ଉମରକୋଟ : ଚଳିତ ସାଧାରଣ ନିର୍ବାଚନର ବିଗୁଲ ବାଜିବା ପରଠାରୁ ସବୁ ରାଜନୈତିକ ଦଳ ନିଜର ପ୍ରାର୍ଥୀ ଘୋଷଣା କରିଥିଲେ ସୁଦ୍ଧା ଝରିଗାଁ ନିର୍ବାଚନ ମଣ୍ଡଳୀର ବିଜେପି ପ୍ରାର୍ଥୀ ଘୋଷଣା ନ ହେବା କର୍ମୀ ଙ୍କୁ ଦ୍ୱନ୍ଦ୍ୱରେ ପକାଇଛି। ଏକାଧିକ ଆଶାଇ ପ୍ରାର୍ଥୀ ମୈଦାନ ରେ ଥିବାରୁ ରାଜ୍ୟ ସଂଗଠନ ଏ ପର୍ଯ୍ୟନ୍ତ ପ୍ରାର୍ଥୀ ଘୋଷଣାକୁ ଅଧରେ ଲଟକାଇ ରଖିଛନ୍ତି। ଦୁଇ ଦୁଇ ଜନ ଆଶାୟୀ ପ୍ରାର୍ଥୀ ଥିବାରୁ ଦଳ ପକ୍ଷରୁ ପ୍ରାର୍ଥୀ ଘୋଷଣା କରିବାରେ ବିଳମ୍ବ ହେଉଛି। ନରସିଂ ଭତରା ଓ ଗୋପାଳ ପୂଜାରୀ ଦୁଇ ଜଣ ବିଧାୟକ ପ୍ରାର୍ଥୀ ଆଶାୟୀ ରହିଥିବା ବେଳେ ଦୀର୍ଘ ବର୍ଷ ଧରି ବିଜେପି ସଂଗଠନ ପାଇଁ ନିଜର ସର୍ବସ୍ବ ଅର୍ପଣ କରିଥିବା ଗୋପାଳ ପୂଜାରୀ ଦଳର ତୃଣମୂଳ ସଂଗଠନକୁ ମଜଭୁତ କରିବା ତଥା ବିଭିନ୍ନ ପଦ ପଦବୀରେ ଆସୀନ ହୋଇ ନିଜର ସେବା ଦେଇଥିଲେ। ଦୁଇ ଦୁଇ ଥର ସମିତି ସଭ୍ୟ ଓ ଥରେ ବ୍ଲକ ଚେୟାରମ୍ୟାନ୍ ହୋଇ ନିଜର ଉତ୍କୃଷ୍ଟ ସେବା ପ୍ରଦାନ କରିଥିଲେ। ବର୍ତ୍ତମାନ ଲାମ୍ପସ ସଭାପତି ପଦରେ ଆସୀନ ହୋଇ ଅଞ୍ଚଳରେ ନିଜର ସେବା ପ୍ରଦାନ କରୁଛନ୍ତି। ଜଣେ ଆଦିବାସୀ ନେତା ତଥା ସ୍ୱାଧୀନତା ସଂଗ୍ରାମୀ ବଗା ପୂଜାରୀଙ୍କ ଅଣ ନାତି ଓ ମହିମା ସମାଜର ଆଗ ଧାଡ଼ିର ନେତା ଭାବରେ ଅଞ୍ଚଳରେ ବେଶ ଖ୍ୟାତି ଅର୍ଜନ କରିବା ସହ ଅଞ୍ଚଳରେ ତାଙ୍କର ପ୍ରବଳ ଜନାଧାର ରହିଥିବା ତାଙ୍କ ସମର୍ଥକ ମାନେ ପ୍ରକାଶ କରିଛନ୍ତି। ଅପରପକ୍ଷେ ନରସିଂ ଭତରା ଜଣେ ଗଞ୍ଜେଇ ମାଫିଆ ଭାବରେ ଜଣାଶୁଣା। ତାଙ୍କ ନାମରେ ସ୍ଥାନୀୟ ଅଞ୍ଚଳ ତଥା ରାଜ୍ୟର ବିଭିନ୍ନ ଥାନାରେ ବହୁ ମାମଲା ରହିଛି। ସେ ନିଜର କିଛି ଭଡ଼ାଟିଆ ସମର୍ଥକଙ୍କୁ ନେଇ ପଇସାର ଜୋରରେ ନିଜକୁ ପ୍ରାର୍ଥୀ ଭାବେ ଦାବିଦାର କରୁଛନ୍ତି। ମାତ୍ର ଅଞ୍ଚଳରେ ଆଦିବାସୀ ସମ୍ପ୍ରଦାୟର ଜନତା ତାଙ୍କୁ ଗ୍ରହଣ କରି ପାରୁ ନାହାନ୍ତ। ଜେଲ ଦଣ୍ଡ ଭୋଗ କରି ଆସିଥିବା ନରସିଂ ଭତରାଙ୍କୁ ସମାଜରୁ ବାସନ୍ଦ ମଧ୍ୟ କରାଯାଇଛି। ଏପରି ସ୍ଥଳେ ନରସିଂଙ୍କୁ ପ୍ରାର୍ଥୀ ଭାବେ ଦଳୀୟ ଟିକେଟ୍ ନ ଦେବାକୁ ଆଦିବାସୀ ସମାଜ ରାଜ୍ୟସ୍ତରୀୟ ନେତାଙ୍କୁ ଅନୁରାେଧ କରିଛନ୍ତି। ୨୦୨୨ ପଞ୍ଚାୟତ ନିର୍ବାଚନରେ ଜିଲ୍ଲା ପରିଷଦ ପାଇଁ ଶୋଚନୀୟ ଭାବେ ପରାଜୟ ହୋଇଥିବା ନରସିଂ ଭତରାଙ୍କୁ କୋଉ ହିସାବରେ ଦଳ ତାଙ୍କୁ ରଖିଛନ୍ତି ହାତ ଗଣତି ସମର୍ଥକ କେବଳ ପଇସା ଲୋଭରେ ତାଙ୍କ ପଛରେ ଥିବା ଆଲୋଚିତ ହେଉଛି। ଅଞ୍ଚଳ ତଥା ସମାଜ ପାଇଁ ବହୁ ହାନିକାରକ ଯାହା ଉପରିସ୍ଥ ନେତା ମାନେ ଧ୍ୟାନ ଦେବା ସହ କଡା କାର୍ଯାନୁଷ୍ଠାନ ଗ୍ରହଣ କରିବା ଆବଶ୍ୟକ ରହିଛି ଏବଂ ଗୋପାଳ ପୂଜାରୀ ଙ୍କୁ ପ୍ରାର୍ଥୀ କଲେ ଅଂଚଳ ର 70 ପ୍ରତିଶତ ଆଦିବାସୀ ଙ୍କ ପାଖରେ ଭଲ msg ଯିବା ସହ ବିଜେଡି ଅଧୀନ ରେ ଥିବା ଝରୀଗାଁ ନିର୍ବାଚନ ମଣ୍ଡଳୀ ରେ ପଦ୍ମ ଖେଳିବ ବୋଲି ମତ ଦେଇଛନ୍ତି
