• About Us
  • Contact Us
Tuesday, November 17, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଆଞ୍ଚଳିକ ଖବର

ମାରଣା ଦନ୍ତାର ଆତଙ୍କ ! ପୁଣି ଜଣେ ଯୁବକଙ୍କ ଜୀବନ ନେଲା ହାତୀ, ୧୫ ଦିନରେ ୩ ମୃତ, ରଣପୁର ଅଞ୍ଚଳରେ ଭୟର ବାତାବରଣ

by Voice of Victims
November 16, 2026
in ଆଞ୍ଚଳିକ ଖବର, ମୁଖ୍ୟ ଖବର, ରାଜ୍ୟ, ସମସ୍ୟା
ମାରଣା ଦନ୍ତାର ଆତଙ୍କ ! ପୁଣି ଜଣେ ଯୁବକଙ୍କ ଜୀବନ ନେଲା ହାତୀ, ୧୫ ଦିନରେ ୩ ମୃତ, ରଣପୁର ଅଞ୍ଚଳରେ ଭୟର ବାତାବରଣ

ରଣପୁର, ୧୬/୧୧ : ଖୋର୍ଦ୍ଧା ବନଖଣ୍ଡ ଅନ୍ତର୍ଗତ ରଣପୁର ରେଞ୍ଜରେ ମାରଣା ଦନ୍ତା ହାତୀର ଆତଙ୍କ ଥମିବାର ନାଁ ନେଉନାହିଁ। ପୁଣି ଦନ୍ତା ହାତୀ ଆକ୍ରମଣରେ ଜଣେ ଯୁବକଙ୍କ ଜୀବନ ଯାଇଛି। ମୃତକ ହେଲେ ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ବ୍ଲକ ସାନ ରାଉତପଡ଼ା ଗ୍ରାମର ସନ୍ତୋଷ ମୁଦୁଲି (୨୮)। ଏହି ଘଟଣା ପରେ ସମଗ୍ର ଅଞ୍ଚଳରେ ଭୟ ଓ ଆତଙ୍କର ପରିବେଶ ସୃଷ୍ଟି ହୋଇଛି। ଗତ ୧୫ ଦିନ ମଧ୍ୟରେ ଏହି ଦନ୍ତା ହାତୀ ଆକ୍ରମଣରେ ୩ ଜଣଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଛି।

ସୂଚନା ଅନୁଯାୟୀ, ଗତକାଲି ସନ୍ଧ୍ୟାରେ ସନ୍ତୋଷ ନିଜର ଜଣେ ବନ୍ଧୁଙ୍କ ସହ ବାଇକ୍‌ ଯୋଗେ ମୟୂରଝାଲିଆରୁ ସାନ ରାଉତପଡ଼ା ଅଭିମୁଖେ ଯାଉଥିଲେ। ମୟୂରଝାଲିଆ କଲେଜ ନିକଟରେ ହଠାତ୍‌ ଏକ ଦନ୍ତା ହାତୀ ସହ ସେମାନଙ୍କର ମୁହାଁମୁହିଁ ହୋଇଥିଲା। ଏହି ସମୟରେ ବାଇକ୍‌ର ପଛରେ ବସିଥିବା ସନ୍ତୋଷ ଜୀବନ ବଞ୍ଚାଇବାକୁ ଦୌଡ଼ି ପଳାଇବାକୁ ଉଦ୍ୟମ କରିବା ବେଳେ ଦନ୍ତା ହାତୀ ତାଙ୍କୁ ଆକ୍ରମଣ କରି ଦଳି ଦେଇଥିଲା। ଫଳରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା। ଅନ୍ୟପଟେ ବାଇକ୍‌ ଛାଡ଼ି ତାଙ୍କ ସହ ଥିବା ବନ୍ଧୁ ଜଣକ କୌଣସି ମତେ ନିଜ ଜୀବନ ବଞ୍ଚାଇବାରେ ସଫଳ ହୋଇଥିଲେ।

ଘଟଣା ସମ୍ପର୍କରେ ଖବର ପାଇ ବନ ବିଭାଗର କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ସନ୍ତୋଷଙ୍କୁ ଉଦ୍ଧାର କରି ଟାଙ୍ଗୀ ମେଡିକାଲକୁ ନେଇଥିଲେ। ସେଠାରେ ଡାକ୍ତର ପରୀକ୍ଷା ପରେ ତାଙ୍କୁ ମୃତ ଘୋଷଣା କରିଥିଲେ। ବର୍ତ୍ତମାନ ଟାଙ୍ଗୀ ମେଡିକାଲରେ ମୃତଦେହ ରହିଥିବା ଜଣାପଡ଼ିଛି।

ସବୁଠାରୁ ଦୁଃଖଦ ବିଷୟ ହେଉଛି, ମୃତ ସନ୍ତୋଷଙ୍କର ମାତ୍ର ଏକ ବର୍ଷର ଏକ କନ୍ୟା ସନ୍ତାନ ରହିଛି। ଅଳ୍ପ ବୟସରେ ପରିବାରର ରୋଜଗାରିଆ ସଦସ୍ୟଙ୍କୁ ହରାଇ ପରିବାର ଅସହାୟ ହୋଇପଡ଼ିଛି।

ଅଞ୍ଚଳରେ ବାରମ୍ବାର ହାତୀ ଆକ୍ରମଣ ଓ ଲଗାତାର ଜୀବନହାନିକୁ ନେଇ ସାଧାରଣ ଲୋକଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ମାରଣା ଦନ୍ତାକୁ ନିୟନ୍ତ୍ରଣ କରିବା ସହ ଅଞ୍ଚଳବାସୀଙ୍କ ସୁରକ୍ଷା ପାଇଁ ବନ ବିଭାଗ ତୁରନ୍ତ ଠୋସ୍ ପଦକ୍ଷେପ ନେବାକୁ ଦାବି ହୋଇଛି। ଏଥିସହ ମୃତକଙ୍କ ଅସହାୟ ପରିବାରକୁ ଯଥାଶୀଘ୍ର ସରକାରୀ ସହାୟତା ଓ କ୍ଷତିପୂରଣ ଯୋଗାଇଦେବାକୁ ମଧ୍ୟ ସାଧାରଣରେ ଦାବି ହେଉଛି।

Post Views: 22
Share198Tweet124Send
Voice of Victims

Voice of Victims

Recent Posts

  • ମାରଣା ଦନ୍ତାର ଆତଙ୍କ ! ପୁଣି ଜଣେ ଯୁବକଙ୍କ ଜୀବନ ନେଲା ହାତୀ, ୧୫ ଦିନରେ ୩ ମୃତ, ରଣପୁର ଅଞ୍ଚଳରେ ଭୟର ବାତାବରଣ
  • ଆଜିଠୁ ମୋଦିଙ୍କ ଫିଲିପାଇନ୍ସ ଗସ୍ତ, ବାଣିଜ୍ୟ ଓ ସୁରକ୍ଷା ଉପରେ ବଡ଼ ଆଲୋଚନା
  • କାନପୁରରେ ଏକ ଆପାର୍ଟମେଣ୍ଟରେ ଭୟାବହ ଅଗ୍ନିକାଣ୍ଡ, ୨ ମୃତ, ଅନେକ ଡେଇଁ ବଞ୍ଚାଇଲେ ଜୀବନ
  • ଭୁବନେଶ୍ୱରରେ ଉପରାଷ୍ଟ୍ରପତି ସିପି ରାଧାକ୍ରିଷ୍ଣନ, ଟ୍ୱିନ୍ ସିଟିରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା
  • ଆଜି ସନ୍ଧ୍ୟା ସୁଦ୍ଧା ବାତ୍ୟା, ୨୦ ତାରିଖ ମଧ୍ୟାହ୍ନରେ ଲ୍ୟାଣ୍ଡଫଲ୍!

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In