ଭୁବନେଶ୍ବର (ଭିଓଭି): ଶଙ୍ଖଭବନରେ ଚୌଦ୍ୱାର- କଟକର ପୁର୍ବତନ ବିଧାୟକ ଡଃ ପ୍ରଭାତ ରଞ୍ଜନ ବିଶ୍ୱାଳଙ୍କ ନେତୃତ୍ବରେ ଚୌଦ୍ୱାର- କଟକ ଅଞ୍ଚଳର ବରିଷ୍ଠ ଆଇନଜୀବୀ ତଥା ମଧୁସୂଦନ ଲ’ କଲେଜର ପୁର୍ବତନ ଛାତ୍ର ନେତା ସତ୍ୟ ମହାନ୍ତିଙ୍କ ସହିତ ଅନେକ ଆଇନଜୀବୀ ରାଜ୍ୟସଭା ସାଂସଦ ସସ୍ମିତ ପାତ୍ରଙ୍କ ଉପସ୍ଥିତିରେ ଆନୁଷ୍ଠାନିକ ଭାବେ ବିଜୁ ଜନତା ଦଳରେ ସାମିଲ ହୋଇଛନ୍ତି। ଏହି ମିଶ୍ରଣ ପର୍ବରେ ବିଜୁଜନତା ଦଳର କାର୍ଯ୍ୟକାରୀ ସଭାପତି ଇଂ ସୁବ୍ରତ ଘଡାଇ , ନଗର କମିଟିର ସାଧାରଣ ସମ୍ପାଦକ ତାପସ ମହାନ୍ତି, ଉପସଭାପତି ରାଜେଶ ରଣା, ଜିଲ୍ଲା କମିଟିର ସ°ପାଦକ ଯୁଧିଷ୍ଠିର ବିଶ୍ଵ।ଳ, ପ୍ରଭାକର ନନ୍ଦ, ଛାତ୍ର ସଭାପତି ଅଚ୍ୟୁତାନନ୍ଦ ଘୋଷ, ବିଧାୟକଙ୍କ ପ୍ରତିନିଧି ରମାକାନ୍ତ ଲେଙ୍କା ପ୍ରମୁଖ ଉପସ୍ଥିତ ଥିଲେ।
