• About Us
  • Contact Us
Monday, March 23, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ବିଶେଷ ପୃଷ୍ଠା

ସମୟ ସୀମା ମଧ୍ୟରେ ସୂଚନା ପ୍ରଦାନ ନକରି କୋଡିଏ ହଜାର ଟଙ୍କା ଅର୍ଥ ଦଣ୍ଡରେ ଦଣ୍ଡିତ ହେଲେ ଦୁଇ ସୂଚନା ଅଧିକାରୀ

by Voice of Victims
May 13, 2024
in ଆଞ୍ଚଳିକ ଖବର, ବିଶେଷ ପୃଷ୍ଠା, ମୁଖ୍ୟ ଖବର, ରାଜ୍ୟ
ସମୟ ସୀମା ମଧ୍ୟରେ ସୂଚନା ପ୍ରଦାନ ନକରି କୋଡିଏ ହଜାର ଟଙ୍କା ଅର୍ଥ ଦଣ୍ଡରେ ଦଣ୍ଡିତ ହେଲେ ଦୁଇ ସୂଚନା ଅଧିକାରୀ

ପୁରୀ (ଭିଓଭି) : ସୂଚନା ଅଧିକାର ଆଇନ ବଳରେ ନିର୍ଦ୍ଧାରିତ ସମୟ ସୀମା ମଧ୍ୟରେ ସୂଚନା ପ୍ରଦାନ କରି ନଥିବାରୁ ପୁରୀ ଜିଲ୍ଲା ଗୋପ ବ୍ଲକ୍‌ର ପୂର୍ବତନ ସୂଚନା ଅଧିକାରୀ ଏବଂ ଗୋପ ବ୍ଲକ୍ ବଡ଼ଗାଁ ପଂଚାୟତର ପୂର୍ବତନ ପିଇଓ ପ୍ରତ୍ୟେକଙ୍କୁ ଓଡିଶା ସୂଚନା କମିଶନ ଦଶହଜାର ଟଙ୍କା ଲେଖାଏଁ ଅର୍ଥଦଣ୍ଡରେ ଦଣ୍ଡିତ କରିଛନ୍ତି ।
ମିଳିଥିବା ସୂଚନା ମୁତାବକ ପୁରୀ ଜିଲ୍ଲା ଗୋପ ବ୍ଲକ୍ ବଡଗାଁ ପଂଚାୟତରେ ପାଇଖାନା ତିଆରି, ଇନ୍ଦିରା ଆବାସ ଏବଂ ଅନ୍ୟାନ୍ୟ ଉନ୍ନୟନ ମୂଳକ କାର୍ଯ୍ୟ ସମ୍ବନ୍ଧରେ କିଛି ତଥ୍ୟ ଜାଣିବା ନିମନ୍ତେ ଉକ୍ତ ପଂଚାୟତ ଅନ୍ତର୍ଗତ ଭୂଆଁ ଗ୍ରାମର ସୁଦାମ ଚରଣ ସାହୁ ନାମକ ଜଣେ ବ୍ୟକ୍ତି ସୂଚନା ଅଧିକାର ଆଇନ ବଳରେ ଗୋପ ବ୍ଲକ ସୂଚନା ଅଧିକାରୀ ଙ୍କୁ ୨୦୧୯ ମସିହାରେ ଆବେଦନ କରିଥିଲେ । ମାତ୍ର ସୂଚନା ପାଇବା ନିମନ୍ତେ ଉଦ୍ଦିଷ୍ଟ ଦରଖାସ୍ତ ପାଇବାର ୩୦ ଦିନ ମଧ୍ୟରେ ବ୍ଲକ୍ ସୂଚନା ଅଧିକାରୀଙ୍କ ତରଫରୁ ତାଙ୍କୁ କୌଣସି ସୂଚନା ପ୍ରଦାନ କରା ନଯିବାରୁ ସେ ଗୋପ ବ୍ଲକ ବିଡିଓ ତଥା ଫାର୍ଷ୍ଟ ଅପିଲେଟ ଅଥରିଟି ଙ୍କ ନିକଟରେ ଅଭିଯୋଗ ଦାଖଲ କରିଥିଲେ । ମାତ୍ର ଏଠି ମଧ୍ୟ ତାଙ୍କ ଦରଖାସ୍ତ ର ବିଚାର କରା ନଯିବାରୁ ସେ ୨୦୨୦ ମସିହା ଏପ୍ରିଲ ମାସରେ ଓଡ଼ିଶା ସୂଚନା କମିଶନଙ୍କ ନିକଟରେ ଦ୍ୱିତୀୟ ଅପିଲ ଦାଖଲ କରିଥିଲେ । ମାନ୍ୟବର ସୂଚନା କମିଶନ ତାଙ୍କର ଦରଖାସ୍ତ ଟିକୁ ବିଚାରକୁ ନେଇ କେସ୍ ନଂ.୧୦୩୪/୨୦୨୦ ର ବିଚାର କରି ଘଟଣାରେ ସଂପୃକ୍ତ ଗୋପ ବ୍ଲକ୍ ଏ.ପି.ଓ. ତଥା ପୂର୍ବତନ ସୂଚନା ଅଧକାରିଣୀ ଶ୍ରୀମତୀ ମୋନାଲିସା ଶତପଥି ଏବଂ ବର୍ତମାନ କଣାସ ବ୍ଲକ୍ ରେ କାର୍ଯ୍ୟରତ ପି.ଇ.ଓ. ତଥା ବଡଗାଁ ପଂଚାୟତ ପୂର୍ବତନ ପି.ଇ.ଓ. ଶିବ ସୁନ୍ଦର ବେହେରାଙ୍କୁ ଦୋଷୀ ସାବ୍ୟସ୍ତ କରି ଉଭୟଙ୍କୁ ଦଶହଜାର ଟଙ୍କା ଲେଖାଏଁ ଅର୍ଥଦଣ୍ଡ ରେ ଦଣ୍ଡିତ କରିଛନ୍ତି । ଏହି ଦଣ୍ଡିତ ଅର୍ଥରାଶି କୁ ଅଭିଯୁକ୍ତ ମାନେ ଆଦେଶ ପାଇବାର ତିରିଶ ଦିନ ମଧ୍ୟରେ ଟ୍ରେଜେରି ଚାଲାଣ ମାଧ୍ୟମରେ ଦାଖଲ କରିବେ ନଚେତ୍ ଜୁଲାଇ ଏବଂ ଅଗଷ୍ଟ ମାସର ଦରମାରୁ ମାସକୁ ପାଂଚ ହଜାର ଟଙ୍କା ହିସାବରେ ଦୁଇ ମାସରେ ମୋଟ ଦଶହଜାର ଟଙ୍କା ଲେଖାଏଁ ଉଭୟଙ୍କ ଦରମାରୁ ଭରଣା କରିବାକୁ ଉଭୟ ଗୋପ ବ୍ଲକ୍ ଏବଂ କଣାସ ବ୍ଲକ୍ ବିଡିଓଙ୍କୁ ଓଡ଼ିଶା ସୂଚନା କମିଶନ ସ୍ପଷ୍ଟ ନିର୍ଦେଶ ଦେଇଛନ୍ତି । ଆବେଦନକାରୀ ଜାଣିବାକୁ ଚାହିଁଥିବା ସୂଚନାରୁ କିଛି ପ୍ରଦାନ କରାଯାଇ ଅଛି ଏବଂ ସେ ବ୍ୟକ୍ତିଗତ ଭାବେ ତନଖି କରିବାକୁ ଥିବା ଅଫିସ୍ କାଗଜାତ ଗୁଡିକ ନିର୍ବାଚନ ପରେ ଉଭୟ ବ୍ଲକ୍ ଅଫିସ୍ ଏବଂ ପଂଚାୟତ ଅଫିସ୍ ରେ ଉପସ୍ଥିତ ରହି ତନଖି କରି ଅବଶିଷ୍ଟ ଆଉ କିଛି ସୂଚନା ନେଇ ପାରିବେ ବୋଲି ଆଦେଶନାମାରେ ଉଲ୍ଲେଖ କରିଛନ୍ତି । ମାନ୍ୟବର ଓଡ଼ିଶା ସୂଚନା କମିଶନ ବାଳକୃଷ୍ଣ ମହାପାତ୍ରଙ୍କ ଅଦାଲତରେ ଉକ୍ତ ମାମଲାର ବିଚାର ଚାଲିଥିଲା ଏବଂ ପୁରୀ ବାର ଆସୋସିଏସନର ବରିଷ୍ଟ ଆଇନଜୀବି ନୃସିହ ଚରଣ ମହାନ୍ତି ଆବେଦନକାରୀ ଙ୍କ ତରଫରୁ ମାମଲା ପରିଚାଳନା କରିଥିଲେ । ଏ ସମ୍ବନ୍ଧରେ ସୂଚନା ଅଧିକାର କର୍ମୀ ସୁଦାମ ଚରଣ ସାହୁ କୁହନ୍ତି, ଆମ ବଡଗାଁ ପଂଚାୟତରେ ଇନ୍ଦିରା ଆବାସ, ପାଇଖାନା ତିଆରି ତଥା ଅନେକ ଉନ୍ନୟନ ମୂଳକ କାର୍ଯ୍ୟରେ ହୋଇଥିବା ଆର୍ଥିକ ଦୁର୍ନୀତି ର ପର୍ଦ୍ଦାଫାସ କରିବା ପାଇଁ ଆମର ପ୍ରୟାସ ଜାରୀ ରହିଛି । ଆମକୁ ଏ ସମ୍ବନ୍ଧରେ ସୂଚନା ପ୍ରଦାନ ନ କରିବାକୁ ଯଥା ସମ୍ଭବ ଚେଷ୍ଟା କରା ଯାଇଥିଲା ମାତ୍ର ବିଳମ୍ବରେ ହେଉ ପଛେ ଆମ୍ଭକୁ ନ୍ୟାୟ ମିଳିଛି ଏବଂ ମିଳିଥିବା ସୂଚନା ଆମକୁ ନିଶ୍ଚିନ୍ତ ସହାୟକ ହେବ ।

Post Views: 113
Share201Tweet126Send
Voice of Victims

Voice of Victims

Recent Posts

  • ୩୪ ତମ ବିଶ୍ୱ ଜଳ ଦିବସ, ଦର୍ପନାରାୟଣପୁର ଶୁକୃ ବେହେରା ପାଣିପଞ୍ଚାୟତ ଅଧୀନରେ ରେ ଭାରତ ର ପ୍ରଥମ ସ୍ୱୟଂ ଚାଳିତ କେନାଲ ପ୍ରଣାଳୀ ଲୋକାର୍ପିତ
  • ଇରାନ ରାଜଧାନୀ ଉପରେ ଆମେରିକାର ଭୟଙ୍କର ବୋମା ! ବିଦ୍ୟୁତ ସେବା ଠପ୍, ଅନ୍ଧାରରେ ବୁଡ଼ିଲା ସାରା ସହର
  • ବିଜେଡିରୁ ୬ ନିଲମ୍ବିତ ସଦସ୍ୟଙ୍କ ସଭ୍ୟ ପଦ ରଦ୍ଦ ପାଇଁ ଆଜି ଦରଖାସ୍ତ ! ବାଚସ୍ପତିଙ୍କ ନିଷ୍ପତ୍ତି ଉପରେ ନିର୍ଭର
  • ରାଜ୍ୟରେ ପର୍ଯ୍ୟାପ୍ତ ପରିମାଣର ଗ୍ୟାସ୍ ମହଜୁଦ ଅଛି, ଭୟଭୀତ ହୁଅନ୍ତୁ ନାହିଁ: ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର
  • ବିଧାନସଭାରେ ମୁଖ୍ୟମନ୍ତ୍ରୀଙ୍କ ଉତ୍ତର, ବର୍ତ୍ତମାନ ୩ ଜିଲ୍ଲାରେ ସକ୍ରିୟ ଅଛନ୍ତି ୧୫ ମାଓବାଦୀ

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In