• About Us
  • Contact Us
Wednesday, March 25, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ମୁଖ୍ୟ ଖବର

ଆସନ୍ତାକାଲିଠୁ ରାଜ୍ୟରେ ନୂଆ ସରକାର: ଶପଥ ଗ୍ରହଣ ଉତ୍ସବ ପାଇଁ ଭୁବନେଶ୍ଵରରେ ଟ୍ରାଫିକ କଟକଣା

by Voice of Victims
June 11, 2024
in ମୁଖ୍ୟ ଖବର, ରାଜ୍ୟ
ଆସନ୍ତାକାଲିଠୁ ରାଜ୍ୟରେ ନୂଆ ସରକାର: ଶପଥ ଗ୍ରହଣ ଉତ୍ସବ ପାଇଁ ଭୁବନେଶ୍ଵରରେ ଟ୍ରାଫିକ କଟକଣା

ଭୁବନେଶ୍ଵର: ଜୁନ ୪ ତାରିଖରେ ଓଡିଶା ବିଧାନସଭା ନିର୍ବାଚନର ଫଳାଫଳ ପ୍ରକାଶ ପାଇଛି। ଚଳିତ ନିର୍ବାଚନରେ ଭାରତୀୟ ଜନତା ପାର୍ଟି ଇତିହାସ ସୃଷ୍ଟି କରିଛି। ଓଡିଶାରେ ପ୍ରଥମ ଥର ପାଇଁ ବିଜେପି ସରକାର ଗଠନ କରିବାକୁ ଯାଉଛି। ୧୪୭ ଟି ଆସନ ବିଶିଷ୍ଟ ବିଧାନସଭାରେ ବିଜେପି ୭୮ ଟି ଆସନ ଜିତି ସଂଖ୍ୟାଗରିଷ୍ଠତା ହାସଲ କରିଛି।

ତେବେ ବିଜେପି ପକ୍ଷରୁ ସରକାର ଗଠନ ପାଇଁ ପ୍ରକ୍ରିୟା ଆରମ୍ଭ କରାଯାଇଛି। ଆସନ୍ତାକାଲି ନୂଆ ସରକାର ଶପଥ ଗ୍ରହଣ କରିବାକୁ ଯାଉଛି। ଯାହା ଅପରାହ୍ନ ୪.୪୫ ରେ ରାଜ୍ୟର ନୂଆ ସରକାର ପାଇଁ ଶପଥ ଗ୍ରହଣ ସମାରୋହ ଆରମ୍ଭ ହେବ। ଉକ୍ତ ଶପଥ ଗ୍ରହଣ ସମାରୋହ ପାଇଁ ପ୍ରଶାସନ ସପୂର୍ଣ୍ଣ ପ୍ରସ୍ତୁତି ଆରମ୍ଭ କରିଦେଇଛି। ଭୁବନେଶ୍ଵର ଜନତା ମୈଦାନରେ ହେବାକୁ ଥିବା ଶପଥ ଗ୍ରହଣ ସମାରୋହ ପାଇଁ ଟ୍ରାଫିକ ବ୍ୟବସ୍ଥା କଡାକଡି କରାଯାଇଛି। ଏନେଇ ଅନେକ ସ୍ଥାନରେ କଟକଣା ଲଗାଯାଇଛି।

ପ୍ରଶାସନ ପକ୍ଷରୁ ଲାଗିଥିବା କଟକଣା ଅନୁଯାୟୀ, ଆସନ୍ତାକାଲି ଅପରାହ୍ନ ୨ ଟାରୁ ସନ୍ଧ୍ୟା ୭ ଟା ଯାଏଁ ଜୟଦେବ ବିହାର ଛକ ଠାରୁ ନାଲକୋ ଛକ ପର୍ଯ୍ୟନ୍ତ ଲମ୍ବିଥିବା ରାସ୍ତା ବନ୍ଦ ରହିବ। ଏହା ସହିତ ଏହି ରାସ୍ତାକୁ ସଂଯୋଗ କରୁଥିବା ସମସ୍ତ ଛୋଟ ବଡ ରାସ୍ତାଗୁଡିକ ମଧ୍ୟ ବନ୍ଦ ରହିବ।

କଟକ ପଟୁ ଅସୁଥିବା ବସ: ରସୁଲଗଡ଼ ରେଲୱେ ଓଭର ବ୍ରିଜଠାରୁ ସର୍ଭିସ ରୋଡ଼ରେ ଆସି ବାଣୀବିହାର ଛକ, ଆଚାର୍ଯ୍ୟ ବିହାର ଛକରେ ଡାହାଣ ମୋଡ଼ ନେଇ ଆପୋଲୋ ହସ୍ପିଟାଲ, ସୈନିକ ସ୍କୁଲ ରାସ୍ତା, ଓ.ଏସ.ଏ.ପି. ୭ମ ବି.ଏନ. ପଡ଼ିଆ ଗେଟ ପାଖରେ ଯାତ୍ରୀମାନଙ୍କୁ ଓହ୍ଲାଇ ଦେବା ପରେ ଗାଡ଼ି ଗୁଡ଼ିକ ନାଲକୋ ଛକ, କଳିଙ୍ଗ ହସ୍ପିଟାଲ ରାସ୍ତା ଦେଇ ରେଲୱେ କଲୋନୀ ଗୋଲେଇ ଛକ ଠାରୁ ଉତ୍କଳ ହସ୍ପିଟାଲ ଏବଂ ହାତିଆସୁଣୀ ଛକ ରାସ୍ତାରେ ଏକ ଲାଇନ ରେ ପାର୍କିଂ କରିପାରିବେ।

ଖୋର୍ଦ୍ଧା ଆଡୁ ଆସୁଥିବା ବସ: ଜୟଦେବ ବିହାର ଫ୍ଲାଏ ଓଭର ବ୍ରିଜ ଅତିକ୍ରମ କଲାପରେ ସର୍ଭିସ ରୋଡ ଦେଇ ଆଚାର୍ଯ୍ୟ ବିହାର ଛକରେ ବାମ ମୋଡ଼ ନେଇ ଆପୋଲୋ ହସ୍ପିଟାଲ ସୈନିକ ସ୍କୁଲ ରାସ୍ତା ଓ.ଏସ.ଏ.ପି. ୭ମ ବି.ଏନ. ପଡ଼ିଆ ଗେଟ ପାଖରେ ଯାତ୍ରୀମାନଙ୍କୁ ଓହ୍ଲାଇ ଦେବା ପରେ ଗାଡ଼ି ଗୁଡ଼ିକ ନାଲକୋ ଛକ, କଳିଙ୍ଗ ହସ୍ପିଟାଲ ରାସ୍ତା ଦେଇ ରେଲୱେ କଲୋନୀ ଗୋଲେଇ ଛକ ଠାରୁ ଉତ୍କଳ ହସ୍ପିଟାଲ ଏବଂ ହାତିଆସୁଣୀ ଛକ ରାସ୍ତାରେ ଏକ ଲାଇନରେ ପାର୍କିଂ କରିପାରିବେ।

ନନ୍ଦନକାନନ ପଟୁ ଆସୁଥିବା ବସ: ଓମଫେଡ ଛକରେ ବାମ ମୋଡ଼ ନେଇ ଏମ.ସି.ଏଲ ଅତିଥି ଭବନ ପାଖରେ ଡାହାଣ ମୋଡ଼, ପ୍ରେସ କଲୋନୀ ଛକ ଡାହାଣ ମୋଡ଼ ନେଇ ଓ.ଏସ.ଏ.ପି. ୭ମ ବି.ଏନ. ପଡ଼ିଆ ଗେଟ ପାଖରେ ଯାତ୍ରୀମାନଙ୍କୁ ଓହ୍ଲାଇ ଦେବା ପରେ ଗାଡ଼ି ଗୁଡ଼ିକ ନାଲକୋ ଛକ କଳିଙ୍ଗ ହସ୍ପିଟାଲ ରାସ୍ତା ଦେଇ ରେଲୱେ କଲୋନୀ ଗୋଲେଇ ଛକ ଠାରୁ ଉତ୍କଳ ହସ୍ପିଟାଲ ଏବଂ ହାଡିଆସୁଣୀ ଛକ ରାସ୍ତାରେ ଏକ ଲାଇନରେ ପାର୍କିଂ କରିପାରିବେ।

କଟକ ପଟୁ ଅସୁଥୁବା ଚାରି ଚକିଆ ଯାନ: ରସୁଲଗଡ଼ ରେଲୱେ ଓଭର ବ୍ରିଜ ଠାରୁ ସର୍ଭିସ ରୋଡ, ବାଣୀବିହାର ଛକ, ଆଚାର୍ଯ୍ୟ ବିହାର ଛକ, ଡାହାଣ ମୋଡ଼ ନେଇ ଆପୋଲୋ ହସ୍ପିଟାଲ, ଦୂରଦର୍ଶନ ଲେନରେ ଯାତ୍ରୀମାନଙ୍କୁ ଓହ୍ଲାଇ ଦେବା ପରେ ଗାଡ଼ି ଗୁଡ଼ିକ ସୈନିକ ସ୍କୁଲ କ୍ୟାମ୍ପସରେ ପାର୍କିଂ କରିବେ।

ଖୋର୍ଦ୍ଧା ପଟୁ ଆସୁଥିବା ଚାରି ଚକିଆ ଯାନ: ଜୟଦେବ ବିହାର ଫ୍ଲାଏ ଓଭର ବ୍ରିଜ ଅତିକ୍ରମ କଲାପରେ ସର୍ଭିସ ରୋଡ, ଆଚାର୍ଯ୍ୟ ବିହାର ଛକଠାରେ ବାମ ମୋଡ଼ ନେଇ ଆପୋଲୋ ହସ୍ପିଟାଲ, ଦୂରଦର୍ଶନ ଲେନରେ ଯାତ୍ରୀମାନଙ୍କୁ ଓହ୍ଲାଇ ଦେବା ପରେ ଗାଡ଼ି ଗୁଡ଼ିକ ସୈନିକ ସ୍କୁଲ କ୍ୟାମ୍ପସରେ ପାର୍କିଂ କରିବେ।

ନନ୍ଦନକାନନ ପଟୁ ଅସୁଥୁବା ଚାରି ଚକିଆ ଯାନ: ନାଲକୋ ଛକରେ ବାମ ମୋଡ଼ ନେଇ ଓ.ଏସ.ଏ.ପି. ୭ମ ବି.ଏନ. ପଡ଼ିଆ ଗେଟ ପାଖରେ ଯାତ୍ରମାନଙ୍କୁ ଓହ୍ଲାଇ ଦେବା ପରେ ଗାଡ଼ି ଗୁଡ଼ିକ ପ୍ରେସ କଲୋନୀ ଛକ ସୈନିକ ସ୍କୁଲ କ୍ୟାମ୍ପସରେ ପାର୍କିଂ କରିବେ। ଯାତ୍ରୀ ମାନେ ଓ.ଏସ.ଏ.ପି. ୭ମ ବି.ଏନ. ପଡ଼ିଆ ଗେଟ ପାଖରେ ଓହ୍ଲାଇବା ପରେ ଓ.ଏସ.ଏ.ପି. ୭ମ ବି.ଏନ. କ୍ୟାମ୍ପସ ଭିତର ରାସ୍ତା, ଇଗ୍ଲୋ ଗେଟଠାରେ ଡାହାଣ ମୋଡ ଏବଂ ସର୍ଭେ ଅଫ ଇଣ୍ଡିଆ ଅଫିସ ପାଖରେ ବାମ ମୋଡ଼ ନେଇ ଜନତା ମଇଦାନ ଗେଟ ନମ୍ବର -୩ ରେ ପ୍ରବେଶ କରିବେ।

ଯାତ୍ରୀ ଦୂରଦର୍ଶନ ଲେନ ରେ ଓହ୍ଲାଇବା ପରେ ୱାଇ ଜଙ୍କସନ, ବାମ ମୋଡ଼ ନେବେ, ଆଇ.ଆଇ.ଟି ବିଲ୍ଡିଂଙ୍ଗରେ ଡାହାଣ ମୋଡ଼ ନେଇ ୧୦୦ ମିଟର ଯିବା ପରେ ବାମ ମୋଡ଼ କରି ଜନତା ମଇଦାନ ଗେଟ ନମ୍ବର -୬ ରେ ପ୍ରବେଶ କରିବେ।

Post Views: 34
Share200Tweet125Send
Voice of Victims

Voice of Victims

Recent Posts

  • ଦିଲ୍ଲୀ ବିଧାନସଭାକୁ ମିଳିଲା ବୋମା ଧମକ, ମୋଦି ଓ ଅମିତ ଶାହଙ୍କୁ ଟାର୍ଗେଟ୍ !
  • ଥାନା ଭିତରେ ରକ୍ତ ଛିଟା, ଦୁଇ ପରିବାରର ଜାଗା ବାଡ଼ିକୁ ନେଇ ପୋଲିସ ଉପସ୍ଥିତିରେ ମାରପିଟ୍
  • ଭୁଲ ଇଞ୍ଜେକ୍ସନ ପାଇଁ ଶିଶୁ ମୃତ୍ୟୁ ଅଭିଯୋଗ, କ୍ୟାପିଟାଲ ହସ୍ପିଟାଲରେ ଉତ୍ତେଜନା
  • କାଲିଠୁ ରତ୍ନଭଣ୍ଡାର ଅଳଙ୍କାର ଗଣତି ମଣତି ଆରମ୍ଭ, ଏସଓପି ଆଧାରରେ ସମସ୍ତ କାର୍ଯ୍ୟ ସୁରୁଖୁରୁରେ କରାଯିବ
  • ଜଳିଗଲା ୨ ବଖରା ଛପର ଘର, ଲୋକମାନଙ୍କର ଉଡିଗଲା ହୋସ !

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In