• About Us
  • Contact Us
Tuesday, March 24, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଦେଶ ବିଦେଶ

ମମତା ସରକାରଙ୍କୁ ଝଟକା: ସନ୍ଦେଶଖାଲୀରେ ଦୁଷ୍କର୍ମ ଓ ଜମି ହଡପ ଅଭିଯୋଗର ତଦନ୍ତ କରିବ ସିବିଆଇ

by Voice of Victims
April 10, 2024
in ଦେଶ ବିଦେଶ, ବିଶେଷ ପୃଷ୍ଠା, ମୁଖ୍ୟ ଖବର
ମମତା ସରକାରଙ୍କୁ ଝଟକା: ସନ୍ଦେଶଖାଲୀରେ ଦୁଷ୍କର୍ମ ଓ ଜମି ହଡପ ଅଭିଯୋଗର ତଦନ୍ତ କରିବ ସିବିଆଇ

ନୂଆଦିଲ୍ଲୀ: ସନ୍ଦେଶଖାଲୀ ମାମଲାରେ ଦୁଷ୍କର୍ମ ଓ ଜମି ହଡପ ଅଭିଯୋଗରେ କଲିକତା ହାଇକୋର୍ଟ ସିବିଆଇ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ଆଜି କଲିକତା ହାଇକୋର୍ଟ କହିଛନ୍ତି ଯେ, ଲୋକସଭା ନିର୍ବାଚନ ପୂର୍ବରୁ ବଙ୍ଗଳାର ସନ୍ଦେଶଖାଲୀରେ ବଟି ଆଦାୟ, ଜମି ହଡପ ଏବଂ ଯୌନ ନିର୍ଯାତନା ଅଭିଯୋଗ ସିବିଆଇ ଦ୍ୱାରା ଯାଞ୍ଚ କରାଯିବ। କୋର୍ଟ କହିଛନ୍ତି ଯେ, ଜାନୁୟାରୀ ୫ ତାରିଖରେ ସନ୍ଦେଶଖାଲୀରେ ଇଡି ଅଧିକାରୀଙ୍କ ଉପରେ ହୋଇଥିବା ଆକ୍ରମଣର ତଦନ୍ତ ଉପରେ କୋର୍ଟ ତଦାରଖ କରିବେ। କୋର୍ଟଙ୍କ ନିର୍ଦ୍ଦେଶରେ ମମତା ସରକାରଙ୍କୁ ଝଟକା ଲାଗିଛି। ଜାନୁଆରୀ ୫ ତାରିଖରେ ସନ୍ଦେଶଖାଲୀରେ ଇଡି ଅଧିକାରୀଙ୍କ ଉପରେ ହୋଇଥିବା ଆକ୍ରମଣର ସିବିଆଇ ମଧ୍ୟ ତଦନ୍ତ କରୁଛି। ଏହି ବିବାଦ ଆରମ୍ଭ ହୋଇଥିଲା ଯେତେବେଳେ ରେସନ ସ୍କାମ ମାମଲାରେ ଟିଏମସି ନେତା ଶେଖ ଶାହାଜାହାନଙ୍କ ଘରେ ଚଢାଉ କରିବାକୁ ଆସିଥିବା ଇଡି ଅଧିକାରୀମାନେ ଆକ୍ରମଣର ଶିକାର ହୋଇଥିଲେ। ଅଭିଯୋଗ ହୋଇଛି ଯେ, ଶାହାଜାହାନ ଶେଖଙ୍କ ନିର୍ଦ୍ଦେଶରେ ଅନୁସନ୍ଧାନକାରୀ ସଂସ୍ଥାର ଅଧିକାରୀଙ୍କ ଉପରେ ଆକ୍ରମଣ କରାଯାଇଥିଲା। ଗତ ସପ୍ତାହରେ ହାଇକୋର୍ଟ ବଙ୍ଗଳାର ଟିଏମସି ସରକାରଙ୍କୁ ତୀବ୍ର ନିନ୍ଦା କରି କହିଥିଲେ ଯେ, “ସନ୍ଦେଶଖାଲୀରେ ମାମଲାର ଜଟିଳତାକୁ ଦୃଷ୍ଟିରେ ରଖି ନିରପେକ୍ଷ ତଦନ୍ତ କରାଯିବା ଉଚିତ। ପ୍ରକାଶ ଯୋଗ୍ୟ ଯେ, ଗତ ସପ୍ତାହରେ ସନ୍ଦେଶଖାଲୀ ସହ ଜଡିତ ଅନେକ ଆବେଦନ ଉପରେ ଶୁଣାଣି କରାଯାଇଥିଲା, ଯେଉଁଥିରେ ବାହ୍ୟ ଏଜେନ୍ସି ଦ୍ୱାରା ସନ୍ଦେଶଖାଲୀ ସହ ଜଡିତ ଅନେକ ଅଭିଯୋଗର ଯାଞ୍ଚ ପାଇଁ ଦାବି କରାଯାଇଥିଲା। ପ୍ରଧାନ ବିଚାରପତି ଟି.ଏସ୍ ଶିବଗଣନମ୍ ଙ୍କ ନେତୃତ୍ୱରେ ଖଣ୍ଡପୀଠ ବଙ୍ଗଳା ସରକାରଙ୍କୁ ତାଗିଦ କରି କହିଛନ୍ତି ଯେ, ଯଦି ଏହା ଗୋଟିଏ ପ୍ରତିଶତ ସତ….ତେବେ ଏହା ଅତ୍ୟନ୍ତ ଲଜ୍ଜାଜନକ।”

Post Views: 32
Share198Tweet124Send
Voice of Victims

Voice of Victims

Recent Posts

  • ୩୪ ତମ ବିଶ୍ୱ ଜଳ ଦିବସ, ଦର୍ପନାରାୟଣପୁର ଶୁକୃ ବେହେରା ପାଣିପଞ୍ଚାୟତ ଅଧୀନରେ ରେ ଭାରତ ର ପ୍ରଥମ ସ୍ୱୟଂ ଚାଳିତ କେନାଲ ପ୍ରଣାଳୀ ଲୋକାର୍ପିତ
  • ଇରାନ ରାଜଧାନୀ ଉପରେ ଆମେରିକାର ଭୟଙ୍କର ବୋମା ! ବିଦ୍ୟୁତ ସେବା ଠପ୍, ଅନ୍ଧାରରେ ବୁଡ଼ିଲା ସାରା ସହର
  • ବିଜେଡିରୁ ୬ ନିଲମ୍ବିତ ସଦସ୍ୟଙ୍କ ସଭ୍ୟ ପଦ ରଦ୍ଦ ପାଇଁ ଆଜି ଦରଖାସ୍ତ ! ବାଚସ୍ପତିଙ୍କ ନିଷ୍ପତ୍ତି ଉପରେ ନିର୍ଭର
  • ରାଜ୍ୟରେ ପର୍ଯ୍ୟାପ୍ତ ପରିମାଣର ଗ୍ୟାସ୍ ମହଜୁଦ ଅଛି, ଭୟଭୀତ ହୁଅନ୍ତୁ ନାହିଁ: ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର
  • ବିଧାନସଭାରେ ମୁଖ୍ୟମନ୍ତ୍ରୀଙ୍କ ଉତ୍ତର, ବର୍ତ୍ତମାନ ୩ ଜିଲ୍ଲାରେ ସକ୍ରିୟ ଅଛନ୍ତି ୧୫ ମାଓବାଦୀ

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In