• About Us
  • Contact Us
Wednesday, November 11, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଦେଶ ବିଦେଶ

ବିହାରରେ ମୁଖ୍ୟମନ୍ତ୍ରୀ ସମ୍ରାଟ ଚୌଧୁରୀଙ୍କ ବଡ଼ ଆକ୍ସନ, କାର୍ଯ୍ୟରେ ଅବହେଳା ପାଇଁ ଥରକେ ୧୫ ଅଧିକାରୀ ସସପେଣ୍ଡ

by Voice of Victims
November 11, 2026
in ଦେଶ ବିଦେଶ, ମୁଖ୍ୟ ଖବର, ସମସ୍ୟା
ବିହାରରେ ମୁଖ୍ୟମନ୍ତ୍ରୀ ସମ୍ରାଟ ଚୌଧୁରୀଙ୍କ ବଡ଼ ଆକ୍ସନ, କାର୍ଯ୍ୟରେ ଅବହେଳା ପାଇଁ ଥରକେ ୧୫ ଅଧିକାରୀ ସସପେଣ୍ଡ

ପାଟନା : ବିହାରରେ ମୁଖ୍ୟମନ୍ତ୍ରୀ ସମ୍ରାଟ ଚୌଧୁରୀଙ୍କ ବଡ଼ କାର୍ଯ୍ୟାନୁଷ୍ଠାନ । ଦୁର୍ନୀତି ଓ କାର୍ଯ୍ୟରେ ଅବହେଳା କରୁଥିବା ଅଧିକାରୀଙ୍କ ବିରୋଧରେ ବଡ଼ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି ସମ୍ରାଟ ଚୌଧୁରୀ । ସହଯୋଗ ଶିବିରରେ ଅଭିଯୋଗ ଶୁଣାଣି ସମୟରେ ଏକାଥରେ ପ୍ରାୟ ୧୫ ଜଣ ଅଧିକାରୀଙ୍କୁ ନିଲମ୍ବନ କରିଛନ୍ତି ବିହାର ମୁଖ୍ୟମନ୍ତ୍ରୀ । ନିର୍ଦ୍ଧାରିତ ସମୟରେ ଲୋକଙ୍କ ସମସ୍ୟାର ସମାଧାନ ନ କରିବା ଏବଂ ସରକାରୀ ନିୟମ ପାଳନରେ ଅବହେଳା କରିବା ଅଭିଯୋଗରେ ଏହି ପଦକ୍ଷେପ ନିଆଯାଇଛି ।

ମଙ୍ଗଳବାର ମୁଖ୍ୟମନ୍ତ୍ରୀ ସମ୍ରାଟ ଚୌଧୁରୀ ସହଯୋଗ ଶିବିରରେ ଲୋକଙ୍କ ଅଭିଯୋଗ ଶୁଣୁଥିଲେ । ଏହି ସମୟରେ କାର୍ଯ୍ୟରେ ଅବହେଳା କରୁଥିବା ୧୫ ଜଣ ଅଧିକାରୀଙ୍କୁ ଚିହ୍ନଟ କରାଯାଇଥିଲା । ନିଲମ୍ବିତ ହୋଇଥିବା ଅଧିକାରୀଙ୍କ ମଧ୍ୟରେ ଅନେକ ଅଞ୍ଚଳର ସିଓ ରହିଛ ନ୍ତି। ସମସ୍ତଙ୍କ ବିରୋଧରେ ବିଭାଗୀୟ ତଦନ୍ତ ସହ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ।

ଏହି କାର୍ଯ୍ୟାନୁଷ୍ଠାନ ସହ ଅବହେଳା କରୁଥିବା ଅଧିକାରୀ ଓ କର୍ମଚାରୀଙ୍କୁ କଡ଼ା ଚେତାବନୀ ଦେଇଛନ୍ତି ସମ୍ରାଟ ଚୌଧୁରୀ । ମୁଖ୍ୟମନ୍ତ୍ରୀ ସଚିବାଳୟ ପକ୍ଷରୁ ଜାରି ନିର୍ଦ୍ଦେଶରେ କୁହାଯାଇଛି ଯେ, ସହଯୋଗ ପୋର୍ଟାଲରେ ମିଳୁଥିବା ଅଭିଯୋଗଗୁଡ଼ିକର କେବଳ ସମୟସୀମା ମଧ୍ୟରେ ସମାଧାନ ନୁହେଁ, ବରଂ ସମାଧାନର ଗୁଣବତ୍ତା ଉପରେ ମଧ୍ୟ ସମୀକ୍ଷା କରାଯିବ । ଜିଲ୍ଲାପାଳ, ବିଭିନ୍ନ ବିଭାଗର ସଚିବ ଏବଂ ମୁଖ୍ୟମନ୍ତ୍ରୀ ସଚିବାଳୟର ଅଧିକାରୀମାନଙ୍କୁ ଏନେଇ ନିର୍ଦ୍ଦେଶ ଦିଆଯାଇଛି । ଯଦି କୌଣସି ଅଧିକାରୀ ଅଭିଯୋଗକାରୀଙ୍କ ସମସ୍ୟାର ବାସ୍ତବ ସମାଧାନ ନ କରନ୍ତି ତେବେ ତାଙ୍କ ବିରୋଧରେ କଠୋର ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନିଆଯିବ।

Post Views: 13
Share197Tweet123Send
Voice of Victims

Voice of Victims

Recent Posts

  • ବିହାରରେ ମୁଖ୍ୟମନ୍ତ୍ରୀ ସମ୍ରାଟ ଚୌଧୁରୀଙ୍କ ବଡ଼ ଆକ୍ସନ, କାର୍ଯ୍ୟରେ ଅବହେଳା ପାଇଁ ଥରକେ ୧୫ ଅଧିକାରୀ ସସପେଣ୍ଡ
  • ପୁଣି କଡ଼ ଲେଉଟାଇଲା କରୋନାର ନୂଆ ଭାରିଆଣ୍ଟ, ଏକାଧିକ ଦେଶରେ ଚିହ୍ନଟ ହେବା ପରେ ବଢିଲା ଚର୍ଚ୍ଚା
  • ଏୟାର ଇଣ୍ଡିଆ ବିମାନରେ ହାଇଜାକ୍ ଆଲର୍ଟ, ଦମଦମ୍ ଏୟାରପୋର୍ଟରେ ଆତଙ୍କ
  • ସାରା ରାଜ୍ୟରେ ଶୀତର ପହିଲି ପରଶ: ୧୫ ଡିଗ୍ରୀ ତଳେ ୬ ସ୍ଥାନର ରାତି ତାପମାତ୍ରା
  • ଆଜି ବଙ୍ଗୋପସାଗର ଅଞ୍ଚଳରେ ସୃଷ୍ଟି ହୋଇପାରେ ଘୂର୍ଣ୍ଣିବଳୟ, ରାଜ୍ୟରେ ଜାରି ରହିବ ଶୀତର ପ୍ରଭାବ

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In