ଭୁବନେଶ୍ବର (ଭିଓଭି): +୨ ପରୀକ୍ଷା ବିଜ୍ଞାନ ବିଭାଗରେ ବାଲିପାଟଣା ଏବଂ ବାଲିଅନ୍ତା ବ୍ଳକରେ ଟପ୍ପର ହୋଇଥିବା ସ୍ବୟଂପ୍ରଜ୍ଞା ସାହୁଙ୍କୁ ଶିଶୁ ଅନନ୍ତ ପ୍ରେସ କ୍ଳବ ପକ୍ଷରୁ ଉତ୍ତରୀୟ ଏବଂ ଫଟୋଚିତ୍ର ପ୍ରଦାନ କରାଯାଇ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି । ଗତ +୨ ପରୀକ୍ଷାରେ ଶିଶୁ ଅନନ୍ତ ମହାବିଦ୍ୟାଳୟର ଛାତ୍ରୀ ସ୍ବୟଂପ୍ରଜ୍ଞା ସାହୁ ମୋଟ ୫୪୮ (୯୧.୩୩%) ମାର୍କ ରଖି ଦୁଇଟି ଯାକ ବ୍ଳକରେ ଟପ୍ପର ହୋଇଛନ୍ତି । ସେହିପରି ବାଲିଅନ୍ତା ବ୍ଳକରେ ମେଟ୍ରିକ ପରୀକ୍ଷାରେ ଟପ୍ପର ହୋଇଥିବା ନନ୍ଦିତା ସାହୁଙ୍କୁ ମଧ୍ୟ ପ୍ରେସ କ୍ଳବ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଛି । ଗତ ମାଟ୍ରିକ ପରୀକ୍ଷାରେ ବାଳକାଟି ବାଳିକା ଉଚ୍ଚ ବିଦ୍ୟାଳୟର ଛାତ୍ରୀ ନନ୍ଦିତା ୫୬୭(୯୪.୫୦%) ମାର୍କ ରଖି ବ୍ଳକରେ ଟପ୍ପର ହୋଇଛନ୍ତି । ଏହି କାର୍ଯ୍ୟକ୍ରମରେ ପ୍ରେସ କ୍ଳବ ତରଫରୁ ଉପଦେଷ୍ଟା ତଥା ବରିଷ୍ଠ ସାମ୍ବାଦିକ ସୂର୍ଯ୍ୟକାନ୍ତ ଭୋଳ, ପ୍ରେସ କ୍ଳବ ସଭାପତି ବିଦ୍ୟାଭୂଷଣ ଭୋଳ, ଆଶୁତୋଷ ଚୌଧୁରୀ, ପ୍ରଳୟ କୁମାର ଦାସ, ପ୍ରାର୍ଥ ରବିନାରାୟଣ ମିଶ୍ର , ବିଶ୍ଵ ରଞ୍ଜନ ଦାସ ପ୍ରମୁଖ କୃତି ଟପ୍ପରମାନଙ୍କୁ ଶୁଭେଚ୍ଛା ଜଣାଇବା ସହ ଉଜ୍ବଳ ଭବିଷ୍ୟତ କାମନା କରିଥିଲେ ।
