• About Us
  • Contact Us
Tuesday, March 24, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ମୁଖ୍ୟ ଖବର

ବିଜେପି ଉପରେ ବର୍ଷିଲେ ପାଣ୍ଡିଆନ୍

by Voice of Victims
May 28, 2024
in ବିଶେଷ ପୃଷ୍ଠା, ମୁଖ୍ୟ ଖବର, ରାଜ୍ୟ
ବିଜେପି ଉପରେ ବର୍ଷିଲେ ପାଣ୍ଡିଆନ୍

ଭୁବନେଶ୍ୱର: ପ୍ରେସମିଟ୍ କରି ବିଜେପି ଉପରେ ବର୍ଷିଛନ୍ତି ବିଜେଡି ନେତା ଭି କେ ପାଣ୍ଡିଆନ୍ । ସେ କହିଛନ୍ତି , ‘ନିଜ ଗୋଡ଼ରେ ନିଜେ କୁରାଢ଼ୀ ମାରୁଛି ବିଜେପି । ବିଜେପିର ମାନିଫେଷ୍ଟୋକୁ ନେଇ ଲୋକମାନେ ବୁଝି ସାରିଛନ୍ତି । ତେଣୁ ଏହି ମାନିଫେଷ୍ଟରେ ବିଜେପିର ୯ ଟି ସେଲ୍ଫ ଗୋଲ ଖୋଦ୍ ବିଜେପି ପାଇଁ ସମସ୍ୟା ସୃଷ୍ଟି କରିଛି । ବିଜେପିର ନିର୍ବାଚନ ଇସ୍ତହାରକୁ ନେଇ ଟାର୍ଗେଟ କରିଛନ୍ତି ବିଜେଡି ନେତା ଭି.କେ ପାଣ୍ଡିଆନ୍ । ମାନିଫେଷ୍ଟୋରେ ବିଜେପିର ୯ଟି ସେଲ୍ଫ ଗୋଲ ତଥା ନିଜେ ନିଜ ପାଇଁ ସୃଷ୍ଟି କରିଥିବା ସମସ୍ୟାକୁ ନେଇ ସେ କହିଛନ୍ତି , ମହାପ୍ରଭୁ ଶ୍ରୀଗନ୍ନାଥଙ୍କୁ ରାଜନୀତିକୁ ଟାଣିବା, ମୁଖ୍ୟମନ୍ତ୍ରୀଙ୍କୁ ଅପମାନିତ କରିବା କଥାକୁ ରାଜ୍ୟବାସୀ ପସନ୍ଦ କରୁନାହାଁନ୍ତି । ସେହିପରି ମିଶନ ଶକ୍ତି ମହିଳାଙ୍କ ବିରୁଦ୍ଧରେ ଷଡ଼ଯନ୍ତ୍ର ହେଉଛି । ବିଜେପିର ମାନିଫେଷ୍ଟୋ କହୁଛି , ସରକାରକୁ ଆସିଲେ ପ୍ରଥମେ ମିଶନ ଶକ୍ତି ବନ୍ଦ ହେବ । ତେଣୁ ମିଶନ ଶକ୍ତିର ୭୦ ଲକ୍ଷ ମହିଳା ଏକାଠି ହୋଇଛନ୍ତି । ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ବନ୍ଦ କରି ଆୟୁଷ୍ମାନ ଯୋଜନା ଲାଗୁ କରିବାକୁ ଚାହୁଁଛି ବିଜେପି । ଏହାଦ୍ୱାରା ୪୫ ଲକ୍ଷ ପରିବାର ଏଥିରୁ ନିବୃତ ରହିବେ । ବିଏସକେୱାଇରେ ୯୦ ଲକ୍ଷ ପରିବାର ସୁବିଧା ପାଉଛନ୍ତି । ଯୁବପିଢ଼ିଙ୍କ ପାଇଁ ବିଜେପି ମାନିଫେଷ୍ଟୋରେ ଭିଜନ ନଥିବା କହି ସେ ଟାର୍ଗେଟ କରିଛନ୍ତି । ଆଦିବାସୀଙ୍କ କଳା ସଂସ୍କୃତି ଓ ଭାଷା ଆଦିର ରକ୍ଷଣବେକ୍ଷଣ ପାଇଁ ମୁଖ୍ୟମନ୍ତ୍ରୀ ସ୍ୱେଶାଲ ଡେଭଲପ କାଉନସିଲ କରିଛନ୍ତି । ହେଲେ ଡବଲ ଇଞ୍ଜିନ ସରକାର ଥିବା କୌଣସି ରାଜ୍ୟରେ ଏଭଳି ବ୍ୟବସ୍ଥା ନାହିଁ ବୋଲି କହିଛନ୍ତି ପାଣ୍ଡିଆନ୍ । ୯ଟି ପ୍ରସଙ୍ଗରେ ବିଜେପି କୁ ଟାର୍ଗେଟ କଲେ ବିଜେଡି ନେତା ଭିକେ ପାଣ୍ଡିଆନ। ବିଜେପିର ୯ ସେଲ୍ଫ ଗୋଲ କଥା କହି ସମାଲୋଚନା କରିଛନ୍ତି ଭିକେ ପାଣ୍ଡିଆନ। ମହାପ୍ରଭୁ ଜଗନ୍ନାଥ ଓ ଶ୍ରୀମନ୍ଦିରକୁ ରାଜନୀତିକୁ ଟାଣିବାକୁ ପସନ୍ଦ କରୁନାହାନ୍ତି ଓଡ଼ିଶା ବାସୀ। ବାହାରୁ ନେତା , କେନ୍ଦ୍ରମନ୍ତ୍ରୀ ଆସି ମୁଖ୍ୟମନ୍ତ୍ରୀଙ୍କୁ ଅଶାଳୀନ ଭାଷାରେ ଅସମ୍ମାନ ଗାଳି ଗୁଲଜ କରୁଛନ୍ତି। ଯାହାକୁ ଓଡ଼ିଶା ବାସୀ ପସନ୍ଦ କରୁନାହାନ୍ତି। ମିଶନଶକ୍ତି କୁ ବନ୍ଦ କରିବାକୁ ବିଜେପି ଇସ୍ତାହାର ଘୋଷଣା କରିଛି।ବିଜେପି ସରକାରକୁ ଆସିଲେ ମିଶନଶକ୍ତି ବନ୍ଦ କରିବେ। ନିର୍ବାଚନ ଇସ୍ତାହାର ରେ ମିଶନଶକ୍ତିକୁ ବନ୍ଦ କରିବାକୁ ବିଜେପି କହିଛି। ମିଶନଶକ୍ତି କୁ ବନ୍ଦ କରିବାକୁ ବିଜେଡି ଷଡଯନ୍ତ୍ର କରୁଛି। BSKY ବନ୍ଦ କରି ଆୟୁଷ୍ମାନ ଭାରତ ଯୋଜନା ଲାଗୁ କରିବାକୁ ବିଜେପି ଇସ୍ତାହାର ଘୋଷଣା କରିଛି। ଆୟୁଷ୍ମାନ ଭାରତ କେବଳ ବିପିଏଲ ପରିବାର ପାଇଁ । କିନ୍ତୁ BSKY ଯୋଜନା ସମସ୍ତଙ୍କ ପାଇଁ। ରାଜ୍ୟର ୯୦ ପ୍ରତିଶତ ଲୋକ ସୁବିଧା ପାଉଛନ୍ତି। ଆଗକୁ BSKY ନବୀନ କାର୍ଡରେ ସମସ୍ତଙ୍କୁ ସାମିଲ କରାଯିବ।ଯୁବ କ୍ଷେତ୍ରକୁ ଗୁରୁତ୍ଵ ଦେଇ ନବୀନ ସରକାର 5T ସ୍କୁଲ ,5T କଲେଜ,ଯୁବ ବଜେଟ ବ୍ୟବସ୍ଥା କରିଛନ୍ତି। ୯୮ ପ୍ରତିଶତ ପିଲାଙ୍କ ପାଇଁ ନୂଆ ଓ ଛାତ୍ର ବୃତ୍ତି ଯୋଜନା ଆରମ୍ଭ ହୋଇଛି। ଯୁବକଙ୍କ ପାଇଁ ବିଜେପି ଇସ୍ତାହାର ରେ କିଛି ନଥିବା ବେଳେ ଏହାକୁ ବନ୍ଦ କରିବାକୁ ଯୋଜନା କରୁଛି ବିଜେପି। ମୁଖ୍ୟମନ୍ତ୍ରୀ ଆଦିବାସୀଙ୍କ ପରିଚୟ ପାଇଁ SDC ଗଠନ କରିଛନ୍ତି। ଡବଲ ଇଞ୍ଜିନ ଚାଲିଥିବା ରାଜ୍ୟରେ ଅଧିକ ଆଦିବାସୀ ଥାଇ ବି SDC ଗଠନ କରାଯାଇ ନାହିଁ। ବିଜେପି ସରକାର କୁ ଆସିଲେ ଏହାକୁ ବନ୍ଦ କରିବେ। ଡବଲ ଇଞ୍ଜିନ ସରକାର ଥିବା ରାଜ୍ୟରେ ଶାନ୍ତି ନାହିଁ। ଓଡ଼ିଶାରେ ଶାନ୍ତି ଅଛି। ଓଡ଼ିଶାରେ ଦାଦା ବଟି ନାହିଁ। କିନ୍ତୁ ବିଜେଡି ରୁ ବିଦା ହୋଇଥିବା ଅନେକ ଅପରାଧିକ କାର୍ଯ୍ୟକଳାପ ରେ ଲିପ୍ତ ଥିବା ବ୍ୟକ୍ତିଙ୍କୁ ବିଜେପି ନିଜ ଦଳରେ ସାମିଲ କରିଛି। ବିଜେଡ଼ିର ମାଗଣା ବିଦ୍ୟୁତ୍ ଘୋଷଣା ପରେ ବିଜେପିକୁ କରେଣ୍ଟ ଲାଗିଛି । ବିଜେପି ସୋଲାର ବ୍ୟବସ୍ଥାରେ ବିଦ୍ୟୁତ୍ ଯୋଗାଇବା କଥା କହୁଛି। ରନ୍ଧନ ଗ୍ୟାସ ମାଗଣାରେ ଯୋଗାଇବା କଥା କହି ବାରମ୍ବାର ଦର ବଢାଇ ଚାଲିଛି। LPG ଗ୍ୟାସ ପରି ବିଜେପିର ସୋଲାର ବିଦ୍ୟୁତ୍ ଘୋଷଣା ଏକ ବଡ ଜୁମଲା। ଚାଷୀଙ୍କ ପାଇଁ ୩୧୦୦ ଟଙ୍କା MSP ବଡ ଜୁମଲା। MSP ବୃଦ୍ଧି କେନ୍ଦ୍ର ବିଚାରାଧୀନ ହୋଇଥିଲେ ବି ୧୦ ବର୍ଷ ଧରି ଚାଷୀଙ୍କ କଥା ଚିନ୍ତା କରିନଥିଲା ବିଜେପି। ଏବେ ନିର୍ବାଚନ ପାଇଁ ଚାଷୀଙ୍କ କଥା ମନେ ପଡୁଛି। ସୁଭଦ୍ରା ଯୋଜନାରେ ୫୦ ହଜାର ଟଙ୍କା ଭାଉଚର ଦେବାକୁ ବିଜେପିର ଘୋଷଣା ମଧ୍ୟ ଏକ ଜୁମଲା। ଯଦି ୫୦ ହଜାର ଟଙ୍କା ଦିଆଯାଏ ୧ ଲକ୍ଷ କୋଟି ଟଙ୍କା ଖର୍ଚ୍ଚ ହେବ। କିନ୍ତୁ ଓଡ଼ିଶାରେ ବିକାଶମୂଳକ ବାବଦରେ ସ୍କିମ ୨୫ ହଜାର କୋଟି ଟଙ୍କା ବଜେଟ ରହୁଛି। ୧୫ ଲକ୍ଷ ଆକାଉଣ୍ଟ କୁ ଦେବା ଘୋଷଣା କରି ଏହ ବିଜେଡ଼ିର ଆଉ ଏକ ଜୁମଲା। ସେ କହିଛନ୍ତି ଯେ ଓଡିଶା ବାସୀ ଜାଣିଛନ୍ତି ଓଡିଶାରେ ବିଜେପିର ସ୍ଥିତି କିଛି ନାହିଁ। ବିଜେଡ଼ି ତୃତୀୟ ପର୍ଯ୍ୟାୟ ପରେ ଲୋକଙ୍କ ଆଶିର୍ବାଦରେ ବହୁମତ ପାଇ ସାରିଛି। ବିଜେଡ଼ି ସୁଇପ କରିବ, ୯୦-୯୫ ଷ୍ଟାଇକ ରେଟ ହେବ। ଅନ୍ୟ ସ୍ଥାନରେ ଯଦି ୮୦-୮୫ ପ୍ରତିଶତ ରହିଛି ଏଇଟା ବିଜେଡ଼ିର ଗଡ଼। ଯାଜପୁର, ଭଦ୍ରକ, ଜଗତସିଂପୁର, କେନ୍ଦ୍ରାପଡ଼ା, ବାଲେଶ୍ୱର, ମୟୁରଭଞ୍ଜ । ମୟୂରଭଞ୍ଜରେ ଜିଲ୍ଲା ପରିଷଦ ନିର୍ବାଚନରେ ୫୫ରୁ ୫୪ ବିଜେଡ଼ି ଜିତିଲା। ଆଉ କେଉଁ ଦଳ ଗୋଟିଏ ଆସନ ପାଇଥିଲେ l ଓଡ଼ିଶା ବହୁତ ନେତା ମାନେ ଆସୁଛନ୍ତି , ଭଲ କଥା। ଓଡିଶାକୁ ଆସିବା ସ୍ଵାଗତ l ହେଲେ ଓଡିଶା ଆସି ଓଡିଶାର ଲୋକପ୍ରିୟ ମୁଖ୍ୟମନ୍ତ୍ରୀଙ୍କୁ ଅସମ୍ମାନ କରୁଛନ୍ତି। ଏହାର ଜବାବ ଆଗାମୀ ଦିନରେ ଓଡ଼ିଶାବାସୀ ଦେବେ । ମତେ ଗାଳି କି ଆକ୍ରମଣ କଲେ କିଛି ପ୍ରଭାବ ପଡ଼ିବ ନାହିଁ। ମୁଁ ବହୁତ ଖୁସୀ ଅଛି । ମୋତେ ଯଦି ଗାଳି ଦେଲେ ତାହାର ଜବାବ ଓଡ଼ିଶାବାସୀ ଦେବେ l ଓଡିଶାର ସବୁ ଯୋଜନା ୫ଟିରେ ହେଉଛି ,ସେମାନେ ଏଇଟା ଜାଣିଛନ୍ତି। ମତେ ଗାଳି ଦେଲେ ଲୋକ ବୁଝିବେ। ୨୦୧୯ ପରଠୁ ଓଡିଶାରେ ବହୁତ ଭଲ କାମ କରlଯାଇଛି। ୫ ଟି ଘୋଷଣା ପରେ ସବୁ କାମ ଭଲ ହୋଇଛି । କୋଭିଡ ବେଳେ ଓଡିଶାବାସୀ ମାଗଣା ଚିକିତ୍ସା ପାଇଛନ୍ତି। ଏହାସହ ଅନେକ ଯୋଜନା ଲୋକଙ୍କ ହୃଦୟକୁ ଛୁଇଁଛି। ଏବେ ସବୁ କିଛି ସବୁ ରୂପାନ୍ତରିକରଣ ହେଉଛି, ସ୍କୁଲ, କଲେଜ ଠୁ ଆରମ୍ଭ କରି ମନ୍ଦିର ପର୍ଯ୍ୟନ୍ତ। ମୋ ସରକାର ଲାଗୁ ହେବା ପରେ ସବୁ ଅଫିସ ବିଷୟରେ ଆପଣ ଲୋକଙ୍କଠୁ ମତାମତ ନେଲେ ସେମାନେ କହିବେ। 5ଟି ଓ ମୋ ସରକାର ଦ୍ୱାରା କିପରି ଉପକୃତ ହେଉଛନ୍ତି l ବିଜେଡ଼ି ଲୋକଙ୍କ ସରକାର l

Post Views: 36
Share198Tweet124Send
Voice of Victims

Voice of Victims

Recent Posts

  • ଦିଲ୍ଲୀ ବିଧାନସଭାକୁ ମିଳିଲା ବୋମା ଧମକ, ମୋଦି ଓ ଅମିତ ଶାହଙ୍କୁ ଟାର୍ଗେଟ୍ !
  • ଥାନା ଭିତରେ ରକ୍ତ ଛିଟା, ଦୁଇ ପରିବାରର ଜାଗା ବାଡ଼ିକୁ ନେଇ ପୋଲିସ ଉପସ୍ଥିତିରେ ମାରପିଟ୍
  • ଭୁଲ ଇଞ୍ଜେକ୍ସନ ପାଇଁ ଶିଶୁ ମୃତ୍ୟୁ ଅଭିଯୋଗ, କ୍ୟାପିଟାଲ ହସ୍ପିଟାଲରେ ଉତ୍ତେଜନା
  • କାଲିଠୁ ରତ୍ନଭଣ୍ଡାର ଅଳଙ୍କାର ଗଣତି ମଣତି ଆରମ୍ଭ, ଏସଓପି ଆଧାରରେ ସମସ୍ତ କାର୍ଯ୍ୟ ସୁରୁଖୁରୁରେ କରାଯିବ
  • ଜଳିଗଲା ୨ ବଖରା ଛପର ଘର, ଲୋକମାନଙ୍କର ଉଡିଗଲା ହୋସ !

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In