• About Us
  • Contact Us
Friday, February 6, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଦେଶ ବିଦେଶ

କାଶ୍ମୀର ପ୍ରବାସୀ ଭୋଟରଙ୍କୁ ବଡ଼ ଆଶ୍ୱସ୍ତି: ଫର୍ମ- ଏମ୍‌ର ଜଟିଳ ପ୍ରକ୍ରିୟାକୁ ଉଚ୍ଛେଦ କଲେ ଇସିଆଇ

by Voice of Victims
April 13, 2024
in ଦେଶ ବିଦେଶ, ବିଶେଷ ପୃଷ୍ଠା, ମୁଖ୍ୟ ଖବର
କାଶ୍ମୀର ପ୍ରବାସୀ ଭୋଟରଙ୍କୁ ବଡ଼ ଆଶ୍ୱସ୍ତି: ଫର୍ମ- ଏମ୍‌ର ଜଟିଳ ପ୍ରକ୍ରିୟାକୁ ଉଚ୍ଛେଦ କଲେ ଇସିଆଇ

ନୂଆଦିଲ୍ଲୀ: ଚଳିତ ସାଧାରଣ ନିର୍ବାଚନ ୨୦୨୪ରେ କାଶ୍ମୀର ପ୍ରବାସୀମାନଙ୍କ ମତଦାନକୁ ସୁଗମ କରିବା ପାଇଁ ଏକ ବଡ଼ ନିଷ୍ପତ୍ତି ନେଇ ଭାରତୀୟ ନିର୍ବାଚନ ଆୟୋଗ (ଇସିଆଇ) ଜାମ୍ମୁ ଓ ଉଧମପୁରରେ ରହୁଥିବା ଉପତ୍ୟକାରୁ ବିସ୍ଥାପିତ ଲୋକଙ୍କ ପାଇଁ ଫର୍ମ – ଏମ୍ ପୂରଣ କରିବାର ଜଟିଳ ପ୍ରକ୍ରିୟାକୁ ଉଚ୍ଛେଦ କରିଛନ୍ତି। ଏହା ବ୍ୟତୀତ ଜାମ୍ମୁ ଓ ଉଧମପୁର ବାହାରେ ରହୁଥିବା ପ୍ରବାସୀମାନଙ୍କ ପାଇଁ (ଯେଉଁମାନେ ଫର୍ମ ଏମ୍ ଦାଖଲ ଜାରି ରଖିବେ) ଫର୍ମ – ଏମ୍ ସହିତ ଯୋଡ଼ାଯାଇଥିବା ସାର୍ଟିଫିକେଟ୍‌ର ସ୍ୱ -ପ୍ରମାଣୀକରଣ ପାଇଁ ଇସିଆଇ ଅନୁମତି ଦେଇଛନ୍ତି ଯାହା ଫଳରେ ଗେଜେଟେଡ୍ ଅଫିସରଙ୍କ ଦ୍ୱାରା ଏହି ସାର୍ଟିଫିକେଟ୍ ପ୍ରମାଣିତ ହେବାର ଅସୁବିଧା ଦୂର ହୋଇଛି। ଆଜି ସିଇସି ରାଜୀବ କୁମାରଙ୍କ ଅଧ୍ୟକ୍ଷତାରେ ନିର୍ବାଚନ କମିଶନର ଜ୍ଞାନେଶ କୁମାର ଏବଂ ଡ. ସୁଖବୀର ସିଂହ ସାନ୍ଧୁଙ୍କୁ ନେଇ ଅନୁଷ୍ଠିତ ଏକ ବୈଠକ ପରେ ଆୟୋଗ ଏହି ନିଷ୍ପତ୍ତି ନେଇଛନ୍ତି। ପ୍ରତି ଥର ନିର୍ବାଚନରେ ଫର୍ମ – ଏମ୍ ପୂରଣ କରିବାରେ ସେମାନେ ସମ୍ମୁଖୀନ ହେଉଥିବା ଅସୁବିଧା ବିଷୟରେ ବିଭିନ୍ନ କାଶ୍ମୀର ପ୍ରବାସୀ ଗୋଷ୍ଠୀଙ୍କ ଠାରୁ ବିଭିନ୍ନ ଅଭିଯୋଗ ଆସିଥିଲା, ଯାହା ସେମାନଙ୍କ ମତାଧିକାର ଅଧିକାର ବ୍ୟବହାର କରିବାରେ ଅନେକ ଅସୁବିଧା ସୃଷ୍ଟି କରୁଥିଲା । ଫର୍ମ – ଏମ୍ ପ୍ରଣାଳୀ ଏହି ଭୋଟରମାନଙ୍କୁ ଅନ୍ୟ ଭୋଟରଙ୍କ ତୁଳନାରେ ଅତିରିକ୍ତ ଅମଲାତାନ୍ତ୍ରିକ ପ୍ରତିବନ୍ଧକର ସମ୍ମୁଖୀନ କରିଥାଏ ଏବଂ ଫର୍ମ – ଏମ୍ ପୂରଣ ପ୍ରକ୍ରିୟା ମଧ୍ୟ ଅନେକ ସମୟରେ ଜଟିଳ ଏବଂ କଠିନ ହୋଇଥାଏ, ଯେଉଁଥିରେ ନିର୍ଦ୍ଦିଷ୍ଟ ଦସ୍ତାବିଜ, ସ୍ଥାନାନ୍ତର ସ୍ଥିତିର ପ୍ରମାଣ ଏବଂ ଗେଜେଟେଡ୍ ଅଫିସରଙ୍କ ଦ୍ୱାରା ପ୍ରମାଣୀକରଣ ଆବଶ୍ୟକ ହୋଇଥାଏ । ଜାମ୍ମୁ ଓ କାଶ୍ମୀରର ମୁଖ୍ୟ ନିର୍ବାଚନ ଅଧିକାରୀ ମଧ୍ୟ ଉପଯୁକ୍ତ ପରାମର୍ଶ ଏବଂ ରାଜନୈତିକ ଦଳମାନଙ୍କ ସମ୍ପୂର୍ଣ୍ଣ ସହମତି ସହିତ ୦୯.୦୪.୨୦୨୪ ରେ କମିଶନଙ୍କ ନିକଟରେ ତାଙ୍କର ମନ୍ତବ୍ୟ ଦାଖଲ କରିଥିଲେ । ଏହି ଯୋଜନା ସମ୍ପର୍କରେ ଅନେକ କାଶ୍ମୀରୀ ପ୍ରବାସୀ ଗୋଷ୍ଠୀଙ୍କ ଠାରୁ ମିଳିଥିବା ପ୍ରତିନିଧିତ୍ୱ, ରାଜନୈତିକ ଦଳର ମତାମତ ଏବଂ  ଜାମ୍ମୁ ଓ କାଶ୍ମୀର କେନ୍ଦ୍ରଶାସିତ ଅଞ୍ଚଳର ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ମନ୍ତବ୍ୟକୁ ବିଚାରକୁ ନେଇ,  ଆୟୋଗ କାଶ୍ମୀର ପ୍ରବାସୀମାନଙ୍କ ପାଇଁ ଚଳିତ ଲୋକସଭା ସାଧାରଣ ନିର୍ବାଚନ, ୨୦୨୪ରେ ଅସ୍ଥାୟୀ ଶିବିରରେ ବ୍ୟକ୍ତିଗତ ଭାବେ ମତଦାନ କରିବା ଏବଂ ପୋଷ୍ଟାଲ ବାଲଟ୍ ମାଧ୍ୟମରେ ମତଦାନ କରିବା ପାଇଁ ଯୋଜନାକୁ  ବିଜ୍ଞପ୍ତି ନଂ ୩/ଜେ ଆଣ୍ଡ କେ -ଏଚ୍‌ପି/୨୦୨୪(ଏନ୍‌ଏସ – ଆଇ) , ତା ୧୧.୦୪.୨୦୨୪ ଅନୁଯାୟୀ ବିଜ୍ଞପ୍ତି ଜାରି କରିଛନ୍ତି।

ଜାମ୍ମୁ ଓ ଉଧମପୁରର ପ୍ରବାସୀ ଭୋଟରଙ୍କ ପାଇଁ:

– ସମସ୍ତ ୨୨ଟି ସ୍ୱତନ୍ତ୍ର ମତଦାନ କେନ୍ଦ୍ର (ଜାମ୍ମୁରେ ୨୧ଟି ଏବଂ ଉଧମପୁରରେ ୧ଟି) କୁ ବ୍ୟକ୍ତିଗତ ଭାବେ କ୍ୟାମ୍ପ/ଜୋନ୍ ରେ ମ୍ୟାପିଂ କରାଯିବ, ଯାହା ଦ୍ୱାରା ପ୍ରତ୍ୟେକ ଜୋନ୍‌ରେ ଅତି କମ୍‌ରେ ଗୋଟିଏ ସ୍ୱତନ୍ତ୍ର ମତଦାନ କେନ୍ଦ୍ର ରହିବ ବୋଲି ସୁନିଶ୍ଚିତ କରାଯିବ। ଯଦି ଗୋଟିଏ ଜୋନରେ ଏକାଧିକ ମତଦାନ କେନ୍ଦ୍ର ଅଛି, ତେବେ ଜୋନାଲ ଅଫିସରମାନେ ପ୍ରତ୍ୟେକ ମତଦାତାଙ୍କ ପାଇଁ ଦୂରତା/ସହଜ ଆଭିମୁଖ୍ୟକୁ ଦୃଷ୍ଟିରେ ରଖି ପ୍ରତ୍ୟେକ ମତଦାନ କେନ୍ଦ୍ର ପାଇଁ ଆନ୍ତଃ – ଜୋନାଲ କ୍ଷେତ୍ର ନିର୍ଦ୍ଧାରଣ କରିବେ। ଯଦି କୌଣସି ଏମିତି ଜୋନ୍ ଅଛି ଯେଉଁଠାରେ ବର୍ତ୍ତମାନର କୌଣସି ସ୍ୱତନ୍ତ୍ର ମତଦାନ କେନ୍ଦ୍ର ନାହିଁ, ତେବେ ସମ୍ପୃକ୍ତ ଏଆରଓ ପ୍ରବାସୀ ଏକ ଉପଯୁକ୍ତ ସରକାରୀ କୋଠାରେ ଏକ ନୂତନ ସ୍ୱତନ୍ତ୍ର ମତଦାନ କେନ୍ଦ୍ର ପ୍ରସ୍ତାବ ଦେବେ , ମତଦାନ କେନ୍ଦ୍ର ପ୍ରତିଷ୍ଠା ନେଇ କମିଶନଙ୍କ ନିର୍ଦ୍ଦେଶ ରାଜନୈତିକ ଦଳ ସହ ଆଲୋଚନା ପରେ ସ୍ଥିର ହେବ। ଏହାର ପରିଣାମସ୍ୱରୂପ ଏହି ଜୋନ୍‌/କ୍ୟାମ୍ପରେ ରହୁଥିବା ଭୋଟରଙ୍କୁ ଜାମ୍ମୁ ଓ ଉଧମପୁରରେ ଥିବା ସମ୍ପୃକ୍ତ ଏଇଆର୍‌ଓ ପ୍ରବାସୀମାନେ ସମ୍ପୃକ୍ତ ମତଦାନ କେନ୍ଦ୍ରକୁ ମ୍ୟାପିଂ କରିବେ।

– ଏହି ସବୁ ସ୍ୱତନ୍ତ୍ର ମତଦାନ କେନ୍ଦ୍ର ସହ ସଂପୃକ୍ତ ଭୋଟର ତାଲିକାକୁ ନିଜ ନିଜ ବିଧାନସଭା ନିର୍ବାଚନ ମଣ୍ଡଳୀର ମୌଳିକ ଭୋଟର ତାଲିକାରୁ ବାହାର କରାଯିବ । ପ୍ରତ୍ୟେକ ଜୋନ୍ ପାଇଁ ସମ୍ପୃକ୍ତ ସ୍ୱତନ୍ତ୍ର ମତଦାନ କେନ୍ଦ୍ର ନିମନ୍ତେ ତାଲିକା ଭାବେ ବ୍ୟବହୃତ ହେବାକୁ ଥିବା ଡ୍ରାଫ୍ଟ ଭୋଟର ତାଲିକାଗୁଡ଼ିକୁ ଜାମ୍ମୁ ଓ ଉଧମପୁରସ୍ଥିତ ସମ୍ପୃକ୍ତ ଏଇଆର୍‌ଓ ପ୍ରବାସୀମାନଙ୍କ ଦ୍ୱାରା ଅଧିସୂଚିତ କରାଯିବ ଏବଂ  ଖବରକାଗଜରେ ପ୍ରକାଶିତ କରାଯିବ ଏବଂ ଏହା ସହିତ ଏହି ଜୋନ୍ କାର୍ଯ୍ୟାଳୟ ସମେତ ଜୋନ୍‌ର ସମସ୍ତ ବିଶିଷ୍ଟ ସ୍ଥାନ ତଥା ରିଲିଫ୍ ଓ ପୁର୍ନବାସ କମିସନରଙ୍କ କାର୍ଯ୍ୟାଳୟ , ଜାମ୍ମୁ – କାଶ୍ମୀର, ୱେବସାଇଟ୍ ଇତ୍ୟାଦି ଭଳି ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ ରଖି ପ୍ରବାସୀଙ୍କ ପାଇଁ ବ୍ୟାପକ ପ୍ରଚାର ପ୍ରସାର କରାଯିବ ।  ଡ୍ରାଫ୍ଟ ଭୋଟର ତାଲିକା ବିଜ୍ଞପ୍ତି ପ୍ରକାଶ ପାଇବାର ୭ ଦିନ ମଧ୍ୟରେ ସମସ୍ତ ମତଦାତା ନିମ୍ନଲିଖିତ ଆବଶ୍ୟକତା ପାଇଁ ଜାମ୍ମୁ ଓ ଉଧମପୁରର ସମ୍ପୃକ୍ତ ସହକାରୀ ରିଟର୍ଣ୍ଣିଂ ଅଫିସର (ପ୍ରବାସୀ)ଙ୍କ ଦ୍ୱାରସ୍ଥ ହୋଇପାରିବେ ।

– ଯଦି ଡ୍ରାଫ୍ଟ ତାଲିକାରେ କୌଣସି ଯୋଗ୍ୟ ନାମ ବାଦ୍ ପଡିଥାଏ

– ସେ ପୋଷ୍ଟାଲ ବାଲଟ୍ ମାଧ୍ୟମରେ ମତଦାନ କରିବାକୁ ଚାହୁଁଥିଲେ

– ସେ କାଶ୍ମୀର ଉପତ୍ୟକାର ମୂଳ ମତଦାନ କେନ୍ଦ୍ରରେ ଭୋଟ୍ ଦେବାକୁ ଚାହୁଁଥିଲେ,

– ଯେଉଁମାନେ ପୂର୍ବରୁ ଫର୍ମ- ଏମ୍ ଦାଖଲ କରି ସାରିଛନ୍ତି, ଏକ ସ୍ୱତନ୍ତ୍ର ମତଦାନ କେନ୍ଦ୍ର ଚୟନ କରିଛନ୍ତି ଯାହା ଡ୍ରାଫ୍ଟରେ ଆବଣ୍ଟିତ ମତଦାନ କେନ୍ଦ୍ର ଠାରୁ ଭିନ୍ନ ଏବଂ ଫର୍ମ- ଏମ୍ ରେ ପୂର୍ବରୁ ଦିଆଯାଇଥିବା ପସନ୍ଦ ଅନୁଯାୟୀ ଏହାକୁ ବଜାୟ ରଖିବାକୁ ଚାହୁଁଛନ୍ତି ।

୭ ଦିନର ଅବଧି ଅତିକ୍ରମ କରିବା ପରେ ସହକାରୀ ରିଟର୍ଣ୍ଣିଂ ଅଫିସର (ପ୍ରବାସୀ) ପ୍ରତ୍ୟେକ ସ୍ୱତନ୍ତ୍ର ମତଦାନ କେନ୍ଦ୍ର ପାଇଁ ଚୂଡ଼ାନ୍ତ ଭୋଟର ତାଲିକା ବିଜ୍ଞପ୍ତି ପ୍ରକାଶ କରିବେ ଏବଂ ଏହାକୁ ନିର୍ବାଚନ ଦିନ ଏହି ମତଦାନ କେନ୍ଦ୍ର ଗୁଡ଼ିକରେ ବ୍ୟବହାର କରାଯିବ । ଏହି ଚୂଡ଼ାନ୍ତ ଭୋଟର ତାଲିକାର ଏକ ନକଲ ସହକାରୀ ରିଟର୍ଣ୍ଣିଂ ଅଫିସର (ପ୍ରବାସୀ) ତୁରନ୍ତ କାଶ୍ମୀରର ସମ୍ପୃକ୍ତ ନିର୍ବାଚନ ମଣ୍ଡଳୀର ରିଟର୍ଣ୍ଣିଂ ଅଫିସର/ ସହକାରୀ ରିଟର୍ଣ୍ଣିଂ ଅଫିସରଙ୍କ ସହ ଅଂଶୀଦାର କରିବେ , ଯାହା ଫଲରେ କାଶ୍ମୀରରେ ମୂଳ ମତଦାନ କେନ୍ଦ୍ରରେ ଭୋଟର ତାଲିକା ବ୍ୟବହାର କରାଯିବ ।  ଫର୍ମ ୧୨ସି ପୂରଣ କରି ପୋଷ୍ଟାଲ ବାଲଟ ଚୟନ କରୁଥିବା କୌଣସି ଭୋଟର ଯେପରି ଏହି ସ୍ୱତନ୍ତ୍ର ମତଦାନ କେନ୍ଦ୍ରଗୁଡ଼ିକରେ ଭୋଟ୍ ଦେବାର ସୁଯୋଗ ପାଇବେ ନାହିଁ, ସେଥିପାଇଁ ଏହି ଯୋଜନା ଅଧୀନରେ ପୋଷ୍ଟାଲ ବାଲଟ୍ ପାଇଁ ନୋଡାଲ ଅଫିସର ଥିବା ଏଆରଓ (ପ୍ରବାସୀ ) ଜାମ୍ମୁ ସୁନିଶ୍ଚିତ କରିବେ ଯେ , ଯଦି ଏହି ଭୋଟରଙ୍କ ମଧ୍ୟରୁ କୌଣସିଙ୍କ ଠାରୁ ଫର୍ମ ୧୨ସି ପ୍ରାପ୍ତ ହୁଏ ଏବଂ ପୋଷ୍ଟାଲ ବାଲଟ୍ ପଠାଯାଇଛି, ସମ୍ପୃକ୍ତ ଭୋଟର ତାଲିକାରେ ଉକ୍ତ ଭୋଟରଙ୍କ ନାମ ବିରୁଦ୍ଧରେ ‘ପିବି’ର ଚିହ୍ନ ଲଗାଯିବ ।

ଜାମ୍ମୁ ଓ ଉଧମପୁର ବାହାରେ ରହୁଥିବା ପ୍ରବାସୀଙ୍କ ପାଇଁ

ଫର୍ମ ଏମ୍ ସହିତ ସଂଯୁକ୍ତ ସାର୍ଟିଫିକେଟ୍ ଯାଞ୍ଚ କରିବା ପାଇଁ ଜଣେ ଗେଜେଟେଡ୍ ଅଫିସର ଖୋଜିବାର ଅସୁବିଧା ଦୂର କରିବା ନିମନ୍ତେ ଏହି ଫର୍ମ ଗୁଡିକର ‘ସ୍ୱ – ପ୍ରମାଣୀକରଣ’ ଯଥେଷ୍ଟ ହୋଇପାରେ । ତେବେ ସ୍ୱତନ୍ତ୍ର ମତଦାନ କେନ୍ଦ୍ର ଗୁଡ଼ିକରେ ଜାଲିଆତିକୁ ଏଡ଼ାଇବା ପାଇଁ ସେମାନଙ୍କୁ ମତଦାନ କେନ୍ଦ୍ର ଗୁଡ଼ିକରେ ଭୋଟର ଚିହ୍ନଟ ପାଇଁ ଇପିଆଇସି (ଭୋଟର ପରିଚୟ ପତ୍ର) କିମ୍ବା ଆୟୋଗଙ୍କ ଦ୍ୱାରା ନିର୍ଦ୍ଧାରିତ କୌଣସି ବିକଳ୍ପ କାଗଜପତ୍ର ଦେଖାଇବାକୁ ପଡ଼ିବ ।

 ପୃଷ୍ଠ ଭୂମି: କାଶ୍ମୀର ପ୍ରବାସୀଙ୍କ ପାଇଁ ଯୋଜନା

ଆୟୋଗ ଚିଠି ନଂ ୪୬୪/ଜେ ଆଣ୍ଡ କେ -ଏଚପି/୨୦୨୪, ତା ୨୨.୦୩.୨୦୨୪ ଅନୁସାରେ ଚଳିତ ଲୋକସଭା , ୨୦୨୪ ନିର୍ବାଚନରେ ଭୋଟ୍ ଦେବା ପାଇଁ କାଶ୍ମୀର ପ୍ରବାସୀମାନଙ୍କ ପାଇଁ ଜାମ୍ମୁ – କାଶ୍ମୀରର ତିନିଟି ସଂସଦୀୟ ନିର୍ବାଚନ ମଣ୍ଡଳୀ ଯଥା ୧-ବାରମୁଳା, ୨- ଶ୍ରୀନଗର ଏବଂ ୩- ଅନନ୍ତନାଗ- ରାଜୌରୀ ସହିତ ଜଡିତ ଅସ୍ଥାୟୀ ଶିବିରରେ ବ୍ୟକ୍ତିଗତ ଭାବେ ମତଦାନ କରିବା କିମ୍ବା ପୋଷ୍ଟାଲ ବାଲଟ୍ ମାଧ୍ୟମରେ ମତଦାନ କରିବା ପାଇଁ ଯୋଜନା ଜାରି କରିଥିଲେ ।

ଏହି ଯୋଜନା ଅନୁଯାୟୀ, ଦିଲ୍ଲୀ, ଜାମ୍ମୁ ଏବଂ ଉଧମପୁରର ବିଭିନ୍ନ ରିଲିଫ୍ କ୍ୟାମ୍ପରେ ରହୁଥିବା ଏବଂ ଆଗାମୀ ଲୋକସଭା, ୨୦୨୪ ସାଧାରଣ ନିର୍ବାଚନରେ ଇଲେକ୍ଟ୍ରୋନିକ୍ ଭୋଟିଂ ମେସିନ୍ ମାଧ୍ୟମରେ ବ୍ୟକ୍ତିଗତ ଭାବରେ ମତଦାନ କରିବାକୁ ବିକଳ୍ପ ବାଛିଛନ୍ତି,  କାଶ୍ମୀର ପ୍ରବାସୀ ଭୋଟରମାନେ ଦିଲ୍ଲୀ (୪) ଜାମ୍ମୁ, (୨୧) ଏବଂ ଉଧମପୁର (୧) ରେ ଥିବା ନିର୍ଦ୍ଧାରିତ ମତଦାନ କେନ୍ଦ୍ରମଧ୍ୟରୁ ଯେକୌଣସି ଗୋଟିଏରେ ଫର୍ମ ଏମ୍ ପୂରଣ କରି ଏହା କରିପାରିବେ । ଯେଉଁ ପ୍ରବାସୀ ଭୋଟରମାନେ ପୋଷ୍ଟାଲ ବାଲଟ୍ ବ୍ୟବହାର କରି ଭୋଟ୍ ଦେବାକୁ ପସନ୍ଦ କରିଛନ୍ତି ସେମାନେ ନିର୍ଦ୍ଧାରିତ ଫର୍ମ ୧୨ – ସିରେ ପୋଷ୍ଟାଲ ବାଲଟ୍ ପେପର ପାଇଁ ଆବେଦନ କରିପାରିବେ ।

ଜାମ୍ମୁ, ଉଧମପୁର ଏବଂ ଦିଲ୍ଲୀ ବ୍ୟତୀତ ଅନ୍ୟାନ୍ୟ ସ୍ଥାନରେ ରହୁଥିବା ପ୍ରବାସୀ ଭୋଟରମାନେ ବ୍ୟକ୍ତିଗତ ଭାବେ କିମ୍ବା ପୋଷ୍ଟାଲ ବାଲଟ୍ ବ୍ୟବହାର କରି ମତଦାନ କରିପାରିବେ ଏବଂ ଆୟୋଗର ୱେବସାଇଟରୁ ଫର୍ମ – ଏମ୍ ଏବଂ ଫର୍ମ ୧୨ – ସି ଡାଉନଲୋଡ୍ କରିପାରିବେ ଏବଂ ଏହି ଫର୍ମ ପୂରଣ କରିବା ପରେ ସେ ରହୁଥିବା ଅଞ୍ଚଳର ନିର୍ବାଚନ ପଞ୍ଜୀକରଣ ଅଧିକାରୀଙ୍କ ଠାରୁ ଏହାକୁ ଯାଞ୍ଚ କରିପାରିବେ । ଇଲେକ୍ଟୋରାଲ ରେଜିଷ୍ଟ୍ରେସନ ଅଫିସରମାନେ ଇଆରଓ – ନେଟ୍ ଜରିଆରେ କାଶ୍ମୀରର ବିଭିନ୍ନ ସଂସଦୀୟ ନିର୍ବାଚନ ମଣ୍ଡଳୀରେ ନାମାଙ୍କିତ ପ୍ରବାସୀ ଭୋଟରଙ୍କ ବିବରଣୀ ପାଇପାରିବେ । ସମ୍ପୃକ୍ତ ଇଆରଓ ଫର୍ମ – ଏମ୍‌ରେ ବିବରଣୀ ଯାଞ୍ଚ କରିବା ପରେ ଏହାକୁ ସ୍କାନ୍ କରି ଇଲେକ୍ଟ୍ରୋନିକ୍ ମାଧ୍ୟମରେ ଦିଲ୍ଲୀ, ଜାମ୍ମୁ ଓ ଉଧମପୁରରେ ଥିବା ଏଆରଓ ପ୍ରବାସୀଙ୍କୁ ଆଗାମୀ କାର୍ଯ୍ୟ କରିବା ପାଇଁ ଅପଲୋଡ୍ କରିବେ ।

ଭାରତୀୟ ନିର୍ବାଚନ ଆୟୋଗ (ଇସିଆଇ) ଲୋକସଭା ନିର୍ବାଚନ , ୨୦୨୪ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଥିଲେ, ଯେଉଁଥିରେ ଜାମ୍ମୁ – କାଶ୍ମୀରରେ ନିମ୍ନଲିଖିତ ପର୍ଯ୍ୟାୟରେ ମତଦାନ ହେବାକୁ ରହିଛି ।

Post Views: 32
Share198Tweet124Send
Voice of Victims

Voice of Victims

Recent Posts

  • ସଂସଦରେ କାଲି ମୋଦିଙ୍କ ଉପରକୁ ଆକ୍ରମଣ ହୋଇଥାନ୍ତା : ଲୋକସଭା ବାଚସ୍ପତି
  • ଅନୁରାଗ ଠାକୁରଙ୍କୁ ସୁପ୍ରିମକୋର୍ଟରୁ ଆଶ୍ବସ୍ତି, ବିସିସିଆଇ ସହିତ କରିପାରିବେ କାମ
  • ରାଷ୍ଟ୍ରୀୟ ପ୍ରତୀକ ବା ଚିହ୍ନକୁ ଅପବ୍ୟବହାର ନେଇ ଜନସ୍ବାର୍ଥ ମାମଲା, ରୋକିବାକୁ ହାଇକୋର୍ଟଙ୍କ କଡା ନିର୍ଦ୍ଦେଶ
  • ଆଇଏଏସ ସ୍ତରରେ ବଡ଼ ଅଦଳବଦଳ, ଅରବିନ୍ଦ ପାଢ଼ୀଙ୍କୁ ରାଜସ୍ବ ବିଭାଗର ଅତିରିକ୍ତ ଦାୟିତ୍ବ
  • ବିଶିଷ୍ଟ ସୀତାର ବାଦକ ଗୁରୁ ପଣ୍ଡିତ ରବି ଶଙ୍କର ପ୍ରଧାନଙ୍କୁ ଶ୍ରଦ୍ଧାସୁମନ

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In