• About Us
  • Contact Us
Sunday, August 9, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ବିଶେଷ ପୃଷ୍ଠା

ମେରୁରେ ଓହଳତମ ଖେଳିଲେ ଭଗତା, ଆଜି ନିଆଁରେ ଚାଲିବେ

by Voice of Victims
April 13, 2024
in ବିଶେଷ ପୃଷ୍ଠା, ମୁଖ୍ୟ ଖବର, ରାଜ୍ୟ
ମେରୁରେ ଓହଳତମ ଖେଳିଲେ ଭଗତା, ଆଜି ନିଆଁରେ ଚାଲିବେ

ରଣପୁର (ଭିଓଭି) : ଆଜି ପବିତ୍ର ମେରୁ ଉପବାସ ରଣପୁରରେ ମହାସମାରୋହରେ ପାଳିତ ହୋଇଯାଇଛି । ଓଡିଶାର ଧର୍ମ ସଂସ୍କୃତି କହିଲେ ବିଷ୍ନୁ ଏବଂ ଶିବଙ୍କୁ ନେଇ ଆଧାରିତ ହୋଇଥାଏ । କିଛି ବ୍ୟକ୍ତି ବିଷ୍ଣୁଙ୍କୁ ଉପାସନା କରୁଥିଲା ବେଳେ ଆଉ କିଛି ବ୍ୟକ୍ତି ଶିବଙ୍କୁ ଉପାସନା କରିଥାନ୍ତି । ଗାଁ ଗହଳି ପୁରପଲ୍ଲୀରେ ସବୁଆଡେ ଆଜି ଭକ୍ତଙ୍କ ଲମ୍ବା ଧାଡି ଦେଖିବାକୁ ମିଳିଛି । ଆଜି ଶୈବ ଉପାସକମାନେ ରଣପୁର ଅଚଂଳରେ ଏକ ଗଣ ପର୍ବ ଭାବରେ ମେରୁ ପର୍ବକୁ ପାଳନ କରିଥାନ୍ତି । ସକାଳୁ ଅପରାହ୍ନ ପର୍ଯ୍ୟନ୍ତ ନିର୍ଜଳ ଉପବାସ କରି ଅପରାହ୍ନରେ ଦଣ୍ଡ ଠାକୁରଙ୍କ ସ୍ନାନ ପରେ ସମସ୍ତେ ସ୍ନାନ କରି ପ୍ରଭୁଙ୍କ ଅଧରପଣା ସେବନ କରିଥାନ୍ତି । ସନ୍ଧ୍ୟାରେ ସମସ୍ତ ଦଣ୍ଡ ପାଟବେତ କୋଠୀ ସାମ୍ନାରେ ଭକ୍ତା ମାନେ ନିଷ୍ଠା ପରାକାଷ୍ଠାର ସହ ଓହଳତପ କରିଥାନ୍ତି । ଗୋଡ ଦୁଇଟିକୁ ଉପରେ ବାନ୍ଧି ରଖି ଅଗ୍ନି କୁଣ୍ଡରେ ଓହଳି ଦଣ୍ଡ ପାଟବେତଙ୍କୁ ଆରାଧନା କରିଥିବାର ଦେଖିବାକୁ ମିଳିଥିଲା । ରଣପୁର ସ୍ୱପ୍ନେଶ୍ୱର ଦେବ, ଚଣ୍ଡେଶ୍ୱର ଦେବ , ଲେମ୍ବୋଡି ବାଲୁଙ୍କେଶ୍ୱର, ଲତାର ବାଲୁଙ୍କେଶ୍ୱର ଦେବ, କଙ୍କିଆ ଲୋକେଶ୍ୱର, ପୁରୁଣାବସନ୍ତ ବାଲୁଙ୍କେଶ୍ୱର , ଗୋପାଳପୁର ନୀଳକଣ୍ଠେଶ୍ୱର ଦେବ, ମଝିଆଖଣ୍ଡର କମଳେଶ୍ୱର ଦେବ ଆଦି ସମସ୍ତ ୨୭ କୋଠରୀରେ ଏହି ଓହଳତମ ଦେଖିବା ପାଇଁ ମେରୁ ସନ୍ଧ୍ୟାରେ ପ୍ରବଳ ଭିଡ ଜମିଥିବାର ଦେଖିବାକୁ ମିଳିଥିଲା ।ରବିବାର ଦଣ୍ଡ ଯାତ୍ରାର ଶେଷ ପର୍ବରେ ଭଗତା ମାନେ ନିଆଁରେ ଝାମୁ ଚାଲିବେ ।

Post Views: 80
Tags: Bhagatwho played the lightest in Meru
Share198Tweet124Send
Voice of Victims

Voice of Victims

Recent Posts

  • ଆସନ୍ତା ୧୨ ତାରିଖରେ ଚଳିତ ବର୍ଷର ଦ୍ୱିତୀୟ ସୂର୍ଯ୍ୟପରାଗ, ଭାରତ କିମ୍ବା ଓଡ଼ିଶାରେ ହେବ ନାହିଁ ଦୃଶ୍ୟ
  • ଆଇଆଇଟି ଦିଲ୍ଲୀର ୫୭ତମ ସମାବର୍ତ୍ତନ ସମାରୋହ, ଛାତ୍ରମାନଙ୍କୁ ଦେଲେ ଗୁରୁମନ୍ତ୍ର
  • ପ୍ରବଳ ବର୍ଷାରେ ବି ଥମିନି ଭକ୍ତିର ପଦଯାତ୍ରା, କାନ୍ଧରେ କାଉଡ଼ି, ହାତରେ ପାଣିଭାର—“ବୋଲବମ୍” ଧ୍ୱନିରେ ମୁଖର ରାସ୍ତା
  • ଓଡଗାଁ ଅଞ୍ଚଳ ଅଂଚଳବାସୀଙ୍କ ଦୂର ହେବ ବିଦ୍ୟୁତ କାଟ ସମସ୍ୟା : ଖୁବ ଶୀଘ୍ର କାର୍ଯ୍ୟକାରୀ ହେବ ନୟାଗଡ଼-ଓଡ଼ଗାଁ ନୂତନ 33 କେଭି ଲାଇନ,ଉପକୃତ ହେବେ ଓଡଗାଁ ଓ ଶରଣକୁଳର 50 ହଜାର ଉପଭୋକ୍ତା
  • ରୁଷ ତୈଳ କିଣୁଥିବା ଭାରତକୁ ଆମେରିକାର ବଡ଼ ଝଟକା! ସେନେଟ୍‌ରେ ପାସ୍ ହେଲା ପ୍ରତିବନ୍ଧକ ବିଲ୍

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In