• About Us
  • Contact Us
Wednesday, November 25, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଆଞ୍ଚଳିକ ଖବର

ନଭେମ୍ବର ଶେଷ ସପ୍ତାହରେ ପୁଣି ମାଡ଼ି ଆସିବ କି ବାତ୍ୟା? ଦକ୍ଷିଣ ବଙ୍ଗୋପସାଗର ଉପରେ ନଜର

by Voice of Victims
November 24, 2026
in ଆଞ୍ଚଳିକ ଖବର, ମୁଖ୍ୟ ଖବର, ରାଜ୍ୟ, ସମସ୍ୟା
ସୃଷ୍ଟି ହେଲା ଲଘୁଚାପ, ୨୪ ଘଣ୍ଟାରେ ଆହୁରି ହେବ ଘନୀଭୂତ

ଭୁବନେଶ୍ୱର : ଦକ୍ଷିଣ ବଙ୍ଗୋପସାଗରରେ ବାତ୍ୟା ଆଶଙ୍କା ! । ନଭେମ୍ବର ଶେଷ ସପ୍ତାହରେ ଦକ୍ଷିଣ ବଙ୍ଗୋପସାଗରରେ ବାତ୍ୟା ସୃଷ୍ଟି ହେବାର ସମ୍ଭାବନା । ନଭେମ୍ବର ୩୦ରୁ ଆରମ୍ଭ ହେଉଥିବା ସପ୍ତାହର ଶେଷଭାଗରେ ବାତ୍ୟା ସୃଷ୍ଟି ହୋଇପାରେ । ନଭେମ୍ବର ଶେଷ କିମ୍ୱା ଡିସେମ୍ବର ପ୍ରଥମ ସପ୍ତାହରେ ଦକ୍ଷିଣ ବଙ୍ଗୋପସାଗରରେ ଆଉ ଏକ ବାତ୍ୟା ସୃଷ୍ଟି ହୋଇପାରେ । ଏନେଇ ପାଣିପାଗ ବିଶେଷଜ୍ଞ ଜେସନ୍ ନିକୋଲ୍ସ ସୋସିଆଲ୍ ମିଡିଆ ପ୍ଲାଟଫର୍ମ Xରେ ପୂର୍ବାନୁମାନ କରିଥିବା ସୂଚନା ମିଳିଛି ।

ନିକୋଲ୍ସଙ୍କ ଆକଳନ ଅନୁସାରେ, ନଭେମ୍ବର ୩୦ରୁ ଆରମ୍ଭ ହେଉଥିବା ସପ୍ତାହର ଶେଷଭାଗରେ ଦକ୍ଷିଣ ବଙ୍ଗୋପସାଗରରେ ଏକ ସାମୁଦ୍ରିକ ଝଡ଼ ସୃଷ୍ଟି ହେବାର ସମ୍ଭାବନା ରହିଛି । ତେବେ ଏହାର ତୀବ୍ରତା, ଗତିପଥ ଓ ସ୍ଥଳଭାଗରେ ପ୍ରଭାବ ସମ୍ପର୍କରେ ଏବେଠାରୁ କୌଣସି ନିଶ୍ଚିତ ଆକଳନ କରାଯାଇପାରିବ ନାହିଁ। ଅନ୍ୟପଟେ ଭାରତୀୟ ପାଣିପାଗ ବିଭାଗ ବା IMD ମଧ୍ୟ ବଙ୍ଗୋପସାଗରରେ ନୂଆ ପାଣିପାଗ ବ୍ୟବସ୍ଥା ସୃଷ୍ଟି ହେବାର ସଙ୍କେତ ଦେଇଛି ।

ନଭେମ୍ବର ୧୯ରୁ ଡିସେମ୍ବର ୨ ପର୍ଯ୍ୟନ୍ତ ଦୀର୍ଘମିଆଦୀ ପୂର୍ବାନୁମାନରେ ନଭେମ୍ବର ଶେଷ ଆଡ଼କୁ ଆଣ୍ଡାମାନ ସାଗର ଓ ସଂଲଗ୍ନ ଦକ୍ଷିଣପୂର୍ବ ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇପାରେ ବୋଲି ଦର୍ଶାଯାଇଛି । ତେବେ ଘୂର୍ଣ୍ଣିବଳୟ ସୃଷ୍ଟି ହେବା ଅର୍ଥ ବାତ୍ୟା ହେବା ନୁହେଁ । ଏହା ପ୍ରଥମେ ଲଘୁଚାପରେ ପରିଣତ ହେବ କି ନାହିଁ ଏବଂ ପରେ ବାତ୍ୟାର ରୂପ ନେବ କି ନାହିଁ, ତାହା ପାଣିପାଗର ଅନୁକୂଳ ପରିସ୍ଥିତି ଉପରେ ନିର୍ଭର କରିବ ।

କିନ୍ତୁ ନୂଆ ପାଣିପାଗ ବ୍ୟବସ୍ଥା ଓଡ଼ିଶା ଉପକୂଳକୁ ଆସିବ କି ନାହିଁ, ରାଜ୍ୟରେ ବର୍ଷା ହେବ କି ନାହିଁ ଏବଂ କେତେ ପରିମାଣର ବର୍ଷା ହୋଇପାରେ, ତାହା ଏବେ ଅନିଶ୍ଚିତ । ଆଗାମୀ କିଛି ଦିନରେ ପାଣିପାଗ ମଡେଲ୍ ଓ IMDର ପରବର୍ତ୍ତୀ ବୁଲେଟିନ୍ ରୁ ଏହି ସମ୍ଭାବ୍ୟ ପାଣିପାଗ ବ୍ୟବସ୍ଥା ସମ୍ପର୍କରେ ଅଧିକ ସ୍ପଷ୍ଟ ଚିତ୍ର ମିଳିପାରିବ ।

Post Views: 27
Share198Tweet124Send
Voice of Victims

Voice of Victims

Recent Posts

  • ସୋଆରେ ୩ ଦିନିଆ ସମ୍ମିଳନୀ ‘ଏପିକନ୍ ଓଡ଼ିଶା ୨୦୨୬’, ଏକତ୍ରିତ ହେବେ ୭୦୦ରୁ ୮୦୦ ଚିକିତ୍ସକ ଓ ବିଶେଷଜ୍ଞ
  • ଜାତୀୟ ବୈଜ୍ଞାନିକ ସମ୍ମିଳନୀରେ ମୁଖ୍ୟମନ୍ତ୍ରୀଙ୍କ ଅଭିଭାଷଣ: ହୋମିଓପାଥି ଶିକ୍ଷା ଓ ଗବେଷଣାର ଗୁଣାତ୍ମକ ବିକାଶ ଉପରେ ଗୁରୁତ୍ୱ
  • ଓଡ଼ିଶା କଂଗ୍ରେସ ସହ-ପ୍ରଭାରୀ ଭାବେ ଦାୟିତ୍ୱ ନେଲେ ପୂର୍ଣ୍ଣଚନ୍ଦ୍ର କୋକୋ ପାଢ଼ୀ
  • ଚାମେଲିଙ୍କୁ ପୁଣି ହାଇକୋର୍ଟ ଝଟ୍‌କା
  • ଆସନ୍ତାକାଲି ବିଧାନସଭାରେ ଆତ୍ମାହୁତି ଦେବି… ଚରମ ଚେତାବନୀ ଦେଲେ ତାରା ବାହିନୀପତି

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In