍ୟାଳୟର ୨୦୨୬ ବ୍ୟାଚ୍ ଛାତ୍ରଛାତ୍ରୀଙ୍କ ନିମନ୍ତେ ଗ୍ରାଜୁଏସନ୍ କାର୍ଯ୍ୟକ୍ରମ ଆୟୋଜିତ

by Voice of Victims
September 10, 2026
in ଆଞ୍ଚଳିକ ଖବର, ମୁଖ୍ୟ ଖବର, ରାଜ୍ୟ, ସମସ୍ୟା
ସୋଆ କୃଷି ମହାବିଦ୍ୟାଳୟର ୨୦୨୬ ବ୍ୟାଚ୍ ଛାତ୍ରଛାତ୍ରୀଙ୍କ ନିମନ୍ତେ ଗ୍ରାଜୁଏସନ୍ କାର୍ଯ୍ୟକ୍ରମ ଆୟୋଜିତ

ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ (ସୋଆ)ର ଫ୍ୟାକଲ୍ଟି ଅଫ୍ ଏଗ୍ରିକଲ୍‌ଚରାଲ ସାଇନ୍‌ସେସ୍ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଏଗ୍ରିକଲ୍‌ଚରାଲ୍ ସାଇନ୍‌ସେସ୍ (ଆଇଏଏସ୍‌)ରୁ ଶିକ୍ଷା ସମାପ୍ତ କରିଥିବା ୨୦୨୬ ବ୍ୟାଚ୍‌ର ଛାତ୍ରଛାତ୍ରୀଙ୍କ ଗ୍ରାଜୁଏସନ୍ ସେରିମନି ବୁଧବାର ଆୟୋଜିତ ହୋଇଯାଇଛି । ଆଇଏଏସ୍‌ର ୨୦୨୨-୨୦୨୬ ବ୍ୟାଚର ବିଏସ୍‌ସି ଏଗ୍ରିକଲ୍‌ଚର (ଅନର୍ସ) ଓ ୨୦୨୪- ୨୦୨୬ ବ୍ୟାଚ୍‌ର ଏମ୍‌.ଏସ୍‌ସି ଏଗ୍ରିକଲ୍‌ଚର, ଏମ୍‌.ଏସ୍‌ସି (ହର୍ଟିକଲ୍‌ଚର) ଏବଂ ୧୨ଟି ସ୍ପେଶାଲିଷ୍ଟ ବିଭାଗର ଛାତ୍ରଛାତ୍ରୀମାନଙ୍କ ନିମନ୍ତେ ଏହି ସ୍ୱତନ୍ତ୍ର ଗ୍ରାଜୁଏସନ୍ କାର୍ଯ୍ୟକ୍ରମର ଆୟୋଜନ କରାଯିବା ସହ ଛାତ୍ରଛାତ୍ରୀଙ୍କୁ ଡିଗ୍ରୀ ପ୍ରଦାନ କରାଯାଇଛି ।

କାର୍ଯ୍ୟକ୍ରମରେ ସୋଆ କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଛାତ୍ରଛାତ୍ରୀମାନଙ୍କୁ ଡିଗ୍ରୀ ପ୍ରଦାନ କରିବା ସହ ଶପଥ ପାଠ କରାଇଥିଲେ । ଏହି ଅବସରରେ କୁଳପତି ପ୍ରଫେସର ନନ୍ଦ କହିଥିଲେ ଯେ ଏହି ଡିଗ୍ରୀ କେବଳ ଏକ କାଗଜ ଖଣ୍ଡ ନୁହେଁ, ଏହା ପରିଶ୍ରମ, ଧୈର୍ଯ୍ୟ, ସମୟାନୁବର୍ତୀତା, ଶୃଙ୍ଖଳା, ସଂଘର୍ଷ ଓ ପ୍ରତିବଦ୍ଧତାର ପ୍ରତୀକ । ଦେଶର ଶ୍ରେଷ୍ଠ ୧୫ ତମ ବିଶ୍ୱବିଦ୍ୟାଳୟରୁ ଶିକ୍ଷା ସମାପ୍ତ କରିଥିବା ଛାତ୍ରଛାତ୍ରୀମାନେ ବିଶ୍ୱବିଦ୍ୟାଳୟର ମାନକୁ ଉଚ୍ଚକୁ ନେବା ପାଇଁ ଆହ୍ୱାନ ଦେଇ ପ୍ରଫେସର ନନ୍ଦ କହିଥିଲେ ତୁମମାନେ ସୋଆର ବ୍ରାଣ୍ଡ ଆମ୍ବାସଡର । ତୁମମାନଙ୍କର ଆଚରଣ, ସତ୍ୟତା ଏବଂ ସଚ୍ଚୋଟତା ହିଁ ବିଶ୍ୱବିଦ୍ୟାଳୟର ସମ୍ମାନ ବୃଦ୍ଧି କରିଥାଏ ବୋଲି କୁଳପତି କହିଥିଲେ ।

ଏହି ଅବସରରେ ଆଇଏଏସ୍‌ର ଡିନ୍ ପ୍ରଫେସର ସନ୍ତୋଷ କୁମାର ରାଉତ କୁଷି ମହାବିଦ୍ୟାଳୟର ବିସ୍ତୃତ ବିବରଣୀ ପ୍ରଦାନ କରିବା ପରିପ୍ରେକ୍ଷୀରେ କହିଥିଲେ ଯେ ବର୍ତମାନ ସମୟରେ କୃଷି ଆଉ ପାରମ୍ପରିକ କୃଷି ଭାବେ ସୀମିତ ହୋଇ ରହି ନାହିଁଁ । ଏହା ଖାଦ୍ୟ ସୁରକ୍ଷା, ଜଳବାୟୁ ପରିର୍ତନ, ପ୍ରଯୁକ୍ତିବିଦ୍ୟା, ଗ୍ରାମୀଣ ବିକାଶ, ଉଦ୍ୟୋଗ ଏବଂ ସମାଜ କଲ୍ୟାଣ ସହିତ ମଧ୍ୟ ଜଡିତ ହୋଇଯାଇଛି । ପରିବର୍ତିତ ଜଳବାୟୁ ପରିସ୍ଥିତିରେ କୃଷି ଭିତିକ ଶିକ୍ଷା ଲାଭକୁ କିପରି ଭାବେ ସମାଜ ସୁରକ୍ଷା, କୃଷିର ସୁରୁକ୍ଷା ଓ କୃଷିର ଉତ୍ପାଦନରେ ନିୟୋଜିତ କରାଯାଇପାରିବ ସେ ନେଇ ଛାତ୍ରଛାତ୍ରୀଙ୍କୁ ପ୍ରଫେସର ରାଉତ ଆହ୍ୱାନ ଦେଇଥିଲେ ।

ଏହି କାର୍ଯ୍ୟକ୍ରମରେ ସୋଆର ଉପକୁଳପତି ପ୍ରଫେସର ପ୍ରଶାନ୍ତ କୁମାର ପାତ୍ର, ପ୍ରଫେସର ଅନୁପ କୁମାର ସାମନ୍ତରାୟ, କଂଟ୍ରୋଲର ଅଫ୍ ଏଗଜାମିନେସନ୍ ପ୍ରଫେସର ମଞ୍ଜୁଳା ଦାସ, ଛାତ୍ରମଙ୍ଗଳ ଡିନ୍ ପ୍ରଫେସର ଜ୍ୟୋତି ରଞ୍ଜନ ଦାସ, ଏକାଡେମିକ କାଉନ୍‌ସିଲ୍‌ର ସଦସ୍ୟ, ବିଭିନ୍ନ ବିଭାଗୀୟ ମୁଖ୍ୟ ଓ ଫ୍ୟାକଲ୍ଟିମାନେ ଉପସ୍ଥିତ ଥିଲେ । ଶରୀରତତ୍ୱ ବିଭାଗର ବିଭାଗୀୟ ମୁଖ୍ୟ ଡକ୍ଟର ସରୋଜ କୁମାର ମହାନ୍ତିଙ୍କ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ ।

Post Views: 15
Share197Tweet123Send
Voice of Victims

Voice of Victims

Recent Posts

  • ବ୍ରିକ୍ସ ସମିଟ୍ ପାଇଁ ଦିଲ୍ଲୀରେ କଡ଼ା ସୁରକ୍ଷା, ୩୦ ହଜାରରୁ ଅଧିକ ସୁରକ୍ଷାକର୍ମୀ ମୁତୟନ
  • ଦୁଇଟି ସ୍କୁଲରେ ଭୟଙ୍କର ଅଗ୍ନିକାଣ୍ଡ, ୨୬ ମୃତ ଓ ଅନେକ ଆହତ
  • ଲଘୁଚାପ ପ୍ରଭାବରେ ଦୁଇଦିନ ବର୍ଷା, ୧୨ରୁ କମିବ ବର୍ଷା ପରିମାଣ
  • ଶ୍ରୀମନ୍ଦିରରେ ଧାଡ଼ି ଦର୍ଶନ ପାଇଁ ରାମ୍ପ ମଡେଲ୍, ୮ ଦିନରେ ସରିବ ନିର୍ମାଣ
  • ରାଜ୍ୟସ୍ତରୀୟ ଭାଗବତ ଜୟନ୍ତୀ ପାଇଁ ପ୍ରସ୍ତୁତି ବୈଠକ

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In