• About Us
  • Contact Us
Tuesday, October 13, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଆଞ୍ଚଳିକ ଖବର

ନୀଳକଣ୍ଠେଶ୍ୱର ନିବାସ’ ଓ ଗାଡ଼କଣର “ମୁକ୍ତେଶ୍ୱର ରେସିଡେନ୍ସି” ଆବାସିକ ପ୍ରକଳ୍ପର ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

by Voice of Victims
October 13, 2026
in ଆଞ୍ଚଳିକ ଖବର, ମୁଖ୍ୟ ଖବର, ରାଜ୍ୟ, ସମସ୍ୟା
ନୀଳକଣ୍ଠେଶ୍ୱର ନିବାସ’ ଓ ଗାଡ଼କଣର “ମୁକ୍ତେଶ୍ୱର ରେସିଡେନ୍ସି” ଆବାସିକ ପ୍ରକଳ୍ପର ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ଭୁବନେଶ୍ୱରରେ ଗୃହହୀନଙ୍କୁ ଆବାସ ଯୋଗାଣ ଓ ଭିତ୍ତିଭୂମି ବିକାଶକୁ ଗୁରୁତ୍ୱ ।  ଘାଟିକିଆରେ ‘ନୀଳକଣ୍ଠେଶ୍ୱର ନିବାସ’ ଓ ଗାଡ଼କଣର “ମୁକ୍ତେଶ୍ୱର ରେସିଡେନ୍ସି” ଆବାସିକ ପ୍ରକଳ୍ପ ସହ ବଜରଙ୍ଗୀ ଖେଳ ପଡ଼ିଆ ଉଦ୍‌ଘାଟିତ। ଘାଟିକିଆରେ ‘ନୀଳକଣ୍ଠେଶ୍ୱର ନିବାସ’ ୫.୨୭ ଏକର ଜମିରେ ପ୍ରିକାଷ୍ଟ କଂକ୍ରିଟ୍‌ ପଦ୍ଧତିରେ ନିର୍ମାଣ କରାଯାଇଛି। ଏହି ପ୍ରକଳ୍ପରେ ପ୍ରାୟ ୬୬.୫ କୋଟି ଟଙ୍କା ବ୍ୟୟ ହୋଇଛି। ଏଠାରେ ମୋଟ ୯୨୮ଟି ଆବାସିକ ଗୃହ ସହ ୩୨ଟି ଦୋକାନ ନିର୍ମାଣ କରାଯାଇଛି।

ଗାଡ଼କଣରେ ‘ମୁକ୍ତେଶ୍ୱର ରେସିଡେନ୍ସି’ ସୁଲଭ ଆବାସିକ ପ୍ରକଳ୍ପ  ୬.୩୬ ଏକର ଜମିରେ ନିର୍ମିତ ୬୮୦ଟି ଘର ।  ଏହା ପ୍ରିକାଷ୍ଟ କଂକ୍ରିଟ୍ ପଦ୍ଧତିରେ ତିଆରି ହୋଇଛି ।  ଘର ଭିତର ଓ ବାହାରେ ବିଜୁଳି, ପାଣି, ଶୌଚାଳୟ ସବୁ ସୁବିଧା ଅଛି ।  ପ୍ରତି ବ୍ଲକ୍ ଚାରି ମହଲାର (G+4) ରହିଛି ।

ରାଜଧାନୀ ଭୁବନେଶ୍ୱରରେ କ୍ରୀଡ଼ା ଭିତ୍ତିଭୂମିର ବିକାଶ ଏବଂ ଯୁବପିଢ଼ିଙ୍କୁ ଖେଳକୁଦ ପାଇଁ ଉନ୍ନତ ସୁବିଧା ଯୋଗାଇଦେବା ଉଦ୍ଦେଶ୍ୟରେ ବିଭିନ୍ନ ଅଞ୍ଚଳ ଓ ବିଦ୍ୟାଳୟ ପରିସରରେ ମୋଟ ୧୨ଟି ଖେଳ ପଡ଼ିଆର ବିକାଶ କରାଯାଇଛି ।  ଘାଟିକିଆଠାରେ ବଜରଙ୍ଗୀ ଖେଳ ପଡ଼ିଆ ଉଦ୍‌ଘାଟିତ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ରାଜଧାନୀର ବିଭିନ୍ନ ସ୍ଥାନରେ ଥିବା ଏହି ଖେଳ ପଡ଼ିଆଗୁଡ଼ିକ ମଧ୍ୟରେ ସହିଦ ନଗର ସରକାରୀ ଉଚ୍ଚ ବିଦ୍ୟାଳୟ ଖେଳ ପଡ଼ିଆ, ଅଶୋକ ନଗର ୟୁନିଟ୍‌-୨ ବାଳିକା ଉଚ୍ଚ ବିଦ୍ୟାଳୟ ଖେଳ ପଡ଼ିଆ, ସିବିଏସ୍‌ଇ ଆଞ୍ଚଳିକ କାର୍ଯ୍ୟାଳୟ ନିକଟ ଖେଳ ପଡ଼ିଆ, ଡୁମଡୁମା-ଯଦୁପୁର ଫୁଟବଲ୍‌ ଖେଳ ପଡ଼ିଆ ଏବଂ ଡମଣା ଉଚ୍ଚ ବିଦ୍ୟାଳୟ ଖେଳ ପଡ଼ିଆ ରହିଛି।

ସେହିପରି ଗୋପବନ୍ଧୁ ନଗର ୟୁନିଟ୍‌-୮ ବାଳକ ଉଚ୍ଚ ବିଦ୍ୟାଳୟ ଖେଳ ପଡ଼ିଆ, ଘାଟିକିଆ ୟୁପି ସ୍କୁଲ୍‌ କ୍ରିକେଟ୍‌ ଖେଳ ପଡ଼ିଆ, ଆଇଗିଣିଆସ୍ଥିତ ଏଏମ୍‌ଆର୍‌ଆଇ ହସ୍ପିଟାଲ୍‌ ନିକଟ କୋଳଥିଆ ଖେଳ ପଡ଼ିଆ, ନଖରା ଖେଳ ପଡ଼ିଆ, ତମାଣ୍ଡୋ ଖେଳ ପଡ଼ିଆ ଏବଂ କଳିଙ୍ଗ ନଗର କେ-୪ ବିଡିଏ ଖେଳ ପଡ଼ିଆ ଏହି ତାଲିକାରେ ସାମିଲ ଅଛି ।

ଏହି ଖେଳ ପଡ଼ିଆଗୁଡ଼ିକ ସ୍ଥାନୀୟ ଅଞ୍ଚଳର ଶିଶୁ, କିଶୋର, ଯୁବକ ଓ କ୍ରୀଡ଼ାପ୍ରେମୀଙ୍କୁ ଖେଳକୁଦ, ଶାରୀରିକ ବ୍ୟାୟାମ ଏବଂ କ୍ରୀଡ଼ାଭ୍ୟାସ ପାଇଁ ସୁଯୋଗ ଯୋଗାଇଦେବ। ଏହାଦ୍ୱାରା ଯୁବପିଢ଼ିଙ୍କ ମଧ୍ୟରେ କ୍ରୀଡ଼ା ପ୍ରତି ଆଗ୍ରହ ବୃଦ୍ଧି ସହ ସୁସ୍ଥ ଜୀବନଶୈଳୀକୁ ପ୍ରୋତ୍ସାହନ ମିଳିପାରିବ।

ସହରରେ ଆବାସ ଆବଶ୍ୟକ କରୁଥିବା ପରିବାରଙ୍କୁ ରହିବା ପାଇଁ ସୁବିଧା ଯୋଗାଇଦେବା ଉଦ୍ଦେଶ୍ୟରେ ଭଡ଼ା ଓ ଟ୍ରାଞ୍ଜିଟ୍‌ ଘର ନିର୍ମାଣ ପାଇଁ ମଧ୍ୟ ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛି। ଏହି ପ୍ରକଳ୍ପରେ ପ୍ରିଫାବ୍ରିକେଟେଡ୍‌ ପଦ୍ଧତିରେ ଜି+୧ (ତଳ ମହଲା ସହ ଗୋଟିଏ ଉପର ମହଲା) ବିଶିଷ୍ଟ କୋଠା ନିର୍ମାଣ କରାଯିବ। ଏଥିରେ ମୋଟ ୨୯୬ଟି ଘର ନିର୍ମାଣ କରିବାର ଯୋଜନା ରହିଛି।

ପ୍ରଧାନମନ୍ତ୍ରୀ ଆବାସ ଯୋଜନା (ପିଏମ୍‌ଏୱାଇ) ଅଧୀନରେ ଯୋଗ୍ୟ ହିତାଧିକାରୀଙ୍କୁ ଗୃହ ଆବଣ୍ଟନ ପ୍ରକ୍ରିୟା ଜାରି ରହିଛି। ଏହି କ୍ରମରେ ବୁଦ୍ଧ ବିହାର, ନୀଳମାଧବ, ସୁବୁଦ୍ଧିପୁର ଓ ଶାନ୍ତିପଲ୍ଲୀରେ ଆବାସ ପାଇଥିବା ମୋଟ ୯୬୨ଟି ପରିବାର ନିଜ ଘରେ ଗୃହ ପ୍ରବେଶ କରିବାର ସୁଯୋଗ ପାଇଛନ୍ତି।

ଏଥିମଧ୍ୟରେ ବୁଦ୍ଧ ବିହାରରେ ୭୭୪ଟି, ନୀଳମାଧବରେ ୧୩୬ଟି, ସୁବୁଦ୍ଧିପୁରରେ ୪୧ଟି ଏବଂ ଶାନ୍ତିପଲ୍ଲୀରେ ୧୧ଟି ପରିବାର ଅନ୍ତର୍ଭୁକ୍ତ। ନିଜସ୍ୱ ଆବାସ ପାଇବା ଫଳରେ ଏହି ପରିବାରଗୁଡ଼ିକ ଏକ ସୁରକ୍ଷିତ ଜୀବନ ଆରମ୍ଭ କରିବା ସହ ନୂଆ ଆଶା ଓ ସମ୍ଭାବନା ଦିଗରେ ଆଗେଇବାର ସୁଯୋଗ ପାଇଛନ୍ତି।

ଏହାବ୍ୟତୀତ, ଚଳିତ ମାସ ୯ ତାରିଖରେ ଲଟେରୀ ମାଧ୍ୟମରେ ମହାବୀର ବସ୍ତିର ୱାର୍ଡ ନମ୍ବର ୯ ଓ ୧୧ରୁ ୧୦୬ଟି ପରିବାର, ଓୟୁଏଟି ବସ୍ତିର ୱାର୍ଡ ନମ୍ବର ୫୨ରୁ ୪୯ଟି ପରିବାର ଏବଂ ଅନ୍ୟାନ୍ୟ ଅଞ୍ଚଳରୁ ୨୮ଟି ପରିବାରଙ୍କୁ ମିଶାଇ ମୋଟ ୧୮୩ଟି ପରିବାର ପାଇଁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଅଧୀନରେ ଗୃହ ଆବଣ୍ଟନ କରାଯାଉଛି।

ସୁଲଭ ଆବାସ ଯୋଗାଣ, ଖେଳ ପଡ଼ିଆର ବିକାଶ ଓ ନୂତନ ଆବାସ ନିର୍ମାଣ ଭଳି ପଦକ୍ଷେପ ଭୁବନେଶ୍ୱରର ସହରାଞ୍ଚଳ ବିକାଶକୁ ନୂଆ ଦିଗ ଦେବା ସହ ଯୋଗ୍ୟ ହିତାଧିକାରୀଙ୍କ ଜୀବନଧାରଣର ମାନରେ ଉନ୍ନତି ଆଣିବାରେ ସହାୟକ ହେବ ବୋଲି ଆଶା କରାଯାଉଛି।

Post Views: 7
Share196Tweet123Send
Voice of Victims

Voice of Victims

Recent Posts

  • ଦୀପାବଳି ବାଣ ଉପରେ ସୁପ୍ରିମକୋର୍ଟଙ୍କ ବଡ଼ ମନ୍ତବ୍ୟ, ବାଣ କଟକଣା ବଦଳରେ ସଚେତନତାକୁ ଗୁରୁତ୍ୱ
  • ରାହୁଲ ଗାନ୍ଧୀଙ୍କୁ ସୁପ୍ରିମକୋର୍ଟରୁ ଆଶ୍ୱସ୍ତି, ମାନହାନି ମାମଲାର ଟ୍ରାଏଲ୍‌ ଉପରେ ଲାଗିଲା ରୋକ୍
  • ଗଭୀର ସମୁଦ୍ରରେ ଭାଙ୍ଗିଲା ବୋଟ, ଅଳ୍ପକେ ବର୍ତ୍ତିଲେ ୫ ମତ୍ସ୍ୟଜୀବୀ
  • ବାତ୍ୟା ପୂର୍ବରୁ ମିଳିବ ଆଗୁଆ ସୂଚନା, IMD ଆଣିଲା ନୂଆ ଡିଜିଟାଲ୍ ବ୍ୟବସ୍ଥା
  • ନୀଳକଣ୍ଠେଶ୍ୱର ନିବାସ’ ଓ ଗାଡ଼କଣର “ମୁକ୍ତେଶ୍ୱର ରେସିଡେନ୍ସି” ଆବାସିକ ପ୍ରକଳ୍ପର ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In