• About Us
  • Contact Us
Thursday, February 5, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ବିଶେଷ ପୃଷ୍ଠା

ସମ୍ବଲପୁରରେ ପ୍ରଣବ ପ୍ରକାଶଙ୍କ ମାରାଥନ ପ୍ରଚାର, ଦେବଗଡ଼ରେ ବିରୋଧୀଙ୍କ ଉପରେ ବର୍ଷିଲେ

by Voice of Victims
April 24, 2024
in ବିଶେଷ ପୃଷ୍ଠା, ମୁଖ୍ୟ ଖବର, ରାଜ୍ୟ
ସମ୍ବଲପୁରରେ ପ୍ରଣବ ପ୍ରକାଶଙ୍କ ମାରାଥନ ପ୍ରଚାର, ଦେବଗଡ଼ରେ ବିରୋଧୀଙ୍କ ଉପରେ ବର୍ଷିଲେ

ଭୁବନେଶ୍ବର: ସାରା ଓଡିଶା ଏକ ପରିବାର। ବିଜୁ ଜନତା ଦଳ ଏକ ପରିବାର। ଏ ପରିବାରର ମୁଖ୍ୟ ନବୀନ ପଟ୍ଟନାୟକ ସବୁବେଳେ ଆମ ସାଥିରେ ଅଛନ୍ତି। ମୁଁ ତ ନିମିତ୍ତ ମାତ୍ର। ଆପଣଙ୍କ ସେବା କରିବା ପାଇଁ ମୁଖ୍ୟମନ୍ତ୍ରୀ ମତେ ଏଠିକି ପଠାଇଛନ୍ତି। ଆପଣଙ୍କ ଆଶୀର୍ବାଦ ରହିଲେ ଦିଲ୍ଲୀ ଦରବାରରେ ଏ ଅଞ୍ଚଳର ସ୍ୱର ଶାଣିତ କରିବି। ପଶ୍ଚିମ ଓଡିଶାରୁ ଭାରତୀୟ ଜନତା ପାର୍ଟିର ପାଞ୍ଚ ଜଣ ସାଂସଦକୁ ଆପଣମାନେ ନିର୍ବାଚିତ କରି ପଠାଇଲେ। ହେଲେ ଏ ଅଞ୍ଚଳର ବିକାଶ ପାଇଁ ଆଜି ପର୍ଯ୍ୟନ୍ତ ସେମାନେ ମୁହଁ ଖୋଲି ନାହାନ୍ତି। ବିଜୁ ଜନତା ଦଳ ଉପରେ ଭରସା ରଖନ୍ତୁ। ଏଥର ଯୋଡି ଶଙ୍ଖରୁ ବିକାଶର ସ୍ୱର ଶୁଭିବ ବୋଲି ମାରାଥନ ପ୍ରଚାର ସମୟରେ ଜନସାଧାରଣଙ୍କୁ ଭରସା ଦେଇ କହିଛନ୍ତି ବିଜୁ ଜନତା ଦଳର ସାଙ୍ଗଠନିକ ସମ୍ପାଦକ ତଥା ସମ୍ବଲପୁର ଲୋକସଭା ପ୍ରାର୍ଥୀ ପ୍ରଣବ ପ୍ରକାଶ ଦାସ। ଆଜି ତାଳଚେରରେ ମା ହିଙ୍ଗୁଳାଙ୍କ ଦର୍ଶନ କରି ଆଶିଷ ଲଭିବା ପରେ ପ୍ରଚାର କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ ପ୍ରଣବ ପ୍ରକାଶ। ତାଳଚେରରୁ ଛେଣ୍ଡିପଦା ଓ ପରେ ଦେବଗଡ ଜିଲ୍ଲା ରିଆମାଳରେ ପହଞ୍ଚିଥିଲେ। ପ୍ରଣବ ପ୍ରକାଶଙ୍କୁ ସ୍ୱାଗତ କରିବା ପାଇଁ ହଜାର ହଜାର ଲୋକଙ୍କ ସମାଗମ ହୋଇଥିଲା। ସମ୍ବଲପୁର ଲୋକସଭା କ୍ଷେତ୍ରର ଆବାଳବୃଦ୍ଧ ବନିତା ତାଙ୍କୁ ସହୃଦୟେ ଗ୍ରହଣ କରୁଥିବା ଦେଖି ସେ ଭାବବିହ୍ଵଳ ହୋଇଥିଲେ। ଏହି ଅବସରରେ ଆୟୋଜିତ ସଭାରେ ସେ କହିଥିଲେ। ଏଭଳି ଭଲପାଇବା ଦେଉଥିବାରୁ ମୁଁ ଆପଣଙ୍କ ପାଦ ତଳେ ମୁଣ୍ଡିଆ ମାରୁଛି। ଏତେ ଗରମରେ ମଧ୍ୟ ଆପଣମାନେ ଆସି ମତେ ସମର୍ଥନ କରିବା ହିଁ ସ୍ପଷ୍ଟ କରୁଛି ଏହା ପ୍ରଚାର ନୁହେଁ, ସ୍ନେହର ସଭା। ମାନ୍ୟବର ମୁଖ୍ୟମନ୍ତ୍ରୀ ଆପଣଙ୍କ ସେବା କରିବା ପାଇଁ ମତେ ସୁଯୋଗ ଦେବାର ନିଷ୍ପତ୍ତିକୁ ଆପଣମାନେ ଗ୍ରହଣ କରି ସାରିଛନ୍ତି ବୋଲି ହୃଦବୋଧ ହେଉଛି। ଏଥର ଆପଣମାନେ ଦୃଢ ନିଶ୍ଚିତ ଥାଆନ୍ତୁ। ଯୋଡି ଶଙ୍ଖରୁ ବିକାଶର ସ୍ୱର ଶୁଭିବ ବୋଲି ପ୍ରଣବ ପ୍ରକାଶ ବିଶ୍ୱାସର ବାର୍ତ୍ତା ଦେଇଥିଲେ। ସେହି ସଭାରୁ ବିରୋଧୀଙ୍କୁ ଟାର୍ଗେଟ କରିଥିଲେ ପ୍ରଣବ ପ୍ରକାଶ। ସେ କହିଥିଲେ ଭାରତୀୟ ଜନତା ପାର୍ଟିର ପାଞ୍ଚ ଜଣ ସାଂସଦ ପଶ୍ଚିମ ଓଡ଼ିଶାର ବିଭିନ୍ନ ଜିଲ୍ଲାରୁ ନିର୍ବାଚିତ ହୋଇ ଦିଲ୍ଲୀ ଯାଇଛନ୍ତି। କିନ୍ତୁ ଯେଉଁ ଲୋକଙ୍କ ଭୋଟ ପାଇ ସେମାନେ ଦିଲ୍ଲୀ ଗଲେ ସେମାନଙ୍କ ଅଭାବ ଅସୁବିଧା ବୁଝିବା ପାଇଁ ସେମାନଙ୍କ ପାଖରେ ସମୟ ନାହିଁ। କିଏ କଥା କହେ ଏବଂ କିଏ କାମ କରେ ତାହା ଆପଣ ମାନେ ଭଲ ଭାବରେ ବୁଝନ୍ତୁ। ଏଥର ଆପଣଙ୍କ ଦୁଇଟି ଯାକ ଭୋଟ ଶଙ୍ଖ ଚିହ୍ନକୁ ଦେଇ ବିକାଶ ବିରୋଧୀଙ୍କୁ ଉଚିତ ଜବାବ ଦିଅନ୍ତୁ ବୋଲି ଆହ୍ୱାନ କରିଥିଲେ।

Post Views: 40
Share217Tweet136Send
Voice of Victims

Voice of Victims

Recent Posts

  • ସିଭିଲ୍ ସର୍ଭିସେସ୍ ପରୀକ୍ଷାର୍ଥୀଙ୍କ ପାଇଁ ବଡ଼ ଖବର, ବଦଳିଲା UPSC ନିୟମ
  • ରାଜସ୍ଥାନରେ ହନିମୁନ୍ ମର୍ଡର ୨.୦, ସ୍ବାମୀକୁ ମାରିବାକୁ ପତ୍ନୀ ରଚିଥିଲା ଭୟଙ୍କର ଷଡ଼ଯନ୍ତ୍ର
  • ୭ଟି ଜିଲ୍ଲାର ଇଂରାଜୀ ନାଁ ସଂଶୋଧନ କରିବେ ରାଜ୍ୟ ସରକାର, ରାଜସ୍ବ ବିଭାଗ ପକ୍ଷରୁ ପ୍ରକାଶ
  • ବଡ଼ ଦୁର୍ଘଟଣାରୁ ଟଳିଲା, ଚେନ୍ନାଇ ସେଣ୍ଟ୍ରାଲ ଏକ୍ସପ୍ରେସ୍ ଲାଇନଚ୍ୟୁତ
  • ଆଜିଠୁ ନକ୍ସଲମୁକ୍ତ ହେଲା କୋରାପୁଟ ଜିଲ୍ଲା, ଦକ୍ଷିଣପଶ୍ଚିମାଞ୍ଚଳ ଡିଆଇଜି କନୱର ବିଶାଳ ସିଂହଙ୍କ ସୂଚନା

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In