• About Us
  • Contact Us
Friday, October 16, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଆଞ୍ଚଳିକ ଖବର

ଅଧରାତିରେ ପ୍ରକାଶ ପାଇଲା ରମାଦେବୀ ବିଶ୍ବବିଦ୍ୟାଳୟ ଛାତ୍ର ସଂସଦ ଫଳାଫଳ; ବିସିଜେଡିର ବିପୁଳ ବିଜୟ

by Voice of Victims
October 16, 2026
in ଆଞ୍ଚଳିକ ଖବର, ମୁଖ୍ୟ ଖବର, ରାଜ୍ୟ, ସମସ୍ୟା
ଅଧରାତିରେ ପ୍ରକାଶ ପାଇଲା ରମାଦେବୀ ବିଶ୍ବବିଦ୍ୟାଳୟ ଛାତ୍ର ସଂସଦ ଫଳାଫଳ; ବିସିଜେଡିର ବିପୁଳ ବିଜୟ

ଦୀର୍ଘ ଅପେକ୍ଷାର ଅନ୍ତ ଘଟାଇ ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ ଛାତ୍ରୀ ସଂସଦ ନିର୍ବାଚନ-୨୦୨୬ର ଫଳାଫଳ ବିଳମ୍ବିତ ରାତି ପ୍ରାୟ ୨:୩୫ ମିନିଟ୍‌ରେ ପ୍ରକାଶ ପାଇଛି । ବିଭିନ୍ନ ସସପେନ୍ସ ଏବଂ ନାଟକୀୟ ମୋଡ଼ ଭିତରେ ଶେଷରେ ବିଜୁ ଛାତ୍ର ଜନତା ଦଳ ସମର୍ଥିତ ପ୍ରାର୍ଥୀମାନେ ବାଜି ମାରିନେଇଛନ୍ତି । ଏହି ନିର୍ବାଚନରେ ବିଜୁ ଛାତ୍ର ଜନତା ଦଳ (BCJD) ସଭାପତି, ଉପସଭାପତି, ସାଧାରଣ ସମ୍ପାଦକ ଏବଂ ଯୁଗ୍ମ ସାଧାରଣ ସମ୍ପାଦକଙ୍କ ସମେତ ସମସ୍ତ ପ୍ରମୁଖ ପଦବୀରେ ବୃହତ୍ ବ୍ୟବଧାନରେ ବିଜୟ ହାସଲ କରିଛି।

ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟର ସଭାପତି ଭାବେ ସୋନାଲି ବେହେରା ୧୦୬୯ ଭୋଟ୍ ପାଇ ବିଜୟୀ ହୋଇଥିବାବେଳେ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱୀ ପ୍ରତୀକ୍ଷା ଦାସ ମହାପାତ୍ରଙ୍କୁ ପରାସ୍ତ କରିଛନ୍ତି । ସେହିପରି ଉପ-ସଭାପତି ଭାବେ ସାଇ ଅର୍ପିତା ମହାପାତ୍ର ଏବଂ ସାଧାରଣ ସମ୍ପାଦିକା ଭାବେ ଲକ୍ଷ୍ମୀପ୍ରିୟା ବିଶ୍ୱାଳ ବିଜୟ ମୁକୁଟ ପିନ୍ଧିଛନ୍ତି । ଏହାଛଡ଼ା ସହ-ସମ୍ପାଦିକା ଭାବେ ସୁଦେଷ୍ଣା ଖୁଣ୍ଟିଆ, କ୍ରୀଡ଼ା ସମ୍ପାଦିକା ଭାବେ ଅଙ୍କିତା ମଲ୍ଲିକ, ଏବଂ ନାଟ୍ୟ ସଂସଦ ସମ୍ପାଦିକା ଭାବେ ରୂପାଲି ପାଣି ସମେତ ଅନ୍ୟାନ୍ୟ ପ୍ରମୁଖ ପଦବୀରେ ମଧ୍ୟ ବିସିଜେଡି ପ୍ରାର୍ଥୀମାନେ ବହୁ ଭୋଟ୍ ବ୍ୟବଧାନରେ ଜିତିଛନ୍ତି ।

ଫଳାଫଳ ପ୍ରକାଶ ପାଇବା ପରେ ରମାଦେବୀ କ୍ୟାମ୍ପସ ବାହାରେ ବିଜୟୀ ପ୍ରାର୍ଥୀ ଓ ସମର୍ଥକମାନେ ଏକାଠି ହୋଇ ବାଜା ବଜାଇ ଓ ଆତସବାଜି ସହ ଭବ୍ୟ ସେଲିବ୍ରେସନ କରିଛନ୍ତି ।

ସୂଚନା ଅନୁଯାୟୀ; ଅପରାହ୍ଣ ୩ଟାରୁ ଗୋଟ୍‌ ଗଣତି ଆରମ୍ଭ ହୋଇଥିଲା ମାତ୍ର ୧,୫୦୬ ଭୋଟ ଗଣିବାକୁ ୧୧ଘଣ୍ଟା ସମୟ ଲାଗିଯାଇଥିଲା। ୫ଟି ବୁଥ୍‌ରେ ଭୋଟ ଗଣନା ହେଉଥିଲା।ବାରମ୍ବାର ଭୋଟ୍‌ ଗଣତିକୁ ଘୁଞ୍ଚାଇବାକୁ କର୍ତ୍ତୃପକ୍ଷ ପ୍ରୟାସ କରୁଥିବାରୁ ଛାତ୍ରୀମାନଙ୍କ ପ୍ରବଳ ହଟ୍ଟଗୋଳ ଦେଖିବାକୁ ମିଳିଥିଲା । ଏହାପରେ ଭୋଟ ଗଣତି ଶେଷ କରି ରାତି ପ୍ରାୟ ୨ଟା ୪୫ରେ ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷ ନିର୍ବାଚନ ଫଳାଫଳ ଘୋଷଣା କରିଥିଲେ।

Post Views: 15
Share196Tweet123Send
Voice of Victims

Voice of Victims

Recent Posts

  • ଦେଶରେ ଅରାଜକତା ସୃଷ୍ଟି କରି କ୍ଷମତା ଦଖଲ ପାଇଁ ଷଡ଼ଯନ୍ତ୍ର ଚାଲିଛି: ରାଜନାଥ ସିଂହ
  • ଅଭିଜିତ ଦୀପକେଙ୍କୁ ଦିଲ୍ଲୀ ପୋଲିସର ନୋଟିସ୍, ତିରଙ୍ଗା ଯାତ୍ରା କଲେ ଆଇନଗତ କାର୍ଯ୍ୟାନୁଷ୍ଠାନ
  • ଅଧରାତିରେ ପ୍ରକାଶ ପାଇଲା ରମାଦେବୀ ବିଶ୍ବବିଦ୍ୟାଳୟ ଛାତ୍ର ସଂସଦ ଫଳାଫଳ; ବିସିଜେଡିର ବିପୁଳ ବିଜୟ
  • ବିଳମ୍ବିିତ ରାତିରେ ପ୍ରକାଶ ପାଇଲା ଉତ୍କଳ ବିଶ୍ୱବିଦ୍ୟାଳୟ ଛାତ୍ର ସଂସଦ ନିର୍ବାଚନ: ABVP ର ବାଜିମାତ୍
  • କୋଟିଆରେ ଆନ୍ଧ୍ରର ଅନୁପ୍ରବେଶ: ନିର୍ବାଚନ ବିଜ୍ଞପ୍ତିକୁ ତୁରନ୍ତ ରଦ୍ଦ କରିବାକୁ ଓଡ଼ିଶା ସରକାରଙ୍କୁ କଂଗ୍ରେସର ଦାବି

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In