• About Us
  • Contact Us
Tuesday, March 24, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଦେଶ ବିଦେଶ

ଖୁବଶୀଘ୍ର ୯ ହଜାର କୋଟି ଟଙ୍କା ଟପିବ ନିର୍ବାଚନକାଳୀନ ଜବତ ସାମଗ୍ରୀ

by Voice of Victims
May 18, 2024
in ବିଶେଷ ପୃଷ୍ଠା, ମୁଖ୍ୟ ଖବର, ରାଜ୍ୟ
ଖୁବଶୀଘ୍ର ୯ ହଜାର କୋଟି ଟଙ୍କା ଟପିବ ନିର୍ବାଚନକାଳୀନ ଜବତ ସାମଗ୍ରୀ

ନୂଆଦିଲ୍ଲୀ: ଚଳିତ ଲୋକସଭା ନିର୍ବାଚନରେ ଅର୍ଥବଳ ଓ ପ୍ରଲୋଭନ ଉପରେ ନିର୍ବାଚନ କମିଶନଙ୍କ ଦୃଢ଼ ଓ ସମନ୍ୱିତ ଆକ୍ରମଣ ଫଳରେ ଏଜେନ୍ସିଗୁଡ଼ିକ ୮୮୮୯ କୋଟି ଟଙ୍କାର ଉଲ୍ଲେଖନୀୟ ଭାବେ ଜବତ କରିଛନ୍ତି।  ଡ୍ରଗ୍ସ ଏବଂ ସାଇକୋଟ୍ରୋପିକ୍ ପଦାର୍ଥ ସମେତ ପ୍ରଲୋଭନ ବିରୁଦ୍ଧରେ ସତର୍କତା ବଢ଼ାଇବା ଫଳରେ ବଡ଼ ଧରଣର ଜବରଦଖଲ କ୍ରିୟା ଏବଂ କ୍ରମାଗତ ବୃଦ୍ଧି ଘଟିଛି। ଡ୍ରଗ୍ସ ଜବତ ସର୍ବାଧିକ ହୋଇଛି। ବ୍ୟୟ ନିରୀକ୍ଷଣ, ସଠିକ ତଥ୍ୟ ବ୍ୟାଖ୍ୟା ଏବଂ ପ୍ରବର୍ତ୍ତନ ଏଜେନ୍ସିଗୁଡିକର ସକ୍ରିୟ ଅଂଶଗ୍ରହଣ କ୍ଷେତ୍ରରେ ଜିଲ୍ଲା ଏବଂ ଏଜେନ୍ସିଗୁଡ଼ିକର ନିୟମିତ ଅନୁସରଣ ଏବଂ ସମୀକ୍ଷା ଯୋଗୁଁ ମାର୍ଚ୍ଚ ୧ ରୁ ଜବରଦଖଲ ରେ ଉଲ୍ଲେଖନୀୟ ବୃଦ୍ଧି ଘଟିଛି । ନିଶା ଦ୍ରବ୍ୟ, ମଦ, ମୂଲ୍ୟବାନ ଧାତୁ, ମାଗଣା ସାମଗ୍ରୀ, ନଗଦ ଟଙ୍କା ଜବତ ହେବା ନିର୍ବାଚନକୁ ବିଭିନ୍ନ ମାତ୍ରାରେ ପ୍ରଭାବିତ କରିଥାଏ, କେତେକ ସିଧାସଳଖ ପ୍ରଲୋଭନ ରୂପେ ପ୍ରବାହିତ ହେଉଥିବା ବେଳେ ଆଉ କେତେକ ଟଙ୍କା ସଞ୍ଚାଳନର ମାତ୍ରା ହ୍ରାସ କରିଥାଏ ।  ଏହା ଦ୍ୱାରା ବେଆଇନ କାର୍ଯ୍ୟକଳାପରୁ ମିଳିଥିବା ଆୟକୁ ରାଜନୈତିକ ଅଭିଯାନ ସହ ଯୋଡ଼ିବା ଉପରେ ପ୍ରତିକୂଳ ପ୍ରଭାବ ପଡ଼ୁଛି। ଆନେକ୍ସର ଏ ରେ ବିସ୍ତୃତ ରିପୋର୍ଟ ପ୍ରଦାନ କରାଯାଇଛି।
ଆୟୋଗ ନାର୍କୋଟିକ୍ସ ଏବଂ ସାଇକୋଟ୍ରୋପିକ୍ ପଦାର୍ଥ ଜବତ ଉପରେ ବିଶେଷ ଗୁରୁତ୍ୱ ଦେଇଛନ୍ତି। ତଥ୍ୟର ବିଶ୍ଳେଷଣରୁ ଜଣାପଡିଛି ଯେ ଯେଉଁ ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକ ଟ୍ରାନଜିଟ୍ ଜୋନ୍ ଥିଲା, ସେମାନେ କ୍ରମଶଃ ଉପଭୋକ୍ତା ଅଞ୍ଚଳରେ ପରିଣତ ହେଉଛନ୍ତି। ମୁଖ୍ୟ ନିର୍ବାଚନ କମିଶନର ଶ୍ରୀ ରାଜୀବ କୁମାର ଏକ ସମୀକ୍ଷା ଗସ୍ତ ସମୟରେ ନୋଡାଲ ଏଜେନ୍ସିମାନଙ୍କୁ ସମ୍ବୋଧିତ କରି କହିଥିଲେ ଯେ ‘‘ନିର୍ବାଚନରେ ନିଶା କାରବାର ତଥା ଅର୍ଥର ଭୂମିକାକୁ ମୂଳପୋଛ କରିବା ପାଇଁ ଡ୍ରଗ୍ସ ଏବଂ ନିଶା ଦ୍ରବ୍ୟ ବିରୋଧରେ ଏଜେନ୍ସିଗୁଡ଼ିକର ସଠିକ ଗୁଇନ୍ଦା ଭିତ୍ତିକ ସହଯୋଗୀ ପ୍ରୟାସ ସମୟର ଆବଶ୍ୟକତା ରହିଛି ଏବଂ ଏହା ଦ୍ୱାରା ଯୁବକମାନଙ୍କ ଭବିଷ୍ୟତ ତଥା ଦେଶକୁ ସୁରକ୍ଷିତ ରଖାଯାଇପାରିବ । “ଡ୍ରଗ୍ସ ଜବତ ର ଅବଦାନ ହେଉଛି ୩୯୫୮ କୋଟି ଟଙ୍କା, ଯାହା କି ମୋଟ ଜବତର ୪୫% ଅଟେ । ସିଇସି ଶ୍ରୀ ରାଜୀବ କୁମାରଙ୍କ ନେତୃତ୍ୱରେ କମିଶନ, ଇସି ଶ୍ରୀ ଜ୍ଞାନେଶ କୁମାର ଏବଂ ଶ୍ରୀ ସୁଖବୀର ସିଂ ସାନ୍ଧୁଙ୍କ ସହ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋର ଡିଜିଙ୍କ ସହ ବୈଠକ କରି ଏନସିବିର ଉତ୍ସର୍ଗୀକୃତ ନୋଡାଲ ଅଫିସରଙ୍କ ଦ୍ୱାରା କାର୍ଯ୍ୟାନୁଷ୍ଠାନ ସୁନିଶ୍ଚିତ କରିବା ପାଇଁ ବିଶ୍ଳେଷଣ ଭିତ୍ତିକ ସକ୍ରିୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲେ । ସେହିଭଳି ଚଳିତ ନିର୍ବାଚନ ସମୟରେ ଡିଆରଆଇ, ଭାରତୀୟ ତଟରକ୍ଷୀ ବାହିନୀ, ରାଜ୍ୟ ପୋଲିସ ଏବଂ ଅନ୍ୟାନ୍ୟ ଏଜେନ୍ସିର ସକ୍ରିୟ ସଂପୃକ୍ତି ସୁନିଶ୍ଚିତ କରାଯାଇଥିଲା।  ନିର୍ବାଚନ ଘୋଷଣା ହେବାର ଦୁଇ ମାସ ମଧ୍ୟରେ ଏହି ସବୁ ପଦକ୍ଷେପ ଯୋଗୁଁ ବଡ଼ ଧରଣର ଜବତ ହୋଇପାରିଛି। ଗତ ୩ଟି ପର୍ଯ୍ୟାୟରେ ପ୍ରଚାରର ତୀବ୍ରତା ବଢ଼ୁଥିବାରୁ ପ୍ରଲୋଭନ ଦେଖାଇ ଭୋଟରଙ୍କୁ ପ୍ରଭାବିତ କରିବାର ପ୍ରୟାସ ଉପରେ ଆୟୋଗ ତୀକ୍ଷ୍ଣ ନଜର ରଖିଛନ୍ତି ଏବଂ ସିଇଓ ଓ ପ୍ରବର୍ତ୍ତନକାରୀ ସଂସ୍ଥାଗୁଡ଼ିକୁ ସତର୍କତା ବଢ଼ାଇବାକୁ ନିର୍ଦ୍ଦେଶ ଦେଇଛନ୍ତି। ଆୟୋଗଦ୍ୱାରା ଡ୍ରଗ୍ସ ଏବଂ ଅନ୍ୟାନ୍ୟ ପ୍ରଲୋଭନ ବିରୋଧରେ ଅଭିଯାନ ଜାରି ରହିବ । ଗୁଜରାଟ ଏଟିଏସ୍, ଏନସିବି ଏବଂ ଭାରତୀୟ ତଟରକ୍ଷୀ ବାହିନୀ ମିଳିତ ଅପରେସନରେ ମାତ୍ର ୩ ଦିନରେ ୮୯୨ କୋଟି ଟଙ୍କାର ୩ଟି ଉଚ୍ଚ ମୂଲ୍ୟର ଡ୍ରଗ୍ସ ଜବତ କରିଛନ୍ତି। ଗୁଜରାଟର ପୋରବନ୍ଦର ଉପକୂଳରୁ ୧୮୦ ନଟିକାଲ ମାଇଲ ଦୂରରେ ଥିବା ଭାରତୀୟ ଜଳସୀମାରେ ୧୪ ଜଣ କ୍ରୁ ମେମ୍ବରଙ୍କୁ ନେଇ ଯାଉଥିବା ସନ୍ଦିଗ୍ଧ ପାକିସ୍ତାନୀ ମାଛଧରା ଡଙ୍ଗା ଆଲରାଜାକୁଏକ ମିଳିତ ବାହିନୀ ଚିହ୍ନଟ କରି ଅଟକାଇଥିଲା। ଗୁଜରାଟ ଏଟିଏସ୍ ଏବଂ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଅପରେସନ), ନୂଆଦିଲ୍ଲୀର ମିଳିତ ଟିମ୍ ପ୍ରାୟ ୮୬ କେଜି ଓଜନର ୭୮ ବକ୍ସ ଜବତ କରିଛନ୍ତି ଯାହାକୁ ହିରୋଇନ୍ ବୋଲି ସନ୍ଦେହ କରାଯାଉଛି ଏବଂ ଯାହାର ଆନ୍ତର୍ଜାତିକ ବଜାରରେ ମୂଲ୍ୟ ପ୍ରାୟ 602 କୋଟି ଟଙ୍କା ହେବ। ଅଧିକ ଆଇନଗତ ପ୍ରକ୍ରିୟା ପାଇଁ ଡଙ୍ଗା ଏବଂ କର୍ମଚାରୀମାନଙ୍କୁ ପୋରବନ୍ଦର ଅଣାଯାଇଥିଲା। ଏଟିଏସ୍ ଗୁଜରାଟକୁ ମିଳିଥିବା ଗୁଇନ୍ଦା ସୂଚନା ଆଧାରରେ ଏହି ଅପରେସନ କରାଯାଇଥିଲା ଯେ ରାଜସ୍ଥାନ ଓ ଗୁଜରାଟର ୟୁନିଟ୍ ଗୁଡ଼ିକ ମେଫେଡ୍ରୋନ୍ ଭଳି ସାଇକୋଟ୍ରୋପିକ୍ ପଦାର୍ଥର ବେଆଇନ ଉତ୍ପାଦନରେ ସମ୍ପୃକ୍ତ ଅଛନ୍ତି। ଗୁଜରାଟ ଏଟିଏସ୍ ଏବଂ ଏନସିବି (ଅପରେସନ୍) ଦିଲ୍ଲୀର ମିଳିତ ଟିମ୍ ୨୭ ଏପ୍ରିଲ ୨୦୨୪ରେ ଗୁଜରାଟର ଅମରେଲି ଏବଂ ଗାନ୍ଧୀନଗର, ରାଜସ୍ଥାନର ସିରୋହି ଏବଂ ଯୋଧପୁରରେ ଏକକାଳୀନ ଚଢ଼ାଉ କରି ଏନଡିପିଏସ୍ ଆଇନ ଅଧୀନରେ ଏକ ସାଇକୋଟ୍ରୋପିକ୍ ପଦାର୍ଥ ମେଫେଡ୍ରୋନ୍ ଉତ୍ପାଦନରେ ସମ୍ପୃକ୍ତ ବେଆଇନ ଉତ୍ପାଦନ ୟୁନିଟ୍ ଜବତ କରିଥିଲେ। ଚାଲିଥିବା ଅପରେସନରେ ବର୍ତ୍ତମାନ ସୁଦ୍ଧା ୧୦ ଜଣଙ୍କୁ ଅଟକ ରଖାଯାଇଥିବା ବେଳେ ମୋଟ ୨୨ କେଜି ମେଫେଡ୍ରୋନ୍ ପାଉଡର ଓ ୧୨୪ ଲିଟର ମେଫେଡ୍ରୋନ୍ ତରଳ ଆକାରରେ ଜବତ କରାଯାଇଛି। ଜବତ ହୋଇଥିବା ସାଇକୋଟ୍ରୋପିକ୍ ପଦାର୍ଥ ମେଫେଡ୍ରୋନର ମୋଟ ମୂଲ୍ୟ ଅନ୍ତର୍ଜାତୀୟ ବଜାରରେ ପ୍ରାୟ ୨୩୦ କୋଟି ଟଙ୍କା ହେବ ବୋଲି ଆକଳନ କରାଯାଇଛି। ଗୁଜରାଟ ଏଟିସି, ଭାରତୀୟ ତଟରକ୍ଷୀ ବାହିନୀ ଏବଂ ଏନସିବି ୬୦.୫ କୋଟି ଟଙ୍କା ମୂଲ୍ୟର ୧୭୩ କେଜି ହସିଶ ଜବତ କରିଛନ୍ତି। ଏହି ନିର୍ବାଚନରେ ଡ୍ରଗ୍ସ ବିରୋଧରେ ଅନେକ ଟାର୍ଗେଟ ଆକ୍ସନ ଦେଖିବାକୁ ମିଳିଛି । ଗୁଜରାଟ, ମହାରାଷ୍ଟ୍ର ଓ ଦିଲ୍ଲୀ ବ୍ୟତୀତ ଅନ୍ୟ ରାଜ୍ୟରେ ମଧ୍ୟ ଡ୍ରଗ୍ସ ଜବତ ହୋଇଛି। ୧୭.୦୪.୨୦୨୪ରେ ନୋଏଡା ପୋଲିସ ଗ୍ରେଟର ନୋଏଡାରେ ଡ୍ରଗ୍ସ କାରଖାନାରେ ଚଢ଼ଉ କରିଥିଲା ଯେଉଁଥିରେ ୧୫୦ କୋଟି ଟଙ୍କା ମୂଲ୍ୟର ୨୬.୭ କେଜି ଏମଡିଏମଏ ଔଷଧ ଜବତ କରାଯାଇଥିଲା ଏବଂ ଦୁଇ ଜଣ ବିଦେଶୀ ବଂଶୋଦ୍ଭବଙ୍କୁ ଗିରଫ କରାଯାଇଥିଲା । ଅନ୍ୟ ସହଯୋଗୀ ମାନଙ୍କର ଜବତ ମଧ୍ୟ ଉଲ୍ଲେଖନୀୟ ରହିଛି  ଏବଂ ୨୦୧୯ ଲୋକସଭା ନିର୍ବାଚନର ସମ୍ପୂର୍ଣ୍ଣ ଜବତକୁ ବଡ଼ ବ୍ୟବଧାନରେ ଟପିଯାଇଛି। ସତର୍କ ଓ ବିସ୍ତୃତ ଯୋଜନା ଏହାର ମୂଳରେ ରହିଛି। ଇଲେକ୍ସନ ସିଜର ମ୍ୟାନେଜମେଣ୍ଟ ସିଷ୍ଟମ (ଇଏସଏମଏସ) ଅଧୀନରେ ଇଣ୍ଟର-ହାଉସ୍ ଆପ୍ ଅନ୍ତର୍ଗତ ଇଣ୍ଟରସେପ୍ସନ୍ ଏବଂ ଜବତର ରିଅଲ ଟାଇମ୍ ରିପୋର୍ଟିଂ ଫଳରେ ବ୍ୟୟ ନିରୀକ୍ଷଣ ଉପରେ ତ୍ୱରିତ, ନିୟମିତ ଏବଂ ସଠିକ ସମୀକ୍ଷା କରାଯାଇଛି। ଏହାବ୍ୟତୀତ ସଂସଦୀୟ ନିର୍ବାଚନ ମଣ୍ଡଳୀ ପାଇଁ ନିୟୋଜିତ ୬୫୬ ଜଣ ବ୍ୟୟ ପର୍ଯ୍ୟବେକ୍ଷକ ଏବଂ ୧୨୫ ଜଣ ବ୍ୟୟ ପର୍ଯ୍ୟବେକ୍ଷକ ମଧ୍ୟ ଚେକ୍ ପୋଷ୍ଟ, ତୃଣମୂଳ ସ୍ତରୀୟ ଟିମ୍ ର କାର୍ଯ୍ୟକଳାପ ଉପରେ ତୀକ୍ଷ୍ଣ ନଜର ରଖିଛନ୍ତି ଏବଂ ନିରୀକ୍ଷଣ ପ୍ରକ୍ରିୟାରେ ନାଗରିକମାନେ ଯେପରି ଅସୁବିଧାର ସମ୍ମୁଖୀନ ନହୁଅନ୍ତି ସେଥିପ୍ରତି ସକ୍ରିୟ ନଜର ରଖିଛନ୍ତି। ବ୍ୟୟ ସମ୍ବେଦନଶୀଳ ନିର୍ବାଚନ ମଣ୍ଡଳୀ ଭାବେ ଚିହ୍ନିତ ୧୨୩ଟି ସଂସଦୀୟ ନିର୍ବାଚନ ମଣ୍ଡଳୀରେ ଅଧିକ ସତର୍କ ରହିବା ପାଇଁ କଡ଼ା ନଜର ରଖାଯାଇଛି। ଏଜେନ୍ସିଗୁଡ଼ିକୁ ପ୍ରୋତ୍ସାହିତ କରିବା ଏବଂ ସକ୍ରିୟ ଇଣ୍ଟରଫେସ୍ ରଖିବା ପ୍ରକ୍ରିୟା ୨୦୨୩ ର ଶେଷ ତ୍ରୟମାସରେ ସମ୍ପୂର୍ଣ୍ଣ ଭାବେ ଆରମ୍ଭ ହୋଇଥିଲା।  କ୍ୟାଲେଣ୍ଡର ବର୍ଷର ପ୍ରଥମ ଦୁଇ ମାସରେ ୬୭୬୦ କୋଟି ଟଙ୍କାର ଡ୍ରଗ୍ସ ଜବତ କରାଯାଇଛି ଯାହା ଏକ ବାର୍ତ୍ତା ଦେଇଛି ଯେ ଭୋଟରଙ୍କୁ ପ୍ରଭାବିତ କରୁଥିବା ଯେକୌଣସି ପ୍ରକାରର ପ୍ରଲୋଭନ ପ୍ରତି କମିଶନଙ୍କର ‘ଶୂନ୍ୟ ସହନଶୀଳତା’ ଆଭିମୁଖ୍ୟ ରହିଛି । ବିଶେଷ କରି ଏମସିସିର ପ୍ରୟୋଗ ସମୟରେ ଡ୍ରଗ୍ସ କାରବାରରେ ଯୋଗଦାନ ପାଇଁ କମିଶନଙ୍କ ପ୍ରତିବଦ୍ଧତା ଗତ କିଛି ବର୍ଷ ମଧ୍ୟରେ ତ୍ୱରାନ୍ୱିତ ହୋଇଛି । ନିକଟରେ ଉପରୋକ୍ତ ତଥ୍ୟ ବ୍ୟତୀତ ଗତ ଦୁଇ ବର୍ଷ ମଧ୍ୟରେ ପୂର୍ବରୁ ହୋଇଥିବା ବିଧାନସଭା ନିର୍ବାଚନରେ ଆଦର୍ଶ ଆଚରଣ ବିଧି ଲାଗୁ ହେବା ସମୟରେ ବିପୁଳ ପରିମାଣର ଜବତ ହୋଇଛି। ଗୁଣାତ୍ମକ ନିର୍ବାଚନ ପ୍ରକ୍ରିୟାରେ ମୁକ୍ତ, ନିରପେକ୍ଷ, ଭାଗିଦାରୀ ଓ ହିଂସା ରହିତ ସହିତ ‘ପ୍ରଲୋଭନମୁକ୍ତ’ ଦିଗକୁ ମଧ୍ୟ ସର୍ବୋଚ୍ଚ ପ୍ରାଥମିକତା ଦିଆଯାଇଛି।

Post Views: 33
Share198Tweet124Send
Voice of Victims

Voice of Victims

Recent Posts

  • ୩୪ ତମ ବିଶ୍ୱ ଜଳ ଦିବସ, ଦର୍ପନାରାୟଣପୁର ଶୁକୃ ବେହେରା ପାଣିପଞ୍ଚାୟତ ଅଧୀନରେ ରେ ଭାରତ ର ପ୍ରଥମ ସ୍ୱୟଂ ଚାଳିତ କେନାଲ ପ୍ରଣାଳୀ ଲୋକାର୍ପିତ
  • ଇରାନ ରାଜଧାନୀ ଉପରେ ଆମେରିକାର ଭୟଙ୍କର ବୋମା ! ବିଦ୍ୟୁତ ସେବା ଠପ୍, ଅନ୍ଧାରରେ ବୁଡ଼ିଲା ସାରା ସହର
  • ବିଜେଡିରୁ ୬ ନିଲମ୍ବିତ ସଦସ୍ୟଙ୍କ ସଭ୍ୟ ପଦ ରଦ୍ଦ ପାଇଁ ଆଜି ଦରଖାସ୍ତ ! ବାଚସ୍ପତିଙ୍କ ନିଷ୍ପତ୍ତି ଉପରେ ନିର୍ଭର
  • ରାଜ୍ୟରେ ପର୍ଯ୍ୟାପ୍ତ ପରିମାଣର ଗ୍ୟାସ୍ ମହଜୁଦ ଅଛି, ଭୟଭୀତ ହୁଅନ୍ତୁ ନାହିଁ: ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର
  • ବିଧାନସଭାରେ ମୁଖ୍ୟମନ୍ତ୍ରୀଙ୍କ ଉତ୍ତର, ବର୍ତ୍ତମାନ ୩ ଜିଲ୍ଲାରେ ସକ୍ରିୟ ଅଛନ୍ତି ୧୫ ମାଓବାଦୀ

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In