ରଣପୁର, ୨ ଅକ୍ଟୋବର :– ଆଜି ଗାନ୍ଧି ଜୟନ୍ତି ପରିପ୍ରେକ୍ଷୀରେ “ମିଳିତ ଓଡିଶା ନିଶା ନିବାରଣ (ମୋନା )” ତରଫରୁ ଅପରାହ୍ନ ୪ ଟା ରେ ରଣପୁର ପଞ୍ଚୁଦୋଳ ପଡ଼ିଆ ଠାରେ ଏକ ଆଲୋଚନା ସଭା ସଂଗଠନ ର ଆବାହକ ଡାକ୍ତର ସତ୍ୟନାରାୟଣ ମିଶ୍ର ଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ହୋଇଥିଲା। ଭାରତ ମାଆ ର ମୁକ୍ତି ସଂଗ୍ରାମ ର ମହାନ ସ୍ୱାଧୀନତା ସଂଗ୍ରାମୀ ଦ୍ବୟ ଜାତିର ପିତା ମହାତ୍ମା ଗାନ୍ଧି ଓ ପୂର୍ବତ୍ତନ ପ୍ରଧାନ ମନ୍ତ୍ରୀ ଲାଲ ବାହାଦୁର ଶାସ୍ତ୍ରୀ ଙ୍କ ଫଟୋ ଚିତ୍ରରେ ଉପସ୍ଥିତ ବ୍ୟକ୍ତି ବିଶେଷ ଓ ଜନ ଗଣ ପୁଷ୍ପାର୍ପଣ କରିଥିଲେ।ସ୍ବାଧୀନତା ଅସି ବର୍ଷ ପରେ ମଧ୍ୟ ଗାନ୍ଧି ଙ୍କ ର ନିଶା ମୁକ୍ତ ଭାରତ ବର୍ଷ ର ସ୍ବପ୍ନ ଆଜି ଅଧୁରା ହୋଇଛି ବୋଲି ବକ୍ତା ମାନେ କହିଥିଲେ।

ଓଡିଶାର ମୁଖ୍ୟ ମନ୍ତ୍ରୀ ହରେ କୃଷ୍ଣ ମହତାବ ଠାରୁ ଆରମ୍ଭ କରି ନବକୃଷ୍ଣ ଚୌଧୁରୀ ଆଦି ଙ୍କ ନିଶା ମୁକ୍ତ ଓଡିଶା ମଧ୍ୟ ସ୍ବପ୍ନ ରେ ଥିଲା ବେଳେ ଚଳିତ ରାଜ୍ୟ ସରକାର ନିଶା ମୁକ୍ତ ସ୍ଲୋଗାନ ଦେଇ କ୍ଷମତା ଦଖଲ କରିଥିବା ବେଳେ ପ୍ରତି ଶୃତି ପାଶୋରୀ ଯାଇ ଦଶ ଗୁଣ ମଦ ଦୋକାନ ଖୋଲି ଅଗଣିତ ଲୋକଙ୍କୁ ନିଶା ରାକ୍ଷାସ କବଳକୁ ଠେଲି ଦେବା ଦୁର୍ଭାଗ୍ୟ ବୋଲି କହିଥିଲେ।ଏଥିପାଇଁ ସମାଜରେ ନାରୀ ନିର୍ଯ୍ୟାତନା,ପାରିବାରିକ ହିଂସା, ଦୁର୍ଘଟଣା ଓ ସାମାଜିକ ବିଶୃଙ୍ଖଳା ମାନ ଘଟୁ ଥିବା ବେଳେ ପାଠୁଆ ଯୁବକ ମାନେ ବାଟ ବଣା ହେଉଛନ୍ତି ବୋଲି ବକ୍ତା ମାନେ ମତବ୍ୟକ୍ତ କରିଥିଲେ।ରିଭିନ୍ୟୁ ବୃଦ୍ଧି ନାମରେ ସରକାର ଙ୍କ ଜନଗଣ ଙ୍କ ପ୍ରତି ଏଭଳି ଅବିଚାର ଓ ଅନୀତି ବିରୁଦ୍ଧରେ ନିଶା ନିବାରଣ ଅଭିଯାନ ଓ ଗାୟତ୍ରୀ ପରିବାର ତରଫରୁ ଜାରି ରହିଥିବା ତ୍ରିରଙ୍ଗା ଯାତ୍ରା ଓ ପଦ ଯାତ୍ରା ଏକ ସ୍ୱାଗତ ଯୋଗ୍ୟ ପଦକ୍ଷେପ ହୋଇଥିବାରୁ ଏହି ଅଭିଯାନ ରେ ଦଳଗତ, ଜାତିଗତ ଓ ଧର୍ମଗତ ନିର୍ବିଶେଷରେ ସବୁ ବର୍ଗର ଜନ ଗଣ ସାମିଲି ହୋଇ ନିଶା ମୁକ୍ତ ଓଡିଶା ଗଠନ କାର୍ଯ୍ୟରେ ସାମିଲି ହେବାକୁ ସଂଗଠନ ତରଫରୁ ଆହ୍ୱାନ ଦିଆ ଯାଇଥିଲା।
ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ବକ୍ତା ଭାବେ ପ୍ରାଧ୍ୟାପକ ବିଜୟ କୁମାର ଜେନା,ପୂର୍ବତ୍ତନ ପ୍ରଧାନ ଶିକ୍ଷକ ପ୍ରସନ୍ନ ରଥ, ରବି ନାରାୟଣ ନାୟକ, ସମାଜ ସେବୀ ସୁରେଶ ସ୍ୱାଇଁ, ନାରୀ ନେତ୍ରୀ ସଂଯୁକ୍ତା ସେଠୀ, ସମାଜ ସେବୀ ସାନ୍ତ୍ୱନୁ ସାହୁ, ନେତ୍ରାନନ୍ଦ ମହାନ୍ତି,ବିରଞ୍ଚି ନାରାୟଣ ରଣା ଓ ବେଣୁଧର ଜେନା ପ୍ରମୁଖ ଆଲୋଚନା କରିଥିଲେ। ବିଜୟ କୁମାର ମିଶ୍ର ଧନ୍ୟବାଦ ଦେଇଥିଲେ।
