ନୂଆଦିଲ୍ଲୀ: ଭାରତୀୟ ମହିଳା ହକି ଦଳ ୨୦୨୬ ଏସୀୟ କ୍ରୀଡ଼ାରେ ଇତିହାସ ସୃଷ୍ଟି କରିଛନ୍ତି। ଟିମ୍ ଇଣ୍ଡିଆ ଫାଇନାଲରେ ଚୀନକୁ ୧-୦ ଗୋଲରେ ପରାସ୍ତ କରି ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି। ଏହା ସହିତ ଭାରତୀୟ ମହିଳା ହକି ଦଳ ୨୦୨୮ ଅଲିମ୍ପିକ୍ସ ପାଇଁ ମଧ୍ୟ ଯୋଗ୍ୟତା ଅର୍ଜନ କରିଛି। ୧୯୮୨ ପରେ ଏହା ପ୍ରଥମ ଥର ଯେ, ଭାରତୀୟ ମହିଳା ହକି ଦଳ ଏସୀୟ କ୍ରୀଡ଼ାରେ ସ୍ୱର୍ଣ୍ଣ ପଦକ ଜିତିଛି।
ଏସୀୟ କ୍ରୀଡ଼ାରେ ଭାରତ ଦଳ ମହିଳା ହକିରେ ପ୍ରଥମ ସ୍ୱର୍ଣ୍ଣ ପଦକ ଜିତିଛି। ଆଜି ୪୪ ବର୍ଷର ଅପେକ୍ଷା ପରେ ଭାରତୀୟ ମହିଳା ହକି ଦଳ ଏସୀୟ କ୍ରୀଡ଼ାରେ ସ୍ୱର୍ଣ୍ଣ ପଦକ ଜିତିଛି। ଆଇଚି-ନାଗୋୟାରେ ଖେଳାଯାଇଥିବା ଫାଇନାଲରେ ଭାରତୀୟ ଦଳ ଡିଫେଣ୍ଡିଂ ଚାମ୍ପିଅନ ଚୀନକୁ ୧-୦ ଗୋଲରେ ପରାସ୍ତ କରିଛି। ଏହି ବିଜୟ ସହିତ ଭାରତ ଲସ୍ ଆଞ୍ଜେଲସ୍ ୨୦୨୮ ଅଲିମ୍ପିକ୍ସ ପାଇଁ ମଧ୍ୟ ଯୋଗ୍ୟତା ଅର୍ଜନ କରିଛି। ଚାରି ଦଶନ୍ଧିରୁ ଅଧିକ ସମୟର ଦୀର୍ଘ ଅପେକ୍ଷା ପରେ ଏହା ଦଳ ପାଇଁ ଏକ ଐତିହାସିକ ଦିନ।
