• About Us
  • Contact Us
Tuesday, November 24, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଆଞ୍ଚଳିକ ଖବର

କୃଷିରେ ଉନ୍ନତି ସହ ଚାଷୀଙ୍କ ଆର୍ଥିକ ମେରୁଦଣ୍ଡକୁ ସୁଦୃଢ଼ କରିଛି ବିଜେପି ସରକାର: ସନ୍ତୋଷ ଖଟୁଆ

by Voice of Victims
November 24, 2026
in ଆଞ୍ଚଳିକ ଖବର, ମୁଖ୍ୟ ଖବର, ସମସ୍ୟା
କୃଷିରେ ଉନ୍ନତି ସହ ଚାଷୀଙ୍କ ଆର୍ଥିକ ମେରୁଦଣ୍ଡକୁ ସୁଦୃଢ଼ କରିଛି ବିଜେପି ସରକାର: ସନ୍ତୋଷ ଖଟୁଆ

ଓଡ଼ିଶାର କୃଷି କ୍ଷେତ୍ରରେ ନୂତନ ଜାଗରଣ ସୃଷ୍ଟି କରିବା ସହ ଚାଷୀଙ୍କ ଆର୍ଥିକ ମେରୁଦଣ୍ଡକୁ ସୁଦୃଢ଼ କରିବା ପାଇଁ ବର୍ତ୍ତମାନର ବିଜେପି ସରକାର ନିରନ୍ତର ପ୍ରୟାସ ଜାରି ରଖିଛନ୍ତି। ନିର୍ବାଚନୀ ପ୍ରତିଶ୍ରୁତି ମୁତାବକ ଧାନ କ୍ୱିଣ୍ଟାଲ ପିଛା ୩୧୦୦ ଟଙ୍କାକୁ ବୃଦ୍ଧି କରାଯିବା ପରେ ରାଜ୍ୟର ଚାଷୀକୂଳଙ୍କ ମଧ୍ୟରେ ନୂଆ ଉତ୍ସାହ ଦେଖିବାକୁ ମିଳିଛି। ସରକାରଙ୍କ ଏହି ଜନକଲ୍ୟାଣକାରୀ ନୀତି ଯୋଗୁଁ ରାଜ୍ୟରେ ଚାଷ ଜମିର ପରିମାଣ ବୃଦ୍ଧି ପାଇବା ସହ କୃଷକଙ୍କ ଆର୍ଥିକ ସ୍ଥିତିରେ ବଡ଼ ଧରଣର ସୁଧାର ଆସିଛି ବୋଲି ବିଧାୟକ ସନ୍ତୋଷ ଖଟୁଆ ମତବ୍ୟକ୍ତ କରିଛନ୍ତି।

ରାଜ୍ୟ କାର୍ଯ୍ୟାଳୟରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସନ୍ତୋଷ ଖଟୁଆ ବିଗତ ସରକାର ଓ ବର୍ତ୍ତମାନ ସରକାରଙ୍କ ତଥ୍ୟ ତୁଳନା କରି କହିଛନ୍ତି ଯେ, ପୂର୍ବ ସରକାରଙ୍କ ସମୟରେ ରାଜ୍ୟ ଜିଏସଡିପିରେ କୃଷିର ଅବଦାନ ୬୦% ରୁ ଖସି ୨୦% ରେ ପହଁଚିଥିବା ବେଳେ, ବର୍ତମାନର ବିଜେପି ସରକାର କୃଷକମାନଙ୍କୁ ଅଧିକ ଅନ୍ତର୍ଭୁକ୍ତ କରିବା ସହ ଉତ୍ପାଦକତା ବୃଦ୍ଧି ପାଇଁ ବ୍ୟାପକ ପଦକ୍ଷେପ ଗ୍ରହଣ କରିଛନ୍ତି । ଏବର୍ଷ ଖରିଫ୍ ଋତୁର ଧାନ କିଣା ପ୍ରକ୍ରିୟା ଆରମ୍ଭ କରିବା ପାଇଁ ରାଜ୍ୟର ବିଭିନ୍ନ ଜିଲ୍ଲାରେ ଡିଏଲପିସି ବୈଠକ ଆରମ୍ଭ ହୋଇସାରିଛି । ପୂର୍ବ ବିଜେଡି ସରକାର ଏବଂ ବର୍ତମାନର ବିଜେପି ସରକାରଙ୍କ ତଥ୍ୟକୁ ତୁଳନା କଲେ ଚାଷୀ କଲ୍ୟାଣ କ୍ଷେତ୍ରରେ ଐତିହାସିକ ପରିବର୍ତନ ହୋଇଛି ।

ସେ ଆଉ ମଧ୍ୟ କହିଛନ୍ତି ୨୦୧୯-୨୦ରେ ବିଜେଡି ସରକାର ସମୟରେ ୧୪ ଲକ୍ଷ ୪୩ ହଜାର ଚାଷୀ ପଞ୍ଜୀକରଣ କରିଥିଲେ ଏବଂ ୨୦୨୩-୨୪ ବେଳକୁ ଏହି ସଂଖ୍ୟା ୨୦ ଲକ୍ଷ ୪୯ ହଜାରରେ ପହଁଚିଥିଲା । କିନ୍ତୁ ଅତ୍ୟନ୍ତ ଦୁଃଖ ଓ ପରିତାପର ବିଷୟ ଯେ, ୨୦୨୩-୨୪ ମସିହାରେ ପଞ୍ଜୀକରଣ କରିଥିବା ୨୦ ଲକ୍ଷ ୪୯ ହଜାର ଚାଷୀଙ୍କ ମଧ୍ୟରୁ ମାତ୍ର ୧୫ ଲକ୍ଷ ୩୨ ହଜାର ଚାଷୀଙ୍କଠାରୁ ଧାନ କିଣାଯାଇଥିଲା ଏବଂ ୫ ଲକ୍ଷ ୧୭ ହଜାର ପ୍ରାୟ ୨୫% ଗରିବ ଚାଷୀଙ୍କୁ ଧାନ ବିକ୍ରି କରିବାରୁ ବଂଚିତ କରାଯାଇଥିଲା । ଗତ ୨୦୧୯ରୁ ୨୦୨୪ ପାଂଚ ବର୍ଷ ମଧ୍ୟରେ ପ୍ରତିବର୍ଷ ୩ ଲକ୍ଷ ରୁ ୫ ଲକ୍ଷ ଚାଷୀଙ୍କ ଧାନ କିଣା ନ ଯାଇ ସେମାନଙ୍କ ଅର୍ଥନୀତିକୁ ହତ୍ୟା କରିଥିଲା ବିଜେଡି ସରକାର । ତତ୍କାଳୀନ ବିଜେଡି ସରକାର ଦଳୀୟ ଆଧାରରେ ଚାଷୀଙ୍କଠାରୁ ଧାନ କିଣୁଥିଲା । ଯେଉଁ ଚାଷୀ ତତ୍କାଳୀନ ବିଜେଡି ସରକାରକୁ ସମର୍ଥନ କରୁନଥିଲା ସେମାନଙ୍କ ନାମ ତାଲିକାରୁ କାଟି ଦିଆଯାଉଥିଲା । ମାତ୍ର ବିଜେପି ସରକାର ଆସିବା ପରେ କୌଣସି ପାତରଅନ୍ତର ନ କରି ୫ ଲକ୍ଷ ୭୧ ହଜାର ଚାଷୀଙ୍କ ଟୋକନ ଅବଧି ସମୟ ସୀମାକୁ ବୃଦ୍ଧି କରି ସେମାନଙ୍କ ଧାନ କିଣିଛନ୍ତି ଏବଂ ୨୨ ଲକ୍ଷ ୪୮ ହଜାର ଚାଷୀଙ୍କଠାରୁ ସିଧାସଳଖ ଧାନ ସଂଗ୍ରହ କରିଛନ୍ତି ।

ଏବର୍ଷ ମଧ୍ୟ ପ୍ରାୟ ୨୨ ଲକ୍ଷ ୨୭ ହଜାର ଚାଷୀ ଧାନ ବିକ୍ରି ପାଇଁ ପଞ୍ଜୀକରଣ କରିଛନ୍ତି । ଖାଲି ସେତିକି ନୁହେଁ ଧାନ ଚାଷ ଓ ସଂଗ୍ରହରେ ରେକର୍ଡ ବୃଦ୍ଧି ହୋଇଛି । ୨୦୨୩-୨୪ ଆର୍ଥିକ ବର୍ଷ ଶେଷ ସୁଦ୍ଧା ରାଜ୍ୟରେ ୫୫.୪୮ ଲକ୍ଷ ଏକର ଜମିରେ ଧାନ ଚାଷ ହେଉଥିବା ବେଳେ ବିଜେପି ସରକାରଙ୍କ ପ୍ରୋତ୍ସାହନ ଯୋଗୁଁ ଏହା ୧୦ ଲକ୍ଷ ଏକର ବୃଦ୍ଧି ପାଇ ୬୪.୯୫ ଲକ୍ଷ (ପ୍ରାୟ ୬୫ ଲକ୍ଷ) ଏକରରେ ପହଁଚିଛି । ସେହିପରି ବିଜେଡି ସରକାର ଅମଳରେ ପାଂଚ ବର୍ଷ ଧରି ପ୍ରତିବର୍ଷ ମାତ୍ର ପ୍ରାୟ ୭୦.୫୬ ରୁ ୭୦.୮୮ ଲକ୍ଷ ମେଟ୍ରିକ୍ ଟନ୍ ଧାନ କିଣୁଥିବା ବେଳେ, ବିଜେପି ସରକାର ୨୦୨୫ ମାର୍ଚ୍ଚରେ ୯୨.୬୪ ଲକ୍ଷ ମେଟ୍ରିକ୍ ଟନ୍ ଏବଂ ୨୦୨୫-୨୬ ଆର୍ଥିକ ବର୍ଷ ଶେଷ ସୁଦ୍ଧା ୯୭.୯୪ ଲକ୍ଷ ମେଟ୍ରିକ୍ ଟନ୍ ଧାନ ସଂଗ୍ରହ କରି ଏକ ନୂଆ ରେକର୍ଡ ସ୍ଥାପନ କରିଛି । ଚାଷୀଙ୍କ ଖାତାକୁ ପ୍ରାୟ ଦ୍ୱିଗୁଣିତ ଅର୍ଥ ପ୍ରଦାନ କରାଯାଇଛି । ବିଜେଡି ସରକାରଙ୍କ ଅମଳରେ ୧୫ ଲକ୍ଷ ୩୨ ହଜାର ଚାଷୀଙ୍କ ଖାତାକୁ ଡିବିଟି ମାଧ୍ୟମରେ ୧୫,୪୭୩ କୋଟି ଟଙ୍କା ଯାଇଥିବା ବେଳେ, ବିଜେପି ସରକାରରେ ଅଢ଼େଇ ବର୍ଷ ମଧ୍ୟରେ ୨୨.୪୮ ଲକ୍ଷ ଚାଷୀଙ୍କ ଖାତାକୁ ପ୍ରାୟ ଦ୍ୱିଗୁଣିତ ଟଙ୍କା ଅର୍ଥାତ୍ ୩୦,୩୬୧ କୋଟି ଟଙ୍କା ପ୍ରଦାନ କରାଯାଇଛି ।

ରାଜ୍ୟରେ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା ଯଥା ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନା ପାଇଁ ୨୨.୫୬ ଲକ୍ଷ ମେଟ୍ରିକ୍ ଟନ୍‌, ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନା ପାଇଁ ୭.୨ ଲକ୍ଷ ମେଟ୍ରିକ୍ ଟନ୍‌, ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନା ପାଇଁ ୧୯.୬୮ ଲକ୍ଷ ମେଟ୍ରିକ୍ ଟନ୍‌, ଏସ୍‌ସି/ଏସ୍‌ଟି ହଷ୍ଟେଲ ଓ ଏସଏସଇପିଡି ପାଇଁ ୧.୨ ଲକ୍ଷ ମେଟ୍ରିକ୍ ଟନ୍‌, ପିଏମ୍ ପୋଷଣ ପାଇଁ ୦.୮୪ ଲକ୍ଷ ମେଟ୍ରିକ୍ ଟନ୍‌, ସିଏମ୍ ପୋଷଣ ପାଇଁ ୦.୩୬ ଲକ୍ଷ ମେଟ୍ରିକ୍ ଟନ୍ ଏବଂ ମହିଳା ଓ ଶିଶୁ ବିକାଶ ବିଭାଗ ପାଇଁ ୦.୩୬ ଲକ୍ଷ ମେଟ୍ରିକ୍ ଟନ୍ ଏହିପରି ବାର୍ଷିକ ମୋଟ ୫୨.୨ ଲକ୍ଷ ମେଟ୍ରିକ୍ ଟନ୍ ଚାଉଳର ଆବଶ୍ୟକତା ରହିଛି । ଏଭଳିସ୍ଥିତିରେ ଯଦି ୧୦୦ ଲକ୍ଷ ମେଟ୍ରିକ୍ ଟନ୍ ଧାନ ସଂଗ୍ରହ ହେବ ତାହଲେ ସେଥିରୁ ୬୪ ଲକ୍ଷ ମେଟ୍ରିକ୍ ଟନ୍ ଚାଉଳ ମିଳିପାରିବ । ଯାହା ରାଜ୍ୟର ଆବଶ୍ୟକତା ପୂରଣ କରିବା ସହ ବଳକା ଚାଉଳ ଏଫସିଆଇ ମାଧ୍ୟମରେ ଅନ୍ୟ ରାଜ୍ୟର ଚାହିଦା ପୂରଣ କରିପାରିବ ।

ପୂର୍ବରୁ ୭୦ ଲକ୍ଷ ମେଟ୍ରିକ୍ ଟନ୍ ଧାନ ଉତ୍ପାଦନ ସହ ଓଡ଼ିଶା ଦେଶରେ ଦଶମ ସ୍ଥାନରେ ରହୁଥିବା ବେଳେ, ବର୍ତମାନ ୧୦୦ ଲକ୍ଷ ମେଟ୍ରିକ୍ ଟନ୍ ଧାନ ସଂଗ୍ରହ ସହ ଉତରପ୍ରଦେଶ, ତେଲେଙ୍ଗାନା, ପଶ୍ଚିମବଙ୍ଗ ଓ ପଞ୍ଜାବ ପଛକୁ ଓଡ଼ିଶା ଦେଶର ପଂଚମ ସ୍ଥାନକୁ ଉନ୍ନୀତ ହୋଇଛି । ମାତ୍ର ବିରୋଧୀ ଦଳ ସୋସିଆଲ ମିଡିଆରେ କେବଳ ମିଥ୍ୟା ନେରେଟିଭ କରୁଛି । ଅନ୍ୟପଟେ ବିଜେପି ସରକାର ଆଗାମୀ ଦିନରେ କୃଷିର ଅଧିକ ଅଭିବୃଦ୍ଧି ସହ ଶସ୍ୟ ବିବିଧକରଣ ମାଧ୍ୟମରେ ରାଜ୍ୟ ଅର୍ଥନୀତିକୁ ଆହୁରି ସୁଦୃଢ଼ କରିବା ପାଇଁ ଯୋଜନା କରୁଛନ୍ତି ବୋଲି ସନ୍ତୋଷ ଖଟୁଆ କହିଛନ୍ତି ।

ଏହି ଅବସରରେ ଉପସ୍ଥିତ ଥିବା ଅନ୍ୟତମ ବିଧାୟକ ଇରାଶିଷ ଆଚାର୍ଯ୍ୟ କହିଛନ୍ତି ଯେ, ରାଜ୍ୟରେ ବିଜେପି ସରକାର ଆସିବା ପରେ କୃଷକମାନଙ୍କ ଦ୍ୱାରା ହେଉଥିବା ଫସଲ ଉତ୍ପାଦନ କ୍ଷେତ୍ରରେ ବ୍ୟାପକ ଅଭିବୃଦ୍ଧି ଘଟିଛି । ପଞ୍ଜୀକୃତ ଚାଷୀଙ୍କ ସଂଖ୍ୟା ୧୫ ଲକ୍ଷରୁ ବୃଦ୍ଧି ପାଇ ୨୨ ଲକ୍ଷରେ ପହଁଚିଛି, ଅର୍ଥାତ୍ ପ୍ରାୟ ୭ ଲକ୍ଷ ନୂଆ ଚାଷୀ ଏଥିରେ ଯୋଡ଼ି ହୋଇଛନ୍ତି । ଏଥିସହ ଚାଷ ଜମିର ପରିମାଣ ବୃଦ୍ଧି ପାଇଛି । ବିଜେପି ସରକାରରେ ଧାନ ସଂଗ୍ରହ ପରିମାଣ ୭୦ ଲକ୍ଷ ମେଟ୍ରିକ୍ ଟନ୍‌ରୁ ପ୍ରାୟ ୯୭ ଲକ୍ଷ ମେଟ୍ରିକ୍ ଟନ୍‌କୁ ବୃଦ୍ଧି ପାଇଛି ।

ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦୀର୍ଘ ୨୪ ବର୍ଷ ଧରି ଓଡ଼ିଶାର ଚାଷୀମାନଙ୍କର ଆର୍ଥିକ ମେରୁଦଣ୍ଡକୁ ଦୁର୍ବଳ କରିଦେଇଥିଲେ । ଭଟଲି ନିର୍ବାଚନ ମଣ୍ଡଳୀର ସୋହେଲା ହଳଦୀପାଲି ପଡ଼ିଆରେ ୨୦୧୫ରେ କୁଇଂଟାଲ ପିଛା ୧୦୦ ଟଙ୍କା ଇନପୁଟ୍ ସବସିଡି ଦେବାର ଘୋଷଣା କରିଥିଲେ ମଧ୍ୟ ୨୦୨୪ ପର୍ଯ୍ୟନ୍ତ ଚାଷୀମାନଙ୍କୁ ତାହା ମିଳିନଥିଲା । ମାତ୍ର ବିଜେପି ସରକାର ଗଠନ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନିର୍ବାଚନ ପ୍ରତିଶ୍ରୁତି ଅନୁଯାୟୀ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ନେତୃତ୍ୱାଧୀନ ସରକାର ପ୍ରଥମ କ୍ୟାବିନେଟ୍ ବୈଠକରେ ଧାନ କୁଇଂଟାଲ ପିଛା ୩୧୦୦ ଟଙ୍କା କରିବାକୁ ନିଷ୍ପତି ନେଇଥିଲେ ଏବଂ ସୋହେଲା ଇଚ୍ଛାପାଲି ପଡ଼ିଆରେ ଏହାକୁ କାର୍ଯ୍ୟକାରୀ କରାଯାଇଥିଲା । ଏହି ପଦକ୍ଷେପ ଯୋଗୁଁ ଆଜି ଧାନ ଉତ୍ପାଦନ କ୍ଷେତ୍ରରେ ଓଡ଼ିଶା ଦେଶରେ ପଂଚମ ସ୍ଥାନରେ ପହଁଚି ପାରିଛି ବୋଲି ଇରାଶିଷ ଆଚାର୍ଯ୍ୟ କହିଛନ୍ତି ।

ପୂର୍ବ ସରକାରଙ୍କ କାଳିଆ ଯୋଜନା ପରିବର୍ତେ ବିଜେପି ସରକାର ପିଏମ୍ କିଷାନ ଏବଂ ସିଏମ୍ କିଷାନ ଯୋଜନା ମାଧ୍ୟମରେ ଚାଷୀମାନଙ୍କୁ ଠିକ୍ ସମୟରେ ସାର ଓ କୀଟନାଶକ କିଣିବା ପାଇଁ ସିଧାସଳଖ ଆର୍ଥିକ ସହାୟତା ଯୋଗାଇ ଦେଉଛନ୍ତି । ମଣ୍ଡି ବ୍ୟବସ୍ଥାକୁ ସୁଦୃଢ଼ କରିବା ପାଇଁ ସିସିଟିଭି କ୍ୟାମେରା ଲଗାଇବା ସହ ଚାଷୀମାନଙ୍କୁ ଠିକ୍ ଭାବରେ କାର୍ଡ ପ୍ରଦାନ କରିବା ପାଇଁ ବ୍ୟବସ୍ଥା କରାଯାଉଛି । ଟୋକନ୍ ସମସ୍ୟାର ସମାଧାନ ପାଇଁ ପ୍ରୟାସ କରାଯାଉଛି ।

ମୁଖ୍ୟମନ୍ତ୍ରୀଙ୍କଠାରୁ ଆରମ୍ଭ କରି ମନ୍ତ୍ରୀ ଓ ବିଧାୟକମାନେ ମଣ୍ଡିରେ ଉପସ୍ଥିତ ରହି ଧାନ ବିକ୍ରୟ ପ୍ରକ୍ରିୟାକୁ ତଦାରଖ କରୁଛନ୍ତି । କେବଳ ଧାନ ଚାଷ ନୁହେଁ, ବରଂ ଶସ୍ୟ ବିବିଧକରଣ ଏବଂ କୃଷିଭିତିକ ଅର୍ଥନୀତିକୁ ମଜଭୁତ କରିବା ପାଇଁ ସରକାର ଗୁରୁତ୍ୱ ଦେଉଛନ୍ତି । “ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନା” ମାଧ୍ୟମରେ ପ୍ରତ୍ୟେକ ପଂଚାୟତରେ କୁକୁଡ଼ା ଫାର୍ମ, ଅଣ୍ଡା ଫାର୍ମ, ଛେଳି ଚାଷ, ମାଛ ଚାଷ, ଗୋପାଳନ ଏବଂ ଦୁଗ୍ଧ ଚାଷ ପାଇଁ ନୂଆ ଉଦ୍ୟୋଗୀ ସୃଷ୍ଟି କରିବାକୁ ଲକ୍ଷ୍ୟ ରଖାଯାଇଛି । ଏଥିସହ ବରଗଡ଼ ଓ ସୁବର୍ଣ୍ଣପୁର ଜିଲ୍ଲାରେ ପାମ୍ ଅଏଲ୍ ଚାଷ, ତଥା ରାଜ୍ୟର ବିଭିନ୍ନ ଅଂଚଳରେ କପା, ମାଣ୍ଡିଆ ଓ ତୈଳବୀଜ ଚାଷକୁ ପ୍ରୋତ୍ସାହନ ଦିଆଯାଉଛି । ୨୦୩୬ ମସିହା ସୁଦ୍ଧା ବିକଶିତ ଓଡ଼ିଶା ଏବଂ ୨୦୪୭ ମସିହା ସୁଦ୍ଧା ବିକଶିତ ଭାରତ ଗଠନର ଲକ୍ଷ୍ୟ ପୂରଣ କରିବା ପାଇଁ ଡବଲ୍ ଇଞ୍ଜିନ୍ ସରକାର କୃଷକମାନଙ୍କ ଅଧିକାରକୁ ସୁଦୃଢ଼ କରିବାକୁ କାର୍ଯ୍ୟ କରୁଛନ୍ତି ବୋଲି ଇରାଶିଷ ଆଚାର୍ଯ୍ୟ କହିଛନ୍ତି ।

ଏହି ସାମ୍ବାଦିକ ସମ୍ମିଳନୀରେ ବିଧାୟକ ନରସିଂହ ମାଡ଼କାମୀ ଓ ଗଣମାଧ୍ୟମ ରାଜ୍ୟ ସଂଯୋଜକ ସୁଜିତ କୁମାର ଦାସ ଉପସ୍ଥିତ ଥିଲେ ।

Post Views: 9
Share197Tweet123Send
Voice of Victims

Voice of Victims

Recent Posts

  • କୃଷିରେ ଉନ୍ନତି ସହ ଚାଷୀଙ୍କ ଆର୍ଥିକ ମେରୁଦଣ୍ଡକୁ ସୁଦୃଢ଼ କରିଛି ବିଜେପି ସରକାର: ସନ୍ତୋଷ ଖଟୁଆ
  • ବଡଦାଣ୍ଡରେ ଗରିବ ମହିଳା ଉଠାଦୋକାନୀ ଙ୍କୁ ନୂତନ ବସ୍ତ୍ର ବଣ୍ଟନ
  • ଏଣିକି UPI ଜରିଆରେ ଉଠାଇପାରିବେ PF ଟଙ୍କା, ଭିମ୍ ଆପ୍‌ରେ ମିଳିବ ଟଙ୍କା ଉଠାଣ ସୁବିଧା
  • ‘ୱେଷ୍ଟ ବେଙ୍ଗଲ’ର ନାମ ‘ପଶ୍ଚିମବଙ୍ଗ’ କରିବାକୁ ଡିସେମ୍ବର ୯ରେ ବିଧାନସଭାରେ ଆସିବ ପ୍ରସ୍ତାବ
  • ଡିସେମ୍ବର ୧୬ରେ ବାଂଲାଦେଶ ଫେରିବେ ଶେଖ୍ ହସିନା ! ସରକାରଙ୍କୁ ମାଗିଲେ ସ୍ୱତନ୍ତ୍ର ବିମାନ

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In