ଭୁବନେଶ୍ଵର (ଭିଓଭି): ଚନ୍ଦ୍ରଶେଖରପୁରଠାରେ ଥିବା ଭେଙ୍କଟେଶ୍ଵର ଇଂରାଜୀ ମାଧ୍ୟମ ବିଦ୍ୟାଳୟରେ ମେ’ ମାସ ୬ରୁ ୧୫ ତାରିଖ ମଧ୍ୟରେ “ଗ୍ରୀଷ୍ମ ଶିବିର’ ଜମ୍ ଇନଟୁ ସମର ଫନ’ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଛାତ୍ରଛାତ୍ରୀମାନଙ୍କର ଅନ୍ତର୍ନିହିତ ପ୍ରତିଭାର ବିକାଶକୁ ଲକ୍ଷ୍ୟକରି ବିଭିନ୍ନ ପ୍ରକାର ବର୍ଜ୍ୟବସ୍ତୁର ବିଶେଷ କରି ଅଦରକାରୀ କାଗଜରେ ସୁନ୍ଦର ଓ ଆକର୍ଷଣୀୟ ମଡ଼େଲ ପ୍ରସ୍ତୁତି, ସ୍ବାସ୍ଥ୍ୟ ସଂପର୍କିତ ଯୋଗ, ନିଜର ସୁରକ୍ଷା ପାଇଁ ଆତ୍ମରକ୍ଷା କୌଶଳ ବା କରାଟେ, ସଙ୍ଗୀତ, ନୃତ୍ୟ, ବାଦ୍ୟଯନ୍ତ୍ର, ଚିତ୍ରକଳା, ମଧୁବନୀ ଆର୍ଟ, ସନ୍ତରଣ,ଗ୍ଲାସ ପେଣ୍ଟିଂ, ବିନା ଇନ୍ଧନରେ ଖାଦ୍ୟ ପ୍ରସ୍ତୁତି, ଅନ୍ୟଙ୍କ ପ୍ରତି ସେବା ଆଦର ଆଚରଣ, ଓଢ଼ଣୀ/ଟି-ସାର୍ଟ ପେଣ୍ଟିଂ ଫେସନ-ଶୋ ଇତ୍ୟାଦି ପ୍ରଶିକ୍ଷଣ ପ୍ରଦାନ କରାଯାଇଥିଲା । କାର୍ଯ୍ୟକ୍ରମର ଶେଷ ଦିବସ ତଥା ୧୫ ତାରିଖରେ ଭାଲେଡିକ୍ଟୋରି ବା ସ୍ବସ୍ତିବାଚକ ଦିବସ ପାଳନ ହୋଇଥିଲା। ଉକ୍ତ ଦିବସରେ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା । ବିଭିନ୍ନ ବିଷୟରେ କୃତୀ ଛାତ୍ର, ଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲା । ବିଦ୍ୟାଳୟର ନିର୍ଦ୍ଦେଶକ ଶ୍ରୀଯୁକ୍ତ ସୂର୍ଯ୍ୟପ୍ରକାଶ ପତିଙ୍କ ଦିଗ୍ଦର୍ଶନରେ ଉକ୍ତ କାର୍ଯ୍ୟକ୍ରମ ଗୁଡ଼ିକ ଅନୁଷ୍ଠିତ ହୋଇଥିଲା । ଛାତ୍ରଛାତ୍ରୀଙ୍କର ଏକାଗ୍ରତା, ବୌଦ୍ଧିକ ଏବଂ ଶାରୀରିକ ବିକାଶ ଉପରେ ସେ ସଂକ୍ଷିପ୍ତ ବକ୍ତବ୍ୟ ପ୍ରଦାନ କରିଥିଲେ । ବିଦ୍ୟାଳୟର ମ୍ୟାନେଜର ବସନ୍ତ କୁମାର ତ୍ରିପାଠୀ, ଅଧ୍ୟକ୍ଷ ଶ୍ରୀଯୁକ୍ତ ଜି.ରାମ କିଶୋର, ଉପ-ସଭାପତି ଶ୍ରୀଯୁକ୍ତ ଶଶାଙ୍କ ଶେଖର ପତି ଶ୍ରୀଯୁକ୍ତ ହିଂମାଶୁ ଶେଖର ପତି, ପ୍ରଶାସକ ହିମାଂଶୁ ଶେଖର ପତି, ସଂପାଦକ ବିଜୟ କୁମାର ନାୟକ ଓ ଉପାଧ୍ୟକ୍ଷ ମହେଶ କୁମାର ମିଶ୍ର ଉପସ୍ଥିତ ରହି ଉତ୍ସାହିତ କରିଥିଲେ । ଶିକ୍ଷକ,ଶିକ୍ଷୟିତ୍ରୀ ଓ କର୍ମକର୍ତ୍ତାମାନେ କାର୍ଯ୍ୟକ୍ରମକୁ ସୁ-ସମ୍ପନ୍ନ କରିବାରେ ସହଯୋଗ କରିଥିଲେ ।
