କଟକ, ଭାରତ ସରକାରଙ୍କ ଆୟୁଷ ମନ୍ତ୍ରାଳୟ ପକ୍ଷରୁ ପ୍ରତିବର୍ଷ ନଭେମ୍ବର ମାସ ୧୮ ତାରିଖ ଦିନଟିକୁ ପ୍ରାକୃତିକ ଚିକିତ୍ସା ଦିବସ ଭାବେ ପାଳନ କରାଯାଏ। ପତଞ୍ଜଳି ଯୋଗପୀଠ ଆନୁକୁଲ୍ୟରେ ମହାନଦୀ ବିହାର ଯୋଗ କେନ୍ଦ୍ର ଠାରେ ରାଜ୍ୟ ପ୍ରଭାରୀ ସୁନିଲ ଶର୍ମାଙ୍କ ନେତୃତ୍ବରେ ବିଭିନ୍ନ ପ୍ରକାରର ପ୍ରାକୃତିକ ଚିକିତ୍ସା ବିଷୟରେ ଆଲୋଚନା ଓ ଅଭ୍ୟାସ କରାଯାଇଥିଲା। ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ପ୍ରଭାରୀ ଶିଶିର କୁମାର ଜେନା, କିଶୋର ସାଗର, ନିତାଇ ବଳ, ପୂର୍ଣ୍ଣଚନ୍ଦ୍ର ସାହୁ, ସାଗର ନାୟକ, ରାମଚନ୍ଦ୍ର ସାହୁ, କୁରେଶ ପାତ୍ର, ମହେନ୍ଦ୍ର ତ୍ରିପାଠୀ, ତ୍ରିନାଥ ଦାସ, ଶ୍ରୀଧର ପଣ୍ଡା, ଜୟନ୍ତ ପୃଷ୍ଟି, ଗୋପିନାଥ ସାହୁ, କବିତା କରଣ, ତପସ୍ଵିନୀ ମହାନ୍ତି, ଜୟଶ୍ରୀ ମହାନ୍ତି, ଗୀତାଞ୍ଜଳି ଶତପଥୀ, ରୀତା ପୁହାଣ, ଉଷାରାଣୀ ଜେନା, ସୁଭଦ୍ରା ପାଣ୍ଡବ, ପ୍ରିୟତମା ଜେନା, ବାସନ୍ତୀ ଦାସ, ନିର୍ମଳା ଚୌଧୁରୀ, ଲୋପାମୁଦ୍ରା ପ୍ରିୟଦର୍ଶିନୀ ଓ ସବିତା ଦାସ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ। କିଶୋର ସାଗର ଧନ୍ୟବାଦ ପ୍ରଦାନ କରିଥିଲେ। ଏହି ଅବସରରେ ଅଗ୍ନି ଚିକିତ୍ସା, ମୃତ୍ତିକା ଚିକିତ୍ସା, ଜଳ ନେତି, ଦୁଗ୍ଧ ନେତି, ସୂତ୍ର ନେତି, ଅକ୍ଷି ତର୍ପଣ, ନସ୍ୟ, ବମନ କ୍ରିୟା, ନୌଳି କ୍ରିୟା, ଶଙ୍ଖ ପ୍ରକ୍ଷାଳନ ଓ ତ୍ରାଟକ ପ୍ରଭୃତି ଅଭ୍ୟାସ କରାଯାଇଥିଲା।
