• About Us
  • Contact Us
Friday, October 2, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଆଞ୍ଚଳିକ ଖବର

ଆଜିଠୁ ପୁଣି ଆରମ୍ଭ ହେଉଛି ଭୁବନେଶ୍ୱର-ବ୍ୟାଙ୍କକ ସିଧାସଳଖ ବିମାନ ସେବା, ୨୫ ତାରିଖରୁ ଦିନ ସମୟରେ ଉପଲବ୍ଧ ହେବ ସେବା

by Voice of Victims
October 2, 2026
in ଆଞ୍ଚଳିକ ଖବର, ମୁଖ୍ୟ ଖବର, ସମସ୍ୟା
ଆଜିଠୁ ପୁଣି ଆରମ୍ଭ ହେଉଛି ଭୁବନେଶ୍ୱର-ବ୍ୟାଙ୍କକ ସିଧାସଳଖ ବିମାନ ସେବା, ୨୫ ତାରିଖରୁ ଦିନ ସମୟରେ ଉପଲବ୍ଧ ହେବ ସେବା

ଭୁବନେଶ୍ୱର : ଆଜିଠୁ ପୁଣି ଆରମ୍ଭ ହେଉଛି ଭୁବନେଶ୍ୱର-ବ୍ୟାଙ୍କକ ସିଧାସଳଖ ବିମାନ ସେବା ।  ଶୀତ ଋତୁକୁ ଦୃଷ୍ଟିରେ ରଖି ଏହି ଅନ୍ତର୍ଜାତୀୟ ରୁଟରେ ପୁଣି ବିମାନ ଚଳାଚଳ ଆରମ୍ଭ କରୁଛି ଇଣ୍ଡିଗୋ ।  ଗତ ଜୁଲାଇରୁ ଅସ୍ଥାୟୀ ଭାବେ ବନ୍ଦ ଥିବା ଏହି ସେବା ଆରମ୍ଭ ହେଉଥିବାରୁ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରୁ ବିଦେଶକୁ ସିଧାସଳଖ ଯାତ୍ରା ପୁଣି ଚଳଚଞ୍ଚଳ ହେବ ।

ଆଜି ରାତି ୧୧ଟା ୦୫ରେ ଇଣ୍ଡିଗୋ ବିମାନ 6E-1065 ଭୁବନେଶ୍ୱରରୁ ବ୍ୟାଙ୍କକ ଅଭିମୁଖେ ଉଡ଼ାଣ ଭରିବ।  ବ୍ୟାଙ୍କକରେ ପହଞ୍ଚିବା ପରେ ଆସନ୍ତାକାଲି ସକାଳ ପ୍ରାୟ ସାଢ଼େ ୫ଟାରେ ବିମାନଟି ପୁଣି ଭୁବନେଶ୍ୱର ଅଭିମୁଖେ ଯାତ୍ରା କରିବ ।  ପ୍ରାରମ୍ଭିକ ଭାବେ ସପ୍ତାହକୁ ଦୁଇଥର ଏହି ସେବା ଉପଲବ୍ଧ ହେବ ।  ଭୁବନେଶ୍ୱରରୁ ଶୁକ୍ରବାର ଓ ସୋମବାର ଏବଂ ବ୍ୟାଙ୍କକରୁ ଶନିବାର ଓ ମଙ୍ଗଳବାର ବିମାନ ଚଳାଚଳ କରିବ ।

ତେବେ ଅକ୍ଟୋବର ୨୫ରୁ ବିମାନର ସମୟରେ ପରିବର୍ତ୍ତନ ହେବ।  ବର୍ତ୍ତମାନ ରାତିରେ ଉଡ଼ାଣ ଥିବାବେଳେ ୨୫ ତାରିଖରୁ ଦିନ ସମୟରେ ଏହି ସେବା ଉପଲବ୍ଧ ହେବ ।  କିଛି ମାସ ଧରି ଭୁବନେଶ୍ୱରରୁ ସିଧାସଳଖ ଅନ୍ତର୍ଜାତୀୟ ବିମାନ ସେବା ପ୍ରଭାବିତ ହୋଇଥିଲା ।  ଫଳରେ ଅନ୍ତର୍ଜାତୀୟ ବିମାନବନ୍ଦର ମାନ୍ୟତା ଥିବା ସତ୍ତ୍ୱେ ବିଜୁ ପଟ୍ଟନାୟକ ବିମାନବନ୍ଦରରୁ ବିଦେଶକୁ ସିଧାସଳଖ ଉଡ଼ାଣ ନଥିବା ନେଇ ଯାତ୍ରୀଙ୍କ ମଧ୍ୟରେ ନିରାଶା ରହିଥିଲା ।

ଏବେ ବ୍ୟାଙ୍କକ ସେବା ପୁଣି ଆରମ୍ଭ ହେବା ଯାତ୍ରୀଙ୍କ ପାଇଁ ଆଶ୍ୱସ୍ତି ଆଣିଛି। ବିମାନବନ୍ଦର କର୍ତ୍ତୃପକ୍ଷଙ୍କ ଅନୁସାରେ, ଭୁବନେଶ୍ୱର-ବ୍ୟାଙ୍କକ ରୁଟରେ ଭଲ ଯାତ୍ରୀ ଚାହିଦା ରହିଛି। ଥାଇଲାଣ୍ଡ ଯାଉଥିବା ଓଡ଼ିଶାର ପର୍ଯ୍ୟଟକଙ୍କ ସହ ବ୍ୟବସାୟିକ ଯାତ୍ରୀଙ୍କ ପାଇଁ ମଧ୍ୟ ସିଧାସଳଖ ବିମାନ ସେବା ସୁବିଧାଜନକ ହେବ। ଏହାପରେ ନଜର ରହିଛି ଦୁବାଇ ଓ ସିଙ୍ଗାପୁର ସଂଯୋଗ ଉପରେ।

ସ୍ଥିତି ସ୍ୱାଭାବିକ ହେଲେ ଦୁବାଇ ବିମାନ ସେବା ପୁଣି ଆରମ୍ଭ କରିବା ଦିଗରେ ପ୍ରୟାସ ଚାଲିଛି ।  ସେହିପରି ସିଙ୍ଗାପୁର ରୁଟରେ ବର୍ତ୍ତମାନ ପର୍ଯ୍ୟାପ୍ତ ଯାତ୍ରୀ ଚାହିଦା ନଥିବା କୁହାଯାଉଛି ।  ଆଗାମୀ ଦିନରେ ଯାତ୍ରୀ ସଂଖ୍ୟା ବଢ଼ିଲେ ଏବଂ ଏୟାରଲାଇନ୍ସ ରାଜି ହେଲେ ସିଙ୍ଗାପୁରକୁ ମଧ୍ୟ ବିମାନ ସେବା ଆରମ୍ଭ ହୋଇପାରିବ ବୋଲି ବିମାନବନ୍ଦର କର୍ତ୍ତୃପକ୍ଷ ଆଶା ରଖିଛନ୍ତି ।

Post Views: 10
Share197Tweet123Send
Voice of Victims

Voice of Victims

Recent Posts

  • ନରସିଂହପୁର କ୍ଲଷ୍ଟରରେ ସୁରଭି-୨୦୨୬ ଧୁମଧାମରେ ସମ୍ପନ; ପ୍ରତିଭା ପ୍ରଦର୍ଶନରେ ମୁଖରିତ ହେଲା ଛାତ୍ରଛାତ୍ରୀଙ୍କ ସୃଜନଶୀଳତା
  • ଗାନ୍ଧି ଜୟନ୍ତି ରେ ମିଳିତ ଓଡିଶା ନିଶା ନିବାରଣ ଅଭିଯାନ (ମୋନା) ରଣପୁର ସାଖା ତରଫରୁ ନିଶା ମୁକ୍ତ ଓଡିଶା ଗଠନ ପାଇଁ ସାଧାରଣ ସଭା
  • ଗାନ୍ଧୀ ଜୟନ୍ତୀରେ ବିଶ୍ଵଶାନ୍ତି ଯଜ୍ଞ
  • ଇତିହାସ ରଚିଲା ଭାରତର ମହିଳା ହକି ଦଳ: ୪୪ ବର୍ଷ ପରେ ଏସୀୟ କ୍ରୀଡ଼ାରେ ଜିତିଲା ସ୍ୱର୍ଣ୍ଣ ପଦକ
  • କ୍ୟାପଟେନ୍ ସ୍ମିତ ମାଚ୍ଛରଙ୍କ ସହିତ ଫୋନରେ କଥାହେଲେ ପ୍ରଧାନମନ୍ତ୍ରୀ ମୋଦି, ବାହାଦୂରୀର କଲେ ପ୍ରଶଂସା

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In