• About Us
  • Contact Us
Thursday, October 15, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଆଞ୍ଚଳିକ ଖବର

SI ପେପର ଲିକ୍ ମାମଲାରେ EDର ଆକ୍ସନ୍, ୧୨ଟି ସ୍ଥାନରେ ଚଢ଼ାଉ

by Voice of Victims
October 15, 2026
in ଆଞ୍ଚଳିକ ଖବର, ମୁଖ୍ୟ ଖବର, ରାଜ୍ୟ, ସମସ୍ୟା
SI ପେପର ଲିକ୍ ମାମଲାରେ EDର ଆକ୍ସନ୍, ୧୨ଟି ସ୍ଥାନରେ ଚଢ଼ାଉ

ଭୁବନେଶ୍ବର: SI ପେପର ଲିକ୍ ରେ EDର ଚାଞ୍ଚଲ୍ୟକର ଖୁଲାସା । ଓଡ଼ିଶା ପୋଲିସ ସବ୍ ଇନ୍ସପେକ୍ଟର ନିଯୁକ୍ତି ପରୀକ୍ଷା ପ୍ରଶ୍ନପତ୍ର ଲିକ୍ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ବା EDର ବଡ଼ କାର୍ଯ୍ୟାନୁଷ୍ଠାନ । ଓଡ଼ିଶା ଓ ପଶ୍ଚିମବଙ୍ଗର ମୋଟ ୧୨ଟି ସ୍ଥାନରେ ଚଢ଼ାଉ କରିଛି EDର ଭୁବନେଶ୍ୱର ଜୋନାଲ ଅଫିସ୍। ଅକ୍ଟୋବର ୯, ୧୦ ଓ ୧୨ ତାରିଖରେ ହୋଇଥିବା ଏହି ତଲାସି ସମୟରେ ଅନେକ ଗୁରୁତ୍ୱପୂର୍ଣ୍ଣ ଦସ୍ତାବିଜ, ଇଲେକ୍ଟ୍ରୋନିକ୍ ଉପକରଣ ଓ ଆର୍ଥିକ କାରବାର ସମ୍ପର୍କିତ ରେକର୍ଡ ଜବତ କରାଯାଇଛି। ଜବତ ସାମଗ୍ରୀଗୁଡ଼ିକର ଯାଞ୍ଚ ଜାରି ରହିଥିବା ED ପ୍ରେସ୍ ରିଲିଜ୍ ରେ ଦର୍ଶାଯାଇଛି । ଏହି ଚଢ଼ାଉରେ ଭୁବନେଶ୍ୱରସ୍ଥିତ ସିଲିକନ୍ ଟେକ୍ ଲ୍ୟାବ୍ ପ୍ରାଇଭେଟ୍ ଲିମିଟେଡ୍, ପଞ୍ଚସଫ୍ଟ ଟେକ୍ନୋଲୋଜିସ୍ ପ୍ରାଇଭେଟ୍ ଲିମିଟେଡ୍, PSIL ଇଣ୍ଟରନ୍ୟାସନାଲ୍ ଲିମିଟେଡ୍ ଏବଂ ଏହି ସଂସ୍ଥାଗୁଡ଼ିକର ନିର୍ଦ୍ଦେଶକ ଓ ସହଯୋଗୀ ବ୍ୟକ୍ତିଙ୍କ ଠିକଣା ସାମିଲ ରହିଛି । ଅର୍ଥ ହେରଫେର ନିବାରଣ ଆଇନ ବା PMLA ଅଧୀନରେ ଏହି ତଲାସି କରାଯାଇଛି ।

୨୦୨୫ ସେପ୍ଟେମ୍ବର ୩୦ ତାରିଖରେ ଓଡ଼ିଶା-ଆନ୍ଧ୍ରପ୍ରଦେଶ ସୀମାର ଇଚ୍ଛାପୁରମ୍ ନିକଟରେ ୩ଟି ବସ୍ ରେ ଯାଉଥିବା ୧୧୪ ଜଣ SI ପରୀକ୍ଷାର୍ଥୀଙ୍କୁ ପୋଲିସ ଅଟକାଇଥିଲା । ଅକ୍ଟୋବର ୫ ଓ ୬ ତାରିଖରେ ହେବାକୁ ଥିବା ପରୀକ୍ଷାର ପ୍ରଶ୍ନପତ୍ର ଆଗୁଆ ଯୋଗାଇଦେବା ପାଇଁ ପ୍ରାର୍ଥୀ ପିଛା ୧୫ରୁ ୩୦ ଲକ୍ଷ ଟଙ୍କା ଦାବି କରାଯାଇଥିବା ଅଭିଯୋଗ ସାମ୍ନାକୁ ଆସିଥିଲା । ଏହାପରେ ଓଡ଼ିଶା ପୋଲିସ ମାମଲା ରୁଜୁ କରିଥିଲା ଏବଂ ପରବର୍ତ୍ତୀ ସମୟରେ ତଦନ୍ତ ଦାୟିତ୍ୱ CBIକୁ ହସ୍ତାନ୍ତର କରାଯାଇଥିଲା। CBI ଚାର୍ଜସିଟ୍ ଅନୁଯାୟୀ, ୨୦୨୫ ମାର୍ଚ୍ଚ ମାସରେ ପୂର୍ବରୁ ଧାର୍ଯ୍ୟ ହୋଇଥିବା ସମାନ ନିଯୁକ୍ତି ପରୀକ୍ଷାରେ ମଧ୍ୟ ଅନିୟମିତତା ହୋଇଥିଲା । ପରେ ଓଡ଼ିଶା ପୋଲିସ ନିଯୁକ୍ତି ବୋର୍ଡ ସେହି ପରୀକ୍ଷାକୁ ବାତିଲ କରିଥିଲା। EDର ତଦନ୍ତରୁ ପରୀକ୍ଷା ପରିଚାଳନା ଦାୟିତ୍ୱ ହସ୍ତାନ୍ତରରେ ଗୁରୁତର ଅନିୟମିତତାର ଅଭିଯୋଗ ସାମ୍ନାକୁ ଆସିଛି।

ଓଡ଼ିଶା ପୋଲିସ ନିଯୁକ୍ତି ବୋର୍ଡ ପରୀକ୍ଷା ପରିଚାଳନା ଦାୟିତ୍ୱ କେନ୍ଦ୍ର ସରକାରଙ୍କ ସଂସ୍ଥା ITI ଲିମିଟେଡ୍ କୁ ଦେଇଥିଲା । ITI ଲିମିଟେଡ୍ ପୁଣି ଏହି କାମ ସିଲିକନ୍ ଟେକ୍ ଲ୍ୟାବ୍ କୁ ହସ୍ତାନ୍ତର କରିଥିଲା । କିନ୍ତୁ EDର ଅଭିଯୋଗ ଅନୁଯାୟୀ, ସିଲିକନ୍ ଟେକ୍ ଲ୍ୟାବ୍ ର ନିର୍ଦ୍ଦେଶକ ସୁରେଶ ଚନ୍ଦ୍ର ନାୟକ ITI ଲିମିଟେଡ୍ ର ଲିଖିତ ଅନୁମତି ବିନା ପରୀକ୍ଷାର୍ଥୀଙ୍କ ସମ୍ବେଦନଶୀଳ ତଥ୍ୟ ପରିଚାଳନା ପାଇଁ ପଞ୍ଚସଫ୍ଟ ଟେକ୍ନୋଲୋଜିସ୍ କୁ ନିୟୋଜିତ କରିଥିଲେ । ଏଥିରେ ପଞ୍ଚସଫ୍ଟର ନିର୍ଦ୍ଦେଶକ ଶଙ୍କର ପୃଷ୍ଟିଙ୍କ ମିଳିତ ସୃପୃକ୍ତି ଥିବା ED ସନ୍ଦେହ କରୁଛି । ତଦନ୍ତକାରୀ ସଂସ୍ଥାର କହିବା ଅନୁଯାୟୀ, ସିଲିକନ୍ ଟେକ୍ ଲ୍ୟାବ୍ ସହ ଜଡ଼ିତ କେତେକ ବ୍ୟକ୍ତି ଏବଂ ଶଙ୍କର ପୃଷ୍ଟି ପରୀକ୍ଷାର୍ଥୀଙ୍କୁ ଟଙ୍କା ବଦଳରେ ଗୋପନୀୟ ପ୍ରଶ୍ନପତ୍ର ସମ୍ପର୍କିତ ତଥ୍ୟ ଯୋଗାଇଦେବାର ପ୍ରଲୋଭନ ଦେଖାଇଥିଲେ। ଏପରିକି SI ନିଯୁକ୍ତି ପରୀକ୍ଷା ପ୍ରକ୍ରିୟା ଆରମ୍ଭ ହେବା ପୂର୍ବରୁ ଶଙ୍କର ପୃଷ୍ଟି ଓ ସିଲିକନ୍ ଟେକ୍ ଲ୍ୟାବ୍ ମଧ୍ୟରେ ଆର୍ଥିକ କାରବାର ହୋଇଥିବା ED ତଦନ୍ତରେ ଜଣାପଡ଼ିଛି ।

ଏହା ପୂର୍ବରୁ ମିଳିତ ସୃପୃକ୍ତି ଥିବା ସଙ୍କେତ ଦେଉଛି ବୋଲି ED କହିଛି। ଅନ୍ୟପଟେ ସିଲିକନ୍ ଟେକ୍ ଲ୍ୟାବ୍ ର ମାଲିକାନା ଓ ପରିଚାଳନାଗତ ପରିବର୍ତ୍ତନକୁ ନେଇ ମଧ୍ୟ ତଦନ୍ତରେ ନୂଆ ତଥ୍ୟ ସାମ୍ନାକୁ ଆସିଛି । ED ଅନୁଯାୟୀ, ୨୦୨୩ ଅଗଷ୍ଟ ୫ ତାରିଖର ଏକ କଥିତ ସେୟାର କ୍ରୟ ଚୁକ୍ତି ମାଧ୍ୟମରେ PSIL ଇଣ୍ଟରନ୍ୟାସନାଲ୍ ଲିମିଟେଡ୍ ଏବଂ ଏହାର ନିର୍ଦ୍ଦେଶକ ସମୀର ରଥ ଓ ତାଙ୍କ ପତ୍ନୀ ଶାଶ୍ୱତୀ ମିଶ୍ର ସିଲିକନ୍ ଟେକ୍ ଲ୍ୟାବ୍ ର ଅଧିକାଂଶ ସେୟାର ଅଧିଗ୍ରହଣ କରିଥିଲେ । ତେବେ ଏହି ଚୁକ୍ତିକୁ ରେଜିଷ୍ଟ୍ରାର୍ ଅଫ୍ କମ୍ପାନିଜ୍ ଙ୍କ ନିକଟରେ ଦାଖଲ କରାଯାଇନଥିବା ED ଦର୍ଶାଇଛି ।

Post Views: 8
Share196Tweet123Send
Voice of Victims

Voice of Victims

Recent Posts

  • ସନ୍ଦିଗ୍ଧ ଫୁଡ୍ ପଏଜନିଂ ଯୋଗୁଁ ବିଏସଏଫର ୭୫ ଯବାନ ହସପିଟାଲରେ ଭର୍ତ୍ତି
  • SI ପେପର ଲିକ୍ ମାମଲାରେ EDର ଆକ୍ସନ୍, ୧୨ଟି ସ୍ଥାନରେ ଚଢ଼ାଉ
  • ବଜ୍ରପାତ ପୂର୍ବରୁ ଆଗୁଆ ସୃୂଚନା, ସତର୍କ କରାଇବ ରାଡାର
  • ଶିବ ମନ୍ଦିର ପୂଜାରୀକୁ ଗୁଳିକରି ହତ୍ୟା, ଅଭିଯୁକ୍ତକୁ ଖୋଜୁଛି ପୋଲିସ
  • ରେଳ କର୍ମଚାରୀଙ୍କୁ କେନ୍ଦ୍ର ସରକାରଙ୍କ ପୂଜା ଭେଟି, ମିଳିବ ୭୮ ଦିନର ବୋନସ

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In