• About Us
  • Contact Us
Wednesday, October 7, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଆଞ୍ଚଳିକ ଖବର

ଆସନ୍ତାକାଲି ଚାଲିବ ବସ୍, ଓଡ଼ିଶା ବନ୍ଦକୁ ସମର୍ଥନ କରୁନି ରାଜ୍ୟ ବସ୍ ମାଲିକ ସଂଘ

by Voice of Victims
October 7, 2026
in ଆଞ୍ଚଳିକ ଖବର, ମୁଖ୍ୟ ଖବର, ରାଜ୍ୟ, ସମସ୍ୟା
ଆସନ୍ତାକାଲିରୁ ବସ ଧର୍ମଘଟ, ଜଗତସିଂହପୁର ଜିଲ୍ଲାପାଳଙ୍କ ନିଷ୍ପତ୍ତିକୁ ଦୋଷ ଦେଲା ସଂଘ

ଭୁବନେଶ୍ୱର: ଓଡ଼ିଶା ବନ୍ଦକୁ ସମର୍ଥନ କରୁନି ଓଡ଼ିଶା ରାଜ୍ୟ ବସ୍ ମାଲିକ ସଂଘ । ଗୋଟେ ଦିନ ବସ୍ ବନ୍ଦ ହେଲେ ଲୋକ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେବେ । ବସ୍ ମାଲିକ ବଡ଼ କ୍ଷତିର ସମ୍ମୁଖୀନ ହେବ । ତେଣୁ ଆସନ୍ତାକାଲି ବସ୍ ସେବା ଚାଲିବ । ଯେଉଁଠି ପିକେଟିଙ୍ଗରେ ବନ୍ଦ କରାଯିବ ସେଠାରେ ବସ୍ ସେବା ବନ୍ଦ ରହିବ ବୋଲି କହିଛନ୍ତି ଓଡ଼ିଶା ରାଜ୍ୟ ବସ୍ ମାଲିକ ସଂଘ ସଭାପତି ବରଦା ପ୍ରସନ୍ନ ଆଚାର୍ଯ୍ୟ ।

ଏପଟେ କାଲି ଗଡିବନି କୌଣସି ଅଟୋ । ରାଜଧାନୀ ଅଟୋ ଚାଳକ ସଂଘର ଆହ୍ୱାନ ।  ଆସନ୍ତାକାଲି ଓଡିଶା ବନ୍ଦକୁ ସମର୍ଥନ ଜଣାଇ ରାଜଧାନୀ ସମେତ ରାଜ୍ୟର ସମସ୍ତ ଜାଗାରେ ଅଟୋ ଚଳାଚଳ ବନ୍ଦ କରିବାକୁ ନିଷ୍ପତ୍ତି । କୌଣସି ପ୍ରକାରର ଅନଲାଇନ୍ କିମ୍ବା ଅଫଲାଇନ୍ ଅଟୋ ଚାଲିବ ନାହିଁ । ଗତକାଲି ଏନେଇ ଆସୋସିଏସନର ବୈଠକ ବସିଥିଲା । ଅଟୋ ଚଳାଚଳ ସକାଳ ୬ ରୁ ସନ୍ଧ୍ୟା ୬ ପର୍ଯ୍ୟନ୍ତ ବନ୍ଦ ରଖିବା ପାଇଁ ଏଥିରେ ନିଷ୍ପତି ନିଆଯାଇଛି। ନିଜ ଅଞ୍ଚଳରେ ଧାରଣାରେ ସାମିଲ ହେବା ପାଇଁ ମଧ୍ୟ ଅଟୋ ଚାଳକଙ୍କୁ କୁହାଯାଇଛି ।

ସୂଚନା ମୁତାବକ, ଇଣ୍ଡିଆ ବ୍ଲକ୍ ପକ୍ଷରୁ ଆସନ୍ତାକାଲି ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ୧୨ ଘଣ୍ଟିଆ ଓଡ଼ିଶା ବନ୍ଦ ପାଳନ କରାଯିବ ବୋଲି ଘୋଷଣା କରାଯାଇଛି । ଏନେଇ ସାମ୍ବାଦିକ ସମ୍ମିଳନୀ କରି ସୂଚନା ଦେଇଛନ୍ତି ଇଣ୍ଡିଆ ବ୍ଲକ୍ । ବନ୍ଦ ସମୟରେ ରେଳ, ବସ୍ ଓ ଅନ୍ୟାନ୍ୟ ସରକାରୀ ବେସରକାରୀ ଯାନବାହନ ଚଳାଚଳ ବନ୍ଦ କରିବାକୁ ଆହ୍ୱାନ ଦିଆଯାଇଛି । ତେବେ ହସ୍ପିଟାଲ, ଆମ୍ବୁଲାନ୍ସ, ମେଡିକାଲ ଷ୍ଟୋର ସମେତ ସମସ୍ତ ଜରୁରୀକାଳୀନ ସେବାକୁ ବନ୍ଦରୁ ବାଦ ଦିଆଯିବ । ଏହାସହ ଅଷ୍ଟମ ଓ ନବମ ଶ୍ରେଣୀର ପରୀକ୍ଷା ଦେଉଥିବା ଛାତ୍ରଛାତ୍ରୀଙ୍କୁ କୌଣସି ଅସୁବିଧା ନହୁଏ ଧ୍ୟାନ ଦିଆଯିବ ।

ଇଣ୍ଡିଆ ବ୍ଲକ୍ ନେତାମାନେ କହିଛନ୍ତି ଯେ, ଚାରିଟି ମୁଖ୍ୟ ଦାବିକୁ ନେଇ ଏହି ବନ୍ଦ ଡାକରା ଦିଆଯାଇଛି । ଏସ୍ ଆଇଆର୍ ପ୍ରସଙ୍ଗରେ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଓ ବହିଷ୍କାର ଦାବି କରାଯାଇଛି । ଏମ୍ ଏମ୍ ଡିଆର୍ (MMDR) ଆଇନ ସଂଶୋଧନ ଜରିଆରେ ଓଡ଼ିଶାର ଖଣିଜ ସମ୍ପଦ ଲୁଟ୍ ହେଉଥିବା ଅଭିଯୋଗ କରି ଏହାକୁ ପ୍ରତ୍ୟାହାର କରିବାକୁ ଦାବି ଉଠାଯାଇଛି । ବନ୍ୟା ପୀଡ଼ିତଙ୍କୁ ଯଥେଷ୍ଟ ସହାୟତା ଓ ପୁନର୍ବାସ ଯୋଗାଇବାକୁ ଦାବି କରାଯାଇଛି।ପ୍ରାଥମିକ ଶିକ୍ଷା ପାଠ୍ୟପୁସ୍ତକ ଅନିୟମିତତା ଓ ଶିକ୍ଷା ବ୍ୟବସ୍ଥାରେ ଦୁର୍ନୀତି ପ୍ରସଙ୍ଗରେ ସମ୍ପୃକ୍ତ ମନ୍ତ୍ରୀଙ୍କ ଇସ୍ତଫା ଦାବି କରାଯାଇଛି ।

ସିପିଆଇ ରାଜ୍ୟ ସମ୍ପାଦକ ପ୍ରଶାନ୍ତ ମିଶ୍ର କହିଛନ୍ତି, ଏହି ବନ୍ଦ କେବଳ ଓଡ଼ିଶାର ସ୍ୱାର୍ଥ ପାଇଁ ନୁହେଁ, ବରଂ ସମ୍ବିଧାନ ଓ ଗଣତନ୍ତ୍ରର ସୁରକ୍ଷା ପାଇଁ ମଧ୍ୟ ଏକ ଲଢ଼େଇ । ଓଡ଼ିଶାକୁ ଭଲପାଉଥିବା, ସମ୍ବିଧାନ ଓ ଗଣତନ୍ତ୍ରର ସୁରକ୍ଷା ଚାହୁଁଥିବା ସମସ୍ତ ଜନସାଧାରଣ, ସାମାଜିକ ସଂଗଠନ, ବୁଦ୍ଧିଜୀବୀ, ଆଇନଜୀବୀ ଓ ବିଭିନ୍ନ ଗଣତାନ୍ତ୍ରିକ ଶକ୍ତିଙ୍କୁ ବନ୍ଦରେ ସାମିଲ ହେବାକୁ ସେ ଆହ୍ୱାନ ଦେଇଛନ୍ତି । ଇଣ୍ଡିଆ ବ୍ଲକ୍ ପକ୍ଷରୁ କୁହାଯାଇଛି ଯେ, ବନ୍ଦ ସମ୍ପୂର୍ଣ୍ଣ ଅହିଂସା ଓ ଶାନ୍ତିପୂର୍ଣ୍ଣ ଭାବେ ପାଳନ କରାଯିବ । ରାଜ୍ୟର ବିଭିନ୍ନ ଜିଲ୍ଲାରେ ଏହା ପ୍ରତି ବ୍ୟାପକ ଜନସମର୍ଥନ ମିଳୁଥିବା ଦାବି କରି ଆସନ୍ତା ୮ ତାରିଖରେ ଓଡ଼ିଶା ବନ୍ଦ ସଫଳ ହେବ ବୋଲି ନେତାମାନେ ଆଶା ପ୍ରକାଶ କରିଛନ୍ତି ।

Post Views: 12
Share198Tweet124Send
Voice of Victims

Voice of Victims

Recent Posts

  • ନ୍ୟୁଜିଲାଣ୍ଡ ଗସ୍ତ ପାଇଁ ‘ଟିମ୍ ଇଣ୍ଡିଆ’ ର ଟେଷ୍ଟ ଦଳ ଘୋଷିତ: ଧ୍ରୁବ ଜୁରେଲଙ୍କୁ ଅଧିନାୟକ ନିଯୁକ୍ତ
  • ଜନତାଙ୍କ ଆଶୀର୍ବାଦ ମୋର ସବୁଠୁ ବଡ଼ ଶକ୍ତି : ମୋଦି
  • GST ନିୟମରେ ବଡ଼ ପରିବର୍ତ୍ତନ ପ୍ରସ୍ତାବ, ଟିକସଦାତାଙ୍କ ପାଇଁ ଆସିପାରେ ବଡ଼ ରିଲିଫ୍
  • ଆସନ୍ତାକାଲି ଚାଲିବ ବସ୍, ଓଡ଼ିଶା ବନ୍ଦକୁ ସମର୍ଥନ କରୁନି ରାଜ୍ୟ ବସ୍ ମାଲିକ ସଂଘ
  • ଓଡ଼ିଶା ପ୍ରଶାସନରେ ଛୋଟଧରଣର ଅଦଳବଦଳ, ୭ ଜଣ IAS ଅଧିକାରୀଙ୍କୁ ନୂଆ ଦାୟିତ୍ୱ

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In