• About Us
  • Contact Us
Wednesday, November 18, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଦେଶ ବିଦେଶ

ସୁନା ଓ ରୁପା ଦରରେ ବଡ଼ ହ୍ରାସ, ଗ୍ରାହକଙ୍କୁ ମିଳିଲା ଆଶ୍ୱସ୍ତି; ୧ ଲକ୍ଷ ସ୍ତର ମୁହାଁ ସୁନା ଦର!

by Voice of Victims
November 17, 2026
in ଦେଶ ବିଦେଶ, ମୁଖ୍ୟ ଖବର
ସୁନାଦରକୁ ନେଇ କେନ୍ଦ୍ର ସରକାରଙ୍କ ବଡ ଘୋଷଣା! ଏତେ ଟଙ୍କା କମାଇଦେଲେ…

ନୂଆଦିଲ୍ଲୀ: ସୁନା ଦର ଏବେ ହ୍ରାସ ହେଉଛି । ଦର ପ୍ରାୟ ୧ ଲକ୍ଷ ଟଙ୍କା ସ୍ତରକୁ ଖସିଛି। ସୋମବାର ୧୮ କ୍ୟାରେଟ ସୁନା ଦର ୧.୦୨ ଲକ୍ଷ ସ୍ତରରେ ରହିଛି। ୧୦ ଗ୍ରାମ ପିଛା ଦର ୬୨୦ ଟଙ୍କା କମିଛି। ସେହିଭଳି ୨୨ କ୍ୟାରେଟ ୧୦ ଗ୍ରାମ ପିଛା ଦର ୭୫୦ ଟଙ୍କା ହ୍ରାସ ହ୍ରାସ ହୋଇ ୧,୨୫, ୪୦୦ ଟଙ୍କା ରହିଛି। ୨୪ କ୍ୟାରେଟ ସୁନା ଦର ୮୨୦ ଟଙ୍କା କମି ୧,୩୬,୮୦୦ ଟଙ୍କାକୁ ଖସିଛି।

କିଲୋପିଛା ରୁପା ଦର ୫ ହଜାର ହ୍ରାସ ହୋଇ ୧.୯୦ ଲକ୍ଷ ଟଙ୍କା ରହିଛି। ଇଣ୍ଡିଆ ବୁଲିଅନ ଆଣ୍ଡ୍ ଜୁଏଲର୍ସ ଆସୋସିଏସନ ମୁତାବକ, ସୋମବାରର ଦେଶରେ ରୁପା କିଲୋପିଛା ୭୭୪୯ ଟଙ୍କା ଯାଏ କମିଛି। ଫଳରେ ଏହାର ଦର ୧.୭୦ ଲକ୍ଷ ଟଙ୍କାକୁ ଖସିଗଲାଣି।

୧୧ ମାସ ପରେ ରୁପା ଦର ୧.୭୦ ଲକ୍ଷ ଟଙ୍କା ସ୍ତରକୁ ଆସିଛି। ଏହା ପୂର୍ବରୁ ୨୦୨୫ ଡିସେମ୍ବର ପହିଲାରେ ରୁପା ୧.୬୪ ଲକ୍ଷ ଟଙ୍କା ସ୍ତରରେ ଥିଲା । ୨ ଡିସେମ୍ବରରେ ଏହା ୧.୭୩ ଲକ୍ଷ ସ୍ତରରେ ଥିଲା। ଚଳିତ ମାସରେ ରୁପା ଦର ୧୭ ହଜାର ଏବଂ ସୁନା ୬ ହଜାରରୁ ଉର୍ଦ୍ଧ୍ବ ହ୍ରାସ ହେଲାଣି। ୩୦ ଅକ୍ଟୋବରେ ରୁପା ୧.୮୬ ଲକ୍ଷ ଏବଂ ସୁନା ୧.୪୦ ଲକ୍ଷ ଟଙ୍କାରେ ଥିଲା ।

ଚଳିତ ବର୍ଷ ସୁନା ଓ ରୁପା ଦରରେ ଲଗାତର ବୃଦ୍ଧି ପରିଲକ୍ଷିତ ହୋଇଥିଲା। ରୁପା ଦର ୨୦୨୫ ଡିସେମ୍ବର ୩୧ରେ ୨.୩୦ ଟଙ୍କା ଏବଂ ଜାନୁଆରିରେ ସର୍ବକାଳୀନ ରେକର୍ଡ ୩.୮୬ ଲକ୍ଷ ଛୁଇଁଥିଲା। ଦେଶରେ ଅଦ୍ୟାବଧି ରୁପା କିଲୋ ପିଛା ଦର ୨.୧୬ ଲକ୍ଷ ଟଙ୍କା ଶସ୍ତା ହେଲାଣି।

ସୁନା ଦର ୨୦୨୫ ଡିସେମ୍ବରରେ ୧.୩୩ ଲକ୍ଷ ଟଙ୍କା ଥିବା ବେଳେ ୨୯ ଜାନୁଆରିରେ ରେକର୍ଡ ୧.୭୬ ଟଙ୍କା ସ୍ତରକୁ ବଢ଼ିଥିଲା। ଏହି ସ୍ତରରୁ ସୁନା ୪୨ ହଜାର ଟଙ୍କା ଯାଏ ଶସ୍ତା ହୋଇଛି। ବର୍ତ୍ତମାନ ଡଲାର ଏବଂ ବଣ୍ଡରୁ ମିଳୁଥିବା ଲାଭରେ ଉନ୍ନତି ଆସିଛି। ସେହିଭଳି ଫେଡେରାଲ ରିଜର୍ଭର ସୁଧହାର ବୃଦ୍ଧି ଆଶଙ୍କା ଏବଂ ଦୀପାବଳି ପରେ ନିବେଶକଙ୍କ ଦ୍ଵାରା ପ୍ରଫିଟ ବୁକିଂ ଯୋଗୁ ସୁନା ନିବେଶ ଉପରେ ପ୍ରଭାବ ପଡ଼ିବା ସହ ଦର ହ୍ରାସ ହେଉଛି। ସେହିଭଳି ଯୁଦ୍ଧ ଆଶଙ୍କା କମିଥିବାରୁ ଏହା ସୁନାର ଚମକକୁ ଫିକା କରିଛି ବୋଲି ବିଶେଷଜ୍ଞ କହିଛନ୍ତି ।

Post Views: 31
Share199Tweet124Send
Voice of Victims

Voice of Victims

Recent Posts

  • ପତଞ୍ଜଳି ପକ୍ଷରୁ ପ୍ରାକୃତିକ ଚିକିତ୍ସା ଦିବସ ପାଳନ
  • କ୍ୱାଡ୍ ମଞ୍ଚରେ ପିଏମ ମୋଦୀଙ୍କୁ ପ୍ରଶଂସା କଲେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ, କହିଲେ- ସେ ମୋର ଭଲ ବନ୍ଧୁ
  • ବାତ୍ୟା ପାଇଁ ମାଲକାନଗିରିରେ ସ୍କୁଲ୍ ଛୁଟି, ୧୯ ଓ ୨୦ରେ ଶିକ୍ଷାନୁଷ୍ଠାନ ବନ୍ଦ
  • ଆଇପିଏଲ୍ ୨୦୨୭ରେ ଖେଳିବେ ନାହିଁ ଟ୍ରାଭିସ୍ ହେଡ୍
  • ରବୀନ୍ଦ୍ର ମଣ୍ଡପରେ ଝଲସିଲା ଷଷ୍ଠ ନୃତ୍ୟସୁଧା ନୃତ୍ୟ ମହୋତ୍ସବ

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In