• About Us
  • Contact Us
Thursday, February 5, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଦେଶ ବିଦେଶ

ଆସନ୍ତାକାଲି ଚତୁର୍ଥ ପର୍ଯ୍ୟାୟ ମତଦାନ: ଶେଷ ହେଲା ସମସ୍ତ ପ୍ରସ୍ତୁତି

by Voice of Victims
May 12, 2024
in ଦେଶ ବିଦେଶ, ବିଶେଷ ପୃଷ୍ଠା, ମୁଖ୍ୟ ଖବର, ରାଜ୍ୟ
ଆସନ୍ତାକାଲି ଚତୁର୍ଥ ପର୍ଯ୍ୟାୟ ମତଦାନ: ଶେଷ ହେଲା ସମସ୍ତ ପ୍ରସ୍ତୁତି

ନୂଆଦିଲ୍ଲୀ: ଆସନ୍ତାକାଲିଠାରୁ ଅନୁଷ୍ଠିତ ହେବାକୁ ଥିବା ଚତୁର୍ଥ ପର୍ଯ୍ୟାୟ ସାଧାରଣ ନିର୍ବାଚନ ପାଇଁ ନିର୍ବାଚନ ଆୟୋଗ ସମସ୍ତ ପ୍ରସ୍ତୁତି ଶେଷ କରିଛନ୍ତି। ଚତୁର୍ଥ ପର୍ଯ୍ୟାୟରେ ୧୦ଟି ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳର ୯୬ଟି ସଂସଦୀୟ ଆସନ ପାଇଁ ମତଦାନ ହେବ। ଆନ୍ଧ୍ର ପ୍ରଦେଶ ବିଧାନସଭାର ସମସ୍ତ ୧୭୫ ଟି ଆସନ ଏବଂ ଓଡ଼ିଶା ବିଧାନସଭାର ୨୮ ଟି ଆସନରେ ମଧ୍ୟ ଏକ ସଙ୍ଗେ ଭୋଟ୍‌ ଗ୍ରହଣ କରାଯିବ। ଅନ୍ୟପଟେ ଭୋଟରଙ୍କ ଭାଗିଦାରୀ ବୃଦ୍ଧି କରିବାକୁ ତେଲଙ୍ଗାନାର ୧୭ଟି ସଂସଦୀୟ ନିର୍ବାଚନ ମଣ୍ଡଳୀ ଅଧୀନ କେତେକ ବିଧାନସଭା ନିର୍ବାଚନ ମଣ୍ଡଳୀରେ ମତଦାନ ସମୟ (ସକାଳ ୭ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ)କୁ ବଢ଼ାଯାଇଛି। ଭାରତୀୟ ପାଣିପାଗ ବିଭାଗର ପୂର୍ବାନୁମାନ ଅନୁଯାୟୀ ଚତୁର୍ଥ ପର୍ଯ୍ୟାୟ ମତଦାନ ପାଇଁ ଗରମ ପାଗକୁ ନେଇ ବିଶେଷ ଚିନ୍ତା ନାହିଁ। ପାଣିପାଗ ପୂର୍ବାନୁମାନ ସୂଚାଉଛି ଯେ ନିର୍ବାଚନ ହେବାକୁ ଥିବା ସଂସଦୀୟ ନିର୍ବାଚନ ମଣ୍ଡଳୀରେ ସ୍ୱାଭାବିକରୁ କମ୍ ତାପମାତ୍ରା (±୨ ଡିଗ୍ରି) ଅନୁଭୂତ ହେବାର ସମ୍ଭାବନା ରହିଛି ଏବଂ ମତଦାନ ଦିନ ଏହି ସବୁ ଅଞ୍ଚଳରେ ଗ୍ରୀଷ୍ମ ପ୍ରବାହ ଭଳି ସ୍ଥିତି ରହିବ ନାହିଁ। ତେବେ ଭୋଟରଙ୍କ ସୁବିଧା ପାଇଁ ସମସ୍ତ ମତଦାନ କେନ୍ଦ୍ରରେ ପାଣି, ସାମିୟାନା ଓ ଫ୍ୟାନ୍ ଭଳି ବ୍ୟାପକ ବ୍ୟବସ୍ଥା କରାଯାଇଛି। ୨୦୨୪ ସାଧାରଣ ନିର୍ବାଚନର ତୃତୀୟ ପର୍ଯ୍ୟାୟ ସୁଦ୍ଧା ୨୮୩ଟି ସଂସଦୀୟ ନିର୍ବାଚନ ମଣ୍ଡଳୀ ଓ ୨୦ଟି ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳରେ ମତଦାନ ସୁରୁଖୁରୁରେ ଓ ଶାନ୍ତିଶୃଙ୍ଖଳାର ସହ ଶେଷ ହୋଇଛି। ଜୁନ୍ ୪ ତାରିଖରେ ଭୋଟ୍ ଗଣତି ହେବ।
୨୦୨୪ ସାଧାରଣ ନିର୍ବାଚନର ଚତୁର୍ଥ ପର୍ଯ୍ୟାୟ ପାଇଁ୧୩ ମଇ ୨୦୨୪ରେ ୯୬ଟି ସଂସଦୀୟ କ୍ଷେତ୍ର (ସାଧାରଣ-୬୪; ଏସଟି- ୧୨; ୧୦ଟି ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳରେ ଏସସି-୨୦)ରେ ମତଦାନ ହେବ। ସକାଳ ୭ଟାରୁ ମତଦାନ ଆରମ୍ଭ ହୋଇ ସନ୍ଧ୍ୟା ୬ଟାରେ ଶେଷ ହେବ (ନିର୍ବାଚନ ସମୟ ସଂସଦୀୟ ନିର୍ବାଚନ ମଣ୍ଡଳୀ ଅନୁଯାୟୀ ଭିନ୍ନ ହୋଇପାରେ)। ୧୩ ମଇରେ ଆନ୍ଧ୍ର ପ୍ରଦେଶ ବିଧାନସଭାର ସମସ୍ତ ୧୭୫ ଟି ଆସନ (ସାଧାରଣ -୧୩୯; ଏସଟି-୭; ଏସସି-୨୯) ଏବଂ ଓଡ଼ିଶା ବିଧାନସଭାର ୨୮ ଟି ଆସନରେ ମଧ୍ୟ ଏକ ସଙ୍ଗେ ଭୋଟ୍‌ ଗ୍ରହଣ କରାଯିବ। ଲୋକସଭା ନିର୍ବାଚନ ୨୦୨୪ର ଚତୁର୍ଥ ପର୍ଯ୍ୟାୟରେ ୧୦ଟି ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳରୁ ୧୭୧୭ ଜଣ ପ୍ରାର୍ଥୀ ନିର୍ବାଚନ ଲଢ଼ୁଛନ୍ତି। ଚତୁର୍ଥ ପର୍ଯ୍ୟାୟ ପାଇଁ ଗୋଟିଏ ସଂସଦୀୟ ନିର୍ବାଚନ ମଣ୍ଡଳୀରେ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ପ୍ରାର୍ଥୀଙ୍କ ହାରାହାରି ସଂଖ୍ୟା ହେଉଛି ୧୮। ମତଦାନ ଓ ସୁରକ୍ଷା ଅଧିକାରୀଙ୍କୁ ନେବା ପାଇଁ ୩ଟି ରାଜ୍ୟରେ ଚତୁର୍ଥ ପର୍ଯ୍ୟାୟରେ ୧୨୨ ଥର ବିମାନ ଉଡ଼ାଣ କରାଯାଇଛି (ଆନ୍ଧ୍ରପ୍ରଦେଶ-୨, ଝାଡ଼ଖଣ୍ଡ-୧୦୮; ଓଡ଼ିଶା-୧୨)। ୧.୯୨ ଲକ୍ଷ ମତଦାନ କେନ୍ଦ୍ରରେ ୧୭.୭ କୋଟିରୁ ଅଧିକ ମତଦାତାଙ୍କୁ ସ୍ୱାଗତ କରିବେ ୧୯ ଲକ୍ଷରୁ ଅଧିକ ମତଦାନ ଅଧିକାରୀ।୮.୯୭ କୋଟି ପୁରୁଷ ଓ ୮.୭୩ କୋଟି ମହିଳା ଭୋଟରଙ୍କ ସମେତ ମୋଟ୍‌ ସମେତ ୧୭.୭୦ କୋଟିରୁ ଅଧିକ ଭୋଟର୍‌ ମତାଧିକାର ସାବ୍ୟସ୍ତ କରିବେ। ଚତୁର୍ଥ ପର୍ଯ୍ୟାୟ ପାଇଁ ୮୫ ବର୍ଷରୁ ଅଧିକ ବୟସ୍କ ୧୨.୪୯ ଲକ୍ଷ ଏବଂ ୧୯.୯୯ ଲକ୍ଷ ଭିନ୍ନକ୍ଷମ ପଞ୍ଜୀକୃତ ଭୋଟର ଅଛନ୍ତି ଯେଉଁମାନଙ୍କୁ ସେମାନଙ୍କ ଘରେ ବସି ଭୋଟ୍ ଦେବାର ବିକଳ୍ପ ପ୍ରଦାନ କରାଯାଇଛି। ବିକଳ୍ପ ହୋମ୍ ଭୋଟିଂ ସୁବିଧାକୁ ପୂର୍ବରୁ ବହୁତ ପ୍ରଶଂସା ଏବଂ ପ୍ରତିକ୍ରିୟା ମିଳୁଛି। ୨୦୨୪ ସାଧାରଣ ନିର୍ବାଚନର ଚତୁର୍ଥ ପର୍ଯ୍ୟାୟ ପାଇଁ ୩୬୪ ଜଣ ପର୍ଯ୍ୟବେକ୍ଷକ (୧୨୬ ଜଣ ସାଧାରଣ ପର୍ଯ୍ୟବେକ୍ଷକ, ୭୦ ଜଣ ପୁଲିସ ପର୍ଯ୍ୟବେକ୍ଷକ, ୧୬୮ ଜଣ ବ୍ୟୟ ପର୍ଯ୍ୟବେକ୍ଷକ) ନିର୍ବାଚନର କିଛି ଦିନ ପୂର୍ବରୁ ନିଜ ନିଜ ନିର୍ବାଚନ ମଣ୍ଡଳୀରେ ପହଞ୍ଚି ସାରିଛନ୍ତି। ଅତ୍ୟନ୍ତ ସତର୍କତା ଅବଲମ୍ବନ କରିବା ପାଇଁ ସେମାନେ କମିଶନଙ୍କ ଆଖି ଓ କାନ ଭାବରେ କାର୍ଯ୍ୟ କରୁଛନ୍ତି। ଏଥିସହିତ କେତେକ ରାଜ୍ୟରେ ସ୍ୱତନ୍ତ୍ର ପର୍ଯ୍ୟବେକ୍ଷକଙ୍କୁ ମୁତୟନ କରାଯାଇଛି। ଭୋଟରଙ୍କୁ ଯେକୌଣସି ପ୍ରକାର ପ୍ରଲୋଭନକୁ କଡ଼ାକଡ଼ି ଓ ସକ୍ରିୟ ଭାବେ ମୁକାବିଲା କରିବା ପାଇଁ ମୋଟ ୪୬୬୧ଟି ଫ୍ଲାଇଂ ସ୍କ୍ୱାଡ୍, ୪୪୩୮ଟି ଷ୍ଟାଟିକ୍ ସର୍ଭିଲାନ୍ସ ଟିମ୍, ୧୭୧୦ଟି ଭିଡିଓ ସର୍ଭିଲାନ୍ସ ଟିମ୍ ଓ ୯୩୪ଟି ଭିଡିଓ ଭ୍ୟୁଭିଙ୍ଗ୍ ଟିମ୍ ୨୪ ଘଣ୍ଟିଆ ନଜର ରଖିଛନ୍ତି। ୧୦୧୬ଟି ଆନ୍ତଃରାଜ୍ୟ ଓ ୧୨୧ଟି ଅନ୍ତର୍ଜାତୀୟ ସୀମା ଚେକ୍ ପୋଷ୍ଟ ମଦ, ନିଶାଦ୍ରବ୍ୟ, ନଗଦ ଟଙ୍କା ଓ ମାଗଣା ସାମଗ୍ରୀର ବେଆଇନ ପ୍ରବାହ ଉପରେ କଡ଼ା ନଜର ରଖିଛନ୍ତି। ସମୁଦ୍ର ଓ ଆକାଶମାର୍ଗରେ କଡ଼ା ନଜର ରଖାଯାଇଛି। ବୟସ୍କ ଓ ଭିନ୍ନକ୍ଷମଙ୍କ ସମେତ ପ୍ରତ୍ୟେକ ଭୋଟର ଯେପରି ସହଜରେ ମତଦାନ କରିପାରିବେ ସେଥିପାଇଁ ପାଣି, ସାମିୟାନା, ଶୌଚାଳୟ, ରାମ୍ପ, ସ୍ୱେଚ୍ଛାସେବୀ, ହ୍ୱିଲଚେୟାର ଓ ବିଜୁଳି ଭଳି ସର୍ବନିମ୍ନ ସୁବିଧା ରହିଛି। ସମସ୍ତ ପଞ୍ଜୀକୃତ ଭୋଟରଙ୍କୁ ଭୋଟର ସୂଚନା ସ୍ଲିପ ବଣ୍ଟନ କରାଯାଇଛି। ଏହି ସ୍ଲିପ୍ ଗୁଡ଼ିକ ଏକ ସୁବିଧା ପଦକ୍ଷେପ ଏବଂ ନିର୍ବାଚନ ଆୟୋଗଙ୍କ ନିମନ୍ତ୍ରଣ ଭାବରେ ମଧ୍ୟ କାର୍ଯ୍ୟ କରିବା ସହିତ ଭୋଟ୍ ଦେବାକୁ ମଧ୍ୟ ସୁବିଧାଜନକ କରିବ। ଏହି ଲିଙ୍କ୍ ଜରିଆରେ ଭୋଟରମାନେ ସେମାନଙ୍କ ମତଦାନ କେନ୍ଦ୍ର ର ବିବରଣୀ ଏବଂ ମତଦାନ ତାରିଖ ଯାଞ୍ଚ କରିପାରିବେ https://electoralsearch.eci.gov.in/। ମତଦାନ କେନ୍ଦ୍ରରେ ପରିଚୟ ଯାଞ୍ଚ ପାଇଁ ଆୟୋଗ ଭୋଟର ପରିଚୟ ପତ୍ର (ଇପିଆଇସି) ବ୍ୟତୀତ ଅନ୍ୟ ୧୨ଟି ବିକଳ୍ପ କାଗଜପତ୍ର ପ୍ରଦାନ କରିଛନ୍ତି। ଯଦି କୌଣସି ଭୋଟର ଭୋଟର ତାଲିକାରେ ପଞ୍ଜୀକୃତ ହୁଅନ୍ତି, ତେବେ ସେଥିମଧ୍ୟରୁ ଯେକୌଣସି କାଗଜପତ୍ର ଦେଖାଇ ମତଦାନ କରାଯାଇପାରିବ। ବିକଳ୍ପ ପରିଚୟ ଦସ୍ତାବିଜ ପାଇଁ ଇସିଆଇ ଆଦେଶର ଲିଙ୍କ୍ ହେଉଛି: https://www.eci.gov.in/eci-backend/public/api/download?url=LMAhAK6sOPBp%2FNFF0iRfXbEB1EVSLT41NNLRjYNJJP1KivrUxbfqkDatmHy12e%2FzBiU51zPFZI5qMtjV1qgjFsi8N4zYcCRaQ2199MM81QYarA39BJWGAJqpL2w0Jta9CSv%2B1yJkuMeCkTzY9fhBvw%3D%3D ଲୋକସଭା ୨୦୧୯ ସାଧାରଣ ନିର୍ବାଚନରେ ଭୋଟର ମତଦାନ ର ତଥ୍ୟ ନିମ୍ନଲିଖିତ ଲିଙ୍କରେ ଉପଲବ୍ଧ ଅଛି : https://old.eci.gov.in/files/file/13579-13-pc-wise-voters-turn-out/ ତୃତୀୟ ପର୍ଯ୍ୟାୟ ଠାରୁ ଭୋଟର ଟର୍ନଆଉଟ୍ ଆପ୍ କୁ ଅପଡେଟ୍ କରାଯାଇଛି, ଯେଉଁଥିରେ ପ୍ରତ୍ୟେକ ପର୍ଯ୍ୟାୟ ପାଇଁ ସାମଗ୍ରିକ ଆନୁମାନିକ ମତଦାନ ହାରକୁ ଲାଇଭ୍ ପ୍ରଦର୍ଶନ କରିବାର ଏକ ନୂତନ ବୈଶିଷ୍ଟ୍ୟ ରହିଛି। ସୂଚନାଯୋଗ୍ୟ, ମତଦାନ ଦିନ ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ ଦୁଇ ଘଣ୍ଟାରେ ଥରେ ଭୋଟର୍ ଟର୍ନଆଉଟ୍ ଆପ୍ରେ ପର୍ଯ୍ୟାୟ/ରାଜ୍ୟ/ବିଧାନସଭା ନିର୍ବାଚନ ମଣ୍ଡଳୀ/ସଂସଦୀୟ ନିର୍ବାଚନ ମଣ୍ଡଳୀ ଭିତ୍ତିରେ ଆନୁମାନିକ ମତଦାନ ହାର ତଥ୍ୟ ଉପଲବ୍ଧ ହୋଇଥାଏ ଏବଂ ନିର୍ବାଚନ ଦଳ ପହଞ୍ଚିବା ପରେ ଏହାକୁ କ୍ରମାଗତ ଭାବେ ଅପଡେଟ୍ କରାଯାଏ।

Post Views: 25
Share197Tweet123Send
Voice of Victims

Voice of Victims

Recent Posts

  • ସଂସଦରେ କାଲି ମୋଦିଙ୍କ ଉପରକୁ ଆକ୍ରମଣ ହୋଇଥାନ୍ତା : ଲୋକସଭା ବାଚସ୍ପତି
  • ଅନୁରାଗ ଠାକୁରଙ୍କୁ ସୁପ୍ରିମକୋର୍ଟରୁ ଆଶ୍ବସ୍ତି, ବିସିସିଆଇ ସହିତ କରିପାରିବେ କାମ
  • ରାଷ୍ଟ୍ରୀୟ ପ୍ରତୀକ ବା ଚିହ୍ନକୁ ଅପବ୍ୟବହାର ନେଇ ଜନସ୍ବାର୍ଥ ମାମଲା, ରୋକିବାକୁ ହାଇକୋର୍ଟଙ୍କ କଡା ନିର୍ଦ୍ଦେଶ
  • ଆଇଏଏସ ସ୍ତରରେ ବଡ଼ ଅଦଳବଦଳ, ଅରବିନ୍ଦ ପାଢ଼ୀଙ୍କୁ ରାଜସ୍ବ ବିଭାଗର ଅତିରିକ୍ତ ଦାୟିତ୍ବ
  • ବିଶିଷ୍ଟ ସୀତାର ବାଦକ ଗୁରୁ ପଣ୍ଡିତ ରବି ଶଙ୍କର ପ୍ରଧାନଙ୍କୁ ଶ୍ରଦ୍ଧାସୁମନ

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In