• About Us
  • Contact Us
Friday, November 20, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଆଞ୍ଚଳିକ ଖବର

ଓଡ଼ିଶାର ତିନୋଟି ଜିଲ୍ଲାରେ ଠାବ ହୋଇଛି ସୁନା ଖଣି: ବିଭୂତି ଭୂଷଣ ଜେନା

by Voice of Victims
November 19, 2026
in ଆଞ୍ଚଳିକ ଖବର, ମୁଖ୍ୟ ଖବର, ରାଜ୍ୟ, ସମସ୍ୟା
ଓଡ଼ିଶାର ତିନୋଟି ଜିଲ୍ଲାରେ ଠାବ ହୋଇଛି ସୁନା ଖଣି: ବିଭୂତି ଭୂଷଣ ଜେନା

ଓଡ଼ିଶାର ତିନୋଟି ଜିଲ୍ଲାରେ ସୁନା ଖଣିର ସନ୍ଧାନ ମିଳିଥିବା ନେଇ ରାଜ୍ୟ ଇସ୍ପାତ ଓ ଖଣି ମନ୍ତ୍ରୀ ବିଭୂତି ଭୂଷଣ ଜେନା ସୂଚନା ଦେଇଛନ୍ତି। ବିଧାନସଭାରେ ବିଧାୟକ ଅଶ୍ୱିନୀ କୁମାର ପାତ୍ର ଏବଂ ସୌଭିକ ବିଶ୍ୱାଳଙ୍କ ପ୍ରଶ୍ନର ଉତ୍ତର ରଖି ମନ୍ତ୍ରୀ ଏହି ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଉପସ୍ଥାପନ କରିଛନ୍ତି।

ମନ୍ତ୍ରୀ ସ୍ପଷ୍ଟ କରିଛନ୍ତି ଯେ ଭାରତୀୟ ଭୂ-ବୈଜ୍ଞାନିକ ସର୍ବେକ୍ଷଣ ସଂସ୍ଥା (GSI) ଏବଂ ରାଜ୍ୟ ଖଣି ଓ ଭୂତତ୍ତ୍ୱ ନିର୍ଦ୍ଦେଶାଳୟର ସର୍ବେକ୍ଷଣ ଅନୁଯାୟୀ କେନ୍ଦୁଝରର, ଦେବଗଡ଼ର ଓ ମୟୂରଭଞ୍ଜରେ ସୁନାବାହୀ ପଥର ଚିହ୍ନଟ ହୋଇଛି। କେନ୍ଦୁଝର ଜିଲ୍ଲାର ଗୋପୁର – ଜଳଡିହାରେ ୧୯୧.୦୬ କେଜି, ମୟୂରଭଞ୍ଜ ଜିଲ୍ଲାର ମଦନ ସାହି – କଞ୍ଜିଆ ଠାରେ ୧୪୬୨.୭୩ କେଜି ଓ ଦେବଗଡ଼ର ଅଡ଼ଶ ଠାରେ ୧୬୮୫ କେଜି ସୁନା ମହଜୁଦ ଅଛି । ୩ଟି ଜିଲ୍ଲାରେ ମୋଟ ୩,୩୩୮.୭୯ କେଜି ସୁନା ମହଜୁଦ ଅଛି ବୋଲି ପ୍ରାଥମିକ ଅନୁସନ୍ଧାନରୁ ଜଣାପଡ଼ିଛି ।

ସେହିଭଳି ଦେବଗଡ଼ ଓ ସୁନ୍ଦରଗଡ଼ରେ ଅଛି ରୂପା ଖଣି । ଦେବଗଡ଼ ଜିଲ୍ଲାର ଅଡ଼ଶ ଠାରେ ୦.୬୩୮ ମେଟ୍ରିକ୍ ଟନ୍, ସୁନ୍ଦରଗଡ଼ର ସରଗିପାଲି ଠାରେ ୧.୭୪୯ ମେଟ୍ରିକ୍ ଟନ୍ ରୂପା ମହଜୁଦ୍ ଅଛି । ଦୁଇଟି ଜିଲ୍ଲାରେ ମୋଟ ୨.୩୮୭ ମେଟ୍ରିକ୍ ଟନ୍ ରୂପ ମହଜୁଦ ଅଛି । ରାଜ୍ୟର କଳାହାଣ୍ଡିରେ ମିଳିଛି ମୂଲ୍ୟବାନ ମାଣିକ୍ୟ ବା ରୁବି ଖଣିର ସନ୍ଧାନ । କଳାହାଣ୍ଡି ଜିଲ୍ଲାର ଜିଲିଙ୍ଗଧର – ହିଞ୍ଜିଲିବାହାଲ ଠାରେ ୫ ହଜାର ୩୪୯ କେଜି ମାଣିକ୍ୟ ପଥର ଗଚ୍ଛିତ ଅଛି । ଏ ସନ୍ଧାନ ପାଇବା ପରେ ସରକାର ପରବର୍ତ୍ତୀ ପଦକ୍ଷେପ ଗ୍ରହଣ କରୁଛନ୍ତି ବୋଲି ମନ୍ତ୍ରୀ କହିଛନ୍ତି।

Post Views: 32
Share200Tweet125Send
Voice of Victims

Voice of Victims

Recent Posts

  • ବାତ୍ୟା ‘ଆକ୍ୱାନ’ ପ୍ରଭାବିତଙ୍କ ସୁରକ୍ଷା ଓ ସହାୟତା ପାଇଁ ଆଶ୍ରୟସ୍ଥଳୀ ବୁଲି ସ୍ଥିତି ସମୀକ୍ଷା କଲେ ବାଚସ୍ପତି ସୁରମା ପାଢ଼ୀ
  • ଆସନ୍ତାକାଲି ଭଦ୍ରକ ଜିଲ୍ଲାରେ ସ୍କୁଲ୍ ଛୁଟି ଘୋଷଣା
  • ବାଲିଯାତ୍ରା ପଡିଆକୁ ନୋ ଡ୍ରୋନ ଜୋନ ଘୋଷଣା କଲା ଜିଲ୍ଲା ପ୍ରଶାସନ
  • ବିରୋଧୀଙ୍କ ହଟ୍ଟଗୋଳ ଓ ଅଚଳାବସ୍ଥା: ସୋମବାର ଯାଏଁ ଗୃହ ମୁଲତବୀ
  • ଯୋଗୀ ଆଦିତ୍ୟନାଥଙ୍କ ମାତା ସାବିତ୍ରୀ ଦେବୀଙ୍କ ପରଲୋକ; ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In