• About Us
  • Contact Us
Tuesday, March 24, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ବିଶେଷ ପୃଷ୍ଠା

ନୃତ୍ୟାନୁଷ୍ଠାନ ତ୍ରିଧାରା ପକ୍ଷରୁ ଆୟୋଜିତ ‘ସ୍ୱର୍ଣ୍ଣ ସମାରୋହ

by Voice of Victims
May 22, 2024
in ବିଶେଷ ପୃଷ୍ଠା, ମୁଖ୍ୟ ଖବର, ରାଜ୍ୟ
ନୃତ୍ୟାନୁଷ୍ଠାନ ତ୍ରିଧାରା ପକ୍ଷରୁ ଆୟୋଜିତ ‘ସ୍ୱର୍ଣ୍ଣ ସମାରୋହ

ଭୁବନେଶ୍ୱର : ଭୁବନେଶ୍ଵରର ଅଗ୍ରଣୀ ନୃତ୍ୟାନୁଷ୍ଠାନ ତ୍ରିଧାରା ପକ୍ଷରୁ ଆୟୋଜିତ ‘ସ୍ୱର୍ଣ୍ଣ ସମାରୋହ-୨୦୨୪’ ଆଜି ଭୁବନେଶ୍ୱର ରବୀନ୍ଦ୍ର ମଣ୍ଡପରେ ଏକ ଭବ୍ୟ ସମାରୋହରେ ଆୟୋଜିତ ହୋଇଯାଇଅଛି । ଏହି ଉତ୍ସବର ଆଯୋଜନର ଉଦ୍ଦେଶ୍ୟ ହେଉଛି ଗୁରୁ ଡଃ ଗଜେନ୍ଦ୍ର ପଣ୍ଡାଙ୍କ ୫୦ ବର୍ଷର ନୃତ୍ୟ ଯାତ୍ରାକୁ ଲୋକଲୋଚନକୁ ଆଣିବା । କଳା ଓ ନୃତ୍ୟ କ୍ଷେତ୍ରରେ ଗୁରୁ ଡ଼ଃ ଗଜେନ୍ଦ୍ର ପଣ୍ଡାଙ୍କ ଅବଦାନ ଅତୁଳନୀୟ । ୧୯୭୪ ମସିହାରୁ ୨୦୨୪ ମସିହା ପର୍ଯ୍ୟନ୍ତ ‘ସଖୀ ନାଟ’ରୁ ଆରମ୍ଭ କରି ‘ଓଡ଼ିଶୀ’ ନୃତ୍ୟରେ ଜଣେ ଗୁରୁ, ସଂଯୋଜକ, ସଂରଚକ ତଥା ଜଣେ ଓଡିଶୀ ଗବେଷକ ଭାବେ ତାଙ୍କର ଜୀବନ କାଳ ଉଲ୍ଲେଖନୀୟ । ଓଡ଼ିଶୀ ନୃତ୍ୟ କ୍ଷେତ୍ରରେ ଡକ୍ଟର ଗଜେନ୍ଦ୍ର ପଣ୍ଡା ଉଭୟ ପରମ୍ପରା ଓ ନବସୃଜନକୁ ମୂର୍ତ୍ତିମନ୍ତ କରି ଏକ ଦୃଢ ବ୍ୟକ୍ତିତ୍ୱ ଭାବେ ଠିଆ ହୋଇଛନ୍ତି । ଉଦଘାଟନୀ ଅଧିବେଶନରେ ଅତିଥି ଭାବରେ ଯୋଗଦେଇଥିଲେ ପ୍ରଖ୍ୟାତ ଭାଷାବିତ ଦେବୀ ପ୍ରସନ୍ନ ପଟ୍ଟନାୟକ, ସଂସ୍କୃତି ବିଶ୍ଵବିଦ୍ୟାଳୟର କୁଳପତି ପ୍ରୋଫେସର ପ୍ରସନ୍ନ କୁମାର ସ୍ଵାଇଁ, ଓଡିଶା ସଂଗୀତ ନାଟକ ଏକାଡେମୀର ଊପ ସଭାପତି ମନ୍ମଥ କୁମାର ଶତପଥୀ, ଓମ ଯୋଗ ଓ ପ୍ରାଣାୟମର ଗୁରୁଜୀ ଶ୍ୟାମ ସୁନ୍ଦର ଅଗରୱାଲ, ଲଲିତ କଳା ଏକାଡେମୀର ପୂର୍ବତନ ସଚିବ ରାମହରି ଜେନା, ପାରାଦୀପ ଫୋସଫେଟ ଲିମିଟେଡର ପୂର୍ବତନ ଉପ ସଭାପତି (ଏଚଆର) ସୁଭେନ୍ଦୁ ଦାସ, ଜାପାନରେ ଅବସ୍ଥିତ ଜଗନ୍ନାଥ ରଥ ଯାତ୍ରା କମିଟିର କାର୍ଯ୍ୟକାରୀ ସଭାପତି ଶ୍ରଦ୍ଧାଞ୍ଜଳି ମହାନ୍ତି, ବିଶିଷ୍ଟ ସଙ୍ଗୀତକାର ଲକ୍ଷ୍ମୀକାନ୍ତ ପାଲ୍ଲିତ, ବିଶିଷ୍ଟ ଓଡିଶୀ ନୃତ୍ୟାଙ୍ଗନା ସୁଜାତା ମିଶ୍ର, ଚିନ୍ତା ଓ ଚେତନାର ମହାସଚିବ ସୁରେନ୍ଦ୍ର ଦାସ, ହେଲ୍ଥ ଅନ ଟପର ମୁଖ୍ୟ ନିର୍ବାହୀ ଅଧିକାରୀ ଡକ୍ଟର ଗୌରବ ରାଳହନ, ତ୍ରିଧାରାର କାର୍ଯ୍ୟକାରୀ ସଭାପତି ସିମାଞ୍ଚଳ ପଣ୍ଡା ଏବଂ ତ୍ରିଧାରାର ନିର୍ଦ୍ଦେଶକ ଗୁରୁ ଗଜେନ୍ଦ୍ର ପଣ୍ଡା । ଉଦଘାଟନୀ ଅଧିବେଶନରେ ତ୍ରିଧାରାର ବରିଷ୍ଠ ଓ କନିଷ୍ଠ କଳାକାରଙ୍କ ଦ୍ୱାରା ଓଡ଼ିଶୀ ନୃତ୍ୟ ପରିବେଷଣ କରାଯାଇଥିଲା । ଶୁଭଶ୍ରୀ, ତନିଶା, ଲିସା ରାଣୀ, ରିଷିତା, ତନୁପ୍ରିୟା, ସୋନାଲି, ଦିବ୍ୟା, ଅନୁଷ୍କା ଓ ସ୍ୱପ୍ନାରାଣୀଙ୍କ ଦ୍ୱାରା ପ୍ରଥମ ଉପସ୍ଥାପନା ଥିଲା ଗଣନାୟକ । ଏହା ପରେ ମଙ୍ଗଳାଚରଣ – ଲକ୍ଷ୍ମୀ ନୃସିଂହ ଧ୍ୟାନ ଯାହା ରାଗ-ମଙ୍ଗଳାଗୁଜରୀ ଓ ଲଳିତ ଉପରେ ନିବଦ୍ଧ ଥିଲା ଯାହାକୁ ପରିବେଷଣ କରିଥିଲେ ପ୍ରିୟଙ୍କା, ଅକାଂଶୁ, ଶୁଭଶ୍ରୀ, ପ୍ରଜ୍ଞାନଶିନୀ, ଶ୍ରୀୟାଂଶୀ, ଅନୁସ୍କା, ଆଦ୍ୟାଶା, ପ୍ରତ୍ୟାଶା, ଅରୁନ୍ଧତୀ, ସୋମ୍ୟଶ୍ରୀ ଓ ମୁକ୍ତି । ପରବର୍ତ୍ତୀ ଉପସ୍ଥାପନାରେ ଶ୍ରୀଦିକ୍ଷା, ଆଦିତ୍ୟ, ଆରାଧ୍ୟା, ସୁନିସ୍କା, ଅଙ୍କିତା, ଆରାଧ୍ୟା ଓ ଆଲପଙ୍କ ଦ୍ୱାରା ଅଭିନୟ କେଡେ ଛନ୍ଦ ପରିବେଷଣ କରାଯାଇଥିଲା । ପରବର୍ତ୍ତୀ ପ୍ରସ୍ତୁତିଟି ଥିଲା ବିଜୟଲକ୍ଷ୍ମୀ ଓ ସୁଭଶ୍ରୀଙ୍କ ଦ୍ୱାରା ମହାକାଳୀ ଧ୍ୟାନ ପରେ ପରେ ଅଭିନୟ ଉଠିଲୁ ଏଡ଼େ ବେଗି ପରିବେଷଣ କରିଥିଲେ ଆକାଶ, ଶ୍ରେୟାଂସୀ, କାବ୍ୟ, ହର୍ଷାଲି, ଶିବାଙ୍ଗୀ, ଶିକ୍ଷାଂସୀ, ଶ୍ୱେତା ଓ ସାନଭି । ଏହାପରେ ଅତସୀ ମିଶ୍ରଙ୍କ ଦ୍ୱାରା ପରିବେଷଣ କରାଯାଇଥିଲା କଳାବତୀ ପଲ୍ଲବୀ ପରେ ପରେ ସନ୍ଧ୍ୟା, ଅରୁଣା, ରୁତୁମ୍ଭରା, କୃଷ୍ଣ ପ୍ରଭାତୀ, ରୁନୁ, ପ୍ରିୟଙ୍କା ଓ ସଞ୍ଜୁକ୍ତାଙ୍କ ଦ୍ୱାରା ଫୁଲେନ୍ଦୀ ପରିବେଷଣ କରାଯାଇଥିଲା । ପରବର୍ତ୍ତୀ ପ୍ରସ୍ତୁତିଟି ଥିଲା ଦିବ୍ୟଶ୍ରୀ, ଶିବାନୀ, ଅଙ୍କିତା, ମୋକ୍ଷଦା, ସିମରନ, ସାଇ ଦୁର୍ଗା, ରୁତୁଜା, ମହିମା, ସାଲୋନି ଓ ଶ୍ରଦ୍ଧାଙ୍କ ଦ୍ୱାରା ରାଗେଶ୍ରୀ ସ୍ଥାୟି । କବିସମ୍ରାଟ ଉପେନ୍ଦ୍ର ଭଞ୍ଜଙ୍କ ଦ୍ୱାରା ରଚିତ ଓଡ଼ିଆ ଅଭିନୟ ମାନଉଦ୍ଧାରଣ ଯାହା ରାଗ-ମିଶ୍ର ଆରବୀ ଓ ତାଳ-ତ୍ରିପଟା ନିବଦ୍ଧ ଥିଲା ଯାହାକୁ ପରିବେଷଣ କରିଥିଲେ ଶ୍ରେୟା, ତନିଶା ଓ ଋତୁଜା । ପରବର୍ତ୍ତୀ ପ୍ରସ୍ତୁତିଟି ଥିଲା ନବରସ ଯାହା ରାଗ-ମାଳିକା ଓ ତାଳ-ମାଳିକା ଉପରେ ନିବଦ୍ଧ ଥିଲା ଯାହାକୁ ପରିବେଷଣ କରିଥିଲେ ମୋକ୍ଷଦା ଓ ହରପ୍ରିୟା । ଉଦ୍‌ଘାଟନୀ ଅଧିବେଶନର ଶେଷ ଉପସ୍ଥାପନା ଥିଲା ସରିତା, ପ୍ରିୟଙ୍କା, ଜି ନାଗେଶ୍ୱରୀ, ଦିପିକା ଏବଂ ମୋନାଲିସାଙ୍କ ଦ୍ୱାରା ଦୁର୍ଗା ତାଣ୍ଡବ । ଉଦଯାପନୀ ଅଧିବେଶନରେ ସମ୍ମାନିତ ଅତିଥି ଭାବରେ ପ୍ରଖ୍ୟାତ କବି ଡକ୍ଟର ସୀତାକାନ୍ତ ମୋହାପାତ୍ର, ଓଡିଆ ଭାଷା ସାହିତ୍ୟ, ସଂସ୍କୃତି ବିଭାଗର ନିର୍ଦ୍ଦେଶକ ଦିଲୀପ ରାଉତରାୟ, ବିଶିଷ୍ଟ ଓଡିଶୀ ସଙ୍ଗୀତ ସଂଯୋଜକ ଗୁରୁ ଡକ୍ଟର ଗୋପାଳ ଚନ୍ଦ୍ର ପଣ୍ଡା, ଗବେଷକ ତଥା ଲେଖକ ଡକ୍ଟର ରମେଶ ପ୍ରସାଦ ପାଣିଗ୍ରାହୀ, ବିଶିଷ୍ଟ ନୃତ୍ୟାଙ୍ଗନା ଗୁରୁ ଜ୍ୟୋତି ରାଉତ, ତ୍ରିଧାରାର ନିର୍ଦ୍ଦେଶକ ଗୁରୁ ଗଜେନ୍ଦ୍ର ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ । କାର୍ଯ୍ୟକ୍ରମ ଆରମ୍ଭରେ ସ୍ୱର୍ଣ୍ଣ ସମ୍ମାନ ୨୦୨୪ ଗୁରୁ ଡକ୍ଟର ଗଜେନ୍ଦ୍ର ପଣ୍ଡାଙ୍କ ୫୦ ବର୍ଷର ସୁଦୀର୍ଘ ଯାତ୍ରାରେ ତାଙ୍କୁ ସହଯୋଗ କରିଥିବା ସଖୀ ନାଟର କିମ୍ବଦନ୍ତୀ ଗୁରୁ ତଥା ଓଡିଶୀ ନୃତ୍ୟର ବିଶିଷ୍ଟ ଗୁରୁମାନଙ୍କୁ ସନ୍ଧ୍ଯାର ସମ୍ମାନିତ ଅତିଥିମାନଙ୍କ ଦ୍ୱାରା ପ୍ରଦାନ କରଯାଇଥିଲା । ପୁରସ୍କାର ବିତରଣ ଉତ୍ସବ ପରେ ତ୍ରିଧାରାର ବରିଷ୍ଠ ନୃତ୍ୟଶିଳ୍ପୀମାନେ ଓଡ଼ିଶୀ ନୃତ୍ୟ ପ୍ରହଲ୍ଲାଦ ଉପସ୍ଥାପନ କରିଥିଲେ । ସମସ୍ତ ନୃତ୍ୟର ସଂରଚନା କରିଥିଲେ ଗୁରୁ ଗଜେନ୍ଦ୍ର କୁମାର ପଣ୍ଡା । ନୃତ୍ୟ ସମୟରେ ତ୍ରିଧାରାର ନୃତ୍ୟଶିଳ୍ପୀମାନେ ଚମତ୍କାର ନିର୍ଭୁଲ ଓ ଆକର୍ଷଣୀୟ ଅଙ୍ଗଭଙ୍ଗୀ ସାଙ୍ଗକୁ ତାଳ, ଲୟ ଓ ଛନ୍ଦର ସମିଶ୍ରଣରେ ନୃତ୍ୟ ପ୍ରଦର୍ଶନ କରି ଦର୍ଶକଙ୍କୁ ଶେଷ ପର୍ଯ୍ୟନ୍ତ ମନ୍ତ୍ରମୁଗ୍ଧ କରି ରଖିଥିଲେ । କାର୍ଯ୍ୟକ୍ରମଟିକୁ ସଂଚାଳନା କରିଥିଲେ ଡକ୍ଟର ମୃତ୍ୟୁଞ୍ଜୟ ରଥ ।

Post Views: 40
Share204Tweet127Send
Voice of Victims

Voice of Victims

Recent Posts

  • ୩୪ ତମ ବିଶ୍ୱ ଜଳ ଦିବସ, ଦର୍ପନାରାୟଣପୁର ଶୁକୃ ବେହେରା ପାଣିପଞ୍ଚାୟତ ଅଧୀନରେ ରେ ଭାରତ ର ପ୍ରଥମ ସ୍ୱୟଂ ଚାଳିତ କେନାଲ ପ୍ରଣାଳୀ ଲୋକାର୍ପିତ
  • ଇରାନ ରାଜଧାନୀ ଉପରେ ଆମେରିକାର ଭୟଙ୍କର ବୋମା ! ବିଦ୍ୟୁତ ସେବା ଠପ୍, ଅନ୍ଧାରରେ ବୁଡ଼ିଲା ସାରା ସହର
  • ବିଜେଡିରୁ ୬ ନିଲମ୍ବିତ ସଦସ୍ୟଙ୍କ ସଭ୍ୟ ପଦ ରଦ୍ଦ ପାଇଁ ଆଜି ଦରଖାସ୍ତ ! ବାଚସ୍ପତିଙ୍କ ନିଷ୍ପତ୍ତି ଉପରେ ନିର୍ଭର
  • ରାଜ୍ୟରେ ପର୍ଯ୍ୟାପ୍ତ ପରିମାଣର ଗ୍ୟାସ୍ ମହଜୁଦ ଅଛି, ଭୟଭୀତ ହୁଅନ୍ତୁ ନାହିଁ: ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର
  • ବିଧାନସଭାରେ ମୁଖ୍ୟମନ୍ତ୍ରୀଙ୍କ ଉତ୍ତର, ବର୍ତ୍ତମାନ ୩ ଜିଲ୍ଲାରେ ସକ୍ରିୟ ଅଛନ୍ତି ୧୫ ମାଓବାଦୀ

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In