• About Us
  • Contact Us
Thursday, February 5, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଆଧ୍ୟାତ୍ମିକ

ଗଡ଼ିଲା ରୁକୁଣା ରଥ

by Voice of Victims
April 16, 2024
in ଆଧ୍ୟାତ୍ମିକ, ବିଶେଷ ପୃଷ୍ଠା, ମୁଖ୍ୟ ଖବର, ରାଜ୍ୟ
ଗଡ଼ିଲା ରୁକୁଣା ରଥ

ଭୁବନେଶ୍ୱର : ପବିତ୍ର ଅଶୋକାଷ୍ଟମୀରେ ମହାପ୍ରଭୁ ଶ୍ରୀ ଲିଙ୍ଗରାଜ ବୁଲି ଯାଇଛନ୍ତି ତାଙ୍କ ମାଉସୀମା’ ଙ୍କ ଘରକୁ । ପୁଲିସ ଓ ସ୍ୱେଚ୍ଛାସେବୀଙ୍କ କର୍ଡନରେ ରଥଟଣା ଆରମ୍ଭ ହୋଇଥିଲା । ତେବେ ନୀତିକାନ୍ତିରେ ସାମାନ୍ୟ ବିଳମ୍ବ ହୋଇଛି । ଅପରାହ୍ଣ ୩ଟା ସୁଦ୍ଧା ରଥଟଣା ଆରମ୍ଭ ହେବାର ଥିଲା ହେଲେ ୪.୫୫ରେ ରଥ ଟଣା ଆରମ୍ଭ ହୋଇଥିଲା । ବର୍ଷକୁ ଥରେ ଭକ୍ତଙ୍କୁ ଦର୍ଶନ ଦେବାକୁ ଲିଙ୍ଗରାଜ ମନ୍ଦିରରୁ ମାଉସୀ ମା’ ମନ୍ଦିରକୁ ଆସୁଛନ୍ତି ମହାପ୍ରଭୁ । ମହାପ୍ରଭୁଙ୍କ ରଥଯାତ୍ରା ଦେଖିବାକୁ ରଥଦାଣ୍ଡରେ ହଜାର ହଜାର ସଂଖ୍ୟାରେ ଶ୍ରଦ୍ଧାଳୁ ଏକାଠି ହୋଇଛନ୍ତି ।
ମହାପ୍ରଭୁ ରଥାରୂଢ଼ ହେବା ପରେ ଅପରାହ୍ଣ ଚକ ପୂଜା, ଚାରି ଦ୍ୱାର ପୂଜା, ନେତ ପୂଜା, ଅଶ୍ୱ ପୂଜା ଓ ବ୍ରହ୍ମ ପୂଜା ଆଦି ନୀତି କରାଯାଇଥିଲା । ରଥ ଉପର ନୀତି ଶେଷ ପରେ ରଥ ଟଣା ଆରମ୍ଭ ହୋଇଥିଲା । ତେବେ ସନ୍ଧ୍ୟା ହେବା ପରେ ୬ଟା ୨୦ରେ ବଢ଼େଇବାଙ୍କ ଛକ ନିକଟରେ ଅଟକିଛି ରୁକୁଣା ରଥ । ଆସନ୍ତାକାଲି (ବୁଧବାର) ରଥର ନୀତିକାନ୍ତି ଓ ପୂଜାର୍ଚ୍ଚନା ହେବା ପରେ ପୁଣି ଦିପହରରେ ରଥ ଗଡ଼ିବ ଏବଂ ମହାପ୍ରଭୁ ଲିଙ୍ଗରାଜ ରାମେଶ୍ୱର ମନ୍ଦିରକୁ ବିଜେ କରିବେ । ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ରୁକୁଣା ରଥ ଆଜି ସନ୍ଧ୍ୟାରେ ରାମେଶ୍ୱର ମନ୍ଦିର ଅଭିମୁଖେ ବାହାରିଥିଲା । ହଜାର ହଜାର ଶ୍ରଦ୍ଧାଳୁ ମହାପ୍ରଭୁଙ୍କ ରଥକୁ ହର୍ଷୋଲ୍ଲାସ ସହିତ ଟାଣି ନେଇଥିଲେ । ରଥଟଣା ଦେଖିବାକୁ ରାଜଧାନୀ ରାଜରାସ୍ତାରେ ଶ୍ରଦ୍ଧାଳୁଙ୍କ ଭିଡ଼ ପରିଲକ୍ଷିତ ହୋଇଥିଲା । ଶୃଙ୍ଖଳିତ ରଥଟଣା ପାଇଁ କମିଶନ୍‌ରେଟ୍ ପୁଲିସ୍ ଓ ମନ୍ଦିର ପ୍ରଶାସନ ପକ୍ଷରୁ ସବୁପ୍ରକାର ପ୍ରସ୍ତୁତି କରାଯାଇଛି । ପୁଲିସ୍ ପକ୍ଷରୁ ସ୍ୱତନ୍ତ୍ର କଣ୍ଟ୍ରୋଲ ରୁମ୍ ଗଠନ ହୋଇଛି । ରଥରୋଡ୍‌ରେ କୌଣସି ଗାଡ଼ି ଯାଇପାରିବନି, ଏହାସହ ମାଉସୀମା’ ଛକରୁ ଗାଡ଼ିକୁ ଡାଇଭର୍ଟ କରାଯାଇଛି । ରଥଯାତ୍ରାକୁ ଶୃଙ୍ଖଳିତ କରିବା ପାଇଁ ୧୨ ପ୍ଲାଟୁନ ଫୋର୍ସ, ୨ ଜଣ ଅତିରିକ୍ତ ଡିସିପି, ୬ ଜଣ ଏସ୍‌ପି, ୧୫ ଜଣ ଇନିସପେକ୍ଟର ମୁତୟନ ହୋଇଛନ୍ତି । ଏହାସହ ୫୦ରୁ ଅଧିକ ସବଇନିସପେକ୍ଟର ଓ ଏଏସଆଥ ଲବଂ ଟ୍ରାଫିକ୍ ଅଧିକାର ନିୟୋଜିତ ଅଛନ୍ତି । ସେପଟେ ଖରା ଓ ହିଟୱେଭକୁ ଆଖିରେ ରଖି ଭକ୍ତଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ସମସ୍ତଙ୍କ ପାଇଁ ଆବଶ୍ୟକ ପିଇବା ପାଣି ବ୍ୟବସ୍ଥା କରାଯାଇଛି । ଭକ୍ତଙ୍କ ଉପରେ ପାଣି ସ୍ପ୍ରେ କରିବା ପାଇଁ ମଧ୍ୟ ବ୍ୟବସ୍ଥା କରାଯାଇଛି । ଶ୍ରୀ ଲିଙ୍ଗରାଜଙ୍କ ରଥଯାତ୍ରା ଦେଖିବାକୁ ଦୂର ଦୂରାନ୍ତରୁ ଆସିଛନ୍ତି ଭକ୍ତ । ପ୍ରତିବର୍ଷ ପରି ଚଳିତ ବର୍ଷ ମହାପ୍ରଭୁ ଶ୍ରୀ ଲିଙ୍ଗରାଜଙ୍କର ରୁକୁଣା ରଥଯାତ୍ରା ଉପଲକ୍ଷେ ଏକାମ୍ର ସାଂସ୍କୃତିକ ପ୍ରକାଶନୀ ପକ୍ଷରୁ ଚତୁର୍ଦ୍ଦଶ ଲିଙ୍ଗରାଜ ମହୋତ୍ସବ ଆରମ୍ଭ ହୋଇଛି । ଏଥିରେ ମୁଖ୍ୟଅତିଥି ଭାବେ ସୌମ୍ୟରଞ୍ଜନ ପଟ୍ଟନାୟକ, ସମ୍ମାନିତ ଅତିଥି ଭାବେ ପଦ୍ମଶ୍ରୀ ତଥା ଅର୍ଜୁନ ପୁରସ୍କାରପ୍ରାପ୍ତ ପ୍ରମୋଦ ଭଗତ, ସମ୍ମାନିତ ଅତିଥି ଭାବେ ବରିଷ୍ଠ ସାମ୍ବାଦିକ ରାଜାରାମ ଶତପଥୀ, ଗୁରୁ ଗଜେନ୍ଦ୍ର ପଣ୍ଡା, ଗୁରୁ ପ୍ରତିଭା ପଣ୍ଡା, ସରୋଜ ପଣ୍ଡା, ରାଜେନ୍ଦ୍ର ସାମର୍ଥା ଗୌରବ ରାଲାନ୍ ପ୍ରମୁଖ ଯୋଗଦେଇ ଉଦ୍‌ଘାଟନ କରିଥିଲେ । ଅନୁଷ୍ଠାନର ସଭାପତି ବିଧାୟକ ସୁରେଶ କୁମାର ରାଉତରାୟଙ୍କ ଅଧ୍ୟକ୍ଷତାରେ ସମ୍ପାଦକ ସନତ୍ ମିଶ୍ର ସୂଚନା ପ୍ରଦାନ କରିଥିଲେ । ଏହି ଅବସରରେ ତ୍ରିଧାରା ଅନୁଷ୍ଠାନ ପକ୍ଷରୁ ପ୍ରଥମେ ଓଡ଼ିଶୀ ବନ୍ଦନା, ପରେ ଅର୍ଦ୍ଧନାରୀଶ୍ୱର୍ ନୃତ୍ୟ ପରିବେଷଣ ହୋଇଥିଲା । ସେହିପରି ବର୍ଦ୍ଧମାନରୁ ଆସିଥିବା ଦିବ୍ୟାଶ୍ରୀ ଗାଙ୍ଗୁଲିଙ୍କ ଭାରତନାଟ୍ୟମ୍ ନୃତ୍ୟ, ଛତିଶଗଡ଼ର ଆଞ୍ଚଲ ପାଣ୍ଡେଙ୍କ ଦ୍ୱାରା କ୍ରିଏଟିଭ ନୃତ୍ୟ, ତାରକ୍ ସାହାଙ୍କ ଦ୍ୱାରା କ୍ରିଏଟିଭ ନୃତ୍ୟ ଓ ସସ୍ମିତା ମହାନ୍ତିଙ୍କ ଲୋକ ନୃତ୍ୟ ପରିବେଷଣ ହୋଇଥିଲା । ଏଥିସହ ରାଜ୍ୟ ତଥା ରାଜ୍ୟ ବାହାରର କଳାକାରମାନେ ନୃତ୍ୟ ପରିବେଷଣ କରିଥିଲେ । ଆଇନଜୀବୀ ଶିବାନନ୍ଦ ରାୟ, ଅନୁଷ୍ଠାନର ମୁଖପାତ୍ର ଲିଙ୍ଗରାଜ ସାହୁ, ରତିକାନ୍ତ ମହାସୁଆର, ବାବନ ଚନ୍ଦ୍ର ମହାପାତ୍ର, କେଦାରନାଥ ମହାପାତ୍ର, ଲଲାଟେନ୍ଦୁ ମହାନ୍ତି, ଗଣେଶ ପାଲ, ସୁଧୀର ରଞ୍ଜନ ଜେନା, ପ୍ରମୋଦ କୁମାର ଦାସ, ପ୍ରତାପ ପଟ୍ଟନାୟକ, ବିଶ୍ୱନାଥ ମହାପାତ୍ର ପ୍ରମୁଖ ଉପସ୍ଥିତଥିଲେ । ସେହିପରି ରଥଯାତ୍ରାକୁ ସୁରୁଖୁରୁରେ କରିବା ପାଇଁ କମିଶନରେଟ ପୁଲିସ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି । ସ୍ୱତନ୍ତ୍ର କଣ୍ଟ୍ରୋଲ ରୁମ ଜରିଆରେ ସିନିୟର୍ ଅଫିସରମାନେ ମନିଟରିଂ କରୁଛନ୍ତି । ରଥଟଣା ସମୟରେ ରଥ ରୋଡ୍‌ରେ ଗାଡ଼ି ଚଳାଚଳ ଉପରେ ରୋକ ଲାଗିଛି । ରଥଟଣା ବେଳେ ରଥ ରୋଡ୍‌ରେ କୌଣସି ଗାଡି ଯାଇପାରିବନି । ମାଉସୀ ମା’ ଛକରୁ ସମସ୍ତ ଗାଡି ଚଲାଚଳକୁ ଡାଇଭର୍ଟ କରାଯାଇଛି । ଜାଗର ସମୟରେ ହୋଇଥିବା ପାର୍କିଂରେ ଗାଡ଼ି ପାର୍କିଂବ୍ୟବସ୍ଥା କରାଯାଇଛି । ରଥଯାତ୍ରା ସମୟରେ ଖରା ଓ ହିଟ୍ ୱେଭ୍‌କୁ ଆଖି ଆଗରେ ରଖି ଭକ୍ତଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ବିଏମ୍‌ସି ପକ୍ଷରୁ ସ୍ଥାନେ ସ୍ଥାନେ ପାନୀୟ ଜଳର ବ୍ୟବସ୍ଥା କରାଯାଇଛି । ମନ୍ଦିରକୁ ଆଲୋକମାଳା ଓ ଫୁଲରେ ସଜାଯାଇଛି । ମହାପ୍ରଭୁ ଲିଙ୍ଗରାଜଙ୍କ ରୁକୁଣା ରଥଯାତ୍ରା ଅବସରରେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ କାର୍ଯ୍ୟାଳୟ, ଭୁବନେଶ୍ୱର ପକ୍ଷରୁ ସୂଚନା କେନ୍ଦ୍ର ଖୋଲାଯାଇ ଜନସାଧାରଣଙ୍କୁ ବିଭିନ୍ନ ସେବା ପ୍ରଦାନ କରାଯାଇଥିଲା । ଏଥି ସହ ଅଶୋକାଷ୍ଟମୀ ରଥଯାତ୍ରା ଉପରେ ଆଧାରିତ ବିଭିନ୍ନ ଆଧ୍ୟାତ୍ମିକ ପୃଷ୍ଠଭୂମି ଓ ଯାତ୍ରାର ମହତ୍ୱ ସମ୍ବଳିତ ବିଭିନ୍ନ ତଥ୍ୟ ଧାରାବିବରଣୀ ମାଧ୍ୟମରେ ପ୍ରଚାରପ୍ରସାର ପାଇଁ ପ୍ରବଚନ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା । ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀଙ୍କ ନିମନ୍ତ୍ରଣ ରକ୍ଷା କରି ପ୍ରଫେସର ଜୟକୃଷ୍ଣ ଦାସ, ଡ. ଅଂଶୁମାନ କର, ଇଂ. ଅଭିନନ୍ଦନ ଦାସ, ବୈକୁଣ୍ଠନାଥ ପ୍ରଧାନ, ସଚ୍ଚିଦାନନ୍ଦ ବେହେରା ଏବଂ ଗୁରୁପ୍ରସାଦ ମହାପାତ୍ର ପ୍ରମୁଖ ଉପସ୍ଥିତ ରହି ମହାପ୍ରଭୁଙ୍କ ବିଭିନ୍ନ ଲୀଳା ଓ ମହାତ୍ମ୍ୟ ଉପରେ ଧାରାବିବରଣୀ ପ୍ରଦାନ କରିଥିଲେ । ଏଥି ସହ ସେମାନଙ୍କୁ ଏହି ଅବସରରେ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା ।

Post Views: 36
Share199Tweet125Send
Voice of Victims

Voice of Victims

Recent Posts

  • ସିଭିଲ୍ ସର୍ଭିସେସ୍ ପରୀକ୍ଷାର୍ଥୀଙ୍କ ପାଇଁ ବଡ଼ ଖବର, ବଦଳିଲା UPSC ନିୟମ
  • ରାଜସ୍ଥାନରେ ହନିମୁନ୍ ମର୍ଡର ୨.୦, ସ୍ବାମୀକୁ ମାରିବାକୁ ପତ୍ନୀ ରଚିଥିଲା ଭୟଙ୍କର ଷଡ଼ଯନ୍ତ୍ର
  • ୭ଟି ଜିଲ୍ଲାର ଇଂରାଜୀ ନାଁ ସଂଶୋଧନ କରିବେ ରାଜ୍ୟ ସରକାର, ରାଜସ୍ବ ବିଭାଗ ପକ୍ଷରୁ ପ୍ରକାଶ
  • ବଡ଼ ଦୁର୍ଘଟଣାରୁ ଟଳିଲା, ଚେନ୍ନାଇ ସେଣ୍ଟ୍ରାଲ ଏକ୍ସପ୍ରେସ୍ ଲାଇନଚ୍ୟୁତ
  • ଆଜିଠୁ ନକ୍ସଲମୁକ୍ତ ହେଲା କୋରାପୁଟ ଜିଲ୍ଲା, ଦକ୍ଷିଣପଶ୍ଚିମାଞ୍ଚଳ ଡିଆଇଜି କନୱର ବିଶାଳ ସିଂହଙ୍କ ସୂଚନା

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In