• About Us
  • Contact Us
Thursday, February 5, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଦେଶ ବିଦେଶ

ରାତି ୮ଟା ସୁଦ୍ଧା ୬୨.୮୪% ମତଦାନ

by Voice of Victims
May 13, 2024
in ଦେଶ ବିଦେଶ, ବିଶେଷ ପୃଷ୍ଠା, ମୁଖ୍ୟ ଖବର
ରାତି ୮ଟା ସୁଦ୍ଧା ୬୨.୮୪% ମତଦାନ

ନୂଆଦିଲ୍ଲୀ: ସାଧାରଣ ନିର୍ବାଚନର ଚତୁର୍ଥ ପର୍ଯ୍ୟାୟରେ ଆଜି ଦେଶର ୯୬ଟି ସଂସଦୀୟ କ୍ଷେତ୍ରରେ ମତଦାନ ଅନୁଷ୍ଠିତ ହୋଇଯାଇଛି । ସକାଳ ୭ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ମତଦାନ ହୋଇଥିଲା। ରାତି ୮ଟା ସୁଦ୍ଧା ମିଳିଥିବା ତଥ୍ୟ ଅନୁଯାୟୀ ଏହି ପର୍ଯ୍ୟାୟରେ ୬୨.୮୪% ମତଦାନ ହୋଇଛି। ସନ୍ଧ୍ୟା ୬ଟାରେ ମତଦାନ ବନ୍ଦ ହୋଇଯାଇଥିଲା, କିନ୍ତୁ କେତେକ ମତଦାନ କେନ୍ଦ୍ରରେ ଆହୁରି ଭୋଟର୍ମାନେ ଭୋଟ୍ ଦେବା ଲାଗି ଧାଡ଼ିରେ ଛିଡ଼ା ହୋଇଥିବା ଦେଖିବାକୁ ମିଳିଥିଲା।

ଅପଡେଟ୍ ହୋଇଥିବା ମତଦାନ ହାର ତଥ୍ୟ ଏବେ ବି ଅସ୍ଥାୟୀ ରହିଛି ଏବଂ ଏହା ଇସିଆଇର ଭୋଟର ଟର୍ନଆଉଟ୍ ଆପ୍ ରେ ଉପଲବ୍ଧ ହେବ। ଏଥିରୁ ରାଜ୍ୟ/ସଂସଦୀୟ କ୍ଷେତ୍ର/ବିଧାନସଭା ନିର୍ବାଚନ ମଣ୍ଡଳୀ ଭିତ୍ତିକ ତଥ୍ୟ ବ୍ୟତୀତ ପର୍ଯ୍ୟାୟଭିତ୍ତିକ ତଥ୍ୟ ମଧ୍ୟ ମିଳିବ। ଏହାବ୍ୟତୀତ ହିତାଧିକାରୀଙ୍କ ସୁବିଧା ପାଇଁ ଆୟୋଗ ଆଉ ଏକ ପ୍ରେସ୍ ବିଜ୍ଞପ୍ତି ଜାରି କରିବେ, ଯେଉଁଥିରେ ୨୩୪୫ ଘଣ୍ଟାରେ ମତଦାନ ତଥ୍ୟ ରହିବ।

ଚତୁର୍ଥ ପର୍ଯ୍ୟାୟରେ ରାଜ୍ୟଭିତ୍ତିକ ଆନୁମାନିକ ମତଦାନ ହାର (ରାତି ୮ଟା ସୁଦ୍ଧା)

କ୍ରଂନଂ- ରାଜ୍ୟ/ କେନ୍ଦ୍ରଶାସିତ ଅଞ୍ଚଳ- ସଂସଦୀୟ କ୍ଷେତ୍ର ସଂଖ୍ୟା- ସଦ୍ୟତମ ମତଦାନ ହାର %

1- ଆନ୍ଧ୍ରପ୍ରଦେଶ- 25- 68.12
2- ବିହାର- 5- 55.90
3- ଜମ୍ମୁ-କଶ୍ମୀର- 1- 36.58
4- ଝାଡ଼ଖଣ୍ଡ- 4- 63.37
5- ମଧ୍ୟପ୍ରଦେଶ- 8- 68.63
6- ମହାରାଷ୍ଟ୍ର- 1-1 52.75
7- ଓଡ଼ିଶା- 4- 63.85
8- ତେଲେଙ୍ଗାନା- 17- 61.39
9- ଉତ୍ତର ପ୍ରଦେଶ- 13- 57.88
10- ପଶ୍ଚିମବଙ୍ଗ- 8- 75.94

୧୦ରୁ ଅଧିକ ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳ (୯୬ ସଂସଦୀୟ କ୍ଷେତ୍ର) 96 62

ସୁରୁଖୁରୁରେ ଓ ଶାନ୍ତିଶୃଙ୍ଖଳାର ସହ ମତଦାନ ସମ୍ପନ୍ନ ହୋଇଥିଲା। ମୁଖ୍ୟ ନିର୍ବାଚନ ଆୟୁକ୍ତ ରାଜୀବ କୁମାରଙ୍କ ନେତୃତ୍ୱରେ ଏବଂ ନିର୍ବାଚନ ଆୟୁକ୍ତ ଜ୍ଞାନେଶ କୁମାର ଏବଂ ସୁଖବୀର ସିଂ ସାନ୍ଧୁଙ୍କ ସହଯୋଗରେ ଆୟୋଗ ସମସ୍ତ ପର୍ଯ୍ୟାୟରେ ନିର୍ବାଚନ ପ୍ରକ୍ରିୟାର ପ୍ରତ୍ୟେକ ଦିଗ ଉପରେ ନିୟମିତ ତୀକ୍ଷ୍ଣ ନଜର ରଖିଥିଲେ ଏବଂ ଆବଶ୍ୟକ ସ୍ଥଳେ ଆବଶ୍ୟକ ନିର୍ଦ୍ଦେଶ ନାମା ଜାରି କରିଥିଲେ । କଠୋର ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇ ଭୋଟରଙ୍କ ପାଇଁ ବିନା ଭୟରେ କିମ୍ବା ଧମକରେ ମତଦାନ କରିବା ପାଇଁ ଅନୁକୂଳ ବାତାବରଣ ସୃଷ୍ଟି କରାଯାଇଥିଲା। ଚତୁର୍ଥ ପର୍ଯ୍ୟାୟ ମତଦାନ ଶେଷ ହେବା ପରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୨୩ଟି ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳ ଓ ୩୭୯ଟି ସଂସଦୀୟ କ୍ଷେତ୍ର ରେ ମତଦାନ ସରିଛି। ଅରୁଣାଚଳ ପ୍ରଦେଶ, ସିକ୍କିମ, ଆନ୍ଧ୍ରପ୍ରଦେଶର ସମସ୍ତ ବିଧାନସଭା ଆସନ ଏବଂ ଓଡ଼ିଶାର ୨୮ଟି ବିଧାନସଭା ଆସନ ପାଇଁ ସାଧାରଣ ନିର୍ବାଚନରେ ମତଦାନ ଶେଷ ହୋଇଛି।

କାଶ୍ମୀର ଉପତ୍ୟକାରେ ଆଜି ଶ୍ରୀନଗର ସଂସଦୀୟ କ୍ଷେତ୍ର ପାଇଁ ମତଦାନ ହୋଇଥିଲା। ପର୍ଯ୍ୟାପ୍ତ ସୁରକ୍ଷା ମଧ୍ୟରେ ଭୋଟରମାନେ ଶ୍ରୀନଗରର ବିଭିନ୍ନ ମତଦାନ କେନ୍ଦ୍ରରେ ଶାନ୍ତିଶୃଙ୍ଖଳାର ସହ ଧାଡ଼ି ବାନ୍ଧି ଭୋଟ୍ ଦେଉଥିବା ଦେଖିବାକୁ ମିଳିଥିଲା। ତେଲଙ୍ଗାନାର ୧୭ଟି ସଂସଦୀୟ ନିର୍ବାଚନ ମଣ୍ଡଳୀର କେତେକ ବିଧାନସଭା ନିର୍ବାଚନ ମଣ୍ଡଳୀରେ ମତଦାନ ସମୟ (ସକାଳ ୭ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ) ବୃଦ୍ଧି କରାଯାଇ ଭୋଟରଙ୍କ ଭାଗିଦାରୀ ବୃଦ୍ଧି କରାଯାଇଥିଲା।

ସ୍ୱଚ୍ଛତା ବଢ଼ାଇବା ପାଇଁ ଏବେ ଭୋଟର ଟର୍ନଆଉଟ୍ ଆପକୁ ଅପଗ୍ରେଡ୍ କରାଯାଇଛି, ଯାହା ଦ୍ୱାରା ଆପ୍ ର ଆଣ୍ଡ୍ରଏଡ୍ ବ୍ୟବହାରକାରୀମାନେ ସ୍କ୍ରିନ୍ ସଟ୍ ନେଇପାରିବେ। ଭୋଟର ଟର୍ନଆଉଟ୍ ଆପରେ ରାଜ୍ୟଭିତ୍ତିକ ସାମଗ୍ରିକ ମତଦାନ ଦେଖାଇବା ଏବଂ ପର୍ଯ୍ୟାୟକ୍ରମେ ଭୋଟରଙ୍କ ତଥ୍ୟ ଜାରି କରିବା ସମେତ ଆୟୋଗ ଗ୍ରହଣ କରିଥିବା ସ୍ୱଚ୍ଛତା ପଦକ୍ଷେପ ବ୍ୟତୀତ ଏହି ପଦକ୍ଷେପ ଗ୍ରହଣ କରାଯାଇଛି ।

ନିର୍ଦ୍ଧାରିତ ପ୍ରକ୍ରିୟା ଅନୁଯାୟୀ ମତଦାନ ଦିନର ଗୋଟିଏ ଦିନ ପରେ ପ୍ରାର୍ଥୀ କିମ୍ବା ସେମାନଙ୍କ ଅଧିକାରପ୍ରାପ୍ତ ପୋଲିଂ ଏଜେଣ୍ଟଙ୍କ ଉପସ୍ଥିତିରେ ନିର୍ବାଚନ କାଗଜପତ୍ର ଯାଞ୍ଚ କରାଯାଇଥାଏ। ଏହାପରେ ଯଦି ପୁନଃ ମତଦାନ ହେବ, ତା’ହେଲେ ମଧ୍ୟ ଏହି ନିଷ୍ପତ୍ତି ନିଆଯାଇଥାଏ।

ଭୌଗୋଳିକ/ ଲଜିଷ୍ଟିକ ପରିସ୍ଥିତି ଉପରେ ନିର୍ଭର କରି କିଛି ପୋଲିଂ ଦଳ ମତଦାନ ଦିନର ପରବର୍ତ୍ତୀ ଦିନରେ ଫେରିଥାଆନ୍ତି । ଯାଞ୍ଚ ପରେ ଏବଂ ପୁନଃମତଦାନ ସଂଖ୍ୟା/ କାର୍ଯ୍ୟସୂଚୀ ଉପରେ ନିର୍ଭର କରି ଆୟୋଗ ୧୭.୫.୨୦୨୪ ସୁଦ୍ଧା ଲିଙ୍ଗଭିତ୍ତିକ ବିଭାଜନ ସହିତ ଅପଡେଟ୍ ହୋଇଥିବା ମତଦାନ ହାର ପ୍ରକାଶ କରିବେ।

ପାଗ ମୁଖ୍ୟତଃ ଅନୁକୂଳ ଥିଲା ଏବଂ ଗ୍ରୀଷ୍ମ ପ୍ରବାହ ଭଳି କୌଣସି ଉଲ୍ଲେଖନୀୟ ପରିସ୍ଥିତି ନଥିଲା । ଭୋଟରମାନେ ଉତ୍ସାହର ସହ ଅଂଶଗ୍ରହଣ କରିଥିଲେ ଏବଂ ଚତୁର୍ଥ ପର୍ଯ୍ୟାୟରେ ମତଦାନ ହୋଇଥିବା ୧୦ଟି ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳରୁ ଉଜ୍ଜ୍ୱଳ ନୀଳରୁ ମେଘୁଆ ଆକାଶ ତଳେ ମତଦାନ ହେଉଥିବାର ଦୃଶ୍ୟ ସାମ୍ନାକୁ ଆସିଥିଲା। ଏହି ପର୍ଯ୍ୟାୟରେ ଆନ୍ଧ୍ରପ୍ରଦେଶ, ବିହାର, ଜମ୍ମୁ-କଶ୍ମୀର, ଝାଡ଼ଖଣ୍ଡ, ମଧ୍ୟପ୍ରଦେଶ, ମହାରାଷ୍ଟ୍ର, ଓଡ଼ିଶା, ତେଲଙ୍ଗାନା, ଉତ୍ତରପ୍ରଦେଶ ଓ ପଶ୍ଚିମବଙ୍ଗରେ ମତଦାନ ହୋଇଥିଲା। ଏହି ପର୍ଯ୍ୟାୟରେ ମୋଟ ୧୭୧୭ ଜଣ ପ୍ରାର୍ଥୀ ନିର୍ବାଚନ ମଇଦାନକୁ ଓହ୍ଲାଇଥିଲେ।

ନିର୍ବାଚନ ଦିନର ହାଇ ରିଜୋଲ୍ୟୁସନ ଫଟୋ ଏଠାରେ ଦେଖିବାକୁ ମିଳିବ: https://www.eci.gov.in/ge-2024-photogallery । ଏକ ଦୁର୍ଭାଗ୍ୟଜନକ ଘଟଣାକ୍ରମରେ ତେଲଙ୍ଗାନାର ଚମ୍ପାପେଟରେ ଡ୍ୟୁଟି ସମୟରେ ଜଣେ ପୋଲିଂ ଅଫିସରଙ୍କ ମୃତ୍ୟୁ ଘଟିଛି। ଏହି ଦୁଃଖଦ ମୃତ୍ୟୁକୁ ତୁରନ୍ତ ଗ୍ରହଣ କରି ଆୟୋଗ ମୃତ ପୋଲିଂ ଅଫିସରଙ୍କ ପରିବାରକୁ ତୁରନ୍ତ ଅନୁକମ୍ପାମୂଳକ ସହାୟତା ରାଶି ପ୍ରଦାନ କରିବାକୁ ତେଲଙ୍ଗାନା ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ଉତ୍ତର ପ୍ରଦେଶର ବାହରାଇଚ୍ର ଏକ ମତଦାନ କେନ୍ଦ୍ରରେ ପାରମ୍ପରିକ ପୋଷାକ ପିନ୍ଧିଥିବା ଥାରୁ ଜନଜାତିର ମତଦାତାମାନେ।

ପରବର୍ତ୍ତୀ ଅର୍ଥାତ୍ ପଞ୍ଚମ ପର୍ଯ୍ୟାୟ ମତଦାନ ଆସନ୍ତା ୨୦ ମଇ, ୨୦୨୪ରେ ୮ଟି ରାଜ୍ୟ ଓ କେନ୍ଦ୍ର ଶାସିତ ପ୍ରଦେଶର ୪୯ଟି ସଂସଦୀୟ କ୍ଷେତ୍ରରେ ଅନୁଷ୍ଠିତ ହେବ।

Post Views: 37
Share198Tweet124Send
Voice of Victims

Voice of Victims

Recent Posts

  • ସଂସଦରେ କାଲି ମୋଦିଙ୍କ ଉପରକୁ ଆକ୍ରମଣ ହୋଇଥାନ୍ତା : ଲୋକସଭା ବାଚସ୍ପତି
  • ଅନୁରାଗ ଠାକୁରଙ୍କୁ ସୁପ୍ରିମକୋର୍ଟରୁ ଆଶ୍ବସ୍ତି, ବିସିସିଆଇ ସହିତ କରିପାରିବେ କାମ
  • ରାଷ୍ଟ୍ରୀୟ ପ୍ରତୀକ ବା ଚିହ୍ନକୁ ଅପବ୍ୟବହାର ନେଇ ଜନସ୍ବାର୍ଥ ମାମଲା, ରୋକିବାକୁ ହାଇକୋର୍ଟଙ୍କ କଡା ନିର୍ଦ୍ଦେଶ
  • ଆଇଏଏସ ସ୍ତରରେ ବଡ଼ ଅଦଳବଦଳ, ଅରବିନ୍ଦ ପାଢ଼ୀଙ୍କୁ ରାଜସ୍ବ ବିଭାଗର ଅତିରିକ୍ତ ଦାୟିତ୍ବ
  • ବିଶିଷ୍ଟ ସୀତାର ବାଦକ ଗୁରୁ ପଣ୍ଡିତ ରବି ଶଙ୍କର ପ୍ରଧାନଙ୍କୁ ଶ୍ରଦ୍ଧାସୁମନ

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In