ପୁରୀ (ଭିଓଭି): ଆଜି କାର୍ତ୍ତିକ ପୁର୍ଣିମା ଏବଂ ବଡଓଷା ଉପଲକ୍ଷେ ଶ୍ରୀକ୍ଷେତ୍ରରେ ଲକ୍ଷ ଲକ୍ଷ ଭକ୍ତ ଙ୍କ ସମାଗମ। କାହିଁ କେତେଦୂରରୁ ଶ୍ରଦ୍ଧାଳୁ ମାନେ ଛୁଟି ଆସିଛନ୍ତି ଶ୍ରୀକ୍ଷେତ୍ରଧାମ କୁ। କିଏ ମହୋଦଧିରେ ତ ଆଉ କିଏ ପଞ୍ଚତୀର୍ଥ ପୁଷ୍କରିଣୀ ରେ ସ୍ନାନ କରି, ଡ଼ଙ୍ଗା ଭାସାଇ ପୁଣ୍ୟ ଅର୍ଜନ କରିବେ, ଭାବର ଠାକୁରଙ୍କୁ ଦର୍ଶନ କରିବେ ଓ ଆଶୀଷ କାମନା କରିବେ। କିନ୍ତୁ ଏହି ପବିତ୍ର ଦିନରେ ଶ୍ରୀଲତା ମିଶନ ଚାରିଟେବଲ ଟ୍ରଷ୍ଟ ତରଫରୁ ଏକ ଭିନ୍ନ ଧରଣର ପୁଣ୍ୟ ଅର୍ଜନ କରିବା ପ୍ରୟାସ କରାଯାଇଛି। ପୁରୀ ନରେନ୍ଦ୍ର ତୀର୍ଥ ପୁଷ୍କରିଣୀ ର ଅନତି ଦୂର ତଥା ବଡ ଦାଣ୍ଡରେ ମାର୍କେଟ ଛକ ନିକଟରେ ବସି ଉଠାଦୋକାନ କରି ପେଟ ପୋଷୁଥିବା ଗରିବ ମା ମାନଙ୍କୁ ନୂତନ ଶାଢ଼ୀ ପ୍ରଦାନ କରାଯାଇଛି।
ଟ୍ରଷ୍ଟ ର ସଭାନେତ୍ରୀ ଶ୍ରୀମତୀ ଲତା ଦାସ ଙ୍କ ଆହ୍ୱାନ କ୍ରମେ ଆଜିର ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ସମ୍ପାଦକ ଲଲାଟେନ୍ଦୁ ମିଶ୍ର, ଉପଦେଷ୍ଟା ଆଡ଼ଭୋକେଟ ରଚିତା ରାଉତରାୟ, ସଦସ୍ୟ ପ୍ରଦ୍ୟୁମ୍ନ କୁମାର ଦାସ, ସଦସ୍ୟା ପୂଜା ଜେନା, କୁନି କଳାକାର ରିୟା ଡୁକିୟା ଆଦି ଏହି କାର୍ଯ୍ୟକ୍ରମ ରେ ଉପସ୍ଥିତ ରହି, କାର୍ଯ୍ୟକ୍ରମ କୁ ଆଗେଇ ନେଇ ଥିଲେ। ପ୍ରାୟ 50 ଜଣ ଗରିବ ମା ମାନେ ଏହି କାର୍ଯ୍ୟକ୍ରମ ରେ ଉପସ୍ଥିତ ରହି, ଶାଢ଼ୀ ଗ୍ରହଣ କରି ଥିଲେ। ଏଭଳି ମହନୀୟ କାର୍ଯ୍ୟକ୍ରମ କରିବାଦ୍ବାରା ଆମେ ନିଜେ ଧନ୍ୟ ମନେ କରୁଛୁ ଆଉ ମହାପ୍ରଭୁ ଙ୍କ ଆଶୀର୍ବାଦ ଥିଲେ ଆମର ଅନେକ କାର୍ଯ୍ୟକ୍ରମ ଆଗକୁ ଜାରି ରହିବ ବୋଲି ସଭାପତି ଶ୍ରୀମତୀ ଲତା ଦାସ ଏହି ଅବସରରେ ପ୍ରକାଶ କରିଛନ୍ତି।
