• About Us
  • Contact Us
Monday, March 23, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଆଞ୍ଚଳିକ ଖବର

ସପ୍ତମ ଗୀତାଞ୍ଜଳି ପ୍ରତିଭା ସମ୍ମାନ

by Voice of Victims
June 10, 2024
in ଆଞ୍ଚଳିକ ଖବର, ବିଶେଷ ପୃଷ୍ଠା, ମୁଖ୍ୟ ଖବର, ରାଜ୍ୟ
ସପ୍ତମ ଗୀତାଞ୍ଜଳି ପ୍ରତିଭା ସମ୍ମାନ

ଭୁବନେଶ୍ୱର :ରାଜ୍ୟର ଅଗ୍ରଣୀ ସାମାଜିକ ଓ ସାଂସ୍କୃତିକ ଅନୁଷ୍ଠାନ ‘ ଗୀତାଞ୍ଜଳି ଇଣ୍ଡିଆ ଫାଉଣ୍ଡେସନ ଟ୍ରଷ୍ଟ ପକ୍ଷରୁ ଭୁବନେଶ୍ଵରସ୍ଥିତ ଗୀତଗୋବିନ୍ଦ ସଦନଠାରେ ସପ୍ତମ ଗୀତାଞ୍ଜଳି ପ୍ରତିଭା ସମ୍ମାନ – ୨୦୨୪ ଅନୁଷ୍ଠିତ ହୋଇଯାଇଛି । ଏଥୁସହିତ ଷଷ୍ଠ ଗୀତାଞ୍ଜଳି ଆଦର୍ଶ ଶିକ୍ଷକ ସମ୍ମାନ- ୨୦ ୨୪ ଏବଂ ଷଷ୍ଠ ଗୀତାଞ୍ଜଳି ଆଦର୍ଶ ବିଦ୍ୟାଳୟ ସମ୍ମାନ – ୨୦୨୪ ଅନୁଷ୍ଠିତ ହୋଇଯାଇଛି । ଟ୍ରଷ୍ଟର ଅଧ୍ୟକ୍ଷ ରଞ୍ଜନ କୁମାର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଆରଏମ୍ଆରସିର ନିର୍ଦ୍ଦେଶିକା ଡ . ସଂଘମିତ୍ରା ପତି ଯୋଗ ଦେଇ ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରିବା ସହିତ ଛାତ୍ରଛାତ୍ରୀମାନେ କିପରି ନିଜ ଉଦ୍ୟମରେ ପାଠ ପଢି ଭଲ ନମ୍ବର ରଖ୍ ନିଜର ଭବିଷ୍ୟତ ଗଢିପାରିବେ , ଗୀତାଞ୍ଜଳି ଇଣ୍ଡିଆ ଫାଉଣ୍ଡେସନ ଟ୍ରଷ୍ଟର ଏହା ଏକ ନିଆରା ପ୍ରୟାସ । ଏଥ‌ିପାଇଁ ସେ ଟ୍ରଷ୍ଟକୁ ସାଧୁବାଦ ଜଣାଇଥିଲେ । ମୁଖ୍ୟବକ୍ତା ଭାବେ ପାରାଦ୍ବୀପ ଫସପେଟ ଲିମିଟେଡ଼ର ବରିଷ୍ଠ ଅଧିକାରୀ ସୁଧୀରଞ୍ଜନ ମିଶ୍ର , ସମ୍ମାନିତ ଅତିଥିଭାବେ ଶିକ୍ଷାବିତ୍ ବିଧୁଭୂଷଣ ପଟ୍ଟନାୟକ , ସୋଆ ବିଶ୍ଵବିଦ୍ୟାଳୟ ଲୋକ ସମ୍ପର୍କ ଅଧିକାରୀ ଶୁଭଦର୍ଶିନୀ ମିଶ୍ର , ଶିକ୍ଷାବିତ ପ୍ରମୋଦ ପାଢୀ , ସମାଜସେବୀ ଅମୀୟବାଳା ପରିଡ଼ା , ବିଶିଷ୍ଟ ଲେଖିକା ସୁଚେତା ନନ୍ଦ , ଜୟଦେବ ସରପଞ୍ଚ ପୂର୍ଣ୍ଣଚନ୍ଦ୍ର ଭୋଇ , ସମାଜସେବୀ ବିଜୟ ମହାରଣା ପ୍ରମୁଖ ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ଜୟଦେବ ନିର୍ବାଚନ ମଣ୍ଡଳୀର + ୨ ବିଜ୍ଞାନରେ ଟପ୍ପର ହୋଇଥିବା ମେଧାବୀ ଛାତ୍ରୀ ସ୍ଵୟଂପ୍ରଜ୍ଞା ସାହୁଙ୍କୁ ମାନପତ୍ର ଓ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରିବା ସହିତ କାଞ୍ଚନ ଫାଉଣ୍ଡେସନ ତରଫରୁ ୫ ହଜାର ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରାଯାଇଥିଲା । ଚଳିତବର୍ଷ ମାଟ୍ରିକ ପରୀକ୍ଷାରେ ଏ ୧ ଗ୍ରେଡ଼ରେ ଉତ୍ତୀର୍ଣ ହୋଇଥିବା ବାଲିଅନ୍ତା ଓ ବାଲିପାଟଣା ବ୍ଲକର ୧୫ଜଣ ଛାତ୍ରଛାତ୍ରୀଙ୍କୁ ସପ୍ତମ ଗୀତାଞ୍ଜଳି ପ୍ରତିଭା ସମ୍ମାନ , ୧୦ ଜଣ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ଷଷ୍ଠ ଗୀତାଞ୍ଜଳି ଆଦର୍ଶ ଶିକ୍ଷକ ସମ୍ମାନ ଏବଂ ୬ଟି ସରକାରୀ ଉଚ୍ଚ ବିଦ୍ୟାଳୟକୁ ଷଷ୍ଠ ଗୀତାଞ୍ଜଳି ଆଦର୍ଶ ବିଦ୍ୟାଳୟ ସମ୍ମାନ ପ୍ରଦାନ କରାଯାଇଥିଲା । ମଞ୍ଚ ପରିଋଳନା କରିଥିଲେ ଶୁଭୋଜିତ ପଣ୍ଡା । ଏହି କାର୍ଯ୍ୟକ୍ରମକୁ ଟ୍ରଷ୍ଟର ଅନ୍ୟତମ ସଦସ୍ୟ ତାପସ ରଞ୍ଜନ ମଲ୍ଲିକ , ପ୍ରଳୟ କୁମାର ଦାସ , ଆଶୁତୋଷ ଚୌଧୁରୀ , ଦୀନବନ୍ଧୁ ଭୋଇ , ତପନ କୁମାର ସ୍ୱାଇଁ, ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ ।

Post Views: 90
Share200Tweet125Send
Voice of Victims

Voice of Victims

Recent Posts

  • ୩୪ ତମ ବିଶ୍ୱ ଜଳ ଦିବସ, ଦର୍ପନାରାୟଣପୁର ଶୁକୃ ବେହେରା ପାଣିପଞ୍ଚାୟତ ଅଧୀନରେ ରେ ଭାରତ ର ପ୍ରଥମ ସ୍ୱୟଂ ଚାଳିତ କେନାଲ ପ୍ରଣାଳୀ ଲୋକାର୍ପିତ
  • ଇରାନ ରାଜଧାନୀ ଉପରେ ଆମେରିକାର ଭୟଙ୍କର ବୋମା ! ବିଦ୍ୟୁତ ସେବା ଠପ୍, ଅନ୍ଧାରରେ ବୁଡ଼ିଲା ସାରା ସହର
  • ବିଜେଡିରୁ ୬ ନିଲମ୍ବିତ ସଦସ୍ୟଙ୍କ ସଭ୍ୟ ପଦ ରଦ୍ଦ ପାଇଁ ଆଜି ଦରଖାସ୍ତ ! ବାଚସ୍ପତିଙ୍କ ନିଷ୍ପତ୍ତି ଉପରେ ନିର୍ଭର
  • ରାଜ୍ୟରେ ପର୍ଯ୍ୟାପ୍ତ ପରିମାଣର ଗ୍ୟାସ୍ ମହଜୁଦ ଅଛି, ଭୟଭୀତ ହୁଅନ୍ତୁ ନାହିଁ: ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର
  • ବିଧାନସଭାରେ ମୁଖ୍ୟମନ୍ତ୍ରୀଙ୍କ ଉତ୍ତର, ବର୍ତ୍ତମାନ ୩ ଜିଲ୍ଲାରେ ସକ୍ରିୟ ଅଛନ୍ତି ୧୫ ମାଓବାଦୀ

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In