• About Us
  • Contact Us
Thursday, February 5, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଦେଶ ବିଦେଶ

ଦ୍ୱିତୀୟ ପର୍ଯ୍ୟାୟ ପାଇଁ ୨୫୦ରୁ ଅଧିକ ପର୍ଯ୍ୟବେକ୍ଷକଙ୍କ ସହ କଥା ହେଲେ ନିର୍ବାଚନ କମିଶନ

by Voice of Victims
April 18, 2024
in ଦେଶ ବିଦେଶ
ଦ୍ୱିତୀୟ ପର୍ଯ୍ୟାୟ ପାଇଁ ୨୫୦ରୁ ଅଧିକ ପର୍ଯ୍ୟବେକ୍ଷକଙ୍କ ସହ କଥା ହେଲେ ନିର୍ବାଚନ କମିଶନ

ନୂଆଦିଲ୍ଲୀ: ଚଳିତ ଏପ୍ରିଲ ୨୬ ତାରିଖରେ ୧୨ଟି ରାଜ୍ୟର ୮୮ଟି ସଂସଦୀୟ ନିର୍ବାଚନ ମଣ୍ଡଳୀରେ ମତଦାନ ହେବାକୁ ଥିବା ବେଳେ ଏଥିରେ ୮୯ ଜଣ ସାଧାରଣ ପର୍ଯ୍ୟବେକ୍ଷକ, ୫୩ ଜଣ ପୁଲିସ ପର୍ଯ୍ୟବେକ୍ଷକ ଏବଂ ୧୦୯ ଜଣ ବ୍ୟୟ ପର୍ଯ୍ୟବେକ୍ଷକଙ୍କୁ ନିୟୋଜିତ କରାଯାଇଛି । ନାମାଙ୍କନ ପତ୍ର ଦାଖଲର ଶେଷ ତାରିଖ ଅର୍ଥାତ୍ ୩ ଏପ୍ରିଲ୍ ୨୦୨୪ ପୂର୍ବରୁ ସମସ୍ତେ ନିର୍ବାଚନ ମଣ୍ଡଳୀରେ ରିପୋର୍ଟ କରିଛନ୍ତି । ମୁଖ୍ୟ ନିର୍ବାଚନ କମିଶନର ଶ୍ରୀ ରାଜୀବ କୁମାର, ନିର୍ବାଚନ କମିଶନର ଶ୍ରୀ ଜ୍ଞାନେଶ କୁମାର ଏବଂ ନିର୍ବାଚନ କମିଶନର ଶ୍ରୀ ସୁଖବୀର ସିଂହ ସାନ୍ଧୁ ସମସ୍ତ ପର୍ଯ୍ୟବେକ୍ଷକଙ୍କୁ କଡାକଡ଼ି ଭାବେ ଏହା ସୁନିଶ୍ଚିତ କରିବାକୁ କହିଛନ୍ତି ଯେ, ଯେପରି ମତଦାନ କେନ୍ଦ୍ର ଗୁଡ଼ିକରେ ଭୋଟରଙ୍କ ପାଇଁ ସମସ୍ତ ସୁବିଧା ସୁଯୋଗ ଉପଲବ୍ଧ ହେବ, ବିଶେଷ କରି ଗରମର ମୁକାବିଲା କରାଯିବାର ବ୍ୟବସ୍ଥା ରହିବ, ଯେପରି ମତଦାତା ମାନଙ୍କୁ କୌଣସି ପ୍ରଲୋଭନ ପ୍ରଦାନ କରାନଯାଏ, ପୁଲିସ୍ ବାହିନୀର ସର୍ବୋତ୍ତମ ବ୍ୟବହାର କରାଯାଏ ଏବଂ ଆଇନ ଶୃଙ୍ଖଳା ଉପରେ କଡ଼ା ନଜର ରଖାଯାଏ। କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ମାନଙ୍କୁ ଅନ୍ୟାନ୍ୟ ବିଷୟ ସହିତ ନିମ୍ନଲିଖିତ ବିଷୟକୁ ସୁନିଶ୍ଚିତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି :

୧) ସମସ୍ତ ନିର୍ବାଚନ ମଣ୍ଡଳୀରେ ଆଗୁଆ ମତଦାନ ପାଇଁ ପ୍ରସ୍ତୁତି କରିବା ଏବଂ ସମସ୍ତ ହିତାଧିକାରୀ ଅର୍ଥାତ୍ ପ୍ରାର୍ଥୀ ଓ ରାଜନୈତିକ ଦଳଗୁଡିକ ପାଇଁ ସମାନ ସୁଯୋଗ ସୁନିଶ୍ଚିତ କରିବା

୨) ଆବଂଟିତ କରାଯାଇଥିବା ସଂସଦୀୟ ନିର୍ବାଚନ ମଣ୍ଡଳୀ ଭିତରେ ସେମାନେ ସମଗ୍ର ନିର୍ବାଚନ ପ୍ରକିୟା କାଳରେ ସଶରୀରେ ଉପଲବ୍ଧ ରହିବେ

୩) ପ୍ରାର୍ଥୀ ଏବଂ ରାଜନୈତିକ ଦଳମାନଙ୍କ ମଧ୍ୟରେ ମୋବାଇଲ / ଲ୍ୟାଣ୍ଡଲାଇନ୍ /ଇମେଲ୍ /ରହଣି ଓ ପ୍ରସାରଣର ବ୍ୟାପକ ପ୍ରକାଶନ କରାଯିବ, ଯାହା ଦ୍ୱାରା ସେମାନେ ସାଧାରଣ ଜନତା / ପ୍ରାର୍ଥୀ ଓ ରାଜନୈତିକ ଦଳମାନଙ୍କୁ ଦୈନିକ ନିର୍ଦ୍ଧାରିତ ନମ୍ବର/ଠିକଣାରେ ଉପଲବ୍ଧ ହୋଇପାରିବେ

୪) ସେମାନଙ୍କ ଉପସ୍ଥିତିରେ ପୁଲିସ୍ ବାହିନୀର ଇଚ୍ଛାନୁସାରେ ମୁତୟନ

୫) ଯେପରି କେନ୍ଦ୍ରୀୟ ବାହିନୀ / ରାଜ୍ୟ ପୁଲିସ ବାହିନୀକୁ ଯଥାର୍ଥ ଭାବେ ବ୍ୟବହାର କରାଯାଏ ଏବଂ ନିରପେକ୍ଷତା ବଜାୟ ରଖାଯାଏ ଏବଂ ସେମାନଙ୍କ ମୁତୟନ କୌଣସି ରାଜନୈତିକ ଦଳ / ପ୍ରାର୍ଥୀଙ୍କ ସପକ୍ଷରେ ନହୁଏ

୬) ସେମାନଙ୍କ ଉପସ୍ଥିତିରେ ଇଭିଏମ୍‌ / ଭିଭିପିଏଟି ଏବଂ ପୋଲିଂ କର୍ମଚାରୀଙ୍କୁ ଇଚ୍ଛାନୁସାରେ ମୁତୟନ

୭) ୮୫ ବର୍ଷରୁ ଅଧିକ ବୟସର ବ୍ୟକ୍ତି ଏବଂ ପିଡବ୍ଲ୍ୟୁଡି ମତଦାତାଙ୍କ ପାଇଁ ଗୃହ ମତଦାନ ବ୍ୟବସ୍ଥା ଏବଂ ନିର୍ବାଚନ କାର୍ଯ୍ୟରେ ନିୟୋଜିତ ବ୍ୟକ୍ତି, ଅତ୍ୟାବଶ୍ୟକ ଦାୟିତ୍ୱ ଏବଂ ସେବା ଭୋଟରଙ୍କ ପାଇଁ ପୋଷ୍ଟାଲ ବାଲଟ୍ ବ୍ୟବସ୍ଥାର ସୁରୁଖୁରୁ ପ୍ରକ୍ରିୟାକୁ ସୁନିଶ୍ଚିତ କରିବା

୮) ଯେପରି ଭୋଟର ତାଲିକା ରାଜନୈତିକ ଦଳ ଏବଂ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ପ୍ରାର୍ଥୀମାନଙ୍କୁ ପ୍ରଦାନ କରାଯାଏ

୯) ଯେପରି ଜିଲ୍ଲା ପ୍ରଶାସନ ତରଫରୁ ସମ୍ବେଦନଶୀଳତା ମ୍ୟାପିଂ ଠିକ୍ ଭାବେ କରାଯାଏ ଏବଂ ସେହି ଅନୁଯାୟୀ ପରିବହନ ଓ ଯୋଗାଯୋଗ ଯୋଜନା ପ୍ରସ୍ତୁତ କରାଯାଏ

୧୦) ସୂକ୍ଷ୍ମ ପର୍ଯ୍ୟବେକ୍ଷକ (ମାଇକ୍ରୋ ଅବଜରଭର)ଙ୍କ ମୁତୟନ

୧୧) ସମସ୍ତ ପ୍ରାର୍ଥୀ / ସେମାନଙ୍କ ପ୍ରତିନିଧିଙ୍କ ସମ୍ମୁଖରେ ଇଭିଏମ୍‌/ଭିଭିପିଏଟି କାର୍ଯ୍ୟକ୍ଷମ କରିବା

୧୨) ଇଭିଏମ୍ ଷ୍ଟ୍ରଙ୍ଗରୁମ୍‌ରେ କଡ଼ା ସୁରକ୍ଷା ବ୍ୟବସ୍ଥା ତଦାରଖ କରିବା ସହ ସମସ୍ତ ପ୍ରାର୍ଥୀଙ୍କ ଅଧିକାରପ୍ରାପ୍ତ ଏଜେଣ୍ଟଙ୍କ ଉପସ୍ଥିତି ସୁନିଶ୍ଚିତ କରିବା

୧୩) ଯେପରି ସମସ୍ତ ଅଭିଯୋଗ ସମାଧାନ ବ୍ୟବସ୍ଥା କାର୍ଯ୍ୟକାରୀ ହୋଇଥିବ

୧୪) ଠିକ୍ ସମୟରେ ସଂଶୋଧନ ମୂଳକ ପଦକ୍ଷେପ ନେବାକୁ ଅଧିକାରପ୍ରାପ୍ତ ଅଧିକାରୀଙ୍କ ସାମଗ୍ରିକ ଦାୟିତ୍ୱରେ ଥିବା ଜିଲ୍ଲା ଗୁଡିକରେ ସମନ୍ୱିତ ନିୟନ୍ତ୍ରଣ କକ୍ଷ ପ୍ରତିଷ୍ଠା କରାଯାଏ

୧୫) ମତଦାନ ଦିବସ ପୂର୍ବରୁ ଆଗୁଆ ୧୦୦ ପ୍ରତିଶତ ଭୋଟର ସୂଚନା ସ୍ଲିପ୍ ବଣ୍ଟନ ହୋଇଯାଇଥିବ

୧୬) ଯେପରି ସି-ଭିଜିଲ୍‌, ଭୋଟର ହେଲ୍ପଲାଇନ୍ ଆପ୍‌, ସକ୍ଷମ ଆପ୍‌, ଏନ୍‌କୋର, ସୁବିଧା ଆପ୍ ଇତ୍ୟାଦି ସମସ୍ତ ଆଇଟି ଆପ୍ଲିକେସନ୍‌କୁ ନିର୍ବାଚନ କର୍ମଚାରୀମାନେ ବ୍ୟବହାର କରିବେ ଏବଂ ସେମାନଙ୍କୁ ଏହି ଆପ୍ ଗୁଡିକୁ ବ୍ୟବହାର କରିବା ପାଇଁ ଉପଯୁକ୍ତ ପ୍ରଶିକ୍ଷଣ ଦିଆଯାଇଥିବ

୧୭) ଭୋଟ ଗଣତି କର୍ମଚାରୀ, ମାଇକ୍ରୋ ପର୍ଯ୍ୟବେକ୍ଷକ ଇତ୍ୟାଦିଙ୍କ ସମେତ ସମସ୍ତ ପୋଲିଂ କର୍ମଚାରୀଙ୍କ ପ୍ରଶିକ୍ଷଣ ଶୃଙ୍ଖଳିତ ଭାବେ ଆୟୋଜନ କରାଯାଉଛି / କରାଯାଇଛି

୧୮) ନିର୍ବାଚନ ମଣ୍ଡଳୀର ମତଦାନ କେନ୍ଦ୍ର ପରିଦର୍ଶନ କରିବା ଏବଂ ସମସ୍ତ ମତଦାନ କେନ୍ଦ୍ରରେ ସର୍ବନିମ୍ନ ସୁବିଧା ସୁନିଶ୍ଚିତ କରିବା

୧୯) ଭୋଟର ମାନଙ୍କର ସୁବିଧା ପାଇଁ ସମସ୍ତ ମତଦାନ କେନ୍ଦ୍ରରେ ଭୋଟର ସହାୟତା କେନ୍ଦ୍ର ପ୍ରତିଷ୍ଠା, ଭିନ୍ନକ୍ଷମ, ଶାରୀରିକ ଭିନ୍ନକ୍ଷମ, ମହିଳା, ବୃଦ୍ଧ ଓ କୁଷ୍ଠ ପ୍ରଭାବିତ ଭୋଟର ଇତ୍ୟାଦିଙ୍କ ନିମନ୍ତେ ସ୍ୱତନ୍ତ୍ର ସୁବିଧା

୨୦) ଧାଡ଼ିରେ ଛିଡ଼ା ହୋଇଥିବା ଭୋଟରଙ୍କ ପାଇଁ ପିଇବା ପାଣିର ସୁବିଧା, ସେଡ୍‌ / ସାମିଆନାର ବ୍ୟବସ୍ଥା ଏବଂ ମତଦାନ ସମୟରେ ମତଦାନ କେନ୍ଦ୍ର ବାହାରେ ବସିବାର ଉପଯୁକ୍ତ ବ୍ୟବସ୍ଥା

୨୧) ଫ୍ଲାଇଂ ସ୍କ୍ୱାର୍ଡ, ଷ୍ଟାଟିଷ୍ଟିକ୍ସ ସର୍ଭେଲାନ୍ସ ଟିମ୍ (ପରିସଂଖ୍ୟାନ ତଦାରଖ ଦଳ), ଭିଡିଓ ଭ୍ୟୁଇଂ ଟିମ୍‌, ବର୍ଡର ଚେକ୍ ପୋଷ୍ଟ, ନାକା ଇତ୍ୟାଦି ଦିନରାତି ନିଜର କାର୍ଯ୍ୟ କରୁଛନ୍ତି ଏବଂ ନଗଦ ଟଙ୍କା, ମଦ, ମାଗଣା, ଡ୍ରଗ୍ସ / ନିଶାଦ୍ରବ୍ୟ ପରିବହନ ଓ ବଣ୍ଟନ ଯେପରି ନ ହୁଏ ସେଥିପାଇଁ ପ୍ରୟାସ

୨୨) ରାଜନୈତିକ ବିଜ୍ଞାପନ ଏବଂ ପେଡ୍ ନ୍ୟୁଜ୍‌ର ପୂର୍ବ – ପ୍ରମାଣୀକରଣ ପାଇଁ ମିଡିଆ ସାର୍ଟିଫିକେସନ୍ ଏବଂ ମନିଟରିଂ କମିଟି ଦ୍ୱାରା ଉପଯୁକ୍ତ କାର୍ଯ୍ୟ

୨୩) ମିଥ୍ୟା ଖବର/ଭୁଲ ସୂଚନା ଉପରେ ଉପଯୁକ୍ତ ସମୟରେ ଅଙ୍କୁଶ ଲଗାଇବା ଏବଂ ସକାରାତ୍ମକ କଥାର ପ୍ରଚାର ପାଇଁ ସୂଚନାର ସକ୍ରିୟ ପ୍ରସାର

Post Views: 26
Share197Tweet123Send
Voice of Victims

Voice of Victims

Recent Posts

  • ସଂସଦରେ କାଲି ମୋଦିଙ୍କ ଉପରକୁ ଆକ୍ରମଣ ହୋଇଥାନ୍ତା : ଲୋକସଭା ବାଚସ୍ପତି
  • ଅନୁରାଗ ଠାକୁରଙ୍କୁ ସୁପ୍ରିମକୋର୍ଟରୁ ଆଶ୍ବସ୍ତି, ବିସିସିଆଇ ସହିତ କରିପାରିବେ କାମ
  • ରାଷ୍ଟ୍ରୀୟ ପ୍ରତୀକ ବା ଚିହ୍ନକୁ ଅପବ୍ୟବହାର ନେଇ ଜନସ୍ବାର୍ଥ ମାମଲା, ରୋକିବାକୁ ହାଇକୋର୍ଟଙ୍କ କଡା ନିର୍ଦ୍ଦେଶ
  • ଆଇଏଏସ ସ୍ତରରେ ବଡ଼ ଅଦଳବଦଳ, ଅରବିନ୍ଦ ପାଢ଼ୀଙ୍କୁ ରାଜସ୍ବ ବିଭାଗର ଅତିରିକ୍ତ ଦାୟିତ୍ବ
  • ବିଶିଷ୍ଟ ସୀତାର ବାଦକ ଗୁରୁ ପଣ୍ଡିତ ରବି ଶଙ୍କର ପ୍ରଧାନଙ୍କୁ ଶ୍ରଦ୍ଧାସୁମନ

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In