କଟକ, ପତଞ୍ଜଳି ଯୋଗପୀଠ ପକ୍ଷରୁ ନୂଆବଜାର ଗାନ୍ଧିପଲ୍ଲୀ ସ୍ଥିତ ଯାଚକେଶ୍ଵର ମନ୍ଦିର ପ୍ରାଙ୍ଗଣରେ ଗାନ୍ଧୀ ଜୟନ୍ତୀ ଅବସରରେ ସାମୁହିକ ବୈଦିକ ଯଜ୍ଞ ଅନୁଷ୍ଠିତ ହୋଇଯାଇଛି। ବରିଷ୍ଠ ଯୋଗ ଶିକ୍ଷକ ସତ୍ୟ ରଞ୍ଜନ ଷଡ଼ଙ୍ଗୀଙ୍କ ପୌରହିତ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ପ୍ରମୋଦ କୁମାର ଦାଶ, ଉପେନ୍ଦ୍ର ଜେନା, ରାମଚନ୍ଦ୍ର ସାହୁ, ସାଧୁଚରଣ ସ୍ବାଇଁ, କୁରେଶ ପାତ୍ର, ଜୟନ୍ତ ପୃଷ୍ଟି, ମାନସ ଦାସ, ଲକ୍ଷ୍ମଣ କରଣ, ପୂର୍ଣ୍ଣଚନ୍ଦ୍ର ବେହେରା, ବାଞ୍ଛାନିଧି ହୋତା, ହୃଷିକେଶ ସାହୁ, କବିତା କରଣ, ତପସ୍ଵିନୀ ମହାନ୍ତି, ଆରତୀ ଜେନା, ଗୀତାଞ୍ଜଳି ଦାସ, ଝୁନାରାଣୀ ବେହେରା, ମୋନାଲିସା ଦାଶ, ଭାରତୀ ନାୟକ, ପ୍ରତିମା ମିଶ୍ର, କବିତା ରାଉଳ, ରଶ୍ମିତା ଦଳାଇ, ପ୍ରଭାସିନୀ ନାୟକ, ଗୀତାଞ୍ଜଳି ସାହୁ, ନିର୍ମଳା ଚୌଧୁରୀ, ବିମଳା ପାଣିଗ୍ରାହୀ, ଅଳକା ନାୟକ, ଦେବଯାନୀ ପ୍ରଧାନ, ଦୀପ୍ତି ସ୍ବାଇଁ, ପୁଷ୍ପିତା ମିଶ୍ର, ଅମିତା ପୃଷ୍ଟି, ସବିତା ଦାସ, ମମତା ସାହୁ, କଳ୍ପଲତା ଷଡ଼ଙ୍ଗୀ, ସ୍ମୃତିସ୍ନିଗ୍ଧା ମହାପାତ୍ର, ବିଦ୍ୟୁତଲତା ରାୟ, ପ୍ରମିଳା ବସ୍ତିଆ, ଓ ସସ୍ମିତା ପ୍ରଧାନ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ। ଏହି ଅବସରରେ ଜଗନ୍ନାଥ ଅଷ୍ଟକମ୍, ଗୀତା ଓ ଭାଗବତ ପାଠ ହେବା ସହ ହରିଦ୍ଵାରରୁ ଯୋଗ ପ୍ରଶିକ୍ଷଣ ନେଇ ଫେରିଥିବା ପତିତପାବନ ରାମ ଓ ରମେଶ ନାରାୟଣ ମଲ୍ଲିକଙ୍କୁ ସମ୍ବର୍ଦ୍ଧନା ଦିଆଯାଇଥିଲା। ନିଖିଳ ଉତ୍କଳ ପ୍ରବକ୍ତା ପରିଷଦ କୋଷାଧ୍ୟକ୍ଷ ଅର୍ଜୁନ କୁମାର ମହାନ୍ତି ଓ ଅଭୟ କୁମାର ଦାଶ ଧନ୍ୟବାଦ ଅର୍ପଣ କରିଥିଲେ।
