• About Us
  • Contact Us
Wednesday, March 25, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ମୁଖ୍ୟ ଖବର

ଜୁଏଲ, ଅଶ୍ୱିନୀଙ୍କୁ ପିଏମ୍‌ଓରୁ ଆସିଲା ଫୋନ୍‌

by Voice of Victims
June 9, 2024
in ମୁଖ୍ୟ ଖବର, ରାଜ୍ୟ
ଜୁଏଲ, ଅଶ୍ୱିନୀଙ୍କୁ ପିଏମ୍‌ଓରୁ ଆସିଲା ଫୋନ୍‌

ଭୁବନେଶ୍ୱର: ଆଜିଠୁ ମୋଦିଙ୍କ ତୃତୀୟ ଇନିଂସ। କ୍ରମାଗତ ତୃତୀୟ ଥର ପାଇଁ ନରେନ୍ଦ୍ର ମୋଦି ଦେଶର ପ୍ରଧାନମନ୍ତ୍ରୀ ହେବାକୁ ଯାଉଛନ୍ତି। ସେ ଆଜି ସନ୍ଧ୍ୟାରେ ରାଷ୍ଟ୍ରପତି ଭବନରେ ଶପଥ ଗ୍ରହଣ କରିବେ। ଏହା ପୂର୍ବରୁ ମୋଦି କ୍ୟାବିନେଟରେ କାହାକୁ ସ୍ଥାନ ମିଳିବ ସେନେଇ କଳ୍ପନାଜଳ୍ପନା ଜାରି ରହିଥିବା ବେଳେ ଆଜି ଅନେକ ମନ୍ତ୍ରୀମାନଙ୍କୁ ଫୋନ୍‌ ଆସିବା ଆରମ୍ଭ ହୋଇଛି। ଯାହାଙ୍କୁ କେନ୍ଦ୍ର କ୍ୟାବିନେଟରେ ଗୁରୁତ୍ୱପୂର୍ଣ୍ଣ ମନ୍ତ୍ରୀପଦ ମିଳିପାରେ। ତେବେ ଜୁଏଲ ଓରାମ, ଅଶ୍ୱିନୀ ବୈଷ୍ଣବଙ୍କୁ ଫୋନ ଆସିଥିବା ସୂଚନା ମିଳିଛି। ଫୋନ କଲ ପରେ ଜୁଏଲ ମୋଦିଙ୍କ ସରକାରୀ ବାସଭବନକୁ ବାହାରିଛନ୍ତି। ପୂର୍ବାହ୍ନ ସାଢ଼େ ୧୧ଟାରେ ନୂଆ ମନ୍ତ୍ରୀମାନଙ୍କୁ ମୋଦି ଭେଟିବେ। ଅନ୍ୟପଟେ, ସୁରେଜ ପୂଜାରୀ ମଧ୍ୟ ଦିଲ୍ଲୀରେ ପହଞ୍ଚିସାରିଥିବା କୁହାଯାଉଛି। ଏପରିକି ତାଙ୍କୁ ବଡ଼ ଦାୟିତ୍ୱ ମଧ୍ୟ ମିଳିପାରେ ବୋଲି କୁହାଯାଇଛି। ମିଳିଥିବା ସୂଚନାନୁଯାୟୀ, ଟିଡିପି, ଏଲଜେପି (ଆର) ଏବଂ ଜେଡିୟୁ ଭଳି ଦଳର ଏମ୍‌ପିମାନେ କଲ ପାଇଛନ୍ତି। ମନ୍ତ୍ରୀ ହେବା ପାଇଁ ଟିଡିପି ଏମ୍‌ପି ଚନ୍ଦ୍ରଶେଖର ପେମାସାନି ଏବଂ କିଞ୍ଜରାପୁ ରାମ ମୋହନ ନାଇଡୁଙ୍କୁ ଫୋନ୍‌ ଯାଇଛି। ଏହା ବ୍ୟତୀତ ଜେଡିଏର ରାଜ୍ୟ ସଭା ଏମ୍‌ପି ରାମ ନାଥ ଠାକୁର, ଚିରାଗ ପାସଓ୍ବାନ, ସର୍ବାନନ୍ଦ ସୋନୋଓ୍ବାଲ, ଅର୍ଜୁନ୍‌ ରାମ ମେଘଓ୍ବାଲ, ନୀତୀନ ଗଡ଼କରୀ, ଏଚ୍‌ଡି କୁମାରସ୍ବାମୀ, ଜୟନ୍ତ ଚୌଧୁରୀ, ଶିବରାଜ ଚୌହାନ, ସର୍ବାନନ୍ଦ ସୋନୱାଲ, ବାସଭରାଜ ବୋମ୍ମାଇଙ୍କୁ ମଧ୍ୟ ମନ୍ତ୍ରୀ ପଦ ପାଇଁ ଫୋନ୍‌ ମିଳିଛି।

Post Views: 30
Tags: Joel
Share200Tweet125Send
Voice of Victims

Voice of Victims

Recent Posts

  • ଦିଲ୍ଲୀ ବିଧାନସଭାକୁ ମିଳିଲା ବୋମା ଧମକ, ମୋଦି ଓ ଅମିତ ଶାହଙ୍କୁ ଟାର୍ଗେଟ୍ !
  • ଥାନା ଭିତରେ ରକ୍ତ ଛିଟା, ଦୁଇ ପରିବାରର ଜାଗା ବାଡ଼ିକୁ ନେଇ ପୋଲିସ ଉପସ୍ଥିତିରେ ମାରପିଟ୍
  • ଭୁଲ ଇଞ୍ଜେକ୍ସନ ପାଇଁ ଶିଶୁ ମୃତ୍ୟୁ ଅଭିଯୋଗ, କ୍ୟାପିଟାଲ ହସ୍ପିଟାଲରେ ଉତ୍ତେଜନା
  • କାଲିଠୁ ରତ୍ନଭଣ୍ଡାର ଅଳଙ୍କାର ଗଣତି ମଣତି ଆରମ୍ଭ, ଏସଓପି ଆଧାରରେ ସମସ୍ତ କାର୍ଯ୍ୟ ସୁରୁଖୁରୁରେ କରାଯିବ
  • ଜଳିଗଲା ୨ ବଖରା ଛପର ଘର, ଲୋକମାନଙ୍କର ଉଡିଗଲା ହୋସ !

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In