କଟକ, ରବିବାର ପୂର୍ବାହ୍ନରେ ଉତ୍କଳ ସାହିତ୍ୟ ସମାଜର ନୂତନ କାର୍ଯ୍ୟାଳୟ ଲୋକାର୍ପିତ ହୋଇଯାଇଛି । ଅନୁଷ୍ଠାନର ପ୍ରାକ୍ତନ ଆଜୀବନ ସଭ୍ୟ, ପ୍ରକାଶକ, କ୍ରୀଡ଼ାବିତ୍ ଓ ସଂଗଠକ ସ୍ୱର୍ଗତ ଶୁଭାଶିଷ କରଙ୍କ ସ୍ମୃତିରେ କର ପରିବାର ପକ୍ଷରୁ ପ୍ରଦତ୍ତ ଆର୍ଥିକ ସହାୟତାରେ ନିର୍ମିତ ଏହି କାର୍ଯ୍ୟାଳୟକୁ ଇଂ. ପ୍ରମୋଦ କୁମାର ମିଶ୍ର ଉଦ୍ଘାଟନ କରିଥିଲେ । ଏହି କାର୍ଯ୍ୟକ୍ରମରେ ଉତ୍କଳ ସାହିତ୍ୟ ସମାଜର କାର୍ଯ୍ୟନିର୍ବାହିକା ସମିତି ସଭ୍ୟ ଶିବାଶିଷ କରଙ୍କ ସମେତ ସୂର୍ଯ୍ୟ ମିଶ୍ର, ଚନ୍ଦନ ରଥ, ଅସ୍ମିତା କର, ସ୍ନେହାଶିଷ କର, ଅନୁପମା କର, ଆଲଭିନା କର, ଲଭଲିନା କର, ସାଇ ଶିବ କର, ଅଭିନବ କର, ଜାଗୃତି କର ପ୍ରମୁଖ ଯୋଗଦେଇ ଉତ୍କଳ ସାହିତ୍ୟ ସମାଜ କରୁଥିବା ଏହିପରି ଅନେକ ଅଭିନବ କାର୍ଯ୍ୟର ଉଚ୍ଚପ୍ରଶଂସା କରିଥିଲେ ।
ପ୍ରାରମ୍ଭରେ ଏହି କାର୍ଯ୍ୟାଳୟର ପ୍ରତିଷ୍ଠା ଉତ୍ସବ ଉପଲକ୍ଷେ ଏକ ହୋମ ଓ ପୂଜାକର୍ମ ଅନୁଷ୍ଠିତ ହୋଇଥିଲା । ଏହି ପୂଜାରେ ସାଧାରଣ ସଂପାଦକ ରାଜୀବ କୁମାର ଷଡ଼ଙ୍ଗୀ କର୍ତ୍ତା ହୋଇଥିଲା ବେଳେ, ଉପସଭାପତି ବ୍ରହ୍ମାନନ୍ଦ ବିଶ୍ୱାଳ, ସଂଗଠନ ସଂପାଦକ ଶଶିକାନ୍ତ ରାଉତ, କୋଷାଧ୍ୟକ୍ଷ ଦିଲ୍ଲୀପ କୁମାର ଦାସ, କାର୍ଯ୍ୟନିର୍ବାହିକା ସମିତି ସଭ୍ୟ ଆଦିତ୍ୟ ପ୍ରତାପ ଧଳ, ସେନାପତି ପ୍ରଦ୍ୟୁମ୍ନ କେଶରୀ, ରାଜକିଶୋର ସ୍ୱାଇଁ, ଗୀତାଞ୍ଜଳି ପୃଷ୍ଟି, ମୀରା ବେଉରା ପ୍ରମୁଖ ଉତ୍ସବ ପରିଚାଳନା କରିଥିଲେ ।
