କଟକ, ମହାନଦୀ ବିହାର ରାଧାମୋହନ ଜିୟୁ ମନ୍ଦିର ପ୍ରାଙ୍ଗଣରେ କେଶବ ପାତ୍ରଙ୍କ ନେତୃତ୍ବରେ ବାମନ ଦ୍ବାଦଶୀ ପାଳନ ଅବସରରେ ଗୀତାର ସମ୍ପୂର୍ଣ୍ଣ ୧୮ ଅଧ୍ୟାୟ ପାରାୟଣ ଅନୁଷ୍ଠିତ ହୋଇଯାଇଛି। ଅନ୍ୟମାନଙ୍କ ମଧ୍ୟରେ ବିଜୟ ସାହୁ, ଅନିଲ କୁମାର ସାହୁ, ରଞ୍ଜିତ ବ୍ରହ୍ମା, ସତ୍ୟ ରଞ୍ଜନ ଷଡ଼ଙ୍ଗୀ, ସୁରେନ୍ଦ୍ର ଶତପଥୀ, ବାଣୀ ନିର୍ମାଲ୍ୟ ଦାସ, ପ୍ରଦୀପ୍ତ ଆଚାର୍ଯ୍ୟ, କୁରେଶ ପାତ୍ର, ରାମଚନ୍ଦ୍ର ସାହୁ, ପୂର୍ଣ୍ଣଚନ୍ଦ୍ର ସାହୁ, ଅତସୀ ନାୟକ, ମାଳବିକା ପାଢ଼ୀ, ସାରଦା ଶର୍ମା, ନମିନା ଡାକୁଆ, ସ୍ମୃତିସ୍ନିଗ୍ଧା ମହାପାତ୍ର, ପାର୍ବତୀ ବିଶ୍ଵାଳ, କବିତା କରଣ, ରୁବି ସାହୁ, ମମତା ସାହୁ, ନର୍ମଦା ଜେନା, ଦୀପ୍ତି ସ୍ବାଇଁ, ଜୟନ୍ତୀ ମହାନ୍ତି, ଆରତୀ ପଣ୍ଡା, ବିମଳା ପାଣିଗ୍ରାହୀ, ଆରତୀ ଜେନା, ଭାରତୀ ନାୟକ, ଗୀତାଞ୍ଜଳି ଦାସ, ରୀତାଞ୍ଜଳି ପରିଡ଼ା ଓ ଅନାମିକା ହୋତା ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ। ବାନାମ୍ବର ସାହୁ ଧନ୍ୟବାଦ ପ୍ରଦାନ କରିଥିଲେ। ଏହି ଅବସରରେ ଶତାଧିକ ସାଧକଙ୍କ ଦ୍ବାରା ସମ୍ପୂର୍ଣ୍ଣ ଗୀତା ପାରାୟଣ ସହ ଗୀତା ଆରତୀ, ଜଗନ୍ନାଥ ଅଷ୍ଟକମ୍ ଓ ହନୁମାନ ଚାଳିଶା ପାଠ କରାଯାଇଥିଲା।
