• About Us
  • Contact Us
Wednesday, October 14, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଦେଶ ବିଦେଶ

ରେଳ କର୍ମଚାରୀଙ୍କୁ କେନ୍ଦ୍ର ସରକାରଙ୍କ ପୂଜା ଭେଟି, ମିଳିବ ୭୮ ଦିନର ବୋନସ

by Voice of Victims
October 14, 2026
in ଦେଶ ବିଦେଶ, ମୁଖ୍ୟ ଖବର, ସମସ୍ୟା
ରେଳ କର୍ମଚାରୀଙ୍କୁ କେନ୍ଦ୍ର ସରକାରଙ୍କ ପୂଜା ଭେଟି, ମିଳିବ ୭୮ ଦିନର ବୋନସ

ନୂଆଦିଲ୍ଲୀ : ରେଳ କର୍ମଚାରୀଙ୍କୁ କେନ୍ଦ୍ର ସରକାରଙ୍କ ବଡ଼ ପାର୍ବଣ ଭେଟି । ୭୮ ଦିନର ବୋନସ୍ ମଞ୍ଜୁର । ୧୧ ଲକ୍ଷରୁ ଊର୍ଦ୍ଧ୍ୱ କର୍ମଚାରୀ ହେବେ ଉପକୃତ । ୨,୦୦୯ କୋଟି ଟଙ୍କାର ବ୍ୟୟବରାଦ ଉପରେ କେନ୍ଦ୍ର କ୍ୟାବିନେଟର ମୋହର । ଦୀପାବଳି ପୂର୍ବରୁ କର୍ମଚାରୀଙ୍କ ଖାତାକୁ ଯିବ ବୋନସ୍ ରାଶି । ଦଶହରା ଓ ଦୀପାବଳି ପୂର୍ବରୁ କେନ୍ଦ୍ର ସରକାର ରେଳବାଇ କର୍ମଚାରୀଙ୍କ ପାଇଁ ଏକ ବଡ଼ ଖୁସି ଖବର ଘୋଷଣା କରିଛନ୍ତି ।

ବୁଧବାର ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ୍ ବୈଠକରେ ରେଳ କର୍ମଚାରୀଙ୍କ ପାଇଁ ୭୮ ଦିନର ଉତ୍ପାଦକତା-ଭିତ୍ତିକ ବୋନସ୍ ମଞ୍ଜୁର କରାଯାଇଛି । ଏହି ପାର୍ବଣ ଭେଟି ବାବଦରେ କେନ୍ଦ୍ର ସରକାର ସମୁଦାୟ ୨,୦୦୯ କୋଟି ଟଙ୍କା ଖର୍ଚ୍ଚ କରିବେ । ସରକାରଙ୍କ ଏହି ନିଷ୍ପତ୍ତି ଫଳରେ ଦେଶର ପ୍ରାୟ ୧୧ ଲକ୍ଷରୁ ଅଧିକ କର୍ମଚାରୀ ସିଧାସଳଖ ଉପକୃତ ହେବେ ।

ଯୋଗ୍ୟ ରେଳ କର୍ମଚାରୀଙ୍କୁ ୭୮ ଦିନର ବୋନସ୍ ବାବଦରେ ସର୍ବାଧିକ ୧୭,୯୫୧ ଟଙ୍କା ପ୍ରଦାନ କରାଯିବ । ଏହି ଅର୍ଥ ଟ୍ରାକ୍ ମେଣ୍ଟେନର, ଲୋକୋ ପାଇଲଟ୍, ଟ୍ରେନ୍ ମ୍ୟାନେଜର (ଗାର୍ଡ), ଷ୍ଟେସନ୍ ମାଷ୍ଟର, ସୁପରଭାଇଜର, ଟେକ୍ନିସିଆନ୍, ଟେକ୍ନିସିଆନ୍ ହେଲ୍ପର, ପଏଣ୍ଟସମ୍ୟାନ୍, ମିନିଷ୍ଟେରିଆଲ୍ ଷ୍ଟାଫ୍ ଏବଂ ଅନ୍ୟାନ୍ୟ ଗ୍ରୁପ୍‌-C କର୍ମଚାରୀଙ୍କୁ ମିଳିବ ।

ଆସୋସିଏସନ୍‌ର ଯୁକ୍ତି ଅନୁଯାୟୀ, ଅଣକୁଶଳୀ ଶ୍ରମିକଙ୍କ ସର୍ବନିମ୍ନ ମଜୁରି ୨୧,୦୦୦ ଟଙ୍କା ଥିବାରୁ ବର୍ତ୍ତମାନର ସୀମାରେ ପରିବର୍ତ୍ତନ ଆବଶ୍ୟକ । ୧୮,୦୦୦ ଟଙ୍କାର ସୀମାକୁ ଆଧାର କରି ବାର୍ଷିକ ବୋନସ୍‌କୁ ଅତି କମ୍‌ରେ ୪୬,୧୮୪ ଟଙ୍କାକୁ ବୃଦ୍ଧି କରିବାକୁ ଆସୋସିଏସନ୍ ସୁପାରିସ କରିଛି ।

Post Views: 13
Share196Tweet123Send
Voice of Victims

Voice of Victims

Recent Posts

  • ଶିବ ମନ୍ଦିର ପୂଜାରୀକୁ ଗୁଳିକରି ହତ୍ୟା, ଅଭିଯୁକ୍ତକୁ ଖୋଜୁଛି ପୋଲିସ
  • ରେଳ କର୍ମଚାରୀଙ୍କୁ କେନ୍ଦ୍ର ସରକାରଙ୍କ ପୂଜା ଭେଟି, ମିଳିବ ୭୮ ଦିନର ବୋନସ
  • କାଲି ଛାତ୍ର ସଂସଦ ନିର୍ବାଚନ, ସମସ୍ତ ପ୍ରାର୍ଥୀଙ୍କୁ ଶୁଭେଚ୍ଛା ଜଣାଇଲେ ଉଚ୍ଚଶିକ୍ଷା ମନ୍ତ୍ରୀ
  • ଓଡ଼ିଶାରେ ଲଘୁଚାପ ଆଶଙ୍କା ନାହିଁ, ତଥାପି ୫ ଦିନ ଛେଚିବ ବର୍ଷା
  • ଦୀପାବଳି ବାଣ ଉପରେ ସୁପ୍ରିମକୋର୍ଟଙ୍କ ବଡ଼ ମନ୍ତବ୍ୟ, ବାଣ କଟକଣା ବଦଳରେ ସଚେତନତାକୁ ଗୁରୁତ୍ୱ

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In