• About Us
  • Contact Us
Tuesday, March 24, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ମୁଖ୍ୟ ଖବର

ବିଜେଡିରେ ମିଶିଲେ ଚିରଞ୍ଜୀବ

by Voice of Victims
March 31, 2024
in ମୁଖ୍ୟ ଖବର, ରାଜ୍ୟ
ବିଜେଡିରେ ମିଶିଲେ ଚିରଞ୍ଜୀବ

ଭୁବନେଶ୍ୱର: ଶନିବାର କଂଗ୍ରେସ ଛାଡ଼ିଲେ । ଦିନକ ପରେ ବିଜେଡିରେ ମିଶିଲେ । ଆମେ କହୁଛୁ ପୂର୍ବତନ କଂଗ୍ରେସ ବିଧାୟକ ଚିରଞ୍ଜୀବ ବିଶ୍ୱାଳଙ୍କ କଥା । ରବିବାର ଶଙ୍ଖଭବନରେ ଆୟୋଜିତ ଏକ ମିଶ୍ରଣ ପର୍ବରେ ଶ୍ରୀ ବିଶ୍ୱାଳ ନିଜ ସମର୍ଥକଙ୍କ ସହ ବିଜେଡିରେ ବିଧିବଦ୍ଧଭାବେ ସାମିଲ ହୋଇଛନ୍ତି । ଚିରଞ୍ଜିବୀ ବିଶ୍ୱାଳ ଶନିବାର କଂଗ୍ରେସରୁ ଇସ୍ତଫା ଦେଇଥିଲେ । ଚିରଞ୍ଜିବୀ ଏହାପୂର୍ବରୁ ତିର୍ତ୍ତୋଲ ଓ ଜଗତସିଂହପୁରରୁ ବିଧାୟକ ରହି ସାରିଛନ୍ତି ।  ଚିରଞ୍ଜିବୀଙ୍କୁ ଦଳରେ ସାମିଲ କଲେ ମଧ୍ୟ ବିଜେଡି  କେଉଁଠୁ ପ୍ରାର୍ଥୀ କରିବେ ତାହାକୁ ନେଇ ସସପେନ୍ସ ଲାଗି ରହିଛି । କାରଣ ପୂର୍ବରୁ ଜଗତସିଂହପୁରରୁ ବିଧାୟକ ଥିବା ଚିରଞ୍ଜିବୀ ଏବେ ପାରାଦ୍ୱୀପ ମୁହାଁ ହେଉଥିବା ଚର୍ଚ୍ଚା ହେଉଛି । ଯେଉଁଥିପାଇଁ ଚିରଞ୍ଜିବୀଙ୍କ ଆସନକୁ ନେଇ କୌଣସି ସ୍ପଷ୍ଟ ସଂକେତ ମିଳି ପାରିନାହିଁ । ଚିରଞ୍ଜୀବୀ ବିଜେଡିରେ ମିଶିବା ପରେ କେଉଁଠୁ ଟିକେଟ ନେଇ ନିର୍ବାଚନ ଲଢ଼ିବେ ତାହାକୁ ନେଇ ସାରା ଜିଲ୍ଲାରେ ଏବେ ଚର୍ଚ୍ଚା ଲାଗିରହିଛି। ଜଗତସିଂହପୁର ବିଧାନସଭା ନିର୍ବାଚନମଣ୍ଡଳୀରୁ ସେ ଳଢ଼ିବା ଏକପ୍ରକାର ନିଶ୍ଚିତ ବୋଲି ତାଙ୍କର ସମର୍ଥକ ଅବଶ୍ୟ କହୁଛନ୍ତି। ଦୀର୍ଘ ବର୍ଷ ଧରି କଂଗ୍ରେସ ପରିବାର ସହ ସମ୍ପର୍କ ତୁଟାଇବାର ପ୍ରକୃତ କାରଣ କେହି କହୁ ନ ଥିଲେ ବି ତାଙ୍କୁ ଦଳରୁ ନିଲମ୍ବିତ କରାଯିବା ଘଟଣାକୁ ନେଇ ସେ ଅପମାନ ବୋଧ କରିଥିଲେ। ଯଦିଓ ଦଳ ତାଙ୍କର ନିଲମ୍ବନ କିଛି ମାସ ପୂର୍ବରୁ ଉଠାଇ ଦେଇଥିଲା, ସେ କିନ୍ତୁ ଆଉ ଦଳୀୟ କାର୍ୟ୍ୟକ୍ରମରେ ସକ୍ରିୟ ନଥିଲେ। ଚିରଞ୍ଜୀବୀଙ୍କ ବାପା ସ୍ବର୍ଗତ ବସନ୍ତ ବିଶ୍ବାଳ ୮୦ ଦଶକରେ କଂଗ୍ରେସର ପ୍ରଭାବଶାଳୀ ନେତା ଭାବେ ପରିଗଣିତ ହେଉଥିଲେ। ତାଙ୍କର ଉତ୍ତରାଧିକାରୀ ଭାବେ ୨୦୦୪ରେ ଚିରଞ୍ଜୀବୀ ବିଶ୍ବାଳ କଂଗ୍ରେସ ଟିକେଟରେ ନିର୍ବାଚନ ଲଢ଼ି ତିର୍ତ୍ତୋଲ ଆସନରୁ ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ୨୦୦୯ରେ ନିର୍ବାଚନମଣ୍ଡଳୀ ପୁନର୍ଗଠନ ପ୍ରକ୍ରିୟାରେ ତିର୍ତ୍ତୋଲ ସଂରକ୍ଷିତ ଆସନ ହୋଇଯିବାରୁ ଚିରଞ୍ଜୀବୀ ଜଗତସିଂହପୁର ବିଧାନସଭାରୁ କଂଗ୍ରେସ ଟିକେଟରେ ଲଢ଼ି ହାରିଥିଲେ। ୨୦୧୪ରେ ସେ ସେହି ଜଗତସିଂହପୁର ବିଧାନସଭା ଆସନରୁ କଂଗ୍ରେସ ଟିକେଟରେ ଜିତି ବିଧାନସଭାକୁ ନିର୍ବାଚିତ ହୋଇଥିବା ବେଳେ ୨୦୧୯ ନିର୍ବାଚନରେ ପରାସ୍ତ ହୋଇଥିଲେ।

Post Views: 30
Share198Tweet124Send
Voice of Victims

Voice of Victims

Recent Posts

  • ଦିଲ୍ଲୀ ବିଧାନସଭାକୁ ମିଳିଲା ବୋମା ଧମକ, ମୋଦି ଓ ଅମିତ ଶାହଙ୍କୁ ଟାର୍ଗେଟ୍ !
  • ଥାନା ଭିତରେ ରକ୍ତ ଛିଟା, ଦୁଇ ପରିବାରର ଜାଗା ବାଡ଼ିକୁ ନେଇ ପୋଲିସ ଉପସ୍ଥିତିରେ ମାରପିଟ୍
  • ଭୁଲ ଇଞ୍ଜେକ୍ସନ ପାଇଁ ଶିଶୁ ମୃତ୍ୟୁ ଅଭିଯୋଗ, କ୍ୟାପିଟାଲ ହସ୍ପିଟାଲରେ ଉତ୍ତେଜନା
  • କାଲିଠୁ ରତ୍ନଭଣ୍ଡାର ଅଳଙ୍କାର ଗଣତି ମଣତି ଆରମ୍ଭ, ଏସଓପି ଆଧାରରେ ସମସ୍ତ କାର୍ଯ୍ୟ ସୁରୁଖୁରୁରେ କରାଯିବ
  • ଜଳିଗଲା ୨ ବଖରା ଛପର ଘର, ଲୋକମାନଙ୍କର ଉଡିଗଲା ହୋସ !

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In