• About Us
  • Contact Us
Tuesday, March 24, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ବିଶେଷ ପୃଷ୍ଠା

ଭୟାବହ ଅଗ୍ନିକାଣ୍ଡରେ ଶ୍ରୀଗୁଣ୍ଡିଚା ମନ୍ଦିର ପାଚେରୀ କ୍ଷତିଗ୍ରସ୍ତ

by Voice of Victims
June 1, 2024
in ବିଶେଷ ପୃଷ୍ଠା, ମୁଖ୍ୟ ଖବର, ରାଜ୍ୟ
ଭୟାବହ ଅଗ୍ନିକାଣ୍ଡରେ ଶ୍ରୀଗୁଣ୍ଡିଚା ମନ୍ଦିର ପାଚେରୀ କ୍ଷତିଗ୍ରସ୍ତ

ପୁରୀ(ଭିଓଭି): ନରେନ୍ଦ୍ର ପୁଷ୍କରିଣୀ ବାଣ ବିଷ୍ପୋରଣର ତିନିଦିନ ନ ପୁରୁଣୁ ଆଜି ସକାଳେ ଶ୍ରୀଗୁଣ୍ଡିଚା ମନ୍ଦିର ନାକଚଣା ଦୁଆର ନିକଟରେ ଭୟାଭୟ ଅଗ୍ନିକାଣ୍ଡ ଘଟି କିଛି ଫାଇବର ବ୍ୟାରେକେଡ ଜଳିଯିବା ସମେତ ଶ୍ରୀଗୁଣ୍ଡିଚା ମନ୍ଦିର ପାଚେରୀ କ୍ଷତିଗ୍ରସ୍ତ ହୋଇଛି । ଘଟଣାରୁ ପ୍ରକାଶ ଯେ, ଆଜି ସକାଳ ପ୍ରାୟ ପାଂଚଟା ହେବ ହଠାତ୍ ଶ୍ରୀଗୁଣ୍ଡିଚା ମନ୍ଦିର ନାକଚଣା ଦୁଆର ବାମ ପାର୍ଶ୍ୱରୁ କିଛି ଧୂଆଁ ଉଠୁଥିବାର ଦେଖାଗଲା । କେହି କିଛି ବୁଝିବା ଆଗରୁ ପ୍ରକାଣ୍ଡ ଆକାରରେ ନିଆଁ ଜଳି ସମଗ୍ର ଅଞ୍ଚଳ ଧୂଆଁମୟ ହୋଇ ଯାଇଥିଲା । ଗୁଣ୍ଡିଚା ମନ୍ଦିର ପାଚେରୀର ପ୍ରାୟ ୧୫ ରୁ ୨୦ ଫୁଟ ଉପରକୁ ଅଗ୍ନି ଶିଖା ଉଠୁଥିଲା । ନିଆଁ ଉଠୁଥିବା ସ୍ଥାନର ସାମନା ପଟରେ ରଥଯାତ୍ରା ସମୟରେ ପୋଲିସ ପୋଷ୍ଟ ନିମନ୍ତେ ଉପଯୋଗ ହେଉଥିବା କଣ୍ଟେନର୍‌ ସହିତ ଗୁଣ୍ଡିଚା ମନ୍ଦିର ମରାମତି ହେବା ନିମନ୍ତେ ପଥର ରଖାଯାଇଥିଲା । ପଛପଟେ ଗୁଣ୍ଡିଚା ମନ୍ଦିର ପାଚେରୀ ଏବଂ ଦୁଇ ପାର୍ଶ୍ୱରେ ଦୁଇଟି ବରଗଛ ସାଙ୍ଗକୁ ପଥର ଜମା ହୋଇ ରହିଥିବାରୁ ନିଆଁ କେଉଁଥିରେ ଲାଗିଛି କିଛି ଜଣା ପଡୁ ନଥିଲା । ଦମକଳ ବାହିନି ଆସି ନିଆଁକୁ ଆୟତ କଲା ପରେ ସେଠାରେ ପରିତ୍ୟକ୍ତ ଅବସ୍ଥାରେ ରଖାଯାଇଥିବା କିଛି ଫାଇବର ବ୍ୟାରିକେଡରେ ନିଆଁ ଲାଗିଥିବାର ଜଣା ପଡିଥିଲା । କିଛି ଦେଖଣାହାରୀଙ୍କ କହିବା ଅନୁସାରେ ସେଠାରେ ଗତକାଲି ସନ୍ଧ୍ୟା ସମୟରୁ ଜଣେ ମାନସିକ ବିକୃତ ବ୍ୟକ୍ତି କିଛି ଧୂପକାଠି ଜଳାଇ ବସି ରହିଥିଲା । ବରଗଛରୁ ଶୁଖିଲା ପତ୍ର ମଧ୍ୟ ସେଠାରେ ଜମି ରହିଥିଲା । ହୁଏତ ସେଥିରେ କୌଣସି ପ୍ରକାରେ ଅଗ୍ନି ସଂଯୋଗ ହୋଇ ଏପରି ଘଟଣା ଘଟି ଥାଇପାରେ କିମ୍ବା ଉକ୍ତ ଫାଇବର ବ୍ୟାରିକେଡ ଭିତରେ ଥିବା ଲୁହା ଚୋରୀ କରିବା ଉଦ୍ଦେଶ୍ୟରେ କେହି ଅସାମାଜିକ ବ୍ୟକ୍ତି ଏପରି କରିଥାଇ ପାରେ ବୋଲି ସନ୍ଦେହ ହେଉଛି । ଏହି ଅଗ୍ନିକାଣ୍ଡରେ ଗୁଣ୍ଡିଚା ମନ୍ଦିର ପାଚେରୀର କିଛି ଅଂଶର ପ୍ଲାଷ୍ଟର କ୍ଷତିଗ୍ରସ୍ତ ହୋଇ ଝଡି ପଡ଼ିଥିବାର ଦେଖିବାକୁ ମିଳିଛି । ସ୍ଥାନୀୟ ବାସିନ୍ଦାଙ୍କ ଅଭିଯୋଗ ଅନୁସାରେ ପ୍ରଶାସନ ଶ୍ରୀଗୁଣ୍ଡିଚା ମନ୍ଦିର ଭଳି ଏକ ପର୍ଯ୍ୟଟନ ସ୍ଥଳୀର ଚତୁଃପାର୍ଶ୍ୱ ପରିଷ୍କାର ପରିଛନ୍ନ ରଖିବା ବଦଳରେ ସେଠାରେ ପରିତ୍ୟକ୍ତ ଅବସ୍ଥାରେ ବହୁ କଣ୍ଟେନର, କ୍ୟାବିନ୍ ଆଦି ରଖିବା ଦ୍ୱାରା ସେଠାରେ ନିଶାଖୋର, ଜୁଆଡି ଆଦି ଅସାମାଜିକ ବ୍ୟକ୍ତି ମାନଙ୍କର ଆଡ୍ଡା ଜମୁଛି । ଅନେକ ସମୟରେ ବାହାରର ତୀର୍ଥଯାତ୍ରୀମାନେ ମଧ୍ୟ ସେମାନଙ୍କ ଆକ୍ରୋଶର ଶିକାର ହେଉଛନ୍ତି । ସେମାନଙ୍କୁ କେହି ବିରୋଧ କଲେ ନିଜ ଜୀବନ ପ୍ରତି ବିପଦ ମଧ୍ୟ ରହୁଛି । ଗୁଣ୍ଡିଚା ମନ୍ଦିର ଭଳି ଏକ ସମ୍ବେଦନଶୀଳ ଅଞ୍ଚଳରେ ଏଭଳି ପରିବେଶକୁ ସୁଧାରିବାକୁ ପ୍ରଶାସନ ଦୃଷ୍ଟି ଦେବା ଦରକାର ବୋଲି ସାଧାରଣରେ ଦାବି ହେଉଛି।

Post Views: 28
Share199Tweet125Send
Voice of Victims

Voice of Victims

Recent Posts

  • ଦିଲ୍ଲୀ ବିଧାନସଭାକୁ ମିଳିଲା ବୋମା ଧମକ, ମୋଦି ଓ ଅମିତ ଶାହଙ୍କୁ ଟାର୍ଗେଟ୍ !
  • ଥାନା ଭିତରେ ରକ୍ତ ଛିଟା, ଦୁଇ ପରିବାରର ଜାଗା ବାଡ଼ିକୁ ନେଇ ପୋଲିସ ଉପସ୍ଥିତିରେ ମାରପିଟ୍
  • ଭୁଲ ଇଞ୍ଜେକ୍ସନ ପାଇଁ ଶିଶୁ ମୃତ୍ୟୁ ଅଭିଯୋଗ, କ୍ୟାପିଟାଲ ହସ୍ପିଟାଲରେ ଉତ୍ତେଜନା
  • କାଲିଠୁ ରତ୍ନଭଣ୍ଡାର ଅଳଙ୍କାର ଗଣତି ମଣତି ଆରମ୍ଭ, ଏସଓପି ଆଧାରରେ ସମସ୍ତ କାର୍ଯ୍ୟ ସୁରୁଖୁରୁରେ କରାଯିବ
  • ଜଳିଗଲା ୨ ବଖରା ଛପର ଘର, ଲୋକମାନଙ୍କର ଉଡିଗଲା ହୋସ !

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In