ଇନିସିଏଟିଭ୍ ଉପରେ ଭାରତର ଜବାବ ଭାବରେ ମଧ୍ୟ ଦେଖାଯାଉଛି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଏହି ବନ୍ଦରର ବ୍ୟବହାର ହେତୁ ଭାରତ ବର୍ତ୍ତମାନ ଆଫଗାନିସ୍ତାନ ଏବଂ ମଧ୍ୟ ଏସିଆର ଅନ୍ୟ ଦେଶମାନଙ୍କ ସହ ସିଧାସଳଖ ବାଣିଜ୍ୟ କରିପାରିବ ଏବଂ ପାକିସ୍ତାନକୁ ଲୁପ୍ ବାହାରେ ରଖିବ। ଏହି କାରଣରୁ ପାକିସ୍ତାନର ଗୁରୁତ୍ୱ ମଧ୍ୟ ଏହି କ୍ଷେତ୍ରରେ ଧୀରେ ଧୀରେ ହ୍ରାସ ପାଇବାରେ ଲାଗିଛି।କୂଟନୈତିକ ଭାବେ ଭାରତର ଏହି ପ୍ରକଳ୍ପକୁ ବିଶେଷ ସ୍ୱତନ୍ତ୍ର ଭାବେ ବିବେଚନା କରାଯାଏ। ଏହି ରଣନୀତିର ଉଦ୍ଦେଶ୍ୟ ହେଉଛି ଚୀନ୍କୁ ସବୁ ଦିଗରୁ ଘେରିବା। ଏହି ରଣନୀତି ଅନୁଯାୟୀ ଭାରତ ନିଜର ନୌସେନାର ଭିତ୍ତିଭୂମି ବିସ୍ତାର କରୁଛି ଏବଂ ଚୀନ୍ର ରଣନୀତିକୁ ପ୍ରତିହତ କରିବା ପାଇଁ ରଣନୈତିକକ ଶକ୍ତିଶାଳୀ ଦେଶ ସହ ସମ୍ପର୍କକୁ ମଧ୍ୟ ସୁଦୃଢ କରୁଛି। ଭାରତର ଏହି ରଣନୀତିରେ ଚାବାହାର ମଧ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ।
