• About Us
  • Contact Us
Thursday, February 5, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଦେଶ ବିଦେଶ

୬ଟି ରାଜ୍ୟରେ ପ୍ରତ୍ୟକ୍ଷ ଭାବେ ମତଦାନ ପ୍ରକ୍ରିୟା ଦେଖିଲେ ୨୩ଟି ଦେଶର ୭୫ ଜଣ ପ୍ରତିନିଧି

by Voice of Victims
May 10, 2024
in ଦେଶ ବିଦେଶ, ବିଶେଷ ପୃଷ୍ଠା, ମୁଖ୍ୟ ଖବର
୬ଟି ରାଜ୍ୟରେ ପ୍ରତ୍ୟକ୍ଷ ଭାବେ ମତଦାନ ପ୍ରକ୍ରିୟା ଦେଖିଲେ ୨୩ଟି ଦେଶର ୭୫ ଜଣ ପ୍ରତିନିଧି

ନୂଆଦିଲ୍ଲୀ: ଭାରତରେ ୨୦୨୪ ସାଧାରଣ ନିର୍ବାଚନରେ ମତଦାନ ପ୍ରକ୍ରିୟାକୁ ପ୍ରତ୍ୟକ୍ଷ ଭାବେ ଦେଖିଥିବାରୁ ବିଭିନ୍ନ ଦେଶରୁ ଆସିଥିବା ଅନ୍ତର୍ଜାତୀୟ ପ୍ରତିନିଧିମାନେ ଖୁସି ବ୍ୟକ୍ତ କରିଛନ୍ତି। କେତେକ ପ୍ରତିନିଧି ନିର୍ବାଚନରେ ସ୍ୱଚ୍ଛତାକୁ ପ୍ରଶଂସା କରିଥିବା ବେଳେ ଅନ୍ୟମାନେ ଗ୍ରୀନ୍ ପୋଲିଂ ଷ୍ଟେସନ ଭଳି ନିର୍ବାଚନ ଆୟୋଗଙ୍କ ପଦକ୍ଷେପକୁ ପ୍ରେରଣାଦାୟକ ବୋଲି କହିଛନ୍ତି। ଇଭିଏମ-ଭିଭିପାଟ୍ ର ରେଣ୍ଡମାଇଜେସନ୍  ସମେତ ନିର୍ବାଚନରେ ଜ୍ଞାନକୌଶଳର ବ୍ୟାପକ ବ୍ୟବହାରକୁ ପ୍ରତିନିଧିମାନେ ପ୍ରଶଂସା କରିଥିଲେ। ଗଣତାନ୍ତ୍ରିକ ଆଦର୍ଶକୁ ସୁଦୃଢ଼ କରିବା ଦିଗରେ ଭାରତୀୟ ମତଦାତାଙ୍କ ଅତୁଟ ବିଶ୍ୱାସ ଓ ପ୍ରତିବଦ୍ଧତାକୁ ନେଇ ସେମାନେ ବିଶେଷ ଭାବରେ ପ୍ରଭାବିତ ହୋଇଛନ୍ତି ବୋଲି କେତେକ ପ୍ରତିନିଧି କହିଛନ୍ତି। ମୋଟାମୋଟି ଭାବରେ,ଭାରତରେ ନିର୍ବାଚନ ପ୍ରକ୍ରିୟା ଏକ ଶାନ୍ତିପୂର୍ଣ୍ଣ, ସମାବେଶୀ,ସୁଲଭ ଏବଂ ଏକ ଉତ୍ସବମୁଖର ମନୋଭାବ ସହିତ ଅନୁଷ୍ଠିତ ହୁଏ ବୋଲି ଭାରତ ଗସ୍ତରେ ଆସିଥିବା ଏହି ଦେଶଗୁଡ଼ିକର ନିର୍ବାଚନ ପରିଚାଳନା ସମିତି ସଦସ୍ୟମାନେ ଏକମତ ହୋଇଥିଲେ।ଅନ୍ତର୍ଜାତୀୟ ନିର୍ବାଚନ ପରିଦର୍ଶକ କାର୍ଯ୍ୟକ୍ରମ (ଆଇଇଭିପି) ଅଧୀନରେ ନିକଟରେ ଶେଷ ହୋଇଥିବା ତୃତୀୟ ପର୍ଯ୍ୟାୟ ନିର୍ବାଚନରେ ଭାରତର ସାଧାରଣ ନିର୍ବାଚନର ପ୍ରତ୍ୟକ୍ଷ ଅନୁଭବ କରିବା ପରେ ଏଭଳି ପ୍ରତିକ୍ରିୟା ପ୍ରକାଶ ପାଇଛି। ତୃତୀୟ ପର୍ଯ୍ୟାୟରେ ୧୧ଟି ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳର ୯୩ଟି ନିର୍ବାଚନ ମଣ୍ଡଳୀରେ ମତଦାନ ଅନୁଷ୍ଠିତ ହୋଇଥିଲା ଏବଂ ପ୍ରତିନିଧିମାନେ ୬ଟି ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳରେ ମତଦାନ ଦେଖିଥିଲେ, ଯେଉଁଥିରେ ବିଶ୍ୱସ୍ତରର ସବୁଠୁ ଅଧିକ ମଣିଷ ଓ ବ୍ୟବସ୍ଥାଗତ ଗତିବିଧି ଦେଖିବାକୁ ମିଳିଥିଲା।
କାମ୍ବୋଡିଆ, ଟ୍ୟୁନିସିଆ, ମୋଲଡୋଭା, ସେସେଲ୍ସ ଏବଂ ନେପାଳର ପ୍ରତିନିଧିମାନେ କର୍ଣ୍ଣାଟକର ବେଲଗାମ ସଂସଦୀୟ ନିର୍ବାଚନ ମଣ୍ଡଳୀ ଗସ୍ତ କରି ମତଦାନ କେନ୍ଦ୍ର ଭିତରେ ମତଦାନ ଅଧିକାରୀ ଓ ପ୍ରିଜାଇଡିଂ ଅଫିସରଙ୍କ ସହ ଆଲୋଚନା କରିଥିଲେ, ଛାୟା ମତଦାନ ବା ମକ୍ ପୋଲ୍ ଦେଖିଥିଲେ, କମାଣ୍ଡ କଣ୍ଟ୍ରୋଲ ସେଣ୍ଟର, ମିଡିଆ ମନିଟରିଂ ସୁବିଧା ପରିଦର୍ଶନ କରିଥିଲେ। ଛାୟା ମତଦାନ ବା ମକ୍ ପୋଲ୍, ମତଦାନ କେନ୍ଦ୍ର ଭିତରେ ପ୍ରାର୍ଥୀଙ୍କ ପ୍ରତିନିଧିଙ୍କ ଉପସ୍ଥିତି ଓ ସମ୍ପୃକ୍ତି ଯୋଗୁଁ ପ୍ରତିନିଧିମାନେ ସ୍ୱଚ୍ଛତାକୁ ପ୍ରଶଂସା କରିଥିଲେ। ଭୁଟାନ, ମଙ୍ଗୋଲିଆ ଏବଂ ଇସ୍ରାଏଲର ଏକ ଗଣମାଧ୍ୟମ ଟିମ୍ ଗୋଆର ଉଭୟ ନିର୍ବାଚନ ମଣ୍ଡଳୀରେ ମତଦାନ ଏବଂ ଆନୁସଙ୍ଗିକ ବ୍ୟବସ୍ଥା ଦେଖିଥିଲେ। ମକ୍ ପୋଲ୍, କମାଣ୍ଡ କଣ୍ଟ୍ରୋଲ ସେଣ୍ଟର, ମିଡିଆ ମନିଟରିଂ ସେଣ୍ଟର ଓ ଡେସପ୍ୟାଚ୍‌ସେଣ୍ଟର ସମ୍ପର୍କରେ ମଧ୍ୟ ସେମାନଙ୍କୁ ଅବଗତ କରାଯାଇଥିଲା। ଭୂଟାନ ମୁଖ୍ୟ ନିର୍ବାଚନ ଆୟୁକ୍ତ ଏବଂ ଭୁଟାନ ଓ ମଙ୍ଗୋଲିଆର ନିର୍ବାଚନ ଅଧିକାରୀମାନେ ନିର୍ବାଚନ ପରିଚାଳନାରେ ମତଦାନ କେନ୍ଦ୍ର ଭିତରେ ରାଜନୈତିକ ଦଳ, ଗଣମାଧ୍ୟମ, ପ୍ରାର୍ଥୀଙ୍କ ପ୍ରତିନିଧିଙ୍କୁ ସାମିଲ କରିବାରେ ସ୍ୱଚ୍ଛତାକୁ ପ୍ରଶଂସା କରିଥିଲେ। ଦିବ୍ୟାଙ୍ଗ ପୋଲିଂ ଷ୍ଟେସନ ଏବଂ ପିଙ୍କ ପୋଲିଂ ଷ୍ଟେସନକୁ ପରିଦର୍ଶନ କରି ପ୍ରତିନିଧିମାନେ ଏହାକୁ ପ୍ରଶଂସା କରିବା ସହଆଶ୍ଚର୍ଯ୍ୟ ପ୍ରକଟ କରିଥିଲେ। ପ୍ରତିନିଧିମାନେ ଇଭିଏମ୍-ଭିଭିପ୍ୟାଟର ରେଣ୍ଡମାଇଜେସନ୍ ପାଇଁ ସଫ୍ଟୱେରର ବ୍ୟବହାରକୁ ସେମାନେ ପ୍ରଶଂସା କରିଥିଲେ। ଶ୍ରୀଲଙ୍କା ଏବଂ ଫିଲିପାଇନ୍ସର ପ୍ରତିନିଧିଙ୍କୁ ନେଇ ଗଠିତ ଏକ ୧୧ ଜଣିଆ ଅନ୍ତର୍ଜାତୀୟ ଟିମ୍ ଭୋପାଳ, ବିଦିଶା, ସିହୋର ଏବଂ ରାଇସେନ ନିର୍ବାଚନ ମଣ୍ଡଳୀର ମତଦାନ କେନ୍ଦ୍ର ପରିଦର୍ଶନ କରି ଲୋକସଭା ନିର୍ବାଚନର ପ୍ରକ୍ରିୟା ସମ୍ପର୍କରେ ପ୍ରାଥମିକ ସୂଚନା ହାସଲ କରିଛନ୍ତି। ମତଦାତାଙ୍କ ସହ କଥାବାର୍ତ୍ତା କରି ସେମାନେ ଗଣତାନ୍ତ୍ରିକ ପ୍ରକ୍ରିୟାରେ ଭାରତୀୟ ନାଗରିକଙ୍କ ଉତ୍ସାହ ଓ ସକ୍ରିୟ ଅଂଶଗ୍ରହଣକୁ ଅନୁଭବ କରିଥିଲେ। ନିଜ ଅନୁଭୂତିକୁ ପ୍ରତିଫଳିତ କରି ପ୍ରତିନିଧିମାନେ ଭାରତରେ ଦେଖିଥିବା ଜୀବନ୍ତ ଗଣତନ୍ତ୍ରକୁ ପ୍ରଶଂସା କରିଥିଲେ। ଗଣତାନ୍ତ୍ରିକ ଆଦର୍ଶକୁ ସୁଦୃଢ଼ କରିବା ଦିଗରେ ଭାରତୀୟ ଭୋଟରଙ୍କ ଅତୁଟ ବିଶ୍ୱାସ ଓ ପ୍ରତିବଦ୍ଧତାକୁ ନେଇ ସେମାନେ ବିଶେଷ ଭାବରେ ପ୍ରଭାବିତ ହୋଇଥିଲେ। ଚିଲି, ଜର୍ଜିଆ, ମାଳଦ୍ୱୀପ, ନାମିବ୍ୟା, ପାପୁଆ ନ୍ୟୁ ଗିନି ଏବଂ ଉଜବେକିସ୍ତାନର ପ୍ରତିନିଧିମାନେ ୭ ମେ, ୨୦୨୪ରେ ଉତ୍ତରପ୍ରଦେଶର ଫତେପୁର ସିକ୍ରି ଏବଂ ଆଗ୍ରା ସଂସଦୀୟ କ୍ଷେତ୍ରରେ ମତଦାନ ଦେଖିଥିଲେ। ଏହି ଦୁଇ ନିର୍ବାଚନ ମଣ୍ଡଳୀଅଧୀନରେ ରହିଥିବା ତାଜମହଲ ଏବଂ ଫତେପୁର ସିକ୍ରିର ସ୍ଥାପତ୍ୟ ଶୈଳୀ ଦେଖିବା ପାଇଁ ଅତିଥିମାନଙ୍କୁ ନିଆଯାଇଥିଲା। ମତଦାନ ଦିନ ଏବଂ ମତଦାନ ଦିନର ପୂର୍ବ ଦିନ ସେମାନେ ବିଭିନ୍ନ ବ୍ୟବସ୍ଥା/କାର୍ଯ୍ୟକଳାପ ସମ୍ପର୍କରେ ଅବଗତ ହୋଇଥିଲେ। ଭାରତରେ ନିର୍ବାଚନ ପ୍ରକ୍ରିୟା ଏକ ଶାନ୍ତିପୂର୍ଣ୍ଣ, ସମାବେଶୀ ଏବଂ ସୁଲଭ ବୋଲି ଏହି ଦେଶଗୁଡ଼ିକର ନିର୍ବାଚନ ପରିଚାଳନା ସମିତିର ସଦସ୍ୟମାନେ ସହମତ ହୋଇଥିଲେ। ଅହମ୍ମଦାବାଦରେ ହେବାକୁ ଥିବା ଲୋକସଭା ନିର୍ବାଚନ ୨୦୨୪ ପାଇଁ ଫିଜି, ଅଷ୍ଟ୍ରେଲିଆ, ରୁଷ, ମାଡାଗାସ୍କର, କିର୍ଗିଜସ୍ତାନର ପ୍ରତିନିଧିମାନେ ପ୍ରାକ୍ ନିର୍ବାଚନ ବ୍ୟବସ୍ଥା ଏବଂ ମତଦାନ ପ୍ରକ୍ରିୟା ଦେଖିଥିଲେ। ଡବଲ ଲକ୍ ବ୍ୟବସ୍ଥା ଥିବା ଷ୍ଟ୍ରଙ୍ଗରୁମ୍ ଏବଂ ଇଭିଏମ୍ ର ପ୍ରଭାବଶାଳୀ ସୁରକ୍ଷା କୁ ସୁନିଶ୍ଚିତ କରିବା ପାଇଁ ସଶସ୍ତ୍ର ପୁଲିସ କର୍ମଚାରୀଙ୍କୁ ମୁତୟନ କରାଯାଇଥିବାରୁ ପ୍ରତିନିଧି ଦଳ ପ୍ରଭାବିତ ହୋଇଥିଲେ। ଅହମ୍ମଦାବାଦ ପୂର୍ବ ସଂସଦୀୟ କ୍ଷେତ୍ରର ସାନନ୍ଦ ବିଧାନସଭା ନିର୍ବାଚନ ମଣ୍ଡଳୀରେ ମହିଳାଙ୍କ ଦ୍ୱାରା ପରିଚାଳିତ ମତଦାନ କେନ୍ଦ୍ରଗୁଡ଼ିକୁ ମଧ୍ୟ ପ୍ରତିନିଧିଙ୍କ ଦ୍ୱାରାପ୍ରଶଂସା କରାଯାଇଥିଲା। ଏହା ମହିଳାମାନଙ୍କ ଉପରେ ଆତ୍ମବିଶ୍ୱାସ ଏବଂ ସେମାନଙ୍କ ଅଂଶଗ୍ରହଣକୁ ବଢ଼ାଉଥିବା ସେମାନେ ମତପ୍ରକାଶ କରିଥିଲେ। ବୟସ୍କ ଭୋଟରଙ୍କୁ ସାହାଯ୍ୟ କରିବା ପାଇଁ ସ୍ୱେଚ୍ଛାସେବୀଙ୍କ ସହ ସବୁ ସ୍ଥାନରେ ରାମ୍ପ ଓ ହ୍ୱିଲଚେୟାରର ସୁବିଧାକୁ ମଧ୍ୟ ପ୍ରଶଂସା କରାଯାଇଥିଲା। ଦୃଷ୍ଟିହୀନ ଭୋଟରଙ୍କ ପାଇଁ ବ୍ରେଲ ବାଲଟ ପେପର ବ୍ୟବସ୍ଥାମଧ୍ୟ ଦୃଷ୍ଟିହୀନ ଲୋକଙ୍କୁ ସାହାଯ୍ୟ କରିବା ପାଇଁ ଏକ ଭଲ ପଦକ୍ଷେପ ବୋଲି ଅନ୍ତର୍ଜାତୀୟ ପ୍ରତିନିଧିମାନେ ପ୍ରଂସା କରିଥିଲେ। ବାଂଲାଦେଶ, ଶ୍ରୀଲଙ୍କା, କାଜାଖସ୍ତାନ ଏବଂ ଜିମ୍ବାୱେର ନିର୍ବାଚନ ପରିଚାଳନା ସଂସ୍ଥାର ପ୍ରତିନିଧିମାନେ ମହାରାଷ୍ଟ୍ରର ରାୟଗଡ ସଂସଦୀୟ କ୍ଷେତ୍ର ପରିଦର୍ଶନ କରି ନିର୍ବାଚନ ପୂର୍ବ ବ୍ୟବସ୍ଥା, ମତଦାନ ଦଳ ଗୁଡ଼ିକର ବିସ୍ତାର ଏବଂ ଅନ୍ୟାନ୍ୟ ଲଜିଷ୍ଟିକ୍ସଦେଖିଥିଲେ। ଏହି ଦଳ ଜିଲ୍ଲା ନିର୍ବାଚନ ଅଧିକାରୀ, ରିଟର୍ଣ୍ଣିଂ ଅଫିସର, ପ୍ରିଜାଇଡିଂ ଅଫିସର ଏବଂ ଅନ୍ୟ ନିର୍ବାଚନ ସମ୍ବନ୍ଧୀୟ ଅଧିକାରୀଙ୍କ ସହ ଭାରତୀୟ ନିର୍ବାଚନର ବିଭିନ୍ନ ଦିଗ ବିଷୟରେ ଆଲୋଚନା କରିଥିଲେ। ମତଦାନ କେନ୍ଦ୍ରରେ ସ୍ୱଚ୍ଛତା ବ୍ୟବସ୍ଥାଦେଖି ପ୍ରତିନିଧିମାନେ ପ୍ରଭାବିତ ହୋଇଥିଲେ। ଅଷ୍ଟ୍ରେଲିଆ, ବାଂଲାଦେଶ ଭୁଟାନ, କାମ୍ବୋଡିଆ, ଚିଲି, ଫିଜି, ଜର୍ଜିଆ, କାଜାଖସ୍ତାନ, କିର୍ଗିଜ ପ୍ରତିନିଧି, ମାଡାଗାସ୍କର, ମାଳଦ୍ୱୀପ, ମଙ୍ଗୋଲିଆ, ମୋଲଡୋଭା, ନାମିବିଆ, ନେପାଳ, ନ୍ୟୁ ଗିନି, ଫିଲିପାଇନ୍ସ, ରୁଷିଆ, ସେସେଲ୍ସ, ଶ୍ରୀଲଙ୍କା, ଟ୍ୟୁନିସିଆ, ଉଜ୍ବେକିସ୍ତାନ, ଜିମ୍ବାୱେ ଭଳି ୨୩ଟି ଦେଶର ପ୍ରତିନିଧି ୫ ମେ ୨୦୨୪ ରେ ତୃତୀୟ ପର୍ଯ୍ୟାୟ ମତଦାନ ଦେଖିବା ପାଇଁ ନୂଆଦିଲ୍ଲୀରେ ପହଞ୍ଚିଥିଲେ। ମୁଖ୍ୟ ନିର୍ବାଚନ ଆୟୁକ୍ତ ଶ୍ରୀ ରାଜୀବ କୁମାରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଦଘାଟନୀ ଅଧିବେଶନରେ ସେମାନେ ନିର୍ବାଚନ କମିଶନର ଶ୍ରୀ ଜ୍ଞାନେଶ କୁମାର ଏବଂ ଡ. ସୁଖବୀର ସିଂହ ସାନ୍ଧୁଙ୍କ ସହ ଆଲୋଚନା କରିଥିଲେ। ଏହାପରେ ପ୍ରତିନିଧିମାନେ ୬ଟି ଛୋଟ ଛୋଟ ଦଳରେ ବିଭକ୍ତ ହୋଇ ବିଭିନ୍ନ ରାଜ୍ୟ ଯଥା କର୍ଣ୍ଣାଟକ, ମହାରାଷ୍ଟ୍ର, ଗୁଜରାଟ, ଉତ୍ତରପ୍ରଦେଶ, ଗୋଆ ଓ ମଧ୍ୟପ୍ରଦେଶ ଗସ୍ତ କରିବା ସହ ଏଥିପାଇଁ ୧୩ଟି ନିର୍ବାଚନ ମଣ୍ଡଳୀର ମତଦାନ କେନ୍ଦ୍ର ପରିଦର୍ଶନ କରିଥିଲେ। ନିର୍ବାଚନ ପ୍ରସ୍ତୁତି, ଲଜିଷ୍ଟିକ୍ସ ଏବଂ ୱେବକାଷ୍ଟିଂ ବ୍ୟବସ୍ଥା ଦେଖିବା ସହ ନିର୍ବାଚନ ପୂର୍ବ ଦିନ ପୋଲିଂ ଅଫିସର ଓ ପ୍ରିଜାଇଡିଂ ଅଫିସରଙ୍କ ସହ ଯୋଗାଯୋଗ କରିବା ଏବଂ ମକ୍ ପୋଲ୍ ଦେଖିବା, ପ୍ରକୃତ ମତଦାନ ଦେଖିବା ଏବଂ ନିର୍ବାଚନ ଦିନ ଅର୍ଥାତ୍ ୭ ମେ, ୨୦୨୪ରେ ଭୋଟରଙ୍କ ସହ ଆଲୋଚନା କରିବା ପାଇଁ ରାଜ୍ୟର ସିଇଓମାନେ ଏହି ଗୋଷ୍ଠୀଗୁଡ଼ିକର ଗସ୍ତ ଆୟୋଜନ କରିଥିଲେ।

Post Views: 36
Share198Tweet124Send
Voice of Victims

Voice of Victims

Recent Posts

  • ସଂସଦରେ କାଲି ମୋଦିଙ୍କ ଉପରକୁ ଆକ୍ରମଣ ହୋଇଥାନ୍ତା : ଲୋକସଭା ବାଚସ୍ପତି
  • ଅନୁରାଗ ଠାକୁରଙ୍କୁ ସୁପ୍ରିମକୋର୍ଟରୁ ଆଶ୍ବସ୍ତି, ବିସିସିଆଇ ସହିତ କରିପାରିବେ କାମ
  • ରାଷ୍ଟ୍ରୀୟ ପ୍ରତୀକ ବା ଚିହ୍ନକୁ ଅପବ୍ୟବହାର ନେଇ ଜନସ୍ବାର୍ଥ ମାମଲା, ରୋକିବାକୁ ହାଇକୋର୍ଟଙ୍କ କଡା ନିର୍ଦ୍ଦେଶ
  • ଆଇଏଏସ ସ୍ତରରେ ବଡ଼ ଅଦଳବଦଳ, ଅରବିନ୍ଦ ପାଢ଼ୀଙ୍କୁ ରାଜସ୍ବ ବିଭାଗର ଅତିରିକ୍ତ ଦାୟିତ୍ବ
  • ବିଶିଷ୍ଟ ସୀତାର ବାଦକ ଗୁରୁ ପଣ୍ଡିତ ରବି ଶଙ୍କର ପ୍ରଧାନଙ୍କୁ ଶ୍ରଦ୍ଧାସୁମନ

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In