• About Us
  • Contact Us
Wednesday, March 25, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ବିଶେଷ ପୃଷ୍ଠା

ରାଷ୍ଟ୍ରପତିଙ୍କୁ ଭେଟି ନବନିର୍ବାଚିତ ସଂସଦଙ୍କ ତାଲିକାର ନକଲ ପ୍ରଦାନ କଲେ ମୁଖ୍ୟ ନିର୍ବାଚନ ଆୟୁକ୍ତ

by Voice of Victims
June 7, 2024
in ଦେଶ ବିଦେଶ, ବିଶେଷ ପୃଷ୍ଠା, ମୁଖ୍ୟ ଖବର
ରାଷ୍ଟ୍ରପତିଙ୍କୁ ଭେଟି ନବନିର୍ବାଚିତ ସଂସଦଙ୍କ ତାଲିକାର ନକଲ ପ୍ରଦାନ କଲେ ମୁଖ୍ୟ ନିର୍ବାଚନ ଆୟୁକ୍ତ

ନୂଆଦିଲ୍ଲୀ: ଗୁରୁବାର ଅପରାହ୍ନ ସାଢ଼େ ୪ଟାରେ ମୁଖ୍ୟ ନିର୍ବାଚନ ଆୟୁକ୍ତ ରାଜୀବ କୁମାରଙ୍କ ସହ ନିର୍ବାଚନ ଆୟୁକ୍ତ ଜ୍ଞାନେଶ କୁମାର ଓ ଡ. ସୁଖବୀର ସିଂହ ସାନ୍ଧୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଭେଟିଛନ୍ତି। ଏହି ଅବସରରେ ଜନପ୍ରତିନିଧି ଆଇନ, ୧୯୫୧ର ଧାରା ୭୩ ଅନୁଯାୟୀ ଅଷ୍ଟାଦଶ ଲୋକସଭା ସାଧାରଣ ନିର୍ବାଚନ ପରେ ସଦନକୁ ନିର୍ବାଚିତ ହୋଇଥିବା ସଦସ୍ୟମାନଙ୍କ ନାମ ସମ୍ବଳିତ ଭାରତର ନିର୍ବାଚନ ଆୟୋଗଙ୍କ ଦ୍ୱାରା ଜାରି କରାଯାଇଥିବା ବିଜ୍ଞପ୍ତିର ଏକ ନକଲ ସେମାନେ ରାଷ୍ଟ୍ରପତିଙ୍କୁ ପ୍ରଦାନ କରିଛନ୍ତି। ମାନବ ଇତିହାସର ସର୍ବବୃହତ ଗଣତାନ୍ତ୍ରିକ ନିର୍ବାଚନ ପ୍ରକ୍ରିୟା ସଫଳ ଭାବେ ସମ୍ପନ୍ନ ହୋଇଥିବାରୁ ରାଷ୍ଟ୍ରପତି ମୁଖ୍ୟ ନିର୍ବାଚନ ଆୟୁକ୍ତ ଓ ନିର୍ବାଚନ ଆୟୁକ୍ତଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ନିର୍ବାଚନ ଆୟୋଗ, ଏହାର ଅଧିକାରୀ ଓ କର୍ମଚାରୀ, ପ୍ରଚାର ଓ ମତଦାନର ପରିଚାଳନା ଓ ତଦାରଖରେ ନିୟୋଜିତ ଥିବା ଅନ୍ୟ ସରକାରୀ ଅଧିକାରୀ ଏବଂ କେନ୍ଦ୍ର ଓ ରାଜ୍ୟ ପୁଲିସ ଏବଂ ସୁରକ୍ଷା କର୍ମୀମାନେ ଲୋକଙ୍କ ମତଦାନର ପବିତ୍ରତା ବଜାୟ ରଖିବା ତଥା ଏକ ଅବାଧ ଓ ନିରପେକ୍ଷ ନିର୍ବାଚନକୁ ସଫଳତାର ସହ ସମ୍ପନ୍ନ କରିବା ପାଇଁ ଅକ୍ଳାନ୍ତ ପରିଶ୍ରମ କରିଥିବାରୁ ସମଗ୍ର ଦେଶ ତରଫରୁ ରାଷ୍ଟ୍ରପତି ସମସ୍ତଙ୍କୁ ପ୍ରଶଂସା କରିଥିଲେ। ସର୍ବୋପରି, ଏତେ ବ୍ୟାପକ ସଂଖ୍ୟାରେ ନିର୍ବାଚନ ପ୍ରକ୍ରିୟାରେ ଭାଗ ନେଇଥିବା ଲକ୍ଷ ଲକ୍ଷ ମତଦାତାଙ୍କୁ ରାଷ୍ଟ୍ରପତି ପ୍ରଶଂସା କରିଥିଲେ। ଏହା ସମ୍ପୂର୍ଣ୍ଣ ଭାବେ ଆମ ସମ୍ବିଧାନ ଭାବନାକୁ ବଜାୟ ରଖିବା ଏବଂ ଭାରତର ଗଭୀର ଓ ସୁଦୃଢ଼ ଗଣତାନ୍ତ୍ରିକ ପରମ୍ପରା ସହିତ ସମାନ ବୋଲି ରାଷ୍ଟ୍ରପତି କହିଛନ୍ତି।

Post Views: 27
Tags: After meeting the president and giving him a copy of the list of the newly elected parliament
Share200Tweet125Send
Voice of Victims

Voice of Victims

Recent Posts

  • ଦିଲ୍ଲୀ ବିଧାନସଭାକୁ ମିଳିଲା ବୋମା ଧମକ, ମୋଦି ଓ ଅମିତ ଶାହଙ୍କୁ ଟାର୍ଗେଟ୍ !
  • ଥାନା ଭିତରେ ରକ୍ତ ଛିଟା, ଦୁଇ ପରିବାରର ଜାଗା ବାଡ଼ିକୁ ନେଇ ପୋଲିସ ଉପସ୍ଥିତିରେ ମାରପିଟ୍
  • ଭୁଲ ଇଞ୍ଜେକ୍ସନ ପାଇଁ ଶିଶୁ ମୃତ୍ୟୁ ଅଭିଯୋଗ, କ୍ୟାପିଟାଲ ହସ୍ପିଟାଲରେ ଉତ୍ତେଜନା
  • କାଲିଠୁ ରତ୍ନଭଣ୍ଡାର ଅଳଙ୍କାର ଗଣତି ମଣତି ଆରମ୍ଭ, ଏସଓପି ଆଧାରରେ ସମସ୍ତ କାର୍ଯ୍ୟ ସୁରୁଖୁରୁରେ କରାଯିବ
  • ଜଳିଗଲା ୨ ବଖରା ଛପର ଘର, ଲୋକମାନଙ୍କର ଉଡିଗଲା ହୋସ !

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In