• About Us
  • Contact Us
Tuesday, November 3, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଆଞ୍ଚଳିକ ଖବର

ରାଜସୁନାଖଳାରେ ରାଜ୍ୟସ୍ତରୀୟ ‘ସନ୍ଥ ଭକ୍ତଚରଣ ପ୍ରତିଭା ସମ୍ମାନ-୨୦୨୬’, ବୁଦ୍ଧିଜୀବୀ, ସମାଜସେବୀ, ସାମ୍ବାଦିକ ଓ ପ୍ରତିଭାବାନ ବ୍ୟକ୍ତିତ୍ୱଙ୍କୁ ଭବ୍ୟ ସମ୍ବର୍ଦ୍ଧନା

by Voice of Victims
November 2, 2026
in ଆଞ୍ଚଳିକ ଖବର, ମୁଖ୍ୟ ଖବର, ରାଜ୍ୟ, ସମସ୍ୟା
ରାଜସୁନାଖଳାରେ ରାଜ୍ୟସ୍ତରୀୟ ‘ସନ୍ଥ ଭକ୍ତଚରଣ ପ୍ରତିଭା ସମ୍ମାନ-୨୦୨୬’, ବୁଦ୍ଧିଜୀବୀ, ସମାଜସେବୀ, ସାମ୍ବାଦିକ ଓ ପ୍ରତିଭାବାନ ବ୍ୟକ୍ତିତ୍ୱଙ୍କୁ ଭବ୍ୟ ସମ୍ବର୍ଦ୍ଧନା

ରଣପୁର: ପ୍ରତିଭାର ସମ୍ମାନ, ସଂସ୍କୃତିର ସୁରକ୍ଷା ଓ ସମାଜସେବାର ସଂକଳ୍ପକୁ ନେଇ ରାଜସୁନାଖଳାସ୍ଥିତ ଆଶୀର୍ବାଦ କଲ୍ୟାଣୀ ମଣ୍ଡପରେ ଉତ୍କଳୀୟମ ଫାଉଣ୍ଡେସନ ଟ୍ରଷ୍ଟ, ଭୁବନେଶ୍ୱର ପକ୍ଷରୁ ରାଜ୍ୟସ୍ତରୀୟ ‘ସନ୍ଥ ଭକ୍ତଚରଣ ପ୍ରତିଭା ସମ୍ମାନ-୨୦୨୬’ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। ଏହି ଭବ୍ୟ ସମାରୋହରେ ରାଜ୍ୟର ବିଭିନ୍ନ ଅଞ୍ଚଳରୁ ବହୁ ବୁଦ୍ଧିଜୀବୀ, ଶିକ୍ଷାବିତ୍, ସମାଜସେବୀ, ସାମ୍ବାଦିକ, କଳାକାର ଓ ପ୍ରତିଭାବାନ ବ୍ୟକ୍ତିତ୍ୱ ଯୋଗଦେଇଥିଲେ।

କାର୍ଯ୍ୟକ୍ରମରେ ନୟାଗଡ଼ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଇଂ. ଦେବାଶିଷ ପଟ୍ଟନାୟକ ମୁଖ୍ୟ ଅତିଥି ଏବଂ ନୟାଗଡ଼ ଜିଲ୍ଲା ଉପଭୋକ୍ତା ଅଦାଲତର ପୂର୍ବତନ ବିଚାରପତି ନାରାୟଣ ମହାପାତ୍ର ମୁଖ୍ୟବକ୍ତା ଭାବେ ଯୋଗଦେଇଥିଲେ। ଅନ୍ୟତମ ଅତିଥି ଭାବେ ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟା ଭୁବନେଶ୍ୱରୀ ସାହୁ, ଯୁବ ସମାଜସେବୀ ବାସୁଦେବ ସାହୁ, ଶିକ୍ଷାବିତ୍ ସଦାଶିବ ସାହୁ, ସମାଜସେବୀ ସୁରେଶ କୁମାର ସ୍ୱାଇଁ, ଖୋର୍ଦ୍ଧା ଜିଲ୍ଲା ଓକିଲ ସଂଘ ସଭାପତି ଲୋତକବିନ୍ଦୁ ପଟ୍ଟନାୟକ ଓ ଫାଉଣ୍ଡେସନର ରାଜ୍ୟ ସାଧାରଣ ସମ୍ପାଦିକା ସୁଚିତ୍ରା ବେହେରା ମଞ୍ଚାସୀନ ଥିଲେ।

ଉତ୍କଳୀୟମ ଫାଉଣ୍ଡେସନର ଅଧ୍ୟକ୍ଷ ତଥା ଆଇନଜୀବୀ ରାଜୀବ ଲୋଚନ ପ୍ରଧାନ ସଭାପତିତ୍ୱ କରିଥିବା ବେଳେ ଶିକ୍ଷାବିତ୍ ବଲ୍ଲଭ ପ୍ରଧାନ ସଭାକାର୍ଯ୍ୟ ସଂଯୋଜନା କରିଥିଲେ। ଅତିଥିମାନଙ୍କୁ ଚନ୍ଦନ, ପୁଷ୍ପଗୁଚ୍ଛ ଓ ଉପଢୌକନ ପ୍ରଦାନ କରି ସ୍ୱାଗତ କରାଯାଇଥିଲା। ସମାରୋହରେ ‘ଓଡ଼ିଶାର ବିକାଶରେ ବୁଦ୍ଧିଜୀବୀ ସମାଜର ଭୂମିକା’ ଶୀର୍ଷକ ଆଲୋଚନା ସହ ସନ୍ଥ ଭକ୍ତଚରଣଙ୍କ ଜୀବନୀ, ଆଦର୍ଶ ଓ ସମାଜ ପ୍ରତି ଅବଦାନ ଉପରେ ଅତିଥିମାନେ ମତବ୍ୟକ୍ତ କରିଥିଲେ। ସମାଜରେ ସକାରାତ୍ମକ ପରିବର୍ତ୍ତନ ଓ ରାଜ୍ୟର ସାମଗ୍ରିକ ପ୍ରଗତି ପାଇଁ ବୁଦ୍ଧିଜୀବୀ ତଥା ସଚେତନ ନାଗରିକଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ମତ ପ୍ରକାଶ ପାଇଥିଲା।

ମୁଖ୍ୟ ଅତିଥି ଇଂ. ଦେବାଶିଷ ପଟ୍ଟନାୟକ ନିଜ ଅଭିଭାଷଣରେ କହିଥିଲେ ଯେ, ଉତ୍କଳୀୟମ ଫାଉଣ୍ଡେସନ ୨୦୧୪ ମସିହାରୁ ପ୍ରକୃତି, ସଂସ୍କୃତି ଓ ମାନବିକ ଅଧିକାରର ସୁରକ୍ଷା ଦିଗରେ କାର୍ଯ୍ୟ କରିଆସୁଛି। ବର୍ତ୍ତମାନ ଏହି ଅନୁଷ୍ଠାନ ଓଡ଼ିଶା ସମେତ ଦେଶର ୧୧ଟି ରାଜ୍ୟରେ ନିଜର ସାମାଜିକ କାର୍ଯ୍ୟକଳାପ ଜାରି ରଖିଥିବା ସେ ପ୍ରକାଶ କରିଥିଲେ।

ଏହି ଅବସରରେ ସମାଜସେବା, ଶିକ୍ଷା, ସାମ୍ବାଦିକତା, ସଂସ୍କୃତି ଓ ବିଭିନ୍ନ ସାମାଜିକ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ରଖିଥିବା ବୁଦ୍ଧିଜୀବୀ, ସାମାଜିକ କର୍ମୀ, ସାମ୍ବାଦିକ, ପୋଲିସ କର୍ମଚାରୀ, ସରପଞ୍ଚ, ଶିକ୍ଷକ, କବି, କବୟିତ୍ରୀ ଓ କୁନି ନୃତ୍ୟଶିଳ୍ପୀଙ୍କୁ ମାନପତ୍ର ଓ ଉପଢୌକନ ପ୍ରଦାନ କରି ସମ୍ମାନିତ କରାଯାଇଥିଲା। ଦିଲ୍ଲୀପ କୁମାର ସାହୁ, ପ୍ରମୋଦ କୁମାର ସେଠୀ, ଉମାକାନ୍ତ ରଣସିଂହ ଓ ଭଗବାନ ମହାପାତ୍ରଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଏଥିରେ ଯୋଗଦେଇଥିଲେ। ପ୍ରତିଭାର ପ୍ରୋତ୍ସାହନ, ସାମାଜିକ ସଚେତନତା ଓ ଓଡ଼ିଆ ସଂସ୍କୃତିର ସୁରକ୍ଷାକୁ ମୁଖ୍ୟ ଲକ୍ଷ୍ୟ ରଖି ଆୟୋଜିତ ଏହି ରାଜ୍ୟସ୍ତରୀୟ ସମାରୋହ ରାଜସୁନାଖଳା ଅଞ୍ଚଳରେ ଏକ ଉତ୍ସାହ ଓ ଉଦ୍ଦୀପନାର ପରିବେଶ ସୃଷ୍ଟି କରିଥିଲା। ଅନୁଷ୍ଠାନର ଏଭଳି ଅଭିନବ ପ୍ରୟାସକୁ ଉପସ୍ଥିତ ଅତିଥି ଓ ଅଞ୍ଚଳବାସୀ ଉଚ୍ଚ ପ୍ରଶଂସା କରିଥିଲେ।

Post Views: 35
Share199Tweet125Send
Voice of Victims

Voice of Victims

Recent Posts

  • ସରିଲା ବାତ୍ୟା ‘ମୁରାସୁ’ର ଲ୍ୟାଣ୍ଡଫଲ୍, ଆନ୍ଧ୍ର ଉପକୂଳରେ ତାଣ୍ଡବ
  • ରାଜ୍ୟରେ ଆହୁରୀ ୨ ଦିନ ପ୍ରବଳ ବର୍ଷା, ୫ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି
  • ବିଶିଷ୍ଟ ସ୍ନାୟୁ ଶଲ୍ୟ ଚିକିତ୍ସକ ପଦ୍ମଶ୍ରୀ ଡାକ୍ତର ଅଶୋକ କୁମାର ମହାପାତ୍ରଙ୍କ ପରଲୋକ
  • ବର୍ଣ୍ଣାଭୀ ଲେହେଙ୍ଗା ବୁଟିକ ଉଦଘାଟିତ
  • ଜିଲ୍ଲାପାଳ ଏବଂ ଏସ.ପି ଙ୍କ ମିଳିତ ସହଯୋଗରେ ୨୫ ଟି ଅଭିଯୋଗର ହେଲା ସମାଧାନ

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In